Excuse Me Odisha

ଯାହା କହିବୁ ସତ କହିବୁ

ପର୍ସରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଏହି ଜିନିଷ, ନଚେତ ଭିକାରୀ ହୋଇଯିବେ।

ସେୟାର୍ କରନ୍ତୁ

ବାସ୍ତୁ ଶାସ୍ତ୍ରରେ ଟଙ୍କାକୁ ନିଜ ପାଖରେ ରଖିବାର ଅନେକ ଶୈଳୀରୁ ଟଙ୍କା ପାଖରେ ରହିବ ନା ନାହିଁ ଜଣା ପଡ଼ିଥାଏ।ଟଙ୍କା ରଖିବାର ଶୈଳୀରୁ ଆର୍ଥିକ ଅବସ୍ଥା ସୁଦୃଢ ରହିବ କି ନାହିଁ ଜଣା ପଡ଼ିଥାଏ।

– ହୋଇଥାଏ ଆର୍ଥିକ କ୍ଷତି।

– ପାଖରେ ତିଷ୍ଠି ନଥାଏ ଅର୍ଥ।

– ରାହୁ ଗ୍ରହର ପଡ଼ିଥାଏ ପ୍ରଭାବ।

ପ୍ରତ୍ୟେକ ବ୍ୟକ୍ତି ଧନବାନ ହେବାକୁ ଚାହିଁଥାନ୍ତି। ଆଉକିଛି ଲୋକଙ୍କର ଆଶା ରହିଥାଏ କି ତାଙ୍କ ପର୍ସ ସର୍ବଦା ଟଙ୍କାରେ ଭରି ରହିଥାଉ। ପ୍ରତ୍ୟେକ ମନୁଷ୍ୟଙ୍କ ଜୀବନରେ ଆର୍ଥିକ ସ୍ଥିତି ସମାନ ରହି ନଥାଏ। ବାସ୍ତୁ ଶାସ୍ତ୍ରରେ ଟଙ୍କାକୁ ନିଜ ପାଖରେ ରଖିବାର ଅନେକ ଶୈଳୀରୁ ଟଙ୍କା ପାଖରେ ରହିବ ନା ନାହିଁ ଜଣା ପଡ଼ିଥାଏ।ଟଙ୍କା ରଖିବାର ଶୈଳୀରୁ ଆର୍ଥିକ ଅବସ୍ଥା ସୁଦୃଢ ରହିବ କି ନାହିଁ ଜଣା ପଡ଼ିଥାଏ। ଆସନ୍ତୁ ବାସ୍ତୁ ଅନୁସାରେ କେଉଁ ସବୁ ନିୟମ ଗୁଡ଼ିକ ରହିଛି ଜାଣିବା।

ପର୍ସରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଏହି ଜିନିଷ :-

– ବାସ୍ତୁ ଶାସ୍ତ୍ର ଅନୁସାରେ ପର୍ସରେ କିଛି ଏଭଳି ଜିନିଷ ରଖିବା ଉଚିତ ନୁହେଁ, ଯାହାଦ୍ଵାରା ପାଖରେ ଟଙ୍କା ବେଶୀ ସମୟ ପର୍ଯ୍ୟନ୍ତ ରହେ ନାହିଁ। ପର୍ସରେ ପୁରୁଣା ବିଲ, କାଗଜ, ଚିରି ଯାଇଥିବା କାଗଜ ଆଦି ରଖିବା ଉଚିତ ନୁହେଁ।ଏଗୁଡ଼ିକ ପର୍ସରେ ରଖିବା ଦ୍ଵାରା ରାହୁ ଗ୍ରହର କୁପ୍ରଭାବ ଆପଣଙ୍କ ଉପରେ ପଡିପାରେ।

– ବାସ୍ତୁ ଅନୁସାରେ ପର୍ସରେ କେବେ ମଧ୍ୟ କୌଣସି ଧାରୁଆ ଲୁହା ଜିନିଷ ରଖିବା ଉଚିତ ନୁହେଁ।ଏହାସହିତ ମେଡିସିନ ମଧ୍ୟ ନିଜ ପର୍ସରେ ରଖିବା ଉଚିତ ନୁହେଁ। ଏହାଦ୍ଵାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ଏଥିପାଇଁ ପର୍ସରେ କେବେବି ଚାବି, ପିନ, ଛୁରୀ, ବ୍ଲେଡ଼ ଭଳି ଧାରୁଆ ଜିନିଷ ରଖିବା ଉଚିତ ନୁହେଁ।

– ବାସ୍ତୁ ଅନୁସାରେ ପର୍ସରେ କଏନ ଗୁଡ଼ିକର ଶବ୍ଦ ଶୁଣା ଯିବା ଉଚିତ ନୁହେଁ।ପର୍ସରେ ଦେବୀ ଲକ୍ଷ୍ମୀଙ୍କର ଫଟୋ ରଖିବା ଶୁଭ ମାନାଯାଇଥାଏ।

– ବାସ୍ତୁ ଶାସ୍ତ୍ର ଅନୁସାରେ ଧନକୁ ସୁବ୍ୟବସ୍ଥିତ ଢଙ୍ଗରେ ରଖିବା ନିହାତି ଜରୁରୀ ଅଟେ।ନଚେତ ବହୁତ ଆର୍ଥିକ ସଙ୍କଟ ଦେଖା ଦେଇଥାଏ।ତେଣୁ ଏଥିପ୍ରତି ସର୍ବଦା ଧ୍ୟାନ ରଖନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *