କେଉଁ ଦିଗକୁ ମୁହଁ କରି ଖାଇବା ଉଚିତ ନୁହେଁ, ନଚେତ ଲକ୍ଷ୍ମୀଛଡ଼ା ହୋଇ ପାରନ୍ତି। ଜାଣନ୍ତୁ ବିସ୍ତାର ରୂପରେ –
ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ବାସ୍ତୁ ଶାସ୍ତ୍ର ଅନୁସାରେ, ଦିଗ ଗୁଡ଼ିକୁ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ। ଏପରିକି ଭିନ୍ନ ଭିନ୍ନ ଜିନିଷ ପାଇଁ ବାସ୍ତୁ ଶାସ୍ତ୍ରରେ ଭିନ୍ନ ଭିନ୍ନ ଦିଗ ଚୟନ କରାଯାଇଛି। ଘର କରିବା ସମୟରେ ସଠିକ ଦିଗରେ ମନ୍ଦିର ଘର, ଶୋଇବା କୋଠରୀ, ଷ୍ଟୋର ରୁମ୍ ସମେତ ଖାଇବା ସ୍ଥାନ ହୋଇ ନ ଥିଲେ ଏହାର ଖରାପ ପ୍ରଭାବ ଘର ଉପରେ ପଡ଼ିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଦିଗକୁ ମୁହଁ କରି ଖାଦ୍ୟ ସେବନ କରିବା ଉଚିତ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।
ପୌରାଣିକ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ପ୍ରାୟତଃ ସମସ୍ତେ ବାସ୍ତୁକୁ ମାନି ଥାଆନ୍ତି। ତେଣୁ ବାସ୍ତୁ ଅନୁସାରେ ସର୍ବଦା ମୁହଁକୁ ପୂର୍ବ ଦିଗ କିମ୍ବା ପୂର୍ବ-ଉତ୍ତର ଦିଗକୁ କରି ଖାଇବା ଉଚିତ। ଏହି ଦିଗ ଦେବତାଙ୍କ ଦିଗ ବୋଲି ବିଶ୍ୱାସ ରହିଛି। ଏହି ଦିଗକୁ ମୁହଁ କରି ଖାଇଲେ ରୋଗବ୍ୟାଧି ଦୂର ହୋଇଥାଏ।
– ଦକ୍ଷିଣ ଦିଗକୁ ମୁହଁ କରି ଖାଇବାକୁ ଅଶୁଭ ମାନାଜାଇଥାଏ।ଏହାଦ୍ୱାରା ପାଚନଜନିତ ସମସ୍ୟା ଦେଖାଦେଇଥାଏ।
– ଦକ୍ଷିଣ ଦିଗକୁ ମୁହଁ କରି ଖାଇବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ମାନସମ୍ମାନ ହ୍ରାସ ହୋଇଥାଏ।
– ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ଖାଇବା ଦ୍ୱାରା ଭାଗ୍ୟ ଉଜ୍ଜଳ ହୋଇଥାଏ।
– ଖାଦ୍ୟ ଖାଇବା ପୂର୍ବରୁ ହାତ ମୁହଁ ଭଲ ଭାବରେ ଧୋଇବା ଆବଶ୍ୟକ। ଏହାଦ୍ଵାରା ଆୟୁ ବୃଦ୍ଧି ହୋଇଥାଏ।
– ଫାଟି ଯାଇଥିବା ବାସନରେ କେବେବି ଖାଦ୍ୟ ଖାଇବା ଉଚିତ ନୁହେଁ।ଏହାଦ୍ଵାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି ଓ ଘରକୁ ଦାରିଦ୍ର୍ୟତା ଗ୍ରାସ କରିଥାଏ।
– ଚେୟାରରେ ବସି ଖାଉଥିଲେ, କେବେବି ଗୋଡ଼ ହଲାନ୍ତୁ ନାହିଁ, ଏହାକୁ ଦୁର୍ଭାଗ୍ୟର କାରଣ ବୋଲି କୁହାଯାଏ।
– କେବେବି କାହା ଅଇଁଠା ବାସନରେ ଭୋଜନ କରିବା ଉଚିତ ନୁହେଁ।ଖାଦ୍ୟ ଖାଉଥିବା ପାତ୍ରକୁ ସର୍ବଦା ଭଲ ଭାବରେ ଧୋଇବା ଉଚିତ। କାରଣ ଅଇଁଠା ବାସନରେ ଖାଇଲେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି।
– ଖାଇବା ଟେବୁଲକୁ କେବେବି ଫାଙ୍କା ଛାଡ଼ନ୍ତୁ ନାହିଁ। ଉକ୍ତ ଟେବୁଲରେ କିଛି ନା କିଛି ରଖିବା ଦ୍ୱାରା ପରିବାରର ଉନ୍ନତି ହୋଇଥାଏ।