Excuse Me Odisha

ଯାହା କହିବୁ ସତ କହିବୁ

ବିଲେଇ ରାସ୍ତା କାଟିଲେ,ଏମିତି ଭୁଲ କେବେ ବି କରନ୍ତୁ ନାହିଁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବିଲେଇ ରାସ୍ତା କାଟିଲେ କରନ୍ତୁ ନାହିଁ ଏହି ଭୁଲ।

ବିଲେଇ ରାସ୍ତା କାଟିଲେ କଣ ହୋଇଥାଏ। ବନ୍ଧୁଗଣ ବିଲେଇ ରାସ୍ତା କାଟିଲେ ତାକୁ ଅଶୁଭ କିମ୍ବା ଖରାପ ପ୍ରଭାବ ପଡେ ବୋଲି କଣ ପାଇଁ ଭାବନ୍ତି କଣ ସତରେ ବିଲେଇର ରାସ୍ତା କାଟିବା ଅଶୁଭ ଚାଲନ୍ତୁ ଏହା କେତେ ଦୂର ସତ୍ୟ ସେ ବିଷୟରେ ଜାଣିବା। ସମସ୍ତଙ୍କ ସାମାନ୍ୟ ଧାରଣା ଅଛି ଯେ ବିଲେଇ ରାସ୍ତା କାଟିଲେ କିଛି ଅଶୁଭ କିମ୍ବା କିଛି ଖରାପ ହେଵାର ଅଛି।

ଏହି ଧାରଣା ଯୋଗୁ ବିଲେଇ ଯେବେ ବି ରାସ୍ତା କାଟିଥାଏ ସେବେ ଲୋକମାନେ କିଛି ସମୟ ପାଇଁ ସେହି ସ୍ଥାନରେ ଅଟକି ଯାଇଥାନ୍ତି ସେ ହିନ୍ଦୁ ହେଇଥାନ୍ତୁ କି ମୁସଲମାନ ସମସ୍ତଙ୍କ ଧାରଣା ଆଉ ସମସ୍ତେ ଏହି ନିୟମ କୁ ମାନି ବି ଥାନ୍ତି। ଆଉ ସେଠାରେ ଅପେକ୍ଷା କରିଥାନ୍ତି କି କେତେବେଳେ ଆଉ ଜଣେ ଆସିକି ପ୍ରଥମେ ସେ ରାସ୍ତା ପାର କରି ଯାଉ ଏହା ଦ୍ୱାରା ଅଶୁଭ ଟଳି ଯାଇଥାଏ।

କଣ ସତରେ ବିଲେଇର ରାସ୍ତା କାଟିବା ଅଶୁଭ ହୋଇଥାଏ ଆଉ ଏହି ନିୟମ ଦ୍ୱାରା ତାହା ଟଳି ଯାଇଥାଏ ତେବେ ଚାଲନ୍ତୁ ବନ୍ଧୁଗଣ ଏହା ବିଷୟରେ କିଛି ଜାଣିବା। ବିଲେଇର ରାସ୍ତା କାଟିବା ସେତେବେଳେ ଅଶୁଭ ହୋଇଥାଏ ଯେତେବେଳେ ସେ ବାମ ପଟ ରୁ ରାସ୍ତା କାଟି ଡାହାଣ ପଟକୁ ଯାଇଥାଏ।

ଏହା ଛଡା ଅନ୍ୟ ସବୁ ପରିସ୍ଥିତିରେ ଏହାକୁ ଅଶୁଭ ବୋଲି ଭାବିବା ଉଚିତ ନୁହେଁ। ମାନ୍ୟତା ଅଛି କି କୁକୁର ଭଳି ବିଲେଇ ମଧ୍ୟ ନିଜ ଷଷ୍ଠ ଇନ୍ଦ୍ରିୟ ଦ୍ୱାରା ଆଗକୁ ହବାକୁ ଯାଉଥିବା ଘଟଣାକୁ ଜାଣିପାରି ଥାଏ ଏବଂ ଆମ ମାନଙ୍କୁ ସଚେତନ ମଧ୍ୟ କରି ଦେଇ ଥାଏ। ତନ୍ତ୍ର ବିଜ୍ଞାନ ରେ ବିଲେଇକୁ ଏକ ମହତ୍ୱପୂର୍ଣ୍ଣ ଜୀବ ବୋଲି ମାନି ନିଆ ଯାଇଛି।

ଧାରଣା ଅଛି କି ଯଦି ବିଲେଇ ଘରକୁ ଆସି କାନ୍ଦି ଥାଏ ତେବେ କିଛି ଖରାପ ହଵାର ଅଛି ବୋଲି ଭାବିଥାଉ।

ବିଲେଇ ମାନେ ଯଦି ନିଜ ନିଜ ଭିତରେ ଝଗଡା କରୁଥାନ୍ତି ତେବେ ଧନାହାନି କିମ୍ବା କାହା ସହ ଝଗଡା ହବ ବୋଲି ମାନିଥାଉ କିମ୍ବା କାହାର ମୃତ୍ୟୁ ଘଟିବ ବୋଲି ସଂକେତ ମିଳିଥାଏ।

ଏହା ମାନ୍ୟତା ଅଛି ଯେ ଦୀପାବଳି ରାତ୍ରି ରେ ଯଦି ବିଲେଇ ଘରକୁ ଆସି ଥାଏ ତେବେ ତାହା ଶୁଭ ବୋଲି କୁହାଯାଏ ଏହା ଯୋଗୁ ଧନଲାଭ ହୋଇଥାଏ

ବିଲେଇ ଯଦି ଘରେ ଛୁଆ ଜନ୍ମ କରିଥାଏ ତେବେ ତାହା ମଧ୍ୟ ଶୁଭ ଅଟେ।

ପ୍ରାୟତଃ ବିଲେଇ ମାନେ ଚୁପଚାପ ଘରକୁ ଆସି କ୍ଷୀର ପିଇଥାଏ ଏହାକୁ କେତେ ଲୋକ ଅଶୁଭ ବୋଲି ଭାବନ୍ତି କିନ୍ତୁ ସତ ହେଲା କି ସେମାନେ ଏହା ଦ୍ଵାରା ଧନ ପ୍ରାପ୍ତିର ସୂଚନା ଦେଇଥାନ୍ତି।

ଶାସ୍ତ୍ରରେ ଏହା ମାନ୍ୟତା ଅଛି କି ଯଦି ସବୁ ବେଳେ ବିଲେଇ ଘରକୁ ଆସେ ତେବେ ତାହା ଶୁଭ ସଂକେତ ନୁହେଁ ଏବଂ ଏହା ପାଇଁ ଘରେ ଏକ ପୂଜା ରଖିବା ଉଚିତ। ଗ୍ରହ ନକ୍ଷତ୍ର ରୁ ସେ ରକ୍ଷା କରେ।

ଜ୍ୟୋତିଷ ଶାସ୍ତ୍ର ରେ ବିଲେଇକୁ ରାହୁ ର ବାହନ ବୋଲି କୁହାଯାଏ। ଯେଉଁ ମାନଙ୍କ ଗ୍ରହ ରେ ରାହୁ ଶୁଭ ନାହିଁ ସେମାନଙ୍କୁ ତା କୁପ୍ରଭାଵ ରୁ ବଞ୍ଚିତ କରିବା ପାଇଁ ବିଲେଇକୁ କ୍ଷୀର ଦେବା ଉଚିତ ବୋଲି କୁହାଯାଏ। ଏହି ପରି କଲେ ରାହୁ ଦୋଷ ଲାଗି ନ ଥାଏ ଏବଂ ସବୁ କାମ ଭଲରେ ହୋଇଥାଏ।

ଏବେ ଆସନ୍ତୁ ଜାଣିବା ଗାଈକୁ ନେଇ କିଛି ଶୁଭ ଅଶୁଭ କଥା ବିଷୟରେ।

ବନ୍ଧୁଗଣ ଗାଈ ଭିତରେ ସବୁ ଦେବୀ ଦେବତାଙ୍କର ନିବାସ ବୋଲି ମାନାଯାଏ। ତ ଆପଣ ସକାଳ ଯେଉଁ ପ୍ରଥମ ରୁଟି ବନଉଛନ୍ତି ତାହାକୁ ଗାଈକୁ ଖୁଆନ୍ତୁ। ତ ଦେବା ଦେବୀଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିବ।

ଗାଈକୁ ଗୁରୁ ସହିତ ମାନାଯାଏ ମାନେ ଗୁରୁ ଗ୍ରହ ସହିତ ଓ ବୃହସ୍ପତି ଗ୍ରହ ସହିତ। ଏଥିପାଇଁ ଗୁରୁବାର ଦିନ ଗାଈକୁ ରୁଟି ଉପରେ ଟିକେ ହଳଦୀ ଢାଳି ଖୁଆନ୍ତୁ। ଏଥି ଦ୍ୱାରା ସୁଖ ସମ୍ପତ୍ତି ଧନ ଓ ଐଶ୍ଵର୍ଯ୍ୟ ବଢିଥାଏ। ଦୁଷ୍ଟ ଗ୍ରହ ଶାନ୍ତ ହୋଇଯାଏ। ଯେଉଁ ଲୋକ ମାନସିକ ଚିନ୍ତାରେ ରହୁଥାନ୍ତି ସେମାନେ ଗାଈକୁ ରୁଟି ଉପରେ ଗୁଡ଼ ରଖି ଖାଇବାକୁ ଦିଅନ୍ତୁ। ଏହା ଦ୍ବାରା ସକାରାତ୍ମକ ଉର୍ଜା ଆସିଥାଏ। ଟେନସନ ଦୂର ହୋଇଥାଏ। ସ୍ୱାସ୍ଥ୍ୟ ଭଲ ରହେ।

ଯଦି ଆପଣଙ୍କୁ ଲାଗେ ଆପଣଙ୍କର ସବୁ ଗ୍ରହ ଖରାପ ଅଛି ତ ଏମିତିରେ ଗାଈକୁ ପ୍ରଥମ ରୁଟି ସବୁବେଳେ ଖୁଆନ୍ତୁ। ସବୁ ଗ୍ରହ ଧୀରେ ଧୀରେ ଶୁଭ ହୋଇଯାଏ।

କେବେ କେବେ ଜୀବନରେ ଲମ୍ବା ସମୟରେ ଶୁଭ ଏବଂ ମଙ୍ଗଳ କାର୍ଯ୍ୟ ହୋଇପାରୁନାହିଁ ତ ଏମିତିରେ ଆପଣ ଗାଈକୁ ରୁଟି ଖୁଆନ୍ତୁ। ଗାଈର ମସ୍ତିଷ୍କକୁ ଛୁଇଁ ନିଜର ମନସ୍କାମନା କୁହନ୍ତୁ। ଏବଂ ପ୍ରଣାମ କରନ୍ତୁ ଓ ପାଦକୁ ଛୁଅନ୍ତୁ। ଏହା ଦ୍ବାରା ଆପଣଙ୍କର ମନସ୍କାମନା ଅବଶ୍ୟ ପୂରଣ ହୋଇଯିବ। ତ ଏହା ଥିଲା ଆପଣ ଗାଈକୁ କଣ ଖୁଆଇବେ।କିନ୍ତୁ ଗାଈକୁ କଣ ଖୁଆଇବା ଉଚିତ ନୁହେଁ ଏବେ ଆମେ ସେହି ବିଷୟରେ ଜାଣିବା।

ଏବେ ଆସନ୍ତୁ ଜାଣିବା ଗାଈକୁ କଣ ଖୁଆଇବା ଉଚିତ ନୁହେଁ।

ଗାଈକୁ ରୁଟିତ ପ୍ରତ୍ୟକ ଲୋକ ଖୁଆଇଥାନ୍ତି। ଏହି ରୁଟି ବାସି ହେବା ଉଚିତ ନୁହେଁ। କିମ୍ବା ଗୋଟିଏ ଦିନ ପୂର୍ବରୁ ଯେଉଁ ରୁଟିକୁ ବନେଇ ଥାଆନ୍ତି ତାକୁ ସକାଳୁ ସକାଳୁ ଖୁଆଇବା ଉଚିତ ନୁହେଁ। କେତେଥର ଆପଣ ରୁଟି ବନେଇଦେଇ ଥାନ୍ତି କିନ୍ତୁ ସେହିଦିନ ଗାଈ ଆପଣଙ୍କୁ ମିଳେ ନାହିଁ ସେହି ରୁଟିକୁ ରଖିଦିଅନ୍ତି ଏବଂ ତା ପର ଦିନ ଗାଈକୁ ସେହି ରୁଟି ଖୁଆଇବା ଦ୍ୱାରା ଏହା ଗାଈର ଅପମାନ ବୋଲି ମାନାଯାଏ। ଗୋଟିଏ ଦିନ ଆଗରୁ ବଳକା ରହିଥିବା ରୁଟିକୁ ମାନେ ବଳକା ବାସି ରୁଟିକୁ ଗାଈକୁ ଖୁଆଇବା ଉଚିତ ନୁହେଁ।

ପଚା ସଢା ଜିନିଷ ଖରାପ ଜିନିଷ ଗାଈକୁ ଖୁଆନ୍ତୁ ନାହିଁ। ଏହା ଦ୍ୱାରା ଘରକୁ ସମସ୍ୟା ଆସିଥାଏ। ଯଦି ଆପଣ ଏପରି କରୁଥାନ୍ତି ତାହେଲେ ନିଜର ଅଭ୍ୟାସକୁ ବଦଳାଇ ଦିଅନ୍ତୁ। କାରଣ ଏହା ଦ୍ୱାରା ଘରକୁ ଦରିଦ୍ରତା ଆସିଥାଏ। ଗାଈକୁ ଘାସ ତ ପ୍ରତ୍ୟକ ଲୋକ ଖୁଆଇଥାନ୍ତି ଘାସ ଖୁଆଇବା ସମୟରେ ଆପଣ ଗୋଟିଏ କଥାର ଧ୍ୟାନ ରଖନ୍ତୁ ଗାଈକୁ ସବୁଠୁ ଅଧିକ ଅସ୍ତ ପତ୍ର ଖୁଆଇଥାନ୍ତି କିନ୍ତୁ ଗାଈକୁ ଅସ୍ତ ପତ୍ର ଆପଣ ନିଜେ ତୋଳିକି ଖୁଆନ୍ତୁ ନାହିଁ।

ଆପଣ ଘରକୁ ପନିପରିବା ଆଣନ୍ତି ତ ସେଥିରେ ଶାଗ ଆସିଥାଏ ତ ଆପଣ ସେଥିରୁ ଭଲ ଜିନିଷ ବାଛି ରଖି ଦେଇ ବଞ୍ଚି ଥିବା ଜିନିଷକୁ ଗାଈକୁ ଖୁଆନ୍ତୁ ନାହିଁ। ଆପଣ ଯାହା ଦିଅନ୍ତି ଗାଈ ଖାଇଦିଏ। କିନ୍ତୁ କିଛି ଭଲ ଜିନିଷ ମିଶାଇ ଗାଈକୁ ଖୁଆଇ ଦିଅନ୍ତୁ। ତ ଭଲ ଫାଇଦା ମିଳିବ। ଗାଈକୁ କ୍ଷୀର ପିଆଇବା ଉଚିତ ନୁହେଁ। ଆପଣ ଦହି ଚାଉଳ ଖୁଆଇ ପାରିବେ କିନ୍ତୁ କ୍ଷୀର ସଜ ହେଉ କିମ୍ବା ବାସି ଭୁଲରେ ମଧ୍ୟ ଗାଈକୁ ଖୁଆନ୍ତୁ ନାହିଁ। ତ ଏହି ୩ ଟି ଜିନିଷ ଗାଈକୁ ଭୁଲରେ ବି ମଧ୍ୟ ଖୁଆନ୍ତୁ ନାହିଁ।

ଗୋଟିଏ ହେଲା ବଞ୍ଚିଥିବା ରୁଟି, କୌଣସି ବି ବଳକା ରହିଥିବା ଖାଦ୍ୟ ଗାଈକୁ ଖୁଆଇବା ଉଚିତ ନୁହେଁ। ଯେପରି ଚାଉଳ ବଞ୍ଚିଯାଇଥାଏ କିମ୍ବା ରୁଟି। ଆପଣ ଯଦି ଚାରା ଖୁଆଉଛନ୍ତି ତ ତାହେଲେ ପଚା ସଢା ଜିନିଷ ଖୁଆନ୍ତୁ ନାହିଁ। ଯଦି ଖୁଆଉଛନ୍ତି ତ ସେଥିରେ କିଛି ଭଲ ଜିନିଷ ମିଶାନ୍ତୁ। ଏବଂ ଗାଈକୁ କ୍ଷୀର ମଧ୍ୟ ଦିଅନ୍ତୁ ନାହିଁ। ଏହି ଜିନିଷକୁ ବିଲକୁଲ ଖୁଆନ୍ତୁ ନାହିଁ। ନଚେତ ଘରକୁ ଗରିବ ଆସିଥାଏ। ମା ଲକ୍ଷ୍ମୀ ସେହି ଘରେ ବାସ କରିବା ଛାଡି ଦିଅନ୍ତି। ୮୪ ଲକ୍ଷ ଜନି ପରେ ଆତ୍ମା ଗାଈର ରୂପ ନେଇଥାଏ। ଗାଈ କେବେବି ଅଶୁଭ ହୋଇନଥାଏ।

ଯଦି କେଉଁଠି ଘର ନିର୍ମାଣ କରିବାର ଥିବ ତ ସେଠାରେ ଆପଣ ୧୫ ଦିନ ପାଇଁ ଗାଈ ଏବଂ ବାଛୁରୀ ବାନ୍ଧି ଦେବେ ତ ସେହି ଜାଗା ପବିତ୍ର ହୋଇଯାଇଥାଏ। ଏମିତି ଜାଗାରେ ବହୁତ ଆସୁରି ଶକ୍ତି ନାଶ ହୋଇଯାଏ। କାହିଁକିନା ଗାଈ ଭିତରେ ସକାରାତ୍ମକ ଉର୍ଜାର ଭଣ୍ଡାର ମାନାଯାଇଛି।

ଆପଣ କେଉଁଠି କି ଯାଉଥିବେ ଆଉ ଗାଈ ଆପଣଙ୍କ ମାର୍ଗ ଅଟକି ଦେଉଛନ୍ତି ତେବେ ଏହାକୁ ବହୁତ ଶୁଭ ମାନାଯାଏ। ଗାଈ ଏବଂ ବାଛୁରୀରର ଏକା ସହିତ ଦର୍ଶନ ହୋଇଯାଏ ତ ଏହା ଆପଣଙ୍କ ସଫଳତା ବୋଲି ମାନାଯାଏ।

ଯଦି ଆପଣଙ୍କ ଘରର ଆଖପାଖରେ ଗାଈ ବୁଲୁଥାଏ ତେବେ ଆପଣଙ୍କ ଘରେ ଅନେକ ସଂକଟ ଆପେ ଆପେ ହିଁ ଦୂର ହୋଇଯିବ।

ଯଦି ଗାଈକୁ ରଖିବାର ଜାଗା ନାହିଁ ତେବେ ଆପଣ ଗାଈକୁ ରୁଟି ପ୍ରତିଦିନ ଖାଆଇ ପାରିବେ ଏହା ଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଆପଣଙ୍କ ଘରେ ଉନ୍ନତି ହୋଇଥାଏ। ଆମର ପୁର୍ବଜ ମାନେ କହି ଆସୁଥିଲେ ଗାଈକୁ ରୁଟି ଖୁଆଇବା ଉଚିତ। ଗାଈର ସେବା ସମସ୍ତେ କରି ପାରିବେ ନାହିଁ କିନ୍ତୁ ରୁଟି ତ ଖାଇବାକୁ ଦେଇପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *