Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରୀ ଆରମ୍ଭ… ଭୁଲରେ ବି ମାଙ୍କୁ ଅର୍ପଣ କରନ୍ତୁ ନାହିଁ ଏହି ୪ଟି ଜିନିଷ ! ଘରକୁ ଆସିଥାଏ ଗରିବୀ ! ମା ଲକ୍ଷ୍ମୀ ଛାଡିଦିଅନ୍ତି ସାଥ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନବରାତ୍ରୀରେ ଭୁଲରେ ମାଙ୍କୁ ବି ଅର୍ପଣ କରନ୍ତୁ ନାହିଁ ଏହି୪ ଟି ଜିନିଷ। ଘରକୁ ଆସିଥାଏ ଗରିବୀ। ମା ଲକ୍ଷ୍ମୀ ଛାଡିଦିଅନ୍ତି ସାଥ।

ବର୍ଷରେ ଦୁଇଥର ଆମେ ବହୁତ ଧୁମଧାମରେ ନବରାତ୍ରୀ ପାଳନ କରିଥାଉ। ଥରେ ଚୈତ୍ର ମାସରେ ଦ୍ଵିତୀୟରେ ଶାରଦୀୟ ନବରାତ୍ରୀ। ପୁରା ଦେଶରେ ଶ୍ରଦ୍ଧାର ସହିତ ପାଳନ କରାଯାଏ। ଏହି ଥର ଚୈତ୍ର ନବରାତ୍ରୀ ୧୩ ଏପ୍ରିଲରୁ ଆରମ୍ଭ ହେବ ଏହାର ସମାପ୍ତ ୨୧ ଏପ୍ରିଲରେ ହେବ। ନବରାତ୍ରୀରେ ପୁରା ୯ ଦିନ ପର୍ଯ୍ୟନ୍ତ ସବୁଆଡେ ଭକ୍ତିରେ ମାହଲ ରହିଥାଏ। ନବରାତ୍ରୀରେ ୯ ଦିନ ପର୍ଯ୍ୟନ୍ତ ମା ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଏମିତି କେଉଁ ଜିନିଷ ଅଛି ନିଶ୍ଚୟ ଅର୍ପଣ କରିବା ଉଚିତ ଏବଂ କେଉଁ ଜିନିଷ ଅଛି ଯାହା ଭୁଲରେ ବି ଅର୍ପଣ କରିବା ଉଚିତ ନୁହେଁ।

ନବରାତ୍ରୀ ଆରମ୍ଭ ହେବାର ଗୋଟେ ଦିନ ପୂର୍ବରୁ ଆପଣ ନିଜର ଘରକୁ ଭଲ ଭାବରେ ସଫା କରିନିଅନ୍ତୁ କାରଣ ମାନ୍ୟତା ଅଛି ନବରାତ୍ରୀ ଗୋଟେ ଦିନ ପୂର୍ବରୁ ମା ଦୁର୍ଗା ଘରକୁ ଆସିଥାନ୍ତି। ଏହି ଦିନର ଆରମ୍ଭ ହସ ଖୁସିରେ ଆରମ୍ଭ କରିବେ ତ ପୁରା ବର୍ଷ ହସ ଖୁସିରେ ବ୍ୟତୀତ କରିବେ। ମା ଦୁର୍ଗାଙ୍କ ଆଗମନ ଖୁବ ଧୁମଧାମରେ କରାଯାଏ ଏହା ସହିତ ନିଜ ଘରର ମୁଖ୍ୟ ଦ୍ଵାରକୁ ଭଲ ଭାବରେ ସଫା କରିନିଅନ୍ତୁ।

ଖାସ କରି ୯ ଦିନ ପର୍ଯ୍ୟନ୍ତ ନିୟମିତ ଭାବରେ ଘରର ମୁଖ୍ୟ ଦ୍ଵାରକୁ ପାଣି ଝାଡୁ କରିବା ପୂର୍ବରୁ ପାଣିରେ ଧୋଇ ଦିଅନ୍ତୁ କାରଣ ଏଥିରେ ଲୋକେ ସିଦ୍ଧିକୁ ପ୍ରାପ୍ତ କରିବା ପାଇଁ ଯାଦୁ ମନ୍ତ୍ର ବି କରିଥାନ୍ତି। ଏହା ପରେ ଆମ୍ବ ପତ୍ରର ମାଳା ଘରର ମୁଖ୍ୟ ଦ୍ୱାରରେ ବାନ୍ଧି ଦିଅନ୍ତୁ। ଏହି ମାଳାକୁ ୧୫ ଦିନ ପର୍ଯ୍ୟନ୍ତ ରଖିବେ। ଏହା ସହିତ ଘରର ମୁଖ୍ୟ ଦ୍ୱାର ସାମ୍ନାର ଉପରେ ସ୍ୱସ୍ତିକ କିମ୍ବା ଓଁ ର ମଙ୍ଗଳ ଚିହ୍ନ ବନାନ୍ତୁ ହଳଦୀରେ କିମ୍ଵା କୁମକମରେ ନଚେତ ଘିଅ କିମ୍ବା ସୋରିଷ ତେଲରେ ସିନ୍ଦୁର ମିଶେଇ ବି ବନେଇ ପାରିବେ। ଏହି ଚିହ୍ନ ଶୁକ୍ରକୁ ଭଲ କରିଥାଏ ଜୀବନରେ ସକରାତ୍ମକ ଉର୍ଜା ଆଣିଥାଏ। ସବୁ ପ୍ରକାରର ନେଗେଟିଭ ଉର୍ଜାକୁ ଦୂର କରିଥାଏ।

ଯେବେ ଆପଣ ଘରେ କଳସ ସ୍ଥାପନା କରିବେ ସେତେବେଳେ ପ୍ରଥମେ ଲାଲ କପଡା ବିଛାଇ ଦେବେ ମାଙ୍କୁ ଖାଲି ଭୂମି ଉପରେ ସ୍ଥାପନା କରିବେ ନାହିଁ। ଉତ୍ତର-ପୂର୍ବ ଦିଗରେ କଳସ ସ୍ଥାପନା କରିବେ। କଳସ ରଖିବା ପୂର୍ବରୁ ସେହି ସ୍ଥାନରେ ପ୍ରଥମେ ବାଲୀ ରଖନ୍ତୁ ଏହାର ଉପରେ କଳସରେ ଜଳ ଭରି ରଖନ୍ତୁ ଏହା ଭିତରେ ଗୋଟେ ସୁପାରି ନିଶ୍ଚୟ ପକେଇବେ ଏହା ସହିତ ଗୋଟେ କଏନ ନିଶ୍ଚୟ ପକେଇଦିଅନ୍ତୁ। ଏହାର ଉପରେ ଆମ୍ବ ଡାଳ ହେଉ କିମ୍ବା ଅଶୋକ ଡାଳ ରଖନ୍ତୁ ଏହି ଡାଳରେ ୫ ଟି ପତ୍ର ରହିବା ନିହାତି ଜରୁରୀ।

ଏହାର ଉପରେ ସୂତା ବାନ୍ଧି ଦିଅନ୍ତୁ ଆଉ ସେହି କଳସ ଉପରେ ଜଟା ଥିବା ନଡ଼ିଆ ରଖିଦିଅନ୍ତୁ। ନଡ଼ିଆରେ ଆପଣ ଚୁନେରୀ କିମ୍ବା ଲାଲ ସୂତା ଗୋଡ଼ାଇ ଦିଅନ୍ତୁ ତା ଉପରେ ସିନ୍ଦୁର ଲଗେଇ ଦିଅନ୍ତୁ କିମ୍ବା ସିନ୍ଦୁରରେ ସୁମଙ୍ଗଳ ଚିହ୍ନର ପ୍ରତୀକ ବନେଇ ଦିଅନ୍ତୁ। ଏହାର ସାମ୍ନାରେ ଏକ ଅଖଣ୍ଡ ଦୀପ ଜଳେଇ ଦିଅନ୍ତୁ। ଯଦି ଅଖଣ୍ଡ ଦୀପ ଜାଳିବା ସମ୍ଭବ ନୁହେଁ ତ ସକାଳ ସନ୍ଧ୍ୟା ସମୟରେ ଦୀପ ନିଶ୍ଚୟ ଜଳାନ୍ତୁ। ଏହା ଦ୍ବାରା ମାଙ୍କ କୃପା ଆପଣଙ୍କ ଉପରେ ବର୍ଷିବ

ଏହି ବର୍ଷ ନବରାତ୍ରୀ ବହୁତ ଦୁର୍ଲଭ ମହାସଂଯୋଗରେ ଆସିଛି। ଏଥିପାଇଁ ପୂଜାପାଠ ନିଶ୍ଚୟ କରନ୍ତୁ। ନବରାତ୍ରୀରେ ମା ଦୁର୍ଗାଙ୍କ ଉପାସନାର ଉତ୍ସ୍ୟବ ପାଳନ କରାଯାଏ ଏହାକୁ ଶକ୍ତିର ଉପାସନା କୁହାଯାଏ। ଏହା ମଙ୍ଗଳବାର ଦିନ ଠାରୁ ଆରମ୍ଭ ହେଉଛି ତ ଏମିତିରେ ଏହିଥର ମା ଦୁର୍ଗାଙ୍କର ଆଗମନ ଘୋଡା ଉପରେ ହେବ। ଦେବୀଙ୍କ ପ୍ରସ୍ଥାନ କାନ୍ଧ ଉପରେ ହେବ। ଯଦି ଆପଣ ନବରାତ୍ରୀର ମା ଦୁର୍ଗାଙ୍କ ପୂଜା କରନ୍ତି ତ ଆପଣ ଏହି ନିୟମର ପାଳନ ନିଶ୍ଚୟ କରିବେ।

ମନ୍ଦିର ଯାଆନ୍ତୁ କି ନଯାନ୍ତୁ ଘରେ ପୂଜା କରି ପାରିବେ ଏବଂ ଘରେ ଯେତେବେଳେ ମାଙ୍କର ପୂଜା କରିବେ ତ ଘରେ ସଫା ସୁତରାର ଘରେ ବିଶେଷ ଧ୍ୟାନ ରଖନ୍ତୁ। ସ୍ୱାତିକ ଭଜନ ଗ୍ରହଣ କରନ୍ତୁ। ଘରେ କଳି ଝଗଡା ବିଲକୁଲ ବି କରନ୍ତୁ ନାହିଁ ଏହା ସହିତ ବଡ଼ ମାନଙ୍କର ସମ୍ମାନ କରନ୍ତୁ ଉଚ୍ଚ ସ୍ୱରରେ କଥା କୁହନ୍ତୁ ନାହିଁ। ଏହା ସହିତ ରସୁଣ ପିଆଜ ମଦ ମାଂସର ସେବନ କରନ୍ତୁ ନାହିଁ। ମାଙ୍କୁ ନିଜର ହାତରେ ପ୍ରସ୍ତୁତ ପ୍ରସାଦ ଅର୍ପଣ କରନ୍ତୁ।

ସକାଳ ସନ୍ଧ୍ୟାରେ ମାଙ୍କ ନାମରେ ଘିଅର ଦୀପ ଜଳାନ୍ତୁ ଲାଲ ରଙ୍ଗର ବାତୀ ହେବ ଏବଂ ଦୁଇଟି ଲବଙ୍ଗ ନିଶ୍ଚୟ ପକେଇବେ।

ଗରିବଙ୍କୁ ନିଶ୍ଚୟ ଖାଇବାକୁ ଦିଅନ୍ତୁ। ତାମସିକ ଭଜନ ବିଲକୁଲ ବି ଗ୍ରହଣ କରନ୍ତୁ ନାହିଁ।

ଏହି ଦିନ ମାନଙ୍କରେ ନଖ କେଶ କାଟିବେ ନାହିଁ। ଦାଢ଼ି ବି ଶେଭିଂ ହେବେ ନାହିଁ। କାହାରିକୁ ଗାଳି କରିବେ ନାହିଁ। ମନକୁ ଖରାପ ଚିନ୍ତା ଆଣିବାକୁ ଦେବେନାହିଁ। ସମ୍ପୂର୍ଣ୍ଣ ଭାବେ ବ୍ରହ୍ମଚାରୀ ବ୍ରତ ପାଳନ କରିବା ଆବଶ୍ୟକ ଅଟେ

ଏହି ବର୍ଷ ନବରାତ୍ରୀ ସର୍ବସିଦ୍ଧି ଯୋଗ ଏବଂ ଅମୃତସିଦ୍ଧି ଯୋଗ ବନୁଅଛି ତ ଏହି ଶୁଭ ମୁହୂର୍ତ୍ତରେ ଆପଣ ଘଟ ସ୍ଥାପନା କରନ୍ତୁ। ଘଟ ସ୍ଥାପନାର ଶୁଭ ମୁହୂର୍ତ୍ତ ମଙ୍ଗଳବାର୧୩ ଏପ୍ରିଲ ସକାଳ ୫:୨୮ ରୁ ସକାଳ ୧୦:୧୪ ମିନିଟ ପର୍ଯ୍ୟନ୍ତ। ୪ ଘଂଟା ୧୫ ମିନିଟ ପର୍ଯ୍ୟନ୍ତ ରହିଛି। ଘଟ ସ୍ଥାପନର ଦ୍ୱିତୀୟ ଶୁଭ ମୁହୂର୍ତ୍ତ ସକାଳ ୧୧:୫୬ ମିନିଟରୁ ଦିପ୍ରହର ୧୨:୪୭ ମିନିଟ ପର୍ଯ୍ୟନ୍ତ। ଅମୃତ ସିଦ୍ଧି ଯୋଗ ଯାହା ଏହି ଦିନ ସକାଳ ୧୧:୫୬ ମିନିଟରୁ ଦିପ୍ରହର ୨:୨ ମିନିଟ ପର୍ଯ୍ୟନ୍ତ ରହିବ। ସର୍ବ ସିଦ୍ଧି ଯୋଗ ସକାଳ ୬:୧୧ ମିନିଟରୁ ଦିପ୍ରହର ୨:୧୯ ମିନିଟ ପର୍ଯ୍ୟନ୍ତ ରହିବ। ଦୁଇଟି ଯାକ ଏକା ସହିତ ଚାଲିବ।

ମାଙ୍କୁ ବେଲ ପତ୍ର ନିଶ୍ଚୟ ଅର୍ପଣ କରିବେ। ମନସ୍କାମନା ପୂରଣ ହେବ।

ମାନ୍ୟତା ଅନୁସାରେ ନବରାତ୍ରିରେ ଲେମ୍ବୁ କାଟିବା ଉଚିତ ନୁହେଁ।

ମାଙ୍କୁ ତୁଳସୀ ପତ୍ର ଅର୍ପଣ କରାଯାଏ ନାହିଁ।

ଆମ୍ବଲା ଫଳ କେବେବ ମାଙ୍କ ଭୋଗରେ ଅର୍ପଣ କରିବେ ନାହିଁ।

ଦୁବ ମଧ୍ୟ ମାଙ୍କୁ ଭୁଲରେ ବି ଅର୍ପଣ କରିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *