Excuse Me Odisha

ଯାହା କହିବୁ ସତ କହିବୁ

ଶୁକ୍ରବାର ଦିନ ଏହି କାର୍ଯ୍ୟ କଲେ,ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ଘରେ ଆର୍ଥିକ ସଙ୍କଟ ଦେଖା ଦେଇଥାଏ।

ସେୟାର୍ କରନ୍ତୁ

କହିବାକୁ ଗଲେ ଶୁକ୍ରବାର ଦେବୀ ଲକ୍ଷ୍ମୀଙ୍କୁ ସମର୍ପିତ ଅଟେ। ଏହିଦିନ ପୂଜାର୍ଚ୍ଚନା କରିବା ଦ୍ଵାରା ଖାସ୍ ଫଳ ପ୍ରାପ୍ତ ହୋଇଥାଏ। ଘର ଉପରେ ସର୍ବଦା ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ। ଘରେ ଧନସମ୍ପତ୍ତି, ସୁଖସମୃଦ୍ଧି ବୃଦ୍ଧି ହେବା ପାଇଁ ଶୁକ୍ରବାର ଦିନ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କୁ ସମର୍ପିତ ଅଟେ।

– ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଦାରିଦ୍ର୍ୟତା ଦୂର ହୋଇଥାଏ।

– ଶୁକ୍ରବାର ଦିନ କିଛି କାର୍ଯ୍ୟ କରିବାରୁ ବଞ୍ଚିତ ହେବା ଉଚିତ।

ସପ୍ତାହର ପ୍ରତ୍ୟେକ ଦିନ କୌଣସି ଦେବତାଙ୍କୁ ସମର୍ପିତ ଅଟେ। ଯେପରି ସୋମବାର ଦିନ ଭଗବାନ ଶିବ, ମଙ୍ଗଳବାର ଦିନ ପ୍ରଭୁ ହନୁମାନ, ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କୁ ଦେବୀ ଲକ୍ଷ୍ମୀଙ୍କୁ ସମର୍ପିତ ଅଟେ। ଶୁକ୍ରବାର ଦେବୀ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କଲେ, ବିଶେଷ ଲାଭ ପ୍ରାପ୍ତ ହୋଇଥାଏ। ଯେଉଁ ଲୋକଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କର କୃପା ରହିଥାଏ, ସେମାନଙ୍କର ଧନଧାନ୍ୟ ବୃଦ୍ଧି ହୋଇଥାଏ। ଯଦି ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି, ତାହେଲେ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିଥାଏ।

ଜାଣତରେ ହେଉ ବା ଅଜାଣତରେ ଯଦି କିଛି ଏଭଳି କାର୍ଯ୍ୟ ଆପଣ କରନ୍ତି, ଯାହାଦ୍ଵାରା ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇଯିବେ। ତେଣୁ ଏଭଳି କେଉଁ କାର୍ଯ୍ୟ ରହିଛି, ଯାହାକୁ କରିବା ଅନୁଚିତ ଅଟେ। ଯାହାଦ୍ଵାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇଯିବେ। ଯଦି ଆପଣ ଦେବୀ ଲକ୍ଷ୍ମୀଙ୍କର କ୍ରୋଧରୁ ବଞ୍ଚିତ ହେବାକୁ ଚାହୁଁଛନ୍ତି ଏବଂ ଘରେ ସୁଖସମୃଦ୍ଧିର ବାସ ହେବା ପାଇଁ ଚାହୁଁଛନ୍ତି, ତାହେଲେ ତଳେ ଦିଆଯାଇଥିବା କାର୍ଯ୍ୟକୁ ଶୁକ୍ରବାର ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ।

– ସୂର୍ଯ୍ୟାସ୍ତ ପରେ ଝାଡୁ ଲଗାନ୍ତୁ ନାହିଁ :-

ପ୍ରତ୍ୟେକ ଲୋକଙ୍କ ଘରେ ସୂର୍ଯ୍ୟାସ୍ତ ପରେ ଘର ଝାଡୁ ବା ପୋଛା ଲଗା ଯାଏ ନାହିଁ। ଏହାର କାରଣ ହେଉଛି ସନ୍ଧ୍ୟା ସମୟରେ ଘରେ ଝାଡୁ ବା ପୋଛା ଲଗାଇବା ଦ୍ଵାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇଯାଇଛନ୍ତି। ଏହାସହିତ ଘରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ। ତେଣୁ ବିଶେଷ ଭାବରେ ଶୁକ୍ରବାର ଦିନ ଝାଡୁ ଓ ପୋଛା ଲଗାଇବା ଉଚିତ ନୁହେଁ।

– ଋଣ ଦେବାନେବା କରନ୍ତୁ ନାହିଁ :-

ଶୁକ୍ରବାର ଦିନ ଆପଣ କାହାକୁ ଟଙ୍କା ଋଣ ଦିଅନ୍ତୁ ନାହିଁ କି କାହା ପାଖରୁ ଉଧାର ନିଅନ୍ତୁ ନାହିଁ। ଏଭଳି କରିବା ଦ୍ଵାରା ଅଶୁଭ ହୋଇଥାଏ। ଏହାଦ୍ବାରା ଆର୍ଥିକ ସଙ୍କଟ ଦେଖା ଦେଇପାରେ।

– ଘରେ ଅନ୍ଧାର କରନ୍ତୁ ନାହିଁ :-

ଅଧିକାଂଶ ଲୋକେ ଘରେ ଅଳ୍ପ ଲାଇଟ ଜଳାଇ ରଖିଥାନ୍ତି। ଯେପରି ଘର ଭିତରକୁ ସୂର୍ଯ୍ୟାଲୋକ ପ୍ରବେଶ କରିବା ନିହାତି ଜରୁରୀ ଅଟେ। ସେହିପରି ଘରକୁ ସର୍ବଦା ଆଲୋକିତ ରଖିବା ନିହାତି ଆବଶ୍ୟକ ଅଟେ। ଏଭଳି କରିବା ଦ୍ଵାରା ଘରେ ସୁଖଶାନ୍ତି ବଜାୟ ରହିଥାଏ।

– ଝାଡ଼ୁକୁ ଛିଡା କରି ରଖନ୍ତୁ ନାହିଁ :-

ଘର ଭିତରେ ଝାଡ଼ୁକୁ ରଖିବା ସମୟରେ ସର୍ବଦା ଶୁଆଇ କରି ରଖନ୍ତୁ। କାରଣ ଝାଡୁକୁ କେବେବି ଛିଡ଼ା କରି ରଖିବା ଘର ପାଇଁ ଶୁଭ ହୋଇ ନଥାଏ। ଏହାଦ୍ବାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। କାରଣ ଝାଡୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନଯାଇଥାଏ। ଝାଡୁ ଦ୍ଵାରା ଘରର ସବୁ ଅଳିଆ ସଫା ହେବା ସହିତ ନକାରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଯାଇଥାଏ। ତେଣୁ ଏଭଳି ଭୂଲ କରନ୍ତୁ ନାହିଁ।

– ଘରକୁ ସଫାସୁତୁରା ରଖନ୍ତୁ :-

କୁହାଯାଏ କି ଯେଉଁଠାରେ ସଫାସୁତୁରା ପରିବେଶ ରହିଥାଏ, ସେଠାରେ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି। ତେଣୁ ଦୀପାବଳୀ ଦିନ ଘରକୁ ଭଲଭାବରେ ସଫାସୁତୁରା କରି ଦେବୀ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଏ।ଏହାଦ୍ଵାରା ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ପଡ଼ିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *