Excuse Me Odisha

ଯାହା କହିବୁ ସତ କହିବୁ

ଏପ୍ରିଲ ୨୦୨୨ ରେ ଦୁର୍ଲଭ ସଂଯୋଗ ! ଶନି ଗ୍ରହ ସହିତ ଏହି ୯ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ, ଜାଣନ୍ତୁ କିପରି ରହିବ ଏହାର ପ୍ରଭାବ ?

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦୨୨ର ଏପ୍ରିଲ ମାସକୁ ବହୁତ ଖାସ୍ ମାନାଯାଇଛି। ଏହି ମାସ ୯ଟି ଗ୍ରହ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି।

– ଏପ୍ରିଲ ୨୦୨୨ରେ ଗ୍ରହ ମାନଙ୍କର ଦୁର୍ଲଭ ସଂଯୋଗ।

– ପ୍ରତ୍ୟେକ ୯ଟି ଗ୍ରହ ବଦଳିବାକୁ ଯାଉଛନ୍ତି ନିଜ ରାଶି।

– ଜୀବନ ଉପରେ ବଡ଼ ପ୍ରଭାବ ପଡ଼ିବ।

ଜ୍ୟୋତିଷ ଶାସ୍ତ୍ରରେ ସବୁ ଭବିଷ୍ୟତବାଣୀ ୯ଟି ଗ୍ରହ ଓ ୨୭ଟି ନକ୍ଷତ୍ରର ସ୍ଥିତିର ଗଣନା ଅନୁସାରେ କରାଯାଇଥାଏ। ପ୍ରତ୍ୟେକ ଗ୍ରହ ଅଲଗା ଅଲଗା ଅବଧିରେ ନିଜ ରାଶି ବଦଳାଇ ଥାଆନ୍ତି।ଯେପରି ଚନ୍ଦ୍ର ଅଳ୍ପ ଦିନରେ ଏବଂ ଶନି ସବୁଠାରୁ ଅଧିକ ଦେଢ଼ ବର୍ଷ ପର୍ଯ୍ୟନ୍ତ ନିଜ ରାଶି ପରିବର୍ତ୍ତନ କରିଥାନ୍ତି। ଆଜି ଆମେ ଆପଣଙ୍କୁ ଏକ ଅଦ୍ଭୁତ ସଂଯୋଗ ବିଷୟରେ କହିବାକୁ ଯାଉଛୁ। ଜ୍ୟୋତିଷ ଆଚାର୍ଯ୍ୟଙ୍କ ମତରେ ଏଭଳି ସଂଯୋଗ ବହୁତ କମ୍ ଦେଖିବାକୁ ମିଳିଥାଏ। ସୌରମଣ୍ଡଳରେ ପ୍ରତ୍ୟେକ ଗ୍ରହରେ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଏହାର ପ୍ରଭାବ ଦେଶବିଦେଶରେ ଥିବା ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି।

କେତେବେଳେ କେଉଁ ଗ୍ରହ ରାଶି ପରିବର୍ତ୍ତନ କରିବ :-

୧/ ୨୦୨୨ର ଏପ୍ରିଲ ମାସରେ ଗ୍ରହ ମାନଙ୍କର ପରିବର୍ତ୍ତନ ହେବାର ଆରମ୍ଭ ମଙ୍ଗଳ ଗ୍ରହ ଠାରୁ ହେବ। ମଙ୍ଗଳ ଗ୍ରହ ଏପ୍ରିଲ ୭ ତାରିଖ ଦିନ ମକର ରାଶିରୁ ବାହାରୁ କୁମ୍ଭ ରାଶିରେ ପ୍ରବେଶ କରିବେ।

୨/ ଏପ୍ରିଲ ୮ ତାରିଖ ଦିନ ବୁଧ ଗ୍ରହର ଗୋଚର ହେବ। ବୁଧ ଗ୍ରହ ମୀନ ରାଶିରୁ ବାହାରି ମେଷ ରାଶିରେ ପ୍ରବେଶ କରିବେ। ପୁଣି ଏପ୍ରିଲ ୨୪ ତାରିଖ ଦିନ ମେଷ ରାଶିରୁ ବାହାରି ବୃଷ ରାଶିରେ ପ୍ରବେଶ କରିବେ।

୩/ ଏପ୍ରିଲ ୧୧ ତାରିଖ ଦିନ ରାହୁ ଗ୍ରହ ଓଲଟା ଚଳନ କରି ବୃଷ ରାଶିରୁ ବାହାରି ମେଷ ରାଶିରେ ପ୍ରବେଶ କରିବେ।

୪/ ଏପ୍ରିଲ ୧୧ ତାରିଖ ଦିନ କେତୁ ଗ୍ରହ ବିଛା ରାଶିରୁ ବାହାରି ତୁଳା ରାଶିରେ ପ୍ରବେଶ କରିବେ

୫/ ଏପ୍ରିଲ ୧୩ ତାରିଖ ଦିନ ଗୁରୁ ଗ୍ରହ କୁମ୍ଭ ରାଶିରୁ ବାହାରି ମୀନ ରାଶିରେ ପ୍ରବେଶ କରିବେ।

୬/ ଏପ୍ରିଲ ୧୪ ତାରିଖ ଗ୍ରହ ମାନଙ୍କର ରାଜା ସୂର୍ଯ୍ୟ ମୀନ ରାଶିରୁ ବାହାରି ମୀନ ରାଶିରେ ପ୍ରବେଶ କରିବେ।

୭/ ଏପ୍ରିଲ ୨୭ ତାରିଖ ଦିନ ଶୁକ୍ର ଗ୍ରହ କୁମ୍ଭରୁ ବାହାରି ମୀନ ରାଶିରେ ପ୍ରବେଶ କରିବେ।

୮/ ଏପ୍ରିଲ ୨୮ ତାରିଖ ଦିନ ନ୍ୟାୟର ଦେବତା ଶନି ଦେଢ଼ ବର୍ଷ ପରେ ନିଜ ରାଶି ମକରରୁ ବାହାରି କୁମ୍ଭ ରାଶିରେ ପ୍ରବେଶ କରିବେ।

୯/ ଏହି ସମୟରେ ଚନ୍ଦ୍ର ଗ୍ରହ ପ୍ରତ୍ୟେକ ଦେଢ଼ ଦିନ ମଧ୍ୟରେ ନିଜ ରାଶି ପରିବର୍ତ୍ତନ କରିବେ।

ଶନି ଗ୍ରହର ରାଶି ପରିବର୍ତ୍ତନ ବହୁତ ପ୍ରଭାବିତ ହେବ :-

୯ଟି ଗ୍ରହର ସ୍ଥିତିରେ ପରିବର୍ତ୍ତନ ହେବାକୁ ଯାଉଛି।ଏହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି।କିନ୍ତୁ ଶନି ଗ୍ରହର ଗୋଚର ସବୁଠାରୁ ଅଧିକ ପ୍ରଭାବିତ ହେବାକୁ ଯାଉଛି।କାରଣ ଏହାର ପ୍ରଭାବ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ରହିବାକୁ ଯାଉଛି।୨୦୨୨ରେ ଶନି ଗ୍ରହ ରାଶି ପରିବର୍ତ୍ତନ କରି ଧନୁ ରାଶିର ସାଢେ଼ସାତୀ ସମାପ୍ତ କରିଦେବ। କିନ୍ତୁ ଏହାସହିତ ମୀନ ରାଶି ଉପରେ ପ୍ରଥମ ସାଢେ଼ସାତୀର ପ୍ରଥମ ଚରଣ ପଡ଼ିବାକୁ ଯାଉଛି।

ଏହାଛଡା କୁମ୍ଭ ରାଶି ଉପରେ ଶନି ସାଢେ଼ସାତୀର ଦ୍ୱିତୀୟ ଓ ମକର ରାଶି ଉପରେ ଶେଷ ଚରଣ ଆରମ୍ଭ ହେବାକୁ ଯାଉଛି।ମିଥୁନ ଓ ତୁଳା ରାଶିର ଲୋକଙ୍କୁ ଶନିଙ୍କ କୋପରୁ ମୁକ୍ତି ମିଳିବ। ଏହିପ୍ରକାରର ଶନି ଗ୍ରହର ରାଶି ପରିବର୍ତ୍ତନ ମୀନ, କର୍କଟ, ବିଛା ରାଶିର ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *