Excuse Me Odisha

ଯାହା କହିବୁ ସତ କହିବୁ

ଆଜିଠାରୁ ଏହି ରାଶିର ଲୋକଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ଶୁଭ ଦିନ। କଣ ଆପଣଙ୍କ ରାଶି ଏଥିରେ ସାମିଲ ରହିଛି ?

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନକୁ ବହୁତ ଗୁରୁତ୍ବପୂର୍ଣ୍ଣ ମାନା ଯାଇଛି। ଗ୍ରହ ମାନଙ୍କର ରାଶି ପରିବର୍ତ୍ତନର ପ୍ରଭାବ ପ୍ରତ୍ୟେକ ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ବୁଦ୍ଧି, ତର୍କ, ସମ୍ବାଦ, ଗଣିତ, ଚତୁରତା, ମିତ୍ରତାର କାରକ ଗ୍ରହ ବୁଧ ଗ୍ରହ ଅଟେ। ମାର୍ଚ୍ଚ ୨୪ ତାରିଖ ଦିନ ବୁଧ ଗ୍ରହ ରାଶି ପରିବର୍ତ୍ତନ କରି ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହାଦ୍ବାରା କିଛି ରାଶିର ଲୋକଙ୍କ ଉପରେ ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି। ଆସନ୍ତୁ ଜାଣିବା ବୁଧ ଗ୍ରହର ରାଶି ପରିବର୍ତ୍ତନ କେଉଁ ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।

ବୃଷ ରାଶି :-

ବୁଧ ଗ୍ରହର ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କ ଆତ୍ମବିଶ୍ବାସ ସୁଦୃଢ ରହିବ। ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ। କାରବାରରେ ଅଧିକ ଲାଭବାନ ହେବେ। ଖର୍ଚ୍ଚରେ ନିୟନ୍ତ୍ରଣ ହେବ।ପିତାଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଚାକିରି କ୍ଷେତ୍ରରେ ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଧାର୍ମିକ କାର୍ଯ୍ୟରେ ଆପଣ ଯୋଗଦାନ କରିବେ। ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ।

ବିଛା ରାଶି :-

ବୁଧ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣ ଦୃଢ଼ ଆତ୍ମବିଶ୍ବାସୀ ରହିବେ। କାର୍ଯ୍ୟକ୍ଷେତ୍ରରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି।ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ଆୟରେ ବୃଦ୍ଧି ହେବାର ଯୋଗ ରହିଛି। ନୂଆ ବାହନ କିଣି ପାରନ୍ତି। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।

ଧନୁ ରାଶି :-

ବୁଧ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆପଣ ଦୃଢ଼ ଆତ୍ମବିଶ୍ବାସୀ ରହିବେ। ନୂଆ ବାହନ କିଣି ପାରନ୍ତି। ଅଚାନକ ଧନଲାଭ ହେବାର ଯୋଗ ରହିଛି।ଭାଇ ଭଉଣୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଚାକିରି କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। କାରବାରରେ ବୃଦ୍ଧି ହେବ।

ମୀନ ରାଶି :-

ବୁଧ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ଅଚାନକ ଧନଲାଭ ହେବାର ଯୋଗ ରହିଛି।ଚାକିରି କ୍ଷେତ୍ରରେ ମାର୍ଗ ପ୍ରଶସ୍ତ ହେବ। ଘରେ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରେ। ଚାକିରୀରେ ଆୟ ବୃଦ୍ଧି ହେବ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *