Excuse Me Odisha

ଯାହା କହିବୁ ସତ କହିବୁ

ଚୈତ୍ର ନବରାତ୍ରିରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ଭୁଲ, ନଚେତ ଦାରିଦ୍ର୍ୟତା ଗ୍ରାସ କରିପାରେ !

ସେୟାର୍ କରନ୍ତୁ

ଚୈତ୍ର ମାସର ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି।ଚୈତ୍ର ଶୁକ୍ଳ ପକ୍ଷ ପ୍ରତିପଦା ଠାରୁ ଆରମ୍ଭ କରି ୯ଦିନ ପର୍ଯ୍ୟନ୍ତ ପର୍ବ ପାଳନ କରାଯାଇଥାଏ। ଏହି ବର୍ଷ ୨ ଏପ୍ରିଲରୁ ଆରମ୍ଭ କରି ୧୧ ଏପ୍ରିଲ ପର୍ଯ୍ୟନ୍ତ ଚୈତ୍ର ନବରାତ୍ରି ପର୍ବ ପାଳନ କରାଯାଏ। କୁହାଯାଏ କି ହିନ୍ଦୁଧର୍ମରେ ନବରାତ୍ରିର ବହୁତ ବଡ଼ ମହତ୍ୱ ରହିଥାଏ। ଦେବୀଙ୍କର ଏହି ୯ଦିନ ପର୍ଯ୍ୟନ୍ତ ଅଲଗା ଅଲଗା ପୂଜାର୍ଚ୍ଚନା କରାଯାଏ। ମାନ୍ୟତା ରହିଛି କି ଯଦି ଆପଣ ୯ ଦିନ ପର୍ଯ୍ୟନ୍ତ ଦେବୀଙ୍କର ବିଧିବିଧାନ ସହିତ ପୂଜାର୍ଚ୍ଚନା କରିବେ, ତାହେଲେ ଆପଣଙ୍କ ଉପରେ ଦେବୀଙ୍କର ଆଶୀର୍ବାଦ ରହିବ।

ଏହି ସମୟରେ କିଛି ନିୟମ ଗୁଡ଼ିକର ପାଳନ କରିବା ନିହାତି ଜରୁରୀ ଅଟେ। ଏହି ୯ଦିନ ପର୍ଯ୍ୟନ୍ତ ଆପଣଙ୍କୁ କୌଣସି ଭୁଲ କରିବାରୁ ବଞ୍ଚିତ ହେବା ଉଚିତ। କାରଣ ଦେବୀ କ୍ରୋଧିତ ହେଲେ ବ୍ୟକ୍ତିର ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ କି ନବରାତ୍ରି ସମୟରେ କେଉଁ ସବୁ କାର୍ଯ୍ୟ କରିବା ଉଚିତ ନୁହେଁ, ଯାହାଦ୍ଵାରା ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।

ଆମିଷ ସେବନରୁ ବଞ୍ଚିତ ହୁଅନ୍ତୁ :-

ଅଧିକାଂଶ ଲୋକେ ଆମିଷ ସେବନ କରିବା ପାଇଁ ଭଲ ପାଇଥାନ୍ତି। କିନ୍ତୁ ଯଦି ଆପଣ ନବରାତ୍ରି ବ୍ରତ ପାଳନ କରୁଛନ୍ତି, ତାହେଲେ ଏହି ସମୟରେ ଆମିଷ ଠାରୁ ଦୂରେଇ ରୁହନ୍ତୁ। ନଚେତ ଦେବୀ ଦୁର୍ଗା ଆପଣଙ୍କ ଉପରେ କ୍ରୋଧିତ ହୋଇ ଯାଇପାରନ୍ତି। ତେଣୁ ଏଥିପ୍ରତି ଧ୍ୟାନ ରଖନ୍ତୁ।

ନଖ କାଟନ୍ତୁ ନାହିଁ :-

ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି କି ନବରାତ୍ରି ସମୟରେ ନଖ କାଟିବା ଉଚିତ ନୁହେଁ। କୁହାଯାଏ କି ଏଭଳି କରିବା ଦ୍ୱାରା ଦେବୀ ଦୁର୍ଗା କ୍ରୋଧିତ ହୋଇ ଯାଇଥାନ୍ତି। ଯାହାଦ୍ଵାରା ପରିବାରରେ ଅନେକ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ। ତେଣୁ ଏଭଳି ଭୂଲ କରିବାରୁ ବଞ୍ଚିତ ହୁଅନ୍ତୁ।

କେଶ କାଟନ୍ତୁ ନାହିଁ :-

ନବରାତ୍ରି ସମୟରେ ଆପଣଙ୍କୁ କେଶ କାଟିବାରୁ ବଞ୍ଚିତ ହେବା ଉଚିତ। କୁହାଯାଏ କି ଏଭଳି କରିବା ଦ୍ୱାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ଯାହାଦ୍ଵାରା ଆପଣଙ୍କ ଘରେ ଧନସମ୍ପତ୍ତିର ଅଭାବ ଦେଖା ଦେଇ ନଥାଏ। ଏହାସହିତ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିଥାଏ। ତେଣୁ ଏହିସବୁ କାର୍ଯ୍ୟରୁ ନିବୃତ ରୁହନ୍ତୁ।

ନବରାତ୍ରି ସମୟରେ ନିଜ ପାଖରେ ରଖନ୍ତୁ ନାହିଁ ଏହି ଜିନିଷ :-

ଯଦି ଆପଣ ନବରାତ୍ରି ବ୍ରତ ରଖୁଛନ୍ତୁ, ତାହେଲେ ଏହି ସମୟରେ ଆପଣ ନିଜ ପାଖରେ ଚମଡାର ବସ୍ତୁ, ଜୋତା, ପର୍ସ, ବେଲ୍ଟ ଭଳି ଜିନିଷ ରଖନ୍ତୁ ନାହିଁ। ଏହାସହିତ ଏହିସବୁ ବସ୍ତୁକୁ ମନ୍ଦିର ସାମ୍ନା ଦେଇ ନେବା ଉଚିତ ନୁହେଁ।

ଗୋଟେ ସ୍ଥାନରେ ଖୋଲନ୍ତୁ ୯ଦିନର ବ୍ରତ :-

ଚୈତ୍ର ନବରାତ୍ରି ସମୟରେ ବ୍ରତ ରଖୁଥିବା ଲୋକମାନଙ୍କୁ ସାଧକ ବସିଥିବା ସ୍ଥାନରେ ବସି ଫଳ ଗ୍ରହଣ କରିବା ଉଚିତ। ମାନ୍ୟତା ରହିଛି କି ନବରାତ୍ରିର ପ୍ରଥମ ଦିନରୁ ଯେଉଁ ସ୍ଥାନରେ ବସି ଫଳ ଗ୍ରହଣ କରିଥିଲେ, ସେହି ସ୍ଥାନରେ ୯ ଦିନରେ ବସି ମଧ୍ୟ ଫଳ ଗ୍ରହଣ କରିବା ଉଚିତ। ଆହୁରି ମାନ୍ୟତା ଏହିକି କି ଯଦି ଆପଣ ଏଭଳି ନକରିବେ, ତାହେଲେ ଆପଣଙ୍କୁ ସୁଫଳ ମିଳିବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *