Excuse Me Odisha

ଯାହା କହିବୁ ସତ କହିବୁ

ସଚ୍ଚୋଟ ପ୍ରେମ ହେଲେ କେଉଁ ସବୁ ସଂକେତ ମିଳିଥାଏ ? ଜାଣନ୍ତୁ ଏହି ସବୁ ଲକ୍ଷଣ ଗୁଡ଼ିକ…….

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ପ୍ରେମ ଏକ ଏପରି ଶବ୍ଦ ଅଟେ ଯାହା ଏହି ଦୁନିଆରେ ପ୍ରାୟ ସମସ୍ତ ଲୋକଙ୍କୁ ଜଣାଥିବ।ଏହି ଦୁନିଆରେ କିଛି ଲୋକଙ୍କର ପ୍ରେମ ସଫଳ ହୋଇଥାଏ ତ ଆଉ କିଛି ଲୋକଙ୍କର ପ୍ରେମ ସଫଳ ହୋଇ ପାରି ନଥାଏ। କହିବାକୁ ଗଲେ ପ୍ରେମ ଏକ ଅଦ୍ଭୁତ ଅନୁଭୂତି ଅଟେ। ଭଗବାନଙ୍କ ସୃଷ୍ଟିରେ ପ୍ରତ୍ୟେକ ପ୍ରାଣୀ ପ୍ରେମ କରିବା ପାଇଁ ସ୍ଵାଧୀନ ଅଟନ୍ତି।ତେବେ ଆସନ୍ତୁ ଆଜି ଆମେ ସେହି ପ୍ରେମ ସଂପର୍କରେ କିଛି ବିଶେଷ କଥା ବିସ୍ତାର ରୂପରେ ଜାଣିବା।

– ଯଦି ଆପଣ ସ୍ୱଭାବରେ ଭଲ ହୋଇଥିବେ, ତାହେଲେ ଆପଣ ପ୍ରେମ କରୁଥିବା ବ୍ୟକ୍ତି, ଆପଣଙ୍କ ସହିତ ସବୁଦିନ ପାଇଁ ନିଶ୍ଚିତ ଭାବରେ ରହିବେ। କିନ୍ତୁ କିଛି ଲୋକେ ବଳପୂର୍ବକ ନିଜର ପ୍ରେମକୁ ହାସଲ କରିବାକୁ ପ୍ରୟାସ କରି ଥାଆନ୍ତି। ଏଭଳି କାର୍ଯ୍ୟ କରିବା ଦ୍ୱାରା ସେମାନଙ୍କ ପ୍ରେମ କେବେ ମଧ୍ୟ ସେମାନଙ୍କର ହୋଇ ନଥାଏ। କାରଣ ପ୍ରେମକୁ କେବେବି ହାସଲ କରି ହୁଏ ନାହିଁ।

– ଯଦି ଆପଣ କେବେବି ନିଜର ପ୍ରେମକୁ ଆପଣେଇବାକୁ ଚାହୁଁଛନ୍ତି, ତାହେଲେ ସମ୍ପର୍କରେ କେବେବି ବାଧ୍ୟ କରନ୍ତୁ ନାହିଁ।ତେବେ ଆପଣ ଯଦି ବାସ୍ତବରେ କାହାକୁ ସଚ୍ଚୋଟ ପ୍ରେମ କରୁଛନ୍ତି, ତାହେଲେ ଆପଣଙ୍କୁ ନିଜ ପ୍ରେମ ଓ ପରିସ୍ଥିତି ଉପରେ ବିଶ୍ୱାସ ରଖିବାକୁ ପଡ଼ିବ। ଯାହାଫଳରେ ଆପଣଙ୍କ ପାର୍ଟନର ଆପଣଙ୍କୁ ନିଶ୍ଚିତ ଭାବରେ ବୁଝି ପାରିବେ।କିନ୍ତୁ ଯଦି ଆପଣ ଧର୍ଯ୍ୟ ନରଖି ତାଙ୍କୁ ଜବରଦସ୍ତି ହାସଲ କରିବା ପାଇଁ ଚାହିଁବେ, ତାହେଲେ ଏହା କେବେବି ଫଳପ୍ରଦ ହେବ ନାହିଁ। ଏହାସହିତ ଆପଣଙ୍କ ପାର୍ଟନର ଆପଣଙ୍କ ଠାରୁ ଦୂରେଇ ଯିବେ।

– ପ୍ରେମରେ ବାଧ୍ୟତାମୂଳକ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରହି ପାରେ ନାହିଁ। ଆପଣ ଯାହାକୁ ପ୍ରେମ କରୁଥିବେ, ତାଙ୍କୁ ଆପଣଙ୍କୁ ଭଲ ପାଇବା ପାଇଁ ଅଧିକ ବାଧ୍ୟ କରି ପାରିବେ ନାହିଁ।କାରଣ ଏପରି ହେବା ଫଳରେ ସେ ଆପଣଙ୍କୁ ଭଲ ପାଇବା ବଦଳରେ ଆପଣଙ୍କୁ ଘୃଣା କରିବା ଆରମ୍ଭ କରିଦେବେ।ଏହାଦ୍ବାରା ଆପଣ ତାଙ୍କ ଠାରୁ ସମ୍ପୂର୍ଣ୍ଣ ଦୂରେଇ ଯିବେ। ତେଣୁ ଏଭଳି ଭୂଲ କରନ୍ତୁ ନାହିଁ।

– ଯଦି ଆପଣ ନିଜ ପ୍ରେମକୁ ପାଇବାକୁ ଚାହୁଁଛନ୍ତି ତାହେଲେ ଆପଣ ନିଜ ସାଥୀଙ୍କର ଯତ୍ନ ନିଅନ୍ତୁ। ତାଙ୍କ ଉପରେ କେବେବି କୌଣସି କଥାରେ ଚାପ ପକାନ୍ତୁ ନାହିଁ। ଏଭଳି କରିବା ଦ୍ଵାରା ସେ ଆପଣଙ୍କ ପ୍ରତି ତାଙ୍କର ସଚ୍ଚୋଟ ଭାବନା ପ୍ରଦର୍ଶନ କରିବେ।

– ଆପଣ ନିଜ ସାଥୀଙ୍କୁ ଯଥେଷ୍ଟ ସମ୍ମାନ କରନ୍ତୁ ଏବଂ ତାଙ୍କର ଯତ୍ନ ନିଅନ୍ତୁ। ଦେଖିବେ ଆପଣଙ୍କୁ ମଧ୍ୟ ସେ ସମ୍ମାନ କରିବେ। ଏହାସହିତ ଆପଣଙ୍କ ପାର୍ଟନର ଆପଣଙ୍କୁ ଭଲଭାବରେ ବୁଝି ପାରିବେ। କିନ୍ତୁ କେବେବି ତାଙ୍କ ଉପରେ ଚାପ ପକାଇ ଆପଣ ପ୍ରେମ ହାସଲ କରି ପାରିବେ ନାହିଁ। ତେଣୁ ଏଭଳି ଭୁଲ କରନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *