Excuse Me Odisha

ଯାହା କହିବୁ ସତ କହିବୁ

ଏହି ରାଶିର ଝିଅମାନେ ବିବାହ ପରେ ଭଲ ବୋହୁ ଓ ପତ୍ନୀଙ୍କ ମଧ୍ୟରେ ଗଣା ହୋଇଥାନ୍ତି। ସମାଜରେ ଏମାନଙ୍କର ସମ୍ମାନ ବୃଦ୍ଧି ହୋଇଥାଏ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନରେ ପରିବର୍ତ୍ତନ ଯୋଗୁଁ ଏହାର ପ୍ରଭାବ ପ୍ରତ୍ୟେକ ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ରାଶିଚକ୍ରରେ ୧୨ ଗୋଟି ରାଶିର ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ନିଜର ଏକ ସ୍ଵଭାବ ରହିଛି। କିଛି ବିଶେଷ ରାଶିର ଝିଅମାନେ ନିଜ ସ୍ଵଭାବ, ଗୁଣ ଓ ଯୋଗ୍ୟତା କାରଣରୁ ପ୍ରତ୍ୟେକ ଲୋକଙ୍କ ହୃଦୟ ଜିତି ନେଇଥାନ୍ତି। ଏମାନେ ବହୁତ ଉତ୍ତମ ବହୂ ଓ ପତ୍ନୀ ସାବ୍ୟସ୍ତ ହୋଇଥାନ୍ତି। ଶ୍ଵଶୁର ଘରେ ଏମାନଙ୍କୁ ସମସ୍ତେ ପ୍ରଶଂସା କରିଥାନ୍ତି। ଆସନ୍ତୁ ସେହି ରାଶିର ଲୋକଙ୍କ ବିଷୟରେ ବିସ୍ତାର ରୂପରେ ଜାଣିବା

ମିଥୁନ ରାଶି :-

ଏହି ରାଶିର ଲୋକେ ସ୍ୱଭାବରୁ ବହୁତ ଉତ୍ତମ ହୋଇଥାନ୍ତି। ଏମାନଙ୍କ ବିଚାର ବହୁତ ସକାରାତ୍ମକ ଅଟେ।ଏମାନେ ନିଜ ମଧ୍ୟ ଅଧିକ ଖୁସି ରଖିବାକୁ ପସନ୍ଦ କରିଥାନ୍ତି। ଏମାନେ ବହୁତ ଜିଦିଆ ସ୍ୱଭାବର ମଧ୍ୟ ହୋଇଥାନ୍ତି। ଏହି ଝିଅମାନେ ଯେଉଁ ଘରକୁ ବିବାହ କରି ଯାଇଥାନ୍ତି, ସେହି ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯାଇଥାଏ। କହିବାକୁ ଗଲେ ମିଥୁନ ରାଶିର ଅଧିପତି ହେଉଛନ୍ତି ବୁଧ ଗ୍ରହ। ବୁଧ ଗ୍ରହ ଯେବେ ଶୁଭ ଅବସ୍ଥାରେ ରହିଥାଏ, ଏହି ରାଶିର ଝିଅମାନଙ୍କ ଭାଗ୍ୟ ବୃଦ୍ଧି ହୋଇଥାଏ।ଏମାନେ ଯେଉଁଠାରେ ରହିଥାନ୍ତି, ସେଠାକାର ପରିବେଶ ହସଖୁସିରେ ଭରି ଯାଏ।

କନ୍ୟା ରାଶି:-

ଏହି ରାଶିର ଝିଅମାନେ ସର୍ବଗୁଣରେ ସମ୍ପନ୍ନ ହୋଇଥାନ୍ତି। ଏହି ଝିଅମାନେ ନିଜ ପରିବାର ଲୋକଙ୍କୁ ଯୋଡି ରଖିବା ପାଇଁ ପ୍ରୟାସ କରନ୍ତି। ଏମାନେ ପ୍ରତ୍ୟେକ ସମ୍ପର୍କକୁ ସମ୍ମାନ କରିଥାନ୍ତି।ପରିବାର ଲୋକଙ୍କୁ ଖୁସିରେ ରଖିବା ପାଇଁ ଏହି ଝିଅମାନେ ସବୁବେଳେ ପ୍ରୟାସ କରନ୍ତି। ଏହାସହିତ ପରିବାର ଲୋକେ ମଧ୍ୟ ଏମାନଙ୍କର ଉତ୍ତମ ଓ ଯତ୍ନଶୀଳ ସ୍ଵଭାବ ଯୋଗୁଁ ଏମାନଙ୍କ ଉପରେ ପ୍ରସନ୍ନ ରହିଥାନ୍ତି। କିନ୍ତୁ କହିବାକୁ ଗକେ ଏହି ଝିଅମାନେ ନିଜ ଶାଶୂଘରେ ରାଣୀ ହୋଇ ରହିଥାନ୍ତି।

ମୀନ ରାଶି:-

ଏହି ରାଶିର ଝିଅମାନେ ହୃଦୟରୁ ବହୁତ ନିର୍ମଳ ହୋଇଥାନ୍ତି। ଏମାନେ ନିଜ ଜୀବନରେ କୌଣସି ମଧ୍ୟ ପରିସ୍ଥିତିକୁ ସାମ୍ନା କରିବାରେ ସକ୍ଷମ ହୋଇଥାନ୍ତି। ଏହି ଝିଅମାନେ ସମାଜରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଥାନ୍ତି। ଏମାନେ ବିବାହ ପରେ ଶାଶୂଘର ଲୋକଙ୍କର ବହୁତ ଯତ୍ନ ନେବା ସହିତ ଘରକୁ ସ୍ବର୍ଗ ଭଳି କରି ଦେଇଥାନ୍ତି। ଏହାସହିତ ଏହି ଝିଅମାନେ ଉତ୍ତମ ବହୂ ଓ ପତ୍ନୀ ସାବ୍ୟସ୍ତ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *