Excuse Me Odisha

ଯାହା କହିବୁ ସତ କହିବୁ

ହାତରେ ଏହି ଚିହ୍ନ ଥିଲେ, ଧନଲାଭ ହେବାର ସଂକେତ ମିଳିଥାଏ। ଜାଣନ୍ତୁ କଣ ସେହି ଚିହ୍ନ?

ସେୟାର୍ କରନ୍ତୁ

ହସ୍ତରେଖା ଶାସ୍ତ୍ର ଅନୁସାରେ ଆମ ହାତରେ ଅନେକ ରେଖା ଓ ଚିହ୍ନ। ଏହି ଚିହ୍ନ ମନୁଷ୍ୟର ଭବିଷ୍ୟତ ବିଷୟରେ ସଂକେତ ଦେଇଥାଏ। ଯାହାଦ୍ଵାରା ବ୍ୟକ୍ତିକୁ ଜୀବନରେ ସଫଳତା ମିଳିବା ସହିତ ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାଏ।

– ଈଶ୍ବରଙ୍କ କୃପା ଦୃଷ୍ଟି ରହିଥାଏ।

– ସଫଳତା ମିଳିବାର ସଂକେତ ମିଳିଥାଏ।

– ହାତରେ V ଚିହ୍ନ ହୋଇଥାଏ ଖାସ୍।

ହସ୍ତରେଖା ଶାସ୍ତ୍ରରେ ହାତରେ ବିଭିନ୍ନ ପର୍ବତ ରେଖା ଓ ଚିହ୍ନ ଗୁଡ଼ିକର ଅଧ୍ୟୟନ କରାଯାଇଥାଏ। କୁହାଯାଏ କି ବ୍ୟକ୍ତିର କର୍ମ ଅନୁସାରେ ତାର ହାତର ରେଖା ବଦଳି ଥାଏ। ଏହାସହିତ ହାତର ରେଖା ବର୍ତ୍ତମାନ, ଭବିଷ୍ୟତ, ବ୍ୟକ୍ତିତ୍ଵକୁ ଦର୍ଶାଇଥାଏ। ପ୍ରତ୍ୟେକ ମନୁଷ୍ୟର ହାତରେ ରେଖା ଗୁଡ଼ିକ ଯୋଡି କୌଣସି ଅକ୍ଷର ନିଶ୍ଚିତ ଭାବରେ ବନିଥାଏ। ଯେପରି ହାତର ରେଖା ଗୁଡ଼ିକ ଖାସି ସଂକେତ ଦେଇଥାଏ, ସେହିପରି ହାତରେ ତିଆରି ହୋଇଥିବା ଅକ୍ଷର ଗୁଡ଼ିକର ମଧ୍ୟ ଖାସ୍ ମହତ୍ୱ ରହିଥାଏ। ଆସନ୍ତୁ ହାତରେ ରେଖା ଗୁଡ଼ିକ ଯୋଡି ତିଆରି ହୋଇଥିବା V ଅକ୍ଷର ବିଷୟରେ ଜାଣିବା।

– ହସ୍ତରେଖା ଶାସ୍ତ୍ରରେ ହାତର ହୃଦୟ ରେଖାର ଖାସ୍ ମହତ୍ୱ ରହିଥାଏ। ଏହି ରେଖା ଯୋଡି ହୋଇ V ଅକ୍ଷର ସୃଷ୍ଟି ହୋଇଥାଏ ଏବଂ ବ୍ୟକ୍ତିକୁ ଜୀବନରେ ଅନେକ ସଫଳତା ମିଳିବାର ସଂକେତ ଦେଇଥାଏ। ହାତରେ ଏହି ଅକ୍ଷର ଥିବା ଲୋକଙ୍କ ଭାଗ୍ୟ ସର୍ବଦା ସେମାନଙ୍କ ସପକ୍ଷରେ ରହିଥାଏ।

– ହସ୍ତରେଖା ଶାସ୍ତ୍ର ଅନୁସାରେ ହାତର ରେଖରେ ତିଆରି ହେଉଥିବା V ଅକ୍ଷର ଏହି କଥାର ସଂକେତ ଦେଇଥାଏ କି ବ୍ୟକ୍ତିକୁ ତାର ଉଚିତ ପରିଶ୍ରମର ଫଳ ପ୍ରାପ୍ତ ହେବ। ଏହାସହିତ ବ୍ୟକ୍ତି ଜଣକ ନିଜ ପରିଶ୍ରମ ବଳରେ ନିଜ ଭାଗ୍ୟ ବଦଳେଇ ପାରିବ।

– ହସ୍ତରେଖା ଶାସ୍ତ୍ର ଅନୁସାରେ, ହାତର ହୃଦୟ ରେଖାରୁ ଯଦି କୌଣସି ରେଖା ବାହାରି ତର୍ଜନୀ ଓ ମଧ୍ୟମା ଆଙ୍ଗୁଳି ମଧ୍ୟରେ V ଚିହ୍ନ ସୃଷ୍ଟି କରେ, ତାହେଲେ ବ୍ୟକ୍ତି ଜଣକ ବ୍ୟାପାରରେ ବହୁତ ଲାଭ ପ୍ରାପ୍ତ କରିବେ। ଏହାସହିତ ଜୀବନରେ ଅନେକ ସୁଖଶାନ୍ତି ବିଦ୍ୟମାନ ହେବ।

– ହସ୍ତରେଖା ଶାସ୍ତ୍ରରେ ବ୍ୟକ୍ତିର ହାତରେ V ଚିହ୍ନ ରହିଥାଏ, ସେମାନଙ୍କ ଜୀବନରେ କେବେବି ଧନର ଅଭାବ ଦେଖାଦେଇ ନଥାଏ।ଏହାସହିତ ଏମାନଙ୍କ ଉପରେ ସର୍ବଦା ଈଶ୍ବରଙ୍କ ଆଶୀର୍ବାଦ ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *