Excuse Me Odisha

ଯାହା କହିବୁ ସତ କହିବୁ

ଘର ସାମନାରେ ଏହି ଗଛ ଥିଲେ ଅକାଳ ମୃତ୍ୟୁ ଓ ଘୋର ଦରିଦ୍ରତା ଆସିଥାଏ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି କେତୋଟି ଗଛ ଆମ ଘର ପାଇଁ ମହାବିପଦ।

ବନ୍ଧୁଗଣ କଥାରେ ଅଛି ବୃକ୍ଷ ହିଁ ଜୀବନ। ଆଉ ବୃକ୍ଷ ଆମର ବନ୍ଧୁ ଅଟେ କିନ୍ତୁ କଥାରେ ଅଛି ବୃକ୍ଷ ସଠିକ ବାସ୍ତୁ ହିସାବରେ ଆମ ଘରେ ରହିନଥାଏ ତେବେ ସେ ଆମ ମାନଙ୍କ ପାଇଁ ସବୁଠୁ ବଡ ଶତ୍ରୁ ପାଲଟି ଯାଇଥାଏ । ଦୁଃଖ ଦରିଦ୍ରତା ଓ ବିପଦ ମାନଙ୍କୁ ଘରକୁ ଟାଣି ଆଣିଥାଏ କିନ୍ତୁ ସବୁ ଗଛ ଏପରି ହୋଇନଥାଏ କିଛି ଗଛ ଅଛି ଯାହାକି ଭଗବାନଙ୍କ ସଦୃଶ କୃପା ଫଳ ଦେଇଥାନ୍ତି। ଏହି ବୃକ୍ଷ ମାନେ ବାସ୍ତବରେ ଭଗବାନଙ୍କର ସ୍ଵରୁପ ହୋଇଥାନ୍ତି।

ତେବେ ଆସନ୍ତୁ ଜାଣିବା କେଉଁ ବୃକ୍ଷ ଆମ ଘରେ ରହିବା ଦ୍ଵାରା ଉନ୍ନତି ହୋଇଥାଏ ଏବଂ କେଉଁ ବୃକ୍ଷ ରହିବା ଦ୍ଵାରା ଆମ ମାନଙ୍କର ଦୁଃଖ ଦରିଦ୍ରତାର କାରଣ ହୋଇଥାଏ। ଆମର ଧର୍ମ ଶାସ୍ତ୍ର ଅନୁସାରେ କିଛି ଗଛକୁ ବହୁତ ଶୁଭ ଓ ପବିତ୍ର ଗଛ ବୋଲି କୁହାଯାଇଛି ସେହି ଗଛ ଘର ପାଖରେ ରହିଲେ ସକରାତ୍ମକତା ବଢି ଥାଏ।

ଯେଉଁ ଘରେ ସକରାତ୍ମକତା ରହିଥାଏ ସେହି ଘରେ ଧନ ସମ୍ପତି ସୁଖ ଶାନ୍ତି ରହିଥାଏ ସେହି ଗଛ ସବୁ ହେଉଛି ଗଙ୍ଗ ଶିଉଳି ଗଛ ବେଲ ଗଛ ଭ୍ରସଙ୍ଗ ଗଛ ଡାଳିମ୍ବ ଗଛ ଅଁଳା ଗଛ ଏବଂ ତୁଳସୀ ଗଛ କିନ୍ତୁ ଆମ ଶସ୍ତ୍ର ମାନଙ୍କରେ କିଛି ଏମିତି ଗଛର ବର୍ଣନା କରାଯାଇଛି ଯାହାକି ଘର ପାଇଁ ବହୁତ ଅଶୁଭ ହୋଇଥାଏ। ପ୍ରାଚୀନ ଗ୍ରନ୍ଥ ଅନୁସାରେ ଏହି ଗଛ ମାନଙ୍କରେ ଐଶ୍ୱରୀକ ଶକ୍ତି ଭୁତ ପ୍ରେତ ତଥା ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ବାସ କରିଥାନ୍ତି।

ଯଦି ଏହି ସବୁ ଗଛମାନ ଆପଣଙ୍କ ଘରେ ରହିଥାଏ ବା ଘର ସମ୍ମୁଖରେ ରହିଥାଏ ତେବେ ଆପଣଙ୍କର ଆର୍ଥିକ ସଙ୍କଟ ଦେଖାଦେବା ସହିତ ମାନସିକ ଚାପ ମଧ୍ୟ ବଢିଥାଏ। ଏହି ପରି ଗଛ ଘରେ ନକରାତ୍ମକତାକୁ ବଢାଇ ଥାନ୍ତି। ଯେଉଁ କାରଣରୁ ଘରେ ବାଦ ବିବାଦ କଳି ଝଗଡା ବଢି ଚାଲିଥାଏ। ଆଜି ଆମେ ଜାଣିବା ସେହି ସବୁ ଗଛ ମାନଙ୍କ ବିଷୟରେ ଯାହା ବହୁତ ଅଶୁଭ ହୋଇଥାଏ।

କଣ୍ଟା ଜାତୀୟ ଗଛ। ଏହା ଘର ପାଖରେ ବା ଘର ସମ୍ମୁଖରେ ରହିଲେ ଘରେ ଦୁଃଖ ଦରିଦ୍ରତା ବଢି ଚାଲିଥାଏ। ଘରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଗାଡି ଦେଇଥାଏ। କୁହାଯାଏ ଏହି କଣ୍ଟା ଜାତୀୟ ଗଛ ବା କ୍ଷୀର ଜାତୀୟ ଗଛ ଘର ପାଇଁ ବହୁତ ଅଶୁଭ ହୋଇଥାଏ। ଏହି ସବୁ ଗଛ ରହିବା ଦ୍ଵାରା ଘରେ ବାଦ ବିବାଦ ଓ କଳହ ଝଗଡା ହୋଇଥାଏ। ସେଥିପାଇଁ କଣ୍ଟା ଜାତୀୟ ଗଛ ଘର ପାଖରେ କି ଘରେ କେବେବି ରଖନ୍ତୁ ନହିଁ।

ବବୁଲ କଣ୍ଟା ଗଛ। ଏହା ଘର ପାଇଁ ବହୁତ ହାନି କାରକ ହୋଇଥାଏ। ଏହା ଘରର ଆଖ ପାଖରେ କି ସମ୍ମୁଖରେ ରହିଲେ ଘରେ ରୋଗ ଶୋକ ଦୁଃଖ ଦାରିଦ୍ର୍ଯତା ଦେଖାଦେଇଥାଏ।

ଖଜୁରୀ ଗଛ। ଖଜୁରୀ ଗଛ ଅତ୍ୟନ୍ତ ସୁନ୍ଦର ହୋଇଥାଏ ଏହାର ଫଳ ମଧ୍ୟ ମଧୁର ହୋଇଥାଏ କିନ୍ତୁ ଏହା ଘର ପାଖରେ କି ଘର ସମ୍ମୁଖରେ ରହିବା ଦ୍ଵାରା ଅତ୍ୟନ୍ତ ହାନି କାରକ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଘରେ ଏହି ଗଛ ଥାଏ ସର୍ବଦା ସେହି ଘରେ ଦ୍ରାରିଦ୍ୟତା ଲାଗି ରହିଥାଏ। ଆଉ ଘରେ ଯେତେ ଆଯ କଲେ ମଧ୍ୟ ଅଣ୍ଟେ ନହିଁ।

ବାଉଁଶ ଗଛ। ଏହି ବାଉଁଶ ଗଛଟି ବହୁତ ଶୁଭ କାର୍ଯ୍ୟରେ ଲାଗିଥାଏ କିନ୍ତୁ ଏହାକୁ ଘରର ସାମ୍ନାରେ ଲଗାନ୍ତୁ ନାହିଁ।ଚଉରାରେ ପଣା ଘଡି ହେଉ ଅବା ଆକାଶ ଦୀପ ପାଇଁ ହେଉ ଦେବା ଦେବଙ୍କର ପତାକା ଲଗାଇବା ପାଇଁ ହେଉ ଅବା ଯଜ୍ଞ ଶାଳା ପାଇଁ ହେଉ ଏହାର ଆବଶ୍ୟକତା ଅନେକ କ୍ଷେତ୍ରରେ ହୋଇଥାଉ କିନ୍ତୁ ଏହି ଗଛ ଘର ସାମ୍ନାରେ ରହିବା ଦ୍ଵାରା ଅଶୁଭ ହୋଇଥାଏ। ଏହି ଗଛରେ ଭୁତ ପ୍ରେତ ଓ ପିଶାଚ ବାସ କରିବା ପାଇଁ ବହୁତ ପସନ୍ଦ କରିଥାନ୍ତି। ଯଦି ଏହା ଘର ସମୁଖରେ ରହେ ତେବେ ବହୁତ ଅସୁବିଧା ହୋଇଥାଏ।

ହିନ୍ଦୁ ଧର୍ମ ଅନୁସାରେ ମଣିଷକୁ ମଣିଷର ମୃତ୍ୟୁ ପରେ ସେହି ମୃତ ବ୍ୟକ୍ତିକୁ ବାଉଁଶ ଉପରେ ରଖି ନିଆଯାଏ। ଏହି ଗଛ ଘରର ସାମ୍ନାରେ ଲଗାଯାଏ ତ ଏହା ଦ୍ୱାରା ଆପଣଙ୍କ ଘରକୁ ନାକାରାତ୍ମକ ପ୍ରବେଶ କରିଥାଏ। ଏହିପରି ଘରେ ସବୁବେଳେ ଅସନ୍ତୋଷ ଭରି ରହେ ଏବଂ ଆର୍ଥିକ ସମସ୍ୟା ଲାଗି ରହେ। ଘରର ମୁରବି ସବୁବେଳେ କରଜରେ ବୁଡି ରହିଥାନ୍ତି। ଏଥିପାଇଁ ଏହି ଗଛକୁ ଘର ପାଖରୁ ଦୂରେଇ ଲଗାନ୍ତୁ।

ନାଶପାତି ଗଛ। ଏହି ଗଛବି ନିଜ ଘରେ ଲଗାଇବା ଉଚିତ ନୁହେଁ। ଏହା ଦ୍ବାରା ଆପଣଙ୍କ ଜୀବନରେ ଆର୍ଥିକ କ୍ଷତି ଆସିପାରେ। ଆପଣଙ୍କ ଘରର ଉନ୍ନତିରେ ଏହା ବାଧା ଆସିଥାଏ। ତେଣୁ ଏହିସବୁ ଗଛ କେବେବି ଘରେ ଲଗାନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *