Excuse Me Odisha

ଯାହା କହିବୁ ସତ କହିବୁ

ଦିନକୁ ଗୋଟିଏ ବା ଦୁଇଟିରୁ ଅଧିକ କଦଳୀ ସେବନ କରନ୍ତୁ ନାହିଁ। ନଚେତ ଶରୀର ଅସୁସ୍ଥ ହେବାର ସମ୍ଭାବନା ରହିଛି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। କଦଳୀ ଏକ ଏପରି ଫଳ ଅଟେ, ଯାହା ବହୁତ ସ୍ୱାଦିଷ୍ଟ ହେବା ସହିତ ପାଟିକୁ ମିଠା ଲାଗିଥାଏ।ଏହା ଆମ ଶରୀର ପାଇଁ ମଧ୍ୟ ବହୁତ ଉପକାରୀ ଅଟେ। ପିଲାଠାରୁ ବୁଢା ସଭିଏଁ କଦଳୀ ଖାଇବାକୁ ପସନ୍ଦ କରନ୍ତି। କହିବାକୁ ଗଲେ ପ୍ରତ୍ୟେକ ଋତୁରେ କଦଳୀ ଫଳି ଥାଏ।

ପ୍ରତ୍ୟେକଦିନ କଦଳୀ ଖାଇବା ଦ୍ୱାରା ଶରୀର ପାଇଁ ଲାଭକାରୀ ହୋଇଥାଏ। କିନ୍ତୁ କଣ ଆପଣ ଜାଣନ୍ତି କି, ଅଧିକ ମାତ୍ରାରେ କଦଳୀ ଖାଇବା ଦ୍ୱାରା ଏହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ସେଥିପାଇଁ ଆପଣଙ୍କୁ କଦଳୀ ଖାଇବା ପାଇଁ ଗୋଟେ ପ୍ରକାରର ସମୟ ସ୍ଥିର କରିବାକୁ ପଡିବ। ତେବେ ଆସନ୍ତୁ ଅଧିକ କଦଳୀ ଖାଇବା ଦ୍ବାରା କଣ କ୍ଷତି ହୋଇଥାଏ, ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଆପଣ ଗୋଟିଏ ଦିନରେ ଅତିବେଶୀରେ ଗୋଟିଏରୁ ଦୁଇଟି କଦଳୀ ଖାଇବା ଉଚିତ। ଯଦି ଆପଣ ବହୁତ ବ୍ୟାୟାମ କରୁଛନ୍ତି, ତାହେଲେ ଆପଣ ଦିନକୁ ୩ରୁ ୪ଟି କଦଳୀ ଖାଇପାରିବେ। କିନ୍ତୁ ଅଧିକ କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। କାରଣ ଅଧିକ କଦଳୀର ସେବନ କରିବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇଥାଏ। କଦଳୀରେ ଫାଇବର ଏବଂ ପ୍ରାକୃତିକ ସୁଗାର ଭରପୁର ପରିମାଣରେ ରହିଛି। ଯଦି ଆପଣ ଏହାକୁ କ୍ଷୀର ସହିତ ଖାଆନ୍ତି, ତେବେ ଓଜନ ଅଧିକ ବଢ଼ିଯିବାର ସମ୍ଭାବନା ରହିଥାଏ।

କେବେବି ଖାଲି ପେଟରେ କଦଳୀ ଖାଇବା ଉଚିତ ନୁହେଁ। ନଚେତ ପେଟ ଯନ୍ତ୍ରଣା ଏବଂ ଗ୍ୟାସ ଭଳି ସମସ୍ୟା ଉତ୍ପନ୍ନ ହୋଇପାରେ। କଦଳୀରେ ଷ୍ଟାର୍ଚ ରହିଥାଏ, ତେଣୁ ପେଟ ଭିତରେ ଏହା ହଜମ ହେବାକୁ ସମୟ ଲାଗେ। ଯେଉଁଥିପାଇଁ ପେଟରେ ଯନ୍ତ୍ରଣା ହେବାର ସମ୍ଭାବନା ଅଧିକ ବଢିଯାଏ।

ଅଧିକାଂଶ ଲୋକେ ଏହି କାରଣରୁ ବାନ୍ତି ମଧ୍ୟ କରିଥାନ୍ତି। କହିବାକୁ ଗଲେ ପାଚିଲା କଦଳୀର ସେବନ କଲେ ପେଟ ସଫା ହୋଇଯାଏ। କିନ୍ତୁ ଯଦି କଦଳୀ ଅଳ୍ପ କଞ୍ଚା ରହେ, ତାହେଲେ ଏହା କୋଷ୍ଠକାଠିନ୍ୟ ଭଳି ସମସ୍ୟାର କାରଣ ମଧ୍ୟ ହୋଇପାରେ। କଦଳୀ ଖାଇବା ଦ୍ୱାରା ଝାଡ଼ା ଟାଇଟ୍ ହୋଇଯାଏ। ତେଣୁ କଞ୍ଚା କଦଳୀ ଖାଆନ୍ତୁ ନାହିଁ ଏବଂ ପାଚିଲା କଦଳୀ ସମୁଦାୟ ଗୋଟେରୁ ଦୁଇଟା ଖାଆନ୍ତୁ

ଯେଉଁମାନେ ମଧୁମେହ ରୋଗରେ ପୀଡିତ ଅଛନ୍ତି, ସେମାନଙ୍କୁ କଦଳୀ ଖାଇବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଥାନ୍ତି।କାରଣ କଦଳୀରେ ପ୍ରାକୃତିକ ସୁଗାର ରହିଥାଏ, ଯାହାଦ୍ଵାରା ଶରୀରର ସୁଗାର ସ୍ତର ବଢ଼ିପାରେ। ଏଥିପାଇଁ ଅଧିକ ସୁଗାର ଥିବା ଲୋକଙ୍କୁ କଦଳୀ କମ୍ ଖାଇବା ଉଚିତ। ଯେଉଁମାନେ ଅଧିକ ପରିମାଣରେ କଦଳୀର ସେବନ କରିଥାନ୍ତି

ସେମାନଙ୍କର ଦାନ୍ତ ଖୁବ୍ ଶୀଘ୍ର ନଷ୍ଟ ହେବାର ଆଶଙ୍କା ରହିଥାଏ। କଦଳୀରେ ଆମିନୋ ଏସିଡ୍ ଟାଇରୋସିନ୍ ମଧ୍ୟ ରହିଛି, ଯାହା ଶରୀରକୁ ଯାଇ ଟାଇରାମିନରେ ପରିଣତ ହୋଇଥାଏ। ଆଜ୍ମା ରୋଗୀମାନଙ୍କ ପାଇଁ କଦଳୀ ବହୁତ କ୍ଷତିକାରକ ହୋଇଥାଏ। ତେଣୁ ସବୁଦିନ ଗୋଟେ ବା ଦୁଇଟି କଦଳୀର ସେବନ କରିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *