Excuse Me Odisha

ଯାହା କହିବୁ ସତ କହିବୁ

ତୁରନ୍ତ କାଟି ଫୋପାଡ଼ି ଦିଅନ୍ତୁ ଏହି ୫ଟି ଅଶୁଭ ଗଛ,ଏଗୁଡ଼ାକ ଧନ ନାଶ କରିଥାନ୍ତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ତୁରନ୍ତ କାଟି ଫୋପାଡ଼ି ଦିଅନ୍ତୁ ଏହି ଅଶୁଭ ଗଛ ସୃଷ୍ଟିର ନାଶ କରିଥାଏ।

ଯେବେ ଏହି ସୃଷ୍ଟିର ନିର୍ମାଣ ହୋଇଥିଲା ତ ଜୀବିତ ବସ୍ତୁର ସବୁଠାରୁ ପ୍ରଥମେ ଉତ୍ପତ୍ତି ଗଛର ହୋଇଥିଲା। ଏଥିପାଇଁ ହିନ୍ଦୁ ଧର୍ମରେ ଗଛର ଅଧିକ ମହତ୍ୱ କୁହାଯାଇଛି। କାରଣ ଗଛଲତା ଏବଂ ବନସ୍ପତି ଦ୍ୱାରା ଆମକୁ ଜୀବନରେ ସବୁ ବସ୍ତୁ ମିଳିଥାଏ। ଆମର ଜୀବନ ଗଛଲତା ଉପରେ ନିର୍ଭର କରିଥାଏ କାରଣ ଗଛଲତାରୁ ଆମକୁ ପ୍ରାଣ ବାୟୁ ତଥା ଅନ୍ୟ ସାମଗ୍ରୀ ଆମକୁ ପ୍ରାପ୍ତ ହୋଇଥାଏ। ସବୁଜମୟ ଗଛଲତା ବାତାବରଣକୁ ଶୁଦ୍ଧ କରିବା ସହିତ ଆମର ମନକୁ ବି ଶାନ୍ତି ଦେଇଥାନ୍ତି। ଗଛଲତାରୁ ବାହାରୁ ଥିବା ସକରାତ୍ମକ ଉର୍ଜାରୁ ଆମର ଆଖପାଖରେ ଥିବା ନକରାତ୍ମକ ଉର୍ଜା ବି ସମାପ୍ତ ହୋଇଯାଏ।

ବାସ୍ତୁଶାସ୍ତ୍ରରେ ଗଛଲତାର ବହୁତ ମହତ୍ୱ ରହିଛି। ବାସ୍ତୁଶାସ୍ତ୍ର ଅନୁସାରେ ଏମିତି ଅନେକ ଗଛ ଅଛି ଯାହା ଆମ ପାଇଁ ବହୁତ ଶୁଭ ହୋଇଥାନ୍ତି ଆଉ ଯଦି ଆମେ ସେହି ଗଛକୁ ନିଜ ଘରେ ଲଗାଇବା ତ ବହୁତ ଶୁଭ ଉର୍ଜାରେ ଆମର ଘରର ସୁଖ ଶାନ୍ତି ଏବଂ ସମୃଦ୍ଧି ଆସିଥାଏ। ଏମିତି ଗଛ ଆମ ଘରେ ରହିଲେ ଆମର କେବଳ ବର୍ତ୍ତମାନ ନୁହେଁ ବରଂ ଭବିଷ୍ୟତ ବି ସୁନ୍ଦର ହୋଇଯାଏ। ଏଥିପାଇଁ ସେହି ଗଛକୁ ଆମ ଘରେ ନିଶ୍ଚୟ ଲଗେଇବା ଉଚିତ। ଯାହା ଆମ ଘର ଉପରେ ସକାରାତ୍ମକ ପ୍ରଭାବ ପକାଇଥାନ୍ତି କିନ୍ତୁ ବାସ୍ତୁଶାସ୍ତ୍ରରେ ଏମିତି କିଛି ଗଛ ଲତା ଅଛି ଯାହା ଆମ ଜୀବନ ଉପରେ ନକରାତ୍ମକ ପ୍ରଭାବ ପକାଇ ଥାନ୍ତି। ଏଥିପାଇଁ ଏହି ଗଛଲତାକୁ ଆମ ଘରର ଆଖପାଖରେ କେବେବି ଭୁଲରେ ବି ଲଗେଇବା ଉଚିତ ନୁହେଁ। ଆଜିର ଏହି ପୋଷ୍ଟରେ ଏମିତି କିଛି ଗଛ ବିଷୟରେ ଜଣେଇବୁ ଯାହା ବାସ୍ତୁଶାସ୍ତ୍ର ଅନୁସାରେ ଶୁଭ ଏବଂ ଅଶୁଭ ହୋଇଥାନ୍ତି।

ଅଶୋକ ଗଛ। ଏହି ଗଛକୁ ଯଦି ଘରର ଉତ୍ତର ଦିଗରେ ଲଗାଯାଏ ତ ଏହା ବହୁତ ଶୁଭ ପ୍ରଭାବ ପକାଇଥାଏ। ଏହି ଗଛକୁ ଘରେ ଲଗେଇଲେ ଅନ୍ୟ ସବୁ ଅଶୁଭ ଗଛର ପ୍ରଭାବକୁ ବି ନଷ୍ଟ କରିଦିଏ।

କଦଳୀ ଗଛ। ଏହି ଗଛ ଘରର ଅଗଣାରେ ଲଗାଇବା ବହୁତ ଶୁଭ ହୋଇଥାଏ। ଏହି ଗଛ ଯଦି ଐଶ୍ଵଣ୍ୟ କୋଣରେ ଲଗାଯାଏ ତେବେ ଆହୁରି ଅଧିକ ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ। ଯଦି କଦଳୀ ଗଛ ପାଖରେ ତୁଳସୀ ଗଛ ଲଗାଯାଏ ତେବେ ଅଧିକରୁ ଅଧିକ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଐଶ୍ଵଣ୍ୟ କୋଣରେ ଲଗାଯାଇଥିବା କଦଳୀ ଗଛ ମୂଳରେ ଅଧ୍ୟୟନ କରିଲେ କେବେବି ବ୍ୟର୍ଥ ହୋଇନଥାଏ।

ପଦ୍ମ ଗଛ। ଘରର ଐଶ୍ଵଣ୍ୟ କୋଣରେ ଏକ ଛୋଟ ଗଡ଼ିଆ ଖୋଳି ସେଥିରେ ପଦ୍ମ ଗଛ ଲଗାଇବା ଦ୍ୱାରା ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ବ୍ୟବସାୟରେ ଉନ୍ନତି ହୋଇଥାଏ ତଥା ଇଶ୍ଵରଙ୍କ କୃପାରୁ ସୁଖ ସମ୍ପତି ସର୍ବଦା ବନି ରହିଥାଏ। ଅଳ୍ପ ପରିଶ୍ରମ କଲେ ଅଧିକ ସଫଳତା ପ୍ରାପ୍ତ ହୋଇଥାଏ। ଏଥିପାଇଁ ଘରେ ପଦ୍ମ ଗଛ ରହିବା ବହୁତ ଶୁଭ ମାନାଯାଏ।

ବର ଗଛ। ବାସ୍ତୁ ଦୃଷ୍ଟିରେ ଏହି ଗଛ ବହୁତ ମହତ୍ବପୂର୍ଣ ଗଛ ଅଟେ। କୌଣସି ବି ଘରର ପୂର୍ବ ଦିଗରେ ବର ଗଛ ରହିବା ଶୁଭ ମାନାଯାଏ। ଏଥିରେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ କିନ୍ତୁ ଧ୍ୟାନ ରଖିବେ ଘର ଉପରେ ଏହି ଗଛର ଛାୟା ଯେମିତି ପଡିବ ନାହିଁ। ନଚେତ ଦୁର୍ଭାଗ୍ୟ ଆସିଥାଏ।

ବଟ ଗଛ ଘରର ପଶ୍ଚିମ ଦିଗରେ ରହିବାକୁ ଅଶୁଭ ମାନାଯାଏ।

ଅଁଳା ଗଛ। ଏହି ଗଛ ଘରର ସୀମାରେ ରହିବାକୁ ଶୁଭ ମାନାଯାଏ। ଏହି ଗଛକୁ ଯଦି ଘରେ ଲଗାଯାଏ ତ ଅନ୍ୟ ଅଶୁଭ ଗଛର ପ୍ରଭାବ ବି ନଷ୍ଟ ହୋଇଯାଏ। ଯଦି ଆମ ଘରର ସାମ୍ନାରେ କିମ୍ବା ଆଖପାଖରେ ଅଚାନକ ଉଠିଯାଏ ତ।

ଡାଲିମ୍ବ ଗଛ। ଯଦି ଘରେ ଏହି ଗଛକୁ ଲଗାଯାଏ ତ ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ କିନ୍ତୁ ଏହି ଗଛ ଅଗ୍ନି କୋଣ ବା ନୈରତ କୋଣରେ ହେବା ଉଚିତ ନୁହେଁ।

ହଳଦୀ ଗଛ। ଏହି ଗଛ ଘରର ସୀମାରେ ରହିବାକୁ ଅଶୁଭ ମାନାଯାଏ। ଶାସ୍ତ୍ର ଅନୁସାରେ ଯଦି ଏହି ଗଛ ଆପେ ଆପେ ଉଠିଯାଏ ତ ଏହାକୁ ତୁରନ୍ତ ଓପାଡି ଦେବା ଉଚିତ। ଏହି ଗଛକୁ ଘରର ସୀମାରେ କେବେବି ରଖିବା ଉଚିତ ନୁହେଁ। ନଚେତ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ।

ସୀତା ଫଳ। ଏହି ଗଛକୁ ଘରର ସୀମାରେ ଲଗେଇବା ଉଚିତ ନୁହେଁ। ଏହା ଅଶୁଭ ପରିଣାମ ଦେଇଥାଏ। ଯଦି ଘରର ସୀମାରେ ଆପେ ଆପେ ଉଠିଯାଏ ତ ଏହାକୁ ଓପାଡିବା ଉଚିତ ନୁହେଁ ବରଂ ଘରର ସୀମାରେ ଏକ ଅଁଳା ଗଛ କିମ୍ବା ଡାଲିମ୍ବ ଗଛ ଲଗେଇବା ଉଚିତ। ଏହା ଦ୍ବାରା ଏହି ଗଛର ଅଶୁଭ ଉର୍ଜା ନଷ୍ଟ ହୋଇଯାଇଥାଏ।

ନଡ଼ିଆ ଗଛ। ଏହି ଗଛ ଯଦି ଘରର ସୀମାରେ ଲଗାଯାଏ ତ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଘରର ସୀମାରେ ଏହି ଗଛ ରହିଲେ ସେହି ଘରର ରହୁଥିବା ସଦସ୍ୟଙ୍କ ଉନ୍ନତି ଏବଂ ବୃଦ୍ଧି ହୋଇଥାଏ।

ଜାମୁକୋଳି ଗଛ। ବାସ୍ତୁ ଦୃଷ୍ଟିରେ ଯଦି ଏହି ଗଛ ଘରର ସୀମାରେ ଦକ୍ଷିଣ ଦିଗରେ ଲଗାଯାଏ ତ ଶୁଭ ମାନାଯାଏ। ଅନ୍ୟ ଦିଗରେ ଏହି ଗଛ ରହିବା ଅଧିକ ଲାଭଦାୟୀ ହୋଇନଥାଏ। ଘରର ଉତ୍ତରରେ ଏହି ଗଛ ରହିଲେ ତା ସହିତ ଡାଳିମ୍ବ କିମ୍ବା ଅଁଳା ଗଛ ନିଶ୍ଚୟ ଲଗାନ୍ତୁ। ଏହା ଦ୍ବାରା ଧନ ସମ୍ପତ୍ତିରେ ବୃଦ୍ଧି ହୋଇଥାଏ।

ଆମ୍ବ ଗଛ। ବାସ୍ତୁ ଦୃଷ୍ଟିରେ ଆମ୍ବ ଗଛ ଘରେ ରହିବା ଶୁଭ ମାନାଯାଏ ନାହିଁ। ଯଦି ଏହି ଗଛ ଥିବ ତାହେଲେ ତାକୁ କାଟିବା ଉଚିତ ନୁହେଁ ବରଂ ଏହାର ମୂଳରେ କଳା ତିଳ ପକେଇ ଜଳ ଅର୍ପଣ କରିବା ଉଚିତ।

ନିମ ଗଛ। ଘରର ବାୟୁ କୋଣରେ ଏହି ଗଛ ରହିବା ବହୁତ ଶୁଭ ହୋଇଥାଏ। ଏହା ପରିବେଶକୁ ଶୁଦ୍ଧ କରିଥାଏ ଏବଂ ସ୍ବାସ୍ଥ୍ୟରେ ବୃଦ୍ଧି କରିଥାଏ। ଏହି ପ୍ରକାରର ଯେଉଁ ମନୁଷ୍ୟ ଏହି ଗଛ ଲଗାଇଥାଏ ତାକୁ ଶିବଲୋକ ପ୍ରାପ୍ତ ହୋଇଥାଏ। ଯେଉଁ ମନୁଷ୍ୟ ୩ ଟି ନିମ ଗଛ ଲଗାଇଥାଏ ସେ ୧୦୦ ବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟଲୋକରେ ସୁଖର ଉପଭୋଗ କରିଥାଏ।

ବବୁଲ ଗଛ। ଏହି ଗଛକୁ ଘରେ ଲଗାଇବା ଉଚିତ ନୁହେଁ। ଏହାକୁ ଘରେ ଲଗାଇବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତ ହୋଇଥାଏ।

ଯୋଡ଼ା ଗଛ। ବାସ୍ତୁଶାସ୍ତ୍ର ଅନୁସାରେ ଏହି ଗଛ ଘରେ ରହିବା ବହୁତ ଅଶୁଭ ହୋଇଥାଏ। ଏହି ଗଛ ଘରେ ରହିବା ଦ୍ୱାରା ଘରେ ରହୁଥିବା ସଦସ୍ୟଙ୍କ କାର୍ଯ୍ୟରେ ସର୍ବଦା ବାଧା ଉତ୍ପନ ହୋଇଥାଏ।

ଗୋଲାପ ଗଛ। ବାସ୍ତୁଶାସ୍ତ୍ରରେ କଣ୍ଟା ଯୁକ୍ତ ଗଛକୁ ଘରେ ଲଗାଇବାକୁ ଅଶୁଭ ମାନାଯାଇଛି କାରଣ ଏହାର ଅଶୁଭ ପ୍ରଭାବ ପଡିଥାଏ କିନ୍ତୁ ଗୋଲାପ ଗଛକୁ ଅଶୁଭ ମାନାଯାଏ ନାହିଁ। ଘରେ ଗୋଲାପ ଗଛ ରହିଲେ ଭଲ ହୋଇଥାଏ।

ଅମୃତଭଣ୍ଡା ଗଛ। ଏହି ଗଛକୁ ଘରେ ଲଗାଇବା ଉଚିତ ନୁହେଁ। ଏହା ଅଶୁଭ ଫଳ ଦେଇଥାଏ। ଯଦି ଏହି ଗଛ ଆପେ ଆପେ ଉଠିଯାଏ ତ ଆରମ୍ଭରୁ ହିଁ ତାକୁ ଓପାଡି ଅନ୍ୟ ଜାଗାରେ ଲଗାଇଦେବା ଉଚିତ। ଯଦି ଏହି ଗଛ ବଡ଼ ହୋଇଯାଇଛି ତ କାଟିବା ପରିବର୍ତେ ଅପେକ୍ଷା କରିବେ କି ଯେବେ ଏହି ଗଛରେ ଫଳ ଧରିବା ବନ୍ଦ ହୋଇଯିବ ତ ସେତେବେଳେ ସେହି ଗଛରେ ଟିକେ ଛେଦ କରି ସେଥିରେ ଅଳ୍ପ ହେଙ୍ଗୁ ଭରିଦେବା ଉଚିତ। ଏମିତି କରିଲେ ତାହା ଆପେ ଆପେ ଶୁଖି ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *