Excuse Me Odisha

ଯାହା କହିବୁ ସତ କହିବୁ

ଯଦି ସ୍ଵପ୍ନରେ ଦେଖୁଛନ୍ତି ଏ ସବୁ,ତା ହେଲେ ଗୋଟେ ଝଟକାରେ ଆପଣ ଧନବାନ ହୋଇଯିବେ ! ଆପଣଙ୍କ ଭାଗ୍ୟରେ ଲାଗିବ ଲଟେରୀ !

ସେୟାର୍ କରନ୍ତୁ

କହିବାକୁ ଗଲେ ସ୍ବପ୍ନ ଦୁନିଆ ବହୁତ ଅଦ୍ଭୁତ ପ୍ରକାର ହୋଇଥାଏ।ଏଠାରେ ଅନେକ ପ୍ରକାରର ସ୍ବପ୍ନ ମିଳିଥାଏ। କିଛି ସ୍ବପ୍ନ ଶୁଭ ହୋଇଥାଏ ତ ଆଉକିଛି ସ୍ବପ୍ନ ଅଶୁଭ ହୋଇଥାଏ। ଏହି ସ୍ବପ୍ନ ଯୋଗୁଁ ଭବିଷ୍ୟତ ବିଷୟରେ ଅନେକ ସଂକେତ ମିଳିଥାଏ।ସ୍ବପ୍ନ ଶାସ୍ତ୍ର ଅନୁସାରେ ଆପଣଙ୍କ ସ୍ବପ୍ନ ଆପଣଙ୍କ ଭବିଷ୍ୟତ ବିଷୟରେ ସଂକେତ ଦେଇଥାଏ। ଯଦି ଆପଣ ନିଜ ସ୍ଵପ୍ନରେ ନିଜକୁ ଅଲଗା ପରିସ୍ଥିତିରେ ଦେଖୁଛନ୍ତି, ତାହେଲେ ଏହାର ଅଲଗା ଅଲଗା ଅର୍ଥ ରହିଛି। ଆସନ୍ତୁ ସେହି ବିଷୟରେ ଜାଣିବା।

ସ୍ଵପ୍ନରେ ନିଜକୁ ଏଭଳି ପରିସ୍ଥିତିରେ ଦେଖିବାର ଅର୍ଥ :-

– ସ୍ଵପ୍ନରେ ନିଜକୁ ଦରିଦ୍ର ଅବସ୍ଥାରେ ଦେଖିବା ବହୁତ ଶୁଭ ହୋଇଥାଏ। ଏହାର ଅର୍ଥ ଆପଣଙ୍କୁ ଅଚାନକ ଧନଲାଭ ହେବାର ଯୋଗ ରହିଛି। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବ। ବ୍ୟବସାୟରେ ଉନ୍ନତି ହେବ।ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହେବାର ସଂକେତ ମିଳୁଛି।

– ଅନେକ ସମୟରେ ଆମ ସ୍ଵପ୍ନରେ ଆମେ ଥଣ୍ଡା ପାଣିରେ ସ୍ନାନ କରୁଥିବାର ଦେଖିଥାଉ। ଏହି ସ୍ଵପ୍ନର ଅର୍ଥ ହେଉଛି ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିଛନ୍ତି। ଆପଣଙ୍କ ଘରର ସବୁ ଆର୍ଥିକ ସଙ୍କଟ ଦୂର ହେବାକୁ ଯାଉଛି।

– ଯଦି ଆପଣ ନିଜ ସ୍ଵପ୍ନରେ ନିଜକୁ କୌଣସି ପାହାଡ଼ ଚଢ଼ୁଥିବାର ଦେଖୁଥାନ୍ତି, ତାହେଲେ ଏହା ବହୁତ ଶୁଭ ସଙ୍କେତ ଅଟେ। ଏହାର ଅର୍ଥ ହେଉଛି ଚାକିରି, ବ୍ୟବସାୟ ଓ କ୍ୟାରିୟର କ୍ଷେତ୍ରରେ ଆପଣ ଉନ୍ନତି ଲାଭ କରିବେ। ଆପଣଙ୍କ ଜୀବନ ସୁଖ ସମୃଦ୍ଧିରେ ଭରି ଯିବ।

– ଯଦି ଆପଣ ନିଜ ସ୍ଵପ୍ନରେ ନିଜକୁ ଭଗବାନଙ୍କୁ ପୂଜା କରୁଥିବାର ଦେଖନ୍ତି, ତାହେଲେ ଏହା ଆପଣଙ୍କ ଜୀବନ ପାଇଁ ଏକ ଶୁଭ ସଂକେତ ଅଟେ। ଏହାର ଅର୍ଥ ହେଉଛି, ଆପଣଙ୍କ ଉପରେ ସର୍ବଦା ଭଗବାନଙ୍କ ଆଶୀର୍ବାଦ ରହିଛି।ଆପଣଙ୍କ ଜୀବନରେ ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଯିବ।

– ଯଦି ଆପଣ ନିଜ ସ୍ଵପ୍ନରେ ନିଜକୁ କାନ୍ଦୁଥିବାର ଦେଖନ୍ତି, ତାହେଲେ ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏହାର ଅର୍ଥ ହେଉଛି ଚାକିରି କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ପ୍ରାପ୍ତ ହେବ।ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ।

– ଯଦି ଆପଣ ନିଜ ସ୍ଵପ୍ନରେ ତାରା ଦେଖୁଛନ୍ତି, ତାହେଲେ ଏହା ବହୁତ ଶୁଭ ହୋଇଥାଏ। ଏହାର ଅର୍ଥ ହେଉଛି ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।ଆପଣଙ୍କ ଆର୍ଥିକ ପରିସ୍ଥିତି ସୁଦୃଢ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *