Excuse Me Odisha

ଯାହା କହିବୁ ସତ କହିବୁ

ଶନି ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ମଙ୍ଗଳ ! ଏହି ୭ ଗୋଟି ରାଶିର ଲୋକଙ୍କ ଜୀବନରେ ଆସିବ ବଡ଼ ସମସ୍ୟା !

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳ ଅଗ୍ନି ତତ୍ୱର ଗ୍ରହ ଅଟେ। ଏହାକୁ ସାହସ ଓ ଉର୍ଜାର କାରକ ଗ୍ରହ ମାନା ଯାଇଛି। ଏପ୍ରିଲ ୭ ତାରିଖରେ ମଙ୍ଗଳ ଗ୍ରହ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ତେବେ ଏହାର ପ୍ରଭାବ ପ୍ରାୟତଃ ପ୍ରତ୍ୟେକ ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି। କିନ୍ତୁ ୭ ଗୋଟି ରାଶିର ଲୋକଙ୍କୁ ଅଶୁଭ ପରିଣାମ ପ୍ରାପ୍ତ ହୋଇପାରେ।

– ଚାକିରୀରେ ବାଧା ଉତ୍ପନ୍ନ ହୋଇପାରେ।

– ପାରିବାରିକ ଜୀବନ କଷ୍ଟମୟ ହେବ।

– କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳ ଗ୍ରହକୁ ସେନାପତି ମଧ୍ୟ କୁହାଯାଏ। ମଙ୍ଗଳ ଗ୍ରହ ଏପ୍ରିଲ ୭ ତାରିଖରେ କୁମ୍ଭ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ଏବଂ ମଇ ୧୭ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ଏହି ଗୋଚର ଦ୍ଵାରା କିଛି ରାଶିର ଲୋକଙ୍କୁ ଅଶୁଭ ପରିଣାମ ପ୍ରାପ୍ତ ହେବ। ଆସନ୍ତୁ ସେହି ରାଶି ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ଜାଣିବା।

କର୍କଟ ରାଶି :-

ଏହି ରାଶିରେ ମଙ୍ଗଳ ଗ୍ରହ ନୀଚରେ ରହିଛନ୍ତି। ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ଯୋଗୁଁ ଏହାର ପ୍ରଭାବରେ ଏହି ରାଶିର ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ପରିବାରରେ ସାମାନ୍ୟ କଳହ ବିବାଦର କାରଣ ହୋଇପାରେ। ଏହି ସମୟରେ ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଚାକିରି କ୍ଷେତ୍ରରେ କାର୍ଯ୍ୟ ଚାପ ବଢିପାରେ।

ସିଂହ ରାଶି :-

ମଙ୍ଗଳ ଗ୍ରହର ଗୋଚର ସମୟରେ ଏହି ରାଶିର ଲୋକଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। କାର୍ଯ୍ୟସ୍ଥଳରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ହାନୀ ହେବାର ସମ୍ଭାବନା ରହିଛି।ଅଧିକ ଉପାର୍ଜନ ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।

କନ୍ୟା ରାଶି :-

ଏହି ରାଶିର ଲୋକଙ୍କ ପାଇଁ ମଙ୍ଗଳ ଗ୍ରହର ଗୋଚର ଶୁଭ ସାବ୍ୟସ୍ତ ହେବ ନାହିଁ। ଗୋଚର ସମୟରେ ମାନସିକ ଅଶାନ୍ତିର ସାମ୍ନା କରି ପାରନ୍ତି। ଜୀବନସାଥୀଙ୍କ ସହିତ ମତଭେଦ ସୃଷ୍ଟି ହୋଇପାରେ। ଘରର ଖର୍ଚ୍ଚ ବଢିପାରେ। ଅଧିକ ଉପାର୍ଜନ କରିବା ପାଇଁ କଠିନ ପରିଶ୍ରମ କରିବେ, କିନ୍ତୁ ଫଳପ୍ରଦ ହୋଇ ନ ପାରନ୍ତି। ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖନ୍ତୁ।

ତୁଳା ରାଶି :-

ମଙ୍ଗଳର ଗୋଚର ଯୋଗୁଁ ମାନସିକ ରୂପରେ ଚିନ୍ତିତ ଏହି ପାରନ୍ତି। ଜୀବନସାଥୀଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଚାକିରି କ୍ଷେତ୍ରରେ କ୍ଷତି ସହି ପାରନ୍ତି। ମଙ୍ଗଳ ଗ୍ରହର ଗୋଚର ସମୟରେ ଅଯଥା ବିବାଦରୁ ଦୁରେଇ ରୁହନ୍ତୁ। ଏହାସହିତ ଶୀଘ୍ରତାରେ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ।

ବିଛା ରାଶି :-

ମଙ୍ଗଳ ଗ୍ରହର ଗୋଚର ଯୋଗୁଁ ଏହାର ଅଶୁଭ ପ୍ରଭାବ ଆପଣଙ୍କ ଉପରେ ପଡ଼ିବ। କାର୍ଯ୍ୟସ୍ଥଳରେ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ।ବ୍ୟାପାରରେ ଆର୍ଥିକ କ୍ଷତି ସହିବାକୁ ପଡିପାରେ। ପାରିବାରିକ ବିବାଦରୁ ଦୁରେଇ ରୁହନ୍ତୁ।

ମକର ରାଶି :-

ମଙ୍ଗଳ ଗ୍ରହର ଗୋଚର ଆପଣଙ୍କ ଉପରେ ସାମାନ୍ୟ ପ୍ରଭାବ ପକାଇ ପାରେ।କାର୍ଯ୍ୟସ୍ଥଳରେ ସହକର୍ମୀଙ୍କ ସହିତ ବିବାଦ ହୋଇପାରେ। ଚାକିରି ବଦଳାଇବା ସମୟରେ ଆପଣଙ୍କୁ ଅସୁବିଧା ହୋଇପାରେ। ଖର୍ଚ୍ଚରେ ବୃଦ୍ଧି ହେବ। ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।

ମୀନ ରାଶି :-

ମଙ୍ଗଳ ଗ୍ରହର ଗୋଚର ଯୋଗୁଁ ଆପଣଙ୍କର ଖର୍ଚ୍ଚରେ ବୃଦ୍ଧି ହେବ। ପିତାଙ୍କ ସହିତ ମତଭେଦ ହୋଇପାରେ। ପାରିବାରିକ ଜୀବନରେ ଜୀବନସାଥୀଙ୍କ ସହିତ ବିବାଦ ହୋଇପାରେ। ଆପଣଙ୍କୁ ନିଜ କ୍ରୋଧ ଉପରେ ସର୍ବଦା ନିୟନ୍ତ୍ରଣ ରଖିବା ଆବଶ୍ୟକ। ଧର୍ଯ୍ୟ ରଖନ୍ତୁ, ଜଟିଳ ପରିସ୍ଥିତି ପୁଣିଥରେ ସୁଦୃଢ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *