Excuse Me Odisha

ଯାହା କହିବୁ ସତ କହିବୁ

ଏଭଳି ଲୋକମାନଙ୍କ ସହିତ କରନ୍ତୁ ନାହିଁ ବନ୍ଧୁତା, ସର୍ବଦା ମିଳିଥାଏ ଅସମ୍ମାନ। କ୍ୟାରିୟର ହୋଇଯାଇଥାଏ ବର୍ବାଦ।

ସେୟାର୍ କରନ୍ତୁ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ବନ୍ଧୁତା କରିବା ସମୟରେ ବହୁତ ସାବଧାନ ରହିବା ଆବଶ୍ୟକ। କାରଣ ମନୁଷ୍ୟର ସଫଳତା ପଛରେ ଜଣେ ଉତ୍ତମ ବନ୍ଧୁର ମଧ୍ୟ ଯୋଗଦାନ ରହିଥାଏ। ନଚେତ ଆଗକୁ ଆପଣଙ୍କୁ ଅସୁବିଧା ହୋଇପାରେ।

– କ୍ୟାରିୟର ହୋଇଯାଇଥାଏ ବର୍ବାଦ।

– ଉତ୍ତମ ବନ୍ଧୁକୁ ଜାଣିବା ନିହାତି ଜରୁରୀ ଅଟେ।

– ଜୀବନ ବଦଳାଇ ଦେଇଥାନ୍ତି ଜଣେ ଉତ୍ତମ ବନ୍ଧୁ।

ଆଚାର୍ଯ୍ୟ ଚାଣକ୍ୟଙ୍କର ନୀତିଗ୍ରନ୍ଥରେ ମନୁଷ୍ୟ ଜୀବନକୁ ମାର୍ଗ ଦର୍ଶନ କରିବା ପାଇଁ ଅନେକ ଉପଦେଶ ବର୍ଣ୍ଣିତ ରହିଛି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଜଣେ ସାଧାରଣ ମଣିଷର ସମୟ ବହୁତ ଅମୂଲ୍ୟ ଅଟେ। ଯେଉଁ ସମୟ ବିତି ଯାଇଥାଏ, ତାହା କେବେବି ଫେରି ଆସେ ନାହିଁ। ତେଣୁ ପ୍ରତ୍ୟେକ ମଣିଷକୁ ସମୟର ସଦୁପଯୋଗ କରି ଜୀବନରେ ଆଗକୁ ବଢିବା ଉଚିତ।

କୁହାଯାଏ କି ମନୁଷ୍ୟର ବଡ଼ ସଫଳତା ପଛରେ ଉତ୍ତମ ସଂଗତିର ବହୁତ ବଡ଼ ଯୋଗଦାନ ହୋଇଥାଏ। ଯେଉଁ ଲୋକ ଭଲ ଲୋକଙ୍କ ସହିତ ମିଳାମିଶା କରିଥାଏ, ସେ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିଥାନ୍ତି। ଯେଉଁମାନେ ବନ୍ଧୁତା ମଧ୍ୟରେ କିଛି ଚୟନ କରି ପାରନ୍ତି ନାହିଁ ବା ପାରା ମୁହୂର୍ତ୍ତରେ ଅସୁବିଧାରେ ପଡିଥାନ୍ତି, ସେମାନଙ୍କୁ କିଛି ବିଶେଷ କଥା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ।

କିପରି କରିବେ ସଚ୍ଚୋଟ ବନ୍ଧୁତାର ଚୟନ :-

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ସଚ୍ଚୋଟ ବନ୍ଧୁଙ୍କୁ ବାଛିବା ନିହାତି ଜରୁରୀ ଅଟେ।ଯେଉଁ ବନ୍ଧୁ ଆପଣଙ୍କୁ ଭୁଲ ମାର୍ଗକୁ ଯିବାରୁ ଅଟକାଇବେ।ଏହାସହିତ ଆପଣଙ୍କର ସମସ୍ତ ଦୁଃଖ ଓ ସୁଖରେ ଭାଗୀଦାର ହୁଅନ୍ତୁ। କିନ୍ତୁ ଭୁଲ ବନ୍ଧୁ ହୋଇଥିଲେ ସେ ଆପଣଙ୍କୁ ସମସ୍ୟାରେ ପକାଇ ପାରନ୍ତି।ଏଥିପାଇଁ ପ୍ରଥମେ ଭଲ ଭାବରେ ପରଖି, ତାପରେ ବନ୍ଧୁତା ସ୍ଥାପନ କରନ୍ତୁ।

ଏଭଳି ଲୋକଙ୍କ ସହିତ କରନ୍ତୁ ନାହିଁ ବନ୍ଧୁତା :-

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ଲୋକଙ୍କ ମଧ୍ୟରେ ଭୁଲ ସଂସ୍କାର ରହିଛି ବା ଖରାପ ସଂଗତି ରହିଛି, ସେମାନଙ୍କ ସହିତ କେବେବି ବନ୍ଧୁତା ସ୍ଥାପନ କରିବା ଉଚିତ ନୁହେଁ। ସ୍ୱାର୍ଥପର, କପଟ, ବିଶ୍ବାସଘାତକତା କରୁଥିବା ଲୋକଙ୍କ ସହିତ କେବେବି ବନ୍ଧୁତ୍ୱ କରନ୍ତୁ ନାହିଁ

କେତେବେଳେ ଜଣ ପଡ଼ିଥାଏ ସଚ୍ଚୋଟ ବନ୍ଧୁତା :-

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେତେବେଳେ ମନୁଷ୍ୟ ଜୀବନରେ ଖରାପ ସମୟ ଚାଲିଥାଏ, ସେହି ସମୟରେ ସେ ସଚ୍ଚୋଟ ବନ୍ଧୁତା ଅଛି କି ନାହିଁ ଚୟନ କରି ପାରିବ। କାରଣ ସଚ୍ଚୋଟ ବନ୍ଧୁ ଦୁଃଖ ଓ ସୁଖ ବେଳେ ସେଥିରେ ରହେ ଓ ଖରାପ ବନ୍ଧୁ ସମସ୍ୟା ଆସିଲେ ହାତ ଛାଡ଼ି ଦେଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *