Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରି ସମୟରେ ଆପଣ ଏହି ୭ଟି ଜିନିଷ ଖାଉଛନ୍ତି କି ? ନହେଲେ ଲକ୍ଷ୍ମୀ କ୍ରୋଧିତ ହୋଇଯିବେ !

ସେୟାର୍ କରନ୍ତୁ

ନବରାତ୍ରି ସମୟରେ କଣ ଖାଇବା ଉଚିତ ଓ କଣ ଖାଇବା ଉଚିତ ନୁହେଁ, ତାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ବିଚାର ରହିଛି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ନବରାତ୍ରି ବ୍ରତ ସମୟରେ କେଉଁ ୭ଟି ଜିନିଷ ଖାଇବା ଉଚିତ ନୁହେଁ। ଯଦି ପାଇଁ ସେହି ଜିନିଷର ସେବନ କଲେ, ତାହେଲେ ମାଆ ଦୂର୍ଗା ଆପଣଙ୍କ ଉପରେ କ୍ରୋଧିତ ହୋଇଯିବେ।

– ବ୍ରତ ସମୟରେ କଦାପି ଏହି ଜିନିଷର ସେବନ କରନ୍ତୁ ନାହିଁ।

– ନଚେତ ବ୍ରତ ଭାଙ୍ଗି ଯାଇପାରେ।

– କ୍ରୋଧିତ ହୋଇ ଯାଇଥାନ୍ତି ଦେବୀ ଦୂର୍ଗା।

ନବରାତ୍ରିର ଆଜି ଦ୍ୱିତୀୟ ଦିନ ଅଟେ। ଯଦି ଆପଣ ଏହି ନବରାତ୍ରିରେ ୯ ଦିନ ପର୍ଯ୍ୟନ୍ତ ବ୍ରତ ରଖୁଛନ୍ତି, ତାହେଲେ ଆପଣ ଦେବୀଙ୍କ ଆରାଧନା କରିବା ସହିତ ନିଜ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ଯତ୍ନ ନେବା ଆବଶ୍ୟକ। ଆପଣଙ୍କୁ ନବରାତ୍ରିରେ ୯ ଦିନ ପର୍ଯ୍ୟନ୍ତ କେବଳ ଫଳମୂଳ ଓ ଯୁସ ସେବନ କରିବା ଉଚିତ ନୁହେଁ। ଶରୀର ଦୁର୍ବଳ ନହେବା ପାଇଁ କିଛି ଖାଦ୍ୟ ମଧ୍ୟ ସେବନ କରିବା ଉଚିତ। ଏହି କଥା ଉପରେ ଅନେକ ଲୋକେ ବିଚାର କରି ପାରନ୍ତି ନାହିଁ। ଆସନ୍ତୁ, ନବରାତ୍ରି ବ୍ରତ କରିବା ସମୟରେ କେଉଁ ୭ଟି ଜିନିଷ ଖାଇବା ଉଚିତ ନୁହେଁ, ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ଅଧିକାଂଶ ଲୋକଙ୍କ ଧାରଣା ହେଉଛି କି, ବ୍ରତ ସମୟରେ ଚାହା ବା କଫି ସେବନ କରିବା ଉଚିତ ନୁହେଁ। କାରଣ ଏଥିରେ କ୍ୟାଫିନର ମାତ୍ରା ଅଧିକ ରହିଥାଏ। ତେଣୁ ଉପବାସ ସମୟରେ ଚାହା ସେବନ କରିବା ଉଚିତ ନୁହେଁ।ଏହାଦ୍ଵାରା ଆପଣଙ୍କ ଶରୀର ମଧ୍ୟ ଅସୁସ୍ଥ ହୋଇପାରେ।

– ଲୋକଙ୍କ ମନରେ ଏହି ଧାରଣା ମଧ୍ୟ ରହିଥାଏ କି ବ୍ରତ ସମୟରେ ଗ୍ଲୁକୋଜ ପିଇବା ଉଚିତ। ଆହୁରି ଲୋକେ ଲୋକେ ଏହାକୁ ମାନି ନଥାନ୍ତି। ତେଣୁ ନିଜ ଘରର ପରମ୍ପରା ଅନୁସାରେ ଆପଣ ବ୍ରତ ପାଳନ କରନ୍ତୁ।

– ବ୍ରତ ସମୟରେ କେବେବି ଭାତ ଖାଇବା ଉଚିତ ନୁହେଁ। ଅଧିକାଂଶ ଲୋକେ ଭାତରେ ଲୁଣ ମିଶାଇ ଖାଇ ନିଅନ୍ତି। କିନ୍ତୁ ବ୍ରତ ସମୟରେ ଏଭଳି ଭୁଲ କରିବା ଉଚିତ ନୁହେଁ।

– ବ୍ରତ ସମୟରେ ଓଟସ ମଧ୍ୟ ଖାଇବା ଉଚିତ ନୁହେଁ। କାରଣ ଏହାକୁ ବ୍ରତ ସମୟରେ ଖାଇଲେ ବ୍ରତ ଭାଙ୍ଗି ଯାଇଥାଏ।

– ବ୍ରତ ସମୟରେ ସୁଜି ମଧ୍ୟ ସେବନ କରିବା ଅନୁଚିତ। କିଛି ଲୋକେ ବ୍ରତ ସମୟରେ ସୁଜିରେ ତିଆରି ହାଲୱା ଖାଇ ନିଅନ୍ତି। କିନ୍ତୁ ଏଭଳି ଭୁଲ କରିବା ଉଚିତ ନୁହେଁ।

– ସେହିପରି ନବରାତ୍ରି ବ୍ରତ ସମୟରେ କର୍ଣଫ୍ଲୋର ଖାଇବା ଉଚିତ ନୁହେଁ। ଏହାଦ୍ବାରା ବ୍ରତ ଭାଙ୍ଗି ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *