Excuse Me Odisha

ଯାହା କହିବୁ ସତ କହିବୁ

ଏହି ୪ ଗୋଟି ରାଶିର ଲୋକଙ୍କ ଜୀବନରେ ସମସ୍ତ ଦୁଃଖ ସମାପ୍ତ ହେବାକୁ ଯାଉଛି। ଭଗବାନ ଶନିଙ୍କ ଗୋଚର ଦ୍ଵାରା ହେବେ ଧନବାନ !

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହର ଗୋଚର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାନା ଯାଇଛି। କାରଣ ଏହି ଗ୍ରହ ସବୁଠାରୁ ଧୀର ଗତିରେ ଚଳନ କରିଥାଏ। ୨୦୨୨ ର ଏପ୍ରିଲ ୨୯ ତାରିଖ ଶନିଙ୍କ ଗୋଚର ହେବା ଯୋଗୁଁ ଧନୁ ରାଶିର ଲୋକଙ୍କୁ ଶନିଙ୍କର ସାଢେ଼ ସାତୀରୁ ମୁକ୍ତି ମିଳିଯିବ।ମୀନ ରାଶିର ଲୋକଙ୍କ ଉପରେ ଏହାର ପ୍ରଥମ ଚରଣ ଆରମ୍ଭ ହେବାକୁ ଯାଉଛି। ମିଥୁନ ଓ ତୁଳା ରାଶିର ଲୋକଙ୍କ ଉପରେ ଶନିଙ୍କ କୋପ ଦୃଷ୍ଟି ହଟିବାକୁ ଯାଉଛି।ସେହିପରି କର୍କଟ ଓ ବିଛା ରାଶିର ଲୋକଙ୍କ ଉପରେ ଶନିଙ୍କ କୋପ ଦୃଷ୍ଟି ପଡ଼ିବାକୁ ଯାଉଛି। ତେଣୁ ଏହି ସମୟରେ ଏହି ରାଶିର ଲୋକଙ୍କୁ ସତର୍କ ରହିବା ଉଚିତ।

ମେଷ ରାଶି :-

ଶନିଙ୍କ ଗୋଚର ଏହି ରାଶିର ଲୋକଙ୍କ ପାଇଁ ପାଇଁ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କୁ ଅଚାନକ ଧନଲାଭ ହେବାର ଯୋଗ ରହିଛି।ନୂତନ ଚାକିରି ମିଳିବାର ଯୋଗ ରହିଛି। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ମାନସମ୍ମାନ ପ୍ରାପ୍ତ ହେବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।

ବୃଷ ରାଶି :-

ଏହି ରାଶିର ଲୋକଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। କ୍ୟାରିୟରରେ ସଫଳତା ହାସଲ କରିବେ। ଆୟରେ ଯଥେଷ୍ଟ ପରିମାଣରେ ବୃଦ୍ଧି ହେବ।ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କୁ କେବେବି ଆର୍ଥିକ ଅଭାବର ସମ୍ମୁଖୀନ ହେବାକୁ ପଡିବ ନାହିଁ

ମିଥୁନ ରାଶି :-

ଶନି ଗ୍ରହର ଗୋଚର ଯୋଗୁଁ ଏହାର ଶୁଭ ପ୍ରଭାବ ଆପଣଙ୍କ ଉପରେ ପଡ଼ିବ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଆପଣ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି।ରୋଗଗ୍ରସ୍ତ ହୋଇଥିବା ଲୋକେ ଯନ୍ତ୍ରଣାରୁ ମୁକ୍ତି ପାଇବେ।

କନ୍ୟା ରାଶି :-

ଏହି ରାଶିର ଲୋକେ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।ଅଧିକ ଉପାର୍ଜନ କରିବାର ଅନେକ ପନ୍ଥା ଅନୁସରଣ କରିବେ। ଚାକିରି କ୍ଷେତ୍ରରେ ଆପଣଙ୍କର ଦରମା ବଢିପାରେ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ଦେଖି ପ୍ରସନ୍ନ ହେବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *