Excuse Me Odisha

ଯାହା କହିବୁ ସତ କହିବୁ

ପତି ଓ ପତ୍ନୀଙ୍କ ମଧ୍ୟରେ ପ୍ରେମ ବୃଦ୍ଧି କରିଥାଏ ମନ୍ଦାରିନ ବତକ ! ଘରର ଏହି ଦିଗରେ ରଖନ୍ତୁ,ଆଉ ଦେଖନ୍ତୁ ଚମତ୍କାର !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ବାସ୍ତୁ ଶାସ୍ତ୍ର ଅନୁସାରେ, ସକରାତ୍ମକ ଉର୍ଜା ଉପରେ ଅଧିକ ଗୁରୁତ୍ବ ଦିଆଯାଇଥାଏ। ପ୍ରତ୍ୟେକ କାର୍ଯ୍ୟରେ ସକରାତ୍ମକ ଗୁଣ ବା ଚିନ୍ତାଧାରାର ଅଭାବ ରହିଲେ ସମସ୍ୟା ସୃଷ୍ଟି ହୋଇଥାଏ। ପ୍ରାୟତଃ ସମସ୍ତଙ୍କ ମନରେ ବିବାହକୁ ନେଇ ଅନେକ ସ୍ବପ୍ନ ରହିଥାଏ।

ଉତ୍ତମ ଜୀବନସାଥୀ ପାଇବା ପାଇଁ ସମସ୍ତେ ଇଛା ରଖିଥାନ୍ତି। ପତି ଓ ପତ୍ନୀଙ୍କ ସମ୍ପର୍କରେ ସର୍ବଦା ସକରାତ୍ମକ ଭାବନା ରହିବା ନିହାତି ଜରୁରୀ ଅଟେ। ଆଜିକାଲି ପତି ଓ ପତ୍ନୀଙ୍କ ମଧ୍ୟରେ ଝଗଡା ହେବା ଏକ ସାଧାରଣ କଥା ଅଟେ। ତେବେ ବିବାଦ ଯଦି ଥମିବା ବଦଳରେ ବଢିବାକୁ ଲାଗିଲା ଏହା ଚିନ୍ତାର କାରଣ ହୋଇଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପତି ଓ ପତ୍ନୀଙ୍କ ସମ୍ପର୍କରେ ମଧୁରତା ଆଣିବା ପାଇଁ ବାସ୍ତୁ ଶାସ୍ତ୍ରର ସାହାଯ୍ୟ ମଧ୍ୟ ନିଆ ଯାଇଥାଏ। ପତି ଓ ପତ୍ନୀଙ୍କ ମଧ୍ୟରେ ପ୍ରେମର ସମ୍ପର୍କ ଗଢ଼ି ଉଠିବା ପାଇଁ ମଧୁରତା ବୃଦ୍ଧି କରିବା ପାଇଁ ମନ୍ଦାରିନ ବତକର ବ୍ୟବହାର କରାଯାଏ। ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ ମନ୍ଦାରିନ ବତକ ଘରର କେଉଁ ଦିଗରେ ରଖିଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।

ମନ୍ଦାରିନ ବତକର ମହତ୍ତ୍ୱ :-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନ୍ଦାରିନ ବତକକୁ ସଚ୍ଚୋଟ ପ୍ରେମ, ସମର୍ପଣ ଓ ତ୍ୟାଗର ପ୍ରତୀକ ବୋଲି କୁହାଯାଇଥାଏ। ଏହି ମନ୍ଦାରିନ ବତକ ଯୋଡି ମଧ୍ୟରେ ଗୋଟେ ପୁରୁଷ ଓ ଅନ୍ୟ ଗୋଟେ ସ୍ତ୍ରୀ ବତକ ହୋଇଥାଏ।

ଘରେ ମନ୍ଦାରିନ ବତକ ରଖିବାର ଫାଇଦା :-

– ଫେଙ୍ଗ ସୁଇ ଅନୁସାରେ ମନ୍ଦାରିନ ବତକର ମୂର୍ତ୍ତି ଘରେ ରହିବା ଦେରା ପାର୍ଟନରଙ୍କ ମଧ୍ୟରେ ପ୍ରେମ ଓ ମଧୁର ସଂପର୍କ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।ଅବିବାହିତ ବା ପ୍ରେମୀ ଯୁଗଳଙ୍କ ମତଭେଦ ଦୂର କରିଥାଏ।

– ମନ୍ଦାରିନ ବତକ ମୂର୍ତ୍ତି ଘରକୁ ଆଣି ତାର ବେକରେ ଲାଲ ସୁତା ବାନ୍ଧି ଘରେ ରଖନ୍ତୁ। ଦେଖିବେ ଆପଣଙ୍କ ବୈବାହିକ ଜୀବନ ଅତ୍ୟନ୍ତ ସୁଖମୟ ହେବ।

ଏଠାରେ ରଖନ୍ତୁ ମନ୍ଦାରିନ ବତକ :-

– ଜୀବନରେ ପ୍ରେମ ଓ ମଧୁର ସଂପର୍କ ସୁଦୃଢ ହେବା ପାଇଁ ଭରିବା ଶୋଇବା କୋଠରୀରେ ମନ୍ଦାରିନ ବତକର ମୂର୍ତ୍ତି ଆଣି ରଖନ୍ତୁ। ଏହାକୁ ଶୋଇବା କୋଠରୀର ଦକ୍ଷିଣ-ପଶ୍ଚିମ ଦିଗରେ ରଖିବା ଉଚିତ।

– ଅବିବାହିତ ଥିବା ଲୋକେ ନିଜ ଶୋଇବା କୋଠରୀରେ ମନ୍ଦାରିନ ବତକ ଆଣି ରଖିଲେ, ଖୁବ୍ ଶୀଘ୍ର ସେମାନଙ୍କର ବିବାହ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *