Excuse Me Odisha

ଯାହା କହିବୁ ସତ କହିବୁ

ଚୈତ୍ର ନବରାତ୍ରିରେ ପରିବର୍ତ୍ତନ ହେବାକୁ ଯାଉଛି ଗ୍ରହ ଚଳନ ।ଏହି ରାଶିର ଲୋକଙ୍କୁ ହେବ ବହୁତ ଫାଇଦା।

ସେୟାର୍ କରନ୍ତୁ

ଚୈତ୍ର ନବରାତ୍ରିର ୯ଦିନ ପର୍ଯ୍ୟନ୍ତ ବହୁତ ମହତ୍ତ୍ଵପୂର୍ଣ୍ଣ ମାନା ଯାଇଛି। ଜ୍ୟୋତିଷ ମାନଙ୍କ ମତରେ ଏହି ସମୟରେ ଗ୍ରହ ମାନଙ୍କ ଚଳନରେ ପରିବର୍ତ୍ତନ ଦେଖିବାକୁ ମିଳିବ। ଶନି ଓ ମଙ୍ଗଳ ଗ୍ରହ ଏହି ୯ଦିନରେ ଗୋଚର କରିବେ।

– ଚୈତ୍ର ନବରାତ୍ରିରେ ହେବ ବଡ଼ ପରିବର୍ତ୍ତନ।

– ଶନି ଓ ମଙ୍ଗଳ ଗ୍ରହ ମକର ରାଶିର ମିଳନ ହେବେ।

– ୩ଟି ରାଶିର ଲୋକଙ୍କୁ ମିଳିବ ବହୁତ ଫାଇଦା।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥିରୁ ହିନ୍ଦୁ ନବବର୍ଷ ଆରମ୍ଭ ହେବାକୁ ଯାଉଛି। ଏହିଦିନକୁ ଗୁଡ଼ି ପଡବା ମଧ୍ୟ କୁହାଯାଏ। ଏହିଦିନ ଚୈତ୍ର ନବରାତ୍ରିର ନବମ ଦିବସ ପାଳନ କରାଯାଏ। ଏହିଦିନ ଦେବୀ ଦୁର୍ଗାଙ୍କର ନବମ ସ୍ୱରୂପକୁ ପୂଜାର୍ଚ୍ଚନା କରାଯାଏ ଓ ଘଟ ସ୍ଥାପନ କରାଯାଏ।

ଘୋଡାରେ ଚଢ଼ି ଆସୁଛନ୍ତି ଦେବୀ ଦୁର୍ଗା :-

ଏହିବର୍ଷ ୨୦୨୨ର ଏପ୍ରିଲ ୨ ତାରିଖ ଶନିବାର ଦିନ ଚୈତ୍ର ନବରାତ୍ରି ଅର୍ଭ ହେବାକୁ ଯାଉଛି, ଯାହା ଏପ୍ରିଲ ୧୧ ତାରିଖ ଦିନ ସମାପ୍ତ ହେବ। ଏହି ୯ ଦିନରେ ଦେବୀ ଦୁର୍ଗାଙ୍କର ପ୍ରତ୍ୟେକ ସ୍ୱରୂପକୁ ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା କରାଯାଇଥାଏ। ମାଆ ଦୁର୍ଗାଙ୍କୁ ପୂଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବାସ କରିଥାଏ।ଏଥର ଦେବୀ ଦୁର୍ଗା ଘୋଡାରେ ସବାର ହୋଇ ଆଗମନ କରିବେ ଓ ମେଣ୍ଢା ଉପରେ ସବାର ହୋଇ ପ୍ରସ୍ଥାନ କରିବେ।କିନ୍ତୁ ଏହି ସମୟରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଗୋଚରରେ ପରିବର୍ତ୍ତନ ହୋଇଥିବାରୁ ଏହାର ପ୍ରଭାବ କିଛି ବିଶେଷ ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି।

ଏହି ରାଶିର ଲୋକଙ୍କ ପାଇଁ ବହୁତ ଖାସ୍ ରହିଛି ଏହି ନବରାତ୍ରି :-

ଚୈତ୍ର ନବରାତ୍ରିରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ଗ୍ରହ ବଦଳିବାକୁ ଯାଉଛି।ଜ୍ୟୋତିଷ ମାନଙ୍କ ମତରେ ନବରାତ୍ରିର ୯ ଦିନରେ ଶନି ଓ ମଙ୍ଗଳ ଗ୍ରହ ମକର ରାଶିରେ ଗୋଚର କରିବାକୁ ଯାଉଛନ୍ତି।ଏହି ଦୁଇଟି ଗ୍ରହ ପରସ୍ପରର ଶତ୍ରୁ ଅଟନ୍ତି। ତେଣୁ ଏହି ଦୁଇଟି ଗ୍ରହର ସଂଯୋଗ କର୍କଟ, କନ୍ୟା ଓ ଧନୁ ରାଶିର ଲୋକଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହେବ। ଏହି ସମୟରେ ଏହି ତିନୋଟି ରାଶିର ଲୋକଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। ମେଷ, ମକର ଓ କୁମ୍ଭ ରାଶିର ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। କ୍ୟାରିୟର ଓ ଚାକିରି କ୍ଷେତ୍ରରେ ଏମାନଙ୍କୁ ବହୁତ ଶୁଭ ଫଳ ପ୍ରାପ୍ତି ହେବ।

ଚୈତ୍ର ନବରାତ୍ରି କଳସ ସ୍ଥାପନାର ଶୁଭ ମୂହୁର୍ତ୍ତ :-

ଚୈତ୍ର ନବରାତ୍ରି ପାଇଁ ଘଟ ସ୍ଥାପନାର ଶୁଭ ମୂହୁର୍ତ୍ତ ହେଉଛି ଏପ୍ରିଲ ମାସ ୨ ତାରିଖ ଶନିବାର ସକାଳ ୬:୧୦ ଘଟିକାରୁ ୮:୩୧ ଘଟିକା ପର୍ଯ୍ୟନ୍ତ ରହିଛି।ଅର୍ଥାତ ଘଟ ସ୍ଥାପନା ପାଇଁ ସମୁଦାୟ ୨ ଘଣ୍ଟା ୨୧ ମିନିଟ ସମୟ ରହିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *