ନବରାତ୍ରୀ ଆସିବା ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି ଗୋଟିଏ ଜିନିଷ,ଘରେ ହେବ ଟଙ୍କାର ବର୍ଷା !
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନବରାତ୍ରୀ ଆସିବା ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି ୧ ଜିନିଷ ଘରେ ହେବ ଟଙ୍କାର ବର୍ଷା।
ନବରାତ୍ରୀରେ ନେଇ ଆସନ୍ତୁ ଏହି ୧ ଜିନିଷ ଏତେ ପଇସା ଆସିବ ଯେ ସମ୍ଭାଳି ପାରିବେ ନାହିଁ। ଗାଡି ବଙ୍ଗଳା ମିଳିବ ସବୁକିଛି। ଏହି ଜିନିଷ ନବରାତ୍ରୀରେ ଘରକୁ ଆଣିଲେ ମାଙ୍କ କୃପା ବର୍ଷା ହେବ ଏବଂ ମାଙ୍କ କୃପାରୁ ଜୀବନରେ ଖୁସି ହିଁ ଖୁସି ଆସିବ। କଷ୍ଟ ଦୂର ହୋଇଥାଏ ଅପାର ଧନର ବର୍ଷା ହୋଇଥାଏ।
ହିନ୍ଦୁ ଧର୍ମରେ ଚୈତ୍ର ମାସର ପ୍ରତିପଦା ତିଥିରେ ନବରାତ୍ରୀ ଆରମ୍ଭ ହୋଇଯାଏ। ଏହି ୯ ଦିନ ଆଦିଶକ୍ତି ମା ଦୁର୍ଗାଙ୍କୁ ସମର୍ପଣ ଅଟେ। ଏହି ବର୍ଷ ଚୈତ୍ର ନବରାତ୍ରୀ ପୁରା ୯ ଦିନ ହେବ। ଏହି ୯ ଦିନରେ ମାଙ୍କର ଅଲଗା ଅଲଗା ସ୍ୱରୂପକୁ ପୂଜା କରାଯାଏ। ନବରାତ୍ରୀର ପ୍ରତିଦିନ ବହୁତ ଖାସ ହୋଇଥାଏ କିନ୍ତୁ ନବରାତ୍ରୀର ମହା ଅଷ୍ଟମୀ ଏବଂ ମହା ନବମୀକୁ ଭକ୍ତମାନେ ବହୁତ ଅପେକ୍ଷା କରି ବସିଥାନ୍ତି। କାରଣ ଏହିଦିନ କନ୍ୟା ପୂଜା କରାଯାଏ। ଏହି ବର୍ଷ ମହା ଅଷ୍ଟମୀ ୯ ଏପ୍ରିଲ ଏବଂ ମହା ନବମୀ ୧୦ ଏପ୍ରିଲକୁ ହୋଇଥାଏ।
୧୦ ଏପ୍ରିଲକୁ ରାମ ନବମୀ ପାଳନ କରାଯିବ। ମା ଆଦିଶକ୍ତି ଦୁର୍ଗା ସୁଖ ସୁବିଧା ଧନ ସମ୍ପତ୍ତି ପ୍ରଦାନ କରିବେ। ମା ନିଜର ଭକ୍ତଙ୍କର ସବୁ କଷ୍ଟକୁ ଦୂର କରି ମନ ପସନ୍ଦର ବର ପ୍ରଦାନ କରିଥାନ୍ତି। ଏହି ଦିନ ମାଙ୍କ କୃପା ପ୍ରାପ୍ତ କରିବା ପାଇଁ ବହୁତ ଖାସ ମାନାଯାଏ। ଏହି ବର୍ଷ ଚୈତ୍ର ନବରାତ୍ରୀର ବହୁତ ଦୁର୍ଲଭ ସଂଯୋଗ ନେଇ ଆସୁଛି ଆଉ ମାଙ୍କ ପୂଜା କଲେ ବହୁତ ଗୁଣା ପୁଣ୍ୟ ମିଳିବ। ଅନେକ ଭକ୍ତ ମାଙ୍କର ୯ ଦିନ ବ୍ରତ ରଖିଥାନ୍ତି ତ ଅନେକ ଭକ୍ତ ଗୋଟେ ଦିନ ମଧ୍ୟ ଉପବାସ କରିଥାନ୍ତି। ମାନ୍ୟତା ଅଛି ମାଙ୍କର ନୀତିନିୟମରେ ପୂଜା କଲେ ମା ଆଦି ଶକ୍ତି ଦୁର୍ଗାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଭକ୍ତଙ୍କର ମନସ୍କାମନା ପୂରଣ ହୋଇଥାଏ।
ମା ଦୁର୍ଗା ନବରାତ୍ରୀରେ ୯ ଦିନ ପର୍ଯ୍ୟନ୍ତ ଧରତୀ ଉପରେ ଭ୍ରମଣ କରିଥାନ୍ତି। ନବରାତ୍ରୀରେ ମାଙ୍କୁ ପ୍ରସନ୍ନ କରିବା ପାଇଁ ମାଙ୍କର ପୂଜା କରିଥାଉ । ଏହା ସହିତ ଏହି ନବରାତ୍ରୀରେ ଘରକୁ କିଛି ଜିନିଷ ଅବଶ୍ୟ ଆଣିବା ଉଚିତ। ଶାସ୍ତ୍ରରେ ଏମିତି କିଛି ଜିନିଷ କୁହାଯାଇଛି ଯାହା ମାଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। ମାଙ୍କର ଭକ୍ତ ଯଦି ଏହି ଜିନିଷ ମଧ୍ୟରୁ କୌଣସି ଗୋଟିଏ ଜିନିଷ ଘରକୁ ନେଇ ଆସିବେ ତ ମା ସେହି ଭକ୍ତଙ୍କ ଘରକୁ ଦୌଡ଼ି ଚାଲି ଆସନ୍ତି ଆଉ ମାଙ୍କ କୃପାରୁ ଘରେ କାହାରିକୁ କୌଣସି ପ୍ରକାରର କଷ୍ଟ ହୋଇନଥାଏ। ମା ତାଙ୍କ ଘରେ ଧନର ଭଣ୍ଡାର ଭରି ଦିଅନ୍ତି। ଘରେ ଗରିବୀ ଦରିଦ୍ରତା ଦୂର ହୋଇଯିବ। ମାଙ୍କ କୃପାରୁ ଘରେ ସର୍ବଦା ହସ ଖୁସିରେ ଭରିଯିବ। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ ବିଷୟରେ।
ନବରାତ୍ରୀରେ ମାଙ୍କୁ ଷୋଳ ସିଙ୍ଗାର ନିଶ୍ଚୟ ଅର୍ପଣ କରିବା ଉଚିତ। ଷୋଳ ସିଙ୍ଗାରରେ ଲାଲ ଚୁଡ଼ି ଚୁନେରୀ ବିନ୍ଦି ସିନ୍ଦୁର ମେହେନ୍ଦୀ କାଜଲ ନେଲପଲିସ ମଙ୍ଗଳସୁତ୍ର କିମ୍ବା ଗଳାରେ ମାଳା ପାଉଁଜି କାନରେ ଫୁଲ କେଶରେ ଲଗାଉଥିବା ରବର ଆଦି ଏହା ବ୍ୟତୀତ ମାଙ୍କୁ ଲାଲ ଶାଢ଼ୀ ମଧ୍ୟ ଅର୍ପଣ କରିପାରିବେ। ମାଙ୍କୁ ସିଙ୍ଗାର ଅର୍ପଣ କରିବା ପାଇଁ ମା ଦୁର୍ଗାଙ୍କୁ ସ୍ଥାପିତ କରିବା ପାଇଁ ଏକ ଚୌକି ରଖନ୍ତୁ ତାହା ଉପରେ ଭୁଲରେ ବି କାଗଜ ବିଛେଇବେ ନାହିଁ ଲାଲ କିମ୍ବା ହଳଦିଆ ରଙ୍ଗର କପଡା ବିଛେଇ ଦିଅନ୍ତୁ ଏହା ଉପରେ ମାଙ୍କ ଫୋଟ ମା ମୂର୍ତି ରଖିଦିଅନ୍ତୁ ଏହା ପରେ ମାଙ୍କୁ ଟୀକା ଲଗାନ୍ତୁ ଆଉ ସିଙ୍ଗାରର ସବୁ ଜିନିଷ ଅର୍ପଣ କରନ୍ତୁ।
ମାନ୍ୟତା ଅନୁସାରେ ନବରାତ୍ରୀରେ ମାଙ୍କୁ ଯିଏବି ଷୋଳ ସିଙ୍ଗାର ଅର୍ପଣ କରିଥାଏ ତାଙ୍କ ଘରେ ସୁଖ ସମୃଦ୍ଧି ଆସିଥାଏ ଏବଂ ଅଖଣ୍ଡ ସୌଭାଗ୍ୟର ବରଦାନ ପ୍ରାପ୍ତ ହୋଇଥାଏ। ଜିଏବି ମାଙ୍କୁ ଷୋଳ ସିଙ୍ଗାର ଅର୍ପଣ କରିବ ସେହି ମହିଳାଙ୍କୁ ବି ଷୋଳ ସିଙ୍ଗାର ହୋଇ ସଜେଇ ହେବାକୁ ପଡ଼ିବ ଏମିତି କରିଲେ ମା ଶୀଘ୍ର ହିଁ ପ୍ରସନ୍ନ ହୋଇଯାନ୍ତି ଏବଂ ଅଖଣ୍ଡ ସୌଭାଗ୍ୟର ବରଦାନ ପ୍ରାପ୍ତ ହୋଇଥାଏ। ନବରାତ୍ରୀରେ ସୁହାଗିନୀ ବ୍ରାହ୍ମଣ ଗରିବ ମହିଳାଙ୍କୁ ଷୋଳ ସିଙ୍ଗାର ଦାନ ମଧ୍ୟ କରିପାରିବେ।
ନବରାତ୍ରୀରେ ସୁନା କିମ୍ବା ରୂପାର କଏନ ମଧ୍ୟ ଘରକୁ ଆଣିବାକୁ ବହୁତ ଶୁଭ ବୋଲି ମାନାଯାଏ। ନବରାତ୍ରୀରେ ସୁନା କିମ୍ବା ରୂପାର କଏନ ଆଣନ୍ତୁ ଆଉ ତାହାକୁ ମାଙ୍କ ଚୌକି ପାଖରେ ମାଙ୍କ ପାଖରେ ରଖନ୍ତୁ ଏବଂ ନବରାତ୍ରୀର ୯ ଦିନ ପର୍ଯ୍ୟନ୍ତ ଏହି କଏନକୁ ବି ପୂଜା କରନ୍ତୁ ଏହା ଦ୍ବାରା ମା ଲକ୍ଷ୍ମୀଙ୍କର ବି କୃପା ପ୍ରାପ୍ତ ହୋଇଥାଏ ଏବଂ ଗରିବୀ ଦୂର ହୋଇଥାଏ। ନବରାତ୍ରୀର ୯ ଦିନ ପରେ ଏହି କଏନକୁ ନିଜର ଆଲମାରୀରେ ରଖିଦିଅନ୍ତୁ କିମ୍ବା ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏମିତି କରିଲେ ଘରେ ଧନ ସମ୍ପତ୍ତିର ବୃଦ୍ଧି ହୋଇଥାଏ।
ନବରାତ୍ରୀରେ ଘରକୁ ପଦ୍ମ ଫୁଲ ଆଣିବା ବହୁତ ଶୁଭ ମାନାଯାଏ। ଧନର ଦେବୀ ମାଲକ୍ଷ୍ମୀ ପଦ୍ମ ଫୁଲ ଉପରେ ବିରାଜମାନ କରିଥାନ୍ତି। ନବରାତ୍ରୀରେ ପଦ୍ମ ଫୁଲ ଆଣି ମା ଲକ୍ଷ୍ମୀଙ୍କୁ ଅର୍ପଣ କରିବେ ଏବଂ ପୂଜା କରିବେ। ଏହା ଦ୍ବାରା ଘରେ ଧନ ସମ୍ପତ୍ତିର ବୃଦ୍ଧି ହୋଇଥାଏ ଆଉ ପରିବାର ସହିତ ବି ଭଲ ସମ୍ପର୍କ ରହିଥାଏ। ଯଦି ପଦ୍ମ ଫୁଲ ନମିଳେ ତ ଗୋଟେ ପଦ୍ମ ଫୁଲର ଚିତ୍ର ମଧ୍ୟ ଆଣିପାରିବେ ଏବଂ ତାହାକୁ ଘରର ଉତ୍ତର ଦିଗରେ ଲଗେଇ ଦେବେ ଆଉ ମା ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରନ୍ତୁ ତାଙ୍କର କୃପା ବନି ରହୁ ଏମିତି କରିଲେ ଘରେ ଅନ୍ନ ଧନର କେବେବି କମି ହେବ ନାହିଁ।
ନବରାତ୍ରୀରେ ଘରକୁ ଦକ୍ଷିଣାବତୀ ଶଙ୍ଖ ନିଶ୍ଚୟ ଆଣି ସ୍ଥାପିତ କରିବାକୁ ଶୁଭ ମାନାଯାଏ। ଶାସ୍ତ୍ରରେ ଦକ୍ଷିଣା ବତୀ ଶଙ୍ଖକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନାଯାଏ। ମାନ୍ୟତା ଅନୁସାରେ ଏହି ଶଙ୍ଖ ଯେଉଁ ଘରେ ଥାଏ ତାଙ୍କ ଘରେ କେବେବି ଧନ ସମ୍ପତିର ଅଭାବ ରହିନଥାଏ। ଭଗବାନ ବିଷ୍ଣୁଙ୍କର କୃପାବି ଏମିତି ଘରେ ସର୍ବଦା ବନି ରହିଥାଏ। ଘରେ କୌଣସି ପ୍ରକାରର ନକରାତ୍ମକ ଶକ୍ତି ପ୍ରବେଶ କରିପାରିନଥାଏ। ଏହାର ପ୍ରଭାବରେ ଦୁର୍ଘଟଣା ମୃତ୍ୟୁ ଚୋରି ଆଦି ହୋଇନଥାଏ। ମା ଲକ୍ଷ୍ମୀଙ୍କୁ ସ୍ଥାୟୀ ଭାବରେ ରଖିବା ପାଇଁ ଏହି ଶଙ୍ଖ ନିଶ୍ଚୟ ରଖନ୍ତୁ। ଏହାର ପ୍ରଭାବରେ ରୋଗ ଦରିଦ୍ରତା ସବୁ ଦୂର ହୋଇଥାଏ। ସବୁ ପ୍ରକାରର ସୁଖ ଆସିଥାଏ।
ନବରାତ୍ରୀରେ ମାଙ୍କ ପୂଜାରେ କଉଡ଼ି ନିଶ୍ଚୟ ବ୍ୟବହାର କରନ୍ତୁ। ଧର୍ମ ଶାସ୍ତ୍ର ଅନୁସାରେ ମା ଲକ୍ଷ୍ମୀ ସମୁଦ୍ରରୁ ଉତ୍ପନ ହୋଇଥିଲେ ଆଉ କଉଡ଼ି ବି ସମୁଦ୍ରରୁ ଉତ୍ପନ। କଉଡିକୁ ମା ଲକ୍ଷ୍ମୀଙ୍କର ଭଉଣୀ ମାନାଯାଏ। କଉଡ଼ି ଦ୍ୱାରା ଧନକୁ ଆକର୍ଷିତ କରି ହୋଇଥାଏ। ନବରାତ୍ରୀରେ ୭ ଟି କଉଡ଼ି ଆଣନ୍ତୁ ଆଉ ତାହାକୁ ହଳଦିଆ ରଙ୍ଗରେ ରଙ୍ଗୀନ କରିଦିଅନ୍ତୁ। ଏହାକୁ ମା ଦୁର୍ଗାଙ୍କ ଚୌକି ଉପରେ ରଖିଦିଅନ୍ତୁ।
ନବରାତ୍ରୀର ପୁରା ୯ ଦିନ ପର୍ଯ୍ୟନ୍ତ ମାଙ୍କର ପୂଜା କରିବା ପରେ ଏହି କଉଡ଼ି ଗୁଡିକର ବି ପୂଜା କରନ୍ତୁ। ପ୍ରତିଦିନ କଉଡିକୁ ହଳଦୀ ଏବଂ କୁମକୁମରେ ତିଳକ କରନ୍ତୁ ଅକ୍ଷତ ଏବଂ ଫୁଲ ପକେଇବେ। ନବରାତ୍ରୀର ନବମ ଦିନରେ କନ୍ୟା ପୂଜା ପରେ ଏହି କଉଡି ଗୁଡିକୁ ଲାଲ କପଡ଼ାରେ ବାନ୍ଧି ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏହା ଦ୍ବାରା ଧନର ଦୁଇଗୁଣା ବୃଦ୍ଧି ହୋଇଥାଏ। କଉଡ଼ି ଧାରଣ କଲେ ଏହା ମାଙ୍କ ଭଳି ସୁରକ୍ଷା ଦେଇଥାଏ। ଖରାପ ନଜରରୁ ବଞ୍ଚାଇ ଥାଏ।
ନବରାତ୍ରୀରେ ମା ଦୁର୍ଗାଙ୍କୁ ମନ୍ଦାର ଫୁଲ ନିଶ୍ଚୟ ଅର୍ପଣ କରନ୍ତୁ। ଶାସ୍ତ୍ର ଅନୁସାରେ ମାଙ୍କୁ ଏହି ଫୁଲ ଅର୍ପଣ କରିଲେ ସେ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ତାଙ୍କର ଅସୀମ କୃପାଦୃଷ୍ଟି ବର୍ଷା କରିଥାନ୍ତି। ଏହାକୁ ମାଙ୍କୁ ଅର୍ପଣ କଲେ ବହୁତ ହିତକାରୀ ହୋଇଥାଏ। ଆଉ ମା ନିଜର ଭକ୍ତଙ୍କୁ ସମସ୍ତ କଷ୍ଟରୁ ମୁକ୍ତି ଦେଇଥାନ୍ତି।
ନବରାତ୍ରୀରେ ମାଙ୍କୁ ଛତ୍ର ଅବଶ୍ୟ ଅର୍ପଣ କରିବା ଉଚିତ। ଏହାକୁ ଅର୍ପଣ କରିବାର ଅର୍ଥ ଆପଣ ନିଜର ଜୀବନରେ ନିଜର ଘର ପରିବାରର ଛତା ମାଙ୍କ ହାତରେ ଦେଉଛନ୍ତି। ଯେଉଁ ଭକ୍ତ ଶ୍ରଦ୍ଧାର ସହିତ ମାଙ୍କୁ ନବରାତ୍ରୀରେ ଛତ୍ର ଅର୍ପଣ କରିଥାନ୍ତି ମା ତାଙ୍କ ଘର ପରିବାରର ସବୁ ଭାଗ୍ୟ ନିଜ ହାତକୁ ନେଇ ଯାଆନ୍ତି। ସେ ତାଙ୍କର ସବୁ ସଦସ୍ୟଙ୍କୁ ଠିକ ରାସ୍ତା ଦେଖାଇ ଥାନ୍ତି ଏବଂ ସବୁ ପ୍ରକାରର ଦୁଃଖ କଷ୍ଟ ସଙ୍କଟରୁ ରକ୍ଷା କରିଥାନ୍ତି। ଆପଣ ନିଜର ସାମର୍ଥ୍ୟ ଅନୁଯାୟୀ ସୁନା କିମ୍ବା ରୁପାର ଛତ୍ର ଅର୍ପଣ କରିପାରିବେ।