Excuse Me Odisha

ଯାହା କହିବୁ ସତ କହିବୁ

କଇଁଚ ମୁଦି କିଏ ଏବଂ କିପରି ପିନ୍ଧିଲେ ମଣିଷ ହୋଇଯାଏ ଧନୀ ?

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କିଏ କିପରି ପିନ୍ଧିଲେ କଇଁଛ ମୁଦି କମ ଦିନରେ ମଣିଷ ହୋଇଯାଏ ଧନୀ।

ବର୍ତମାନ ଯୁଗର ଲୋକମାନେ ମୁଦି ପିନ୍ଧିବାକୁ ପସନ୍ଦ କରିଥାଆନ୍ତି କାରଣ ଅତ୍ୟଧିକ ସୁନ୍ଦରତା ଲାଗିବା ପାଇଁ ଆହୁରି ମଧ୍ୟ ଜ୍ୟୋତିଷଙ୍କ ପରାମର୍ଶ ନେଇକି ବିଭିନ୍ନ ପଥରର ମୁଦି ପିନ୍ଧିଥାଆନ୍ତି। ଅଧିକାଂଶ ଲୋକାମାନେ କଇଁଛର ମୁଦି ପିନ୍ଧିଥାଆନ୍ତି। ଅନେକ ଲୋକମାନଙ୍କୁ ଜଣା ନ ଥାଏ ଯେ ଏହାକୁ କିପରି କେଉଁ ଧାତୁ କେଉଁ ଦିନ ଧାରଣ କରିବେ।

ଯାହାକି ପିନ୍ଧିବା ଦ୍ଵାରା ଲାଭ ଦାୟକ ହୋଇଥାଏ। ଏହି କଇଁଛର ମୁଦି କେଉଁ ରାଶିରବ୍ୟକ୍ତି ପିନ୍ଧିବା ଦ୍ଵାରା ଲାଭ ହୋଇଥାଏ ଆଉ କେଉଁ ରାଶିର ଲୋକମାନେ ପିନ୍ଧିବା ଦ୍ଵାରା କ୍ଷତି ହୋଇଥାଏ। ଏହା ପ୍ରାୟତଃ ସମସ୍ତଙ୍କୁ ଜଣା ନଥାଏ। ଆଜି ଜାଣିବା କଇଁଛର ମୁଦି କେଉଁ ବ୍ୟକ୍ତି ପିନ୍ଧିବା ଦ୍ଵାରା ଲାଭ ଓ  ହୋଇଥାଏ। ଏହି ବିଷୟରେ କହିବା ପୂର୍ବରୁ କଇଁଛ ପୌରଣିକ ବିଷୟରେ କିଛି କହିଦେବୁ।

ଦର୍ଶକ ବନ୍ଧୁ ପୁରାଣ ଶସ୍ତ୍ର ମତରେ କଇଁଛ ଶ୍ରୀ ବିଷ୍ଣୁଙ୍କର ଅବତାର ଅଟେ। ଶ୍ରୀହରି ବିଷ୍ନୁଙ୍କର ସ୍ୱରୂପ ଅଟେ। ଏହି କଇଁଛଟି ଜଳଚର ଅଟେ। ଶ୍ରୀ ହରିଙ୍କ ସହିତ ମା ଲକ୍ଷ୍ମୀ ମଧ୍ୟ ଜଳସାଗରରେ ବିରାଜିତ। ଏଣୁ ଶ୍ରୀହରିଙ୍କ ସହିତ ମା ଲକ୍ଷ୍ମୀଙ୍କର ଅପାର କୃପା ଏହି କଇଁଛ ମଧ୍ୟରେ ରହିଅଛି। ତେଣୁ ଏହି କଇଁଛର ମୁଦି ଧାରଣ କରିବା ଦ୍ଵାରା ମନୁଷ୍ୟକୁ ଧାର୍ଯ୍ୟ ଶାନ୍ତି ଶାଳୀନତା ଓ ବିନରମତା ପ୍ରାପ୍ତି ହୋଇଥାଏ ଏବଂ ଏହି କଇଁଛର ମୁଦିକୁ ପିନ୍ଧିବା ଦ୍ଵାରା ନିଜ ଶରୀର ଓ ନିଜ ଘରେ ସକାରାତ୍ମକତା ବୃଦ୍ଧି ପାଇଥାଏ।

ଯାହା ଦ୍ଵାରା ମଣିଷ ଧନ ଓ ଐଶ୍ଵର୍ଯ୍ୟର ପ୍ରାପ୍ତି ହୋଇଥାଏ। କିନ୍ତୁ ଅନେକ ଅଜଣା ଭୁଲ ପାଇଁ ଅନେକ ଲୋକଙ୍କର କ୍ଷତି ହୋଇଥାଏ। ତେବେ ସେହି ଅଜଣା ଭୁଲ କଣ ହୋଇଥାଏ ତେବେ ଆସନ୍ତୁ ଜାଣିବା କଇଁଛର ମୁଦି ସାଧାରଣତଃ ରୂପାର ହେବା ଆବଶ୍ୟକ ଅଟେ। କାରଣ ଏହା ଜଳତତ୍ଵର ଅଟେ। ଏଣୁ ରୂପାର ଚାନ୍ଦିର କଇଁଛର ମୁଦି ପିନ୍ଧିବା ଆବଶ୍ୟକ। ମାତ୍ର ଧାତୁଟି ରାଶି ଅନୁସାରେ ପିନ୍ଧିବା ଆବଶ୍ୟକ ଅଟେ।

କଇଁଛ ମୁଦିଟି କେବଳ ଡାହାଣ ହାତରେ ପିନ୍ଧିପାରିବେ। ନାରୀ ହୁଅନ୍ତୁ କିମ୍ବା ପୁରୁଷ ହୁଅନ୍ତୁ। କଇଁଛ ମୁଦିଟି କେବେହେଲେ କନିଷ୍ଠା ଅଙ୍ଗୁଳି ବୃଦ୍ଧା ଆଙ୍ଗୁଳି ଓ ତର୍ଜନୀ ଆଙ୍ଗୁଳିରେ ପିନ୍ଧିବା ଉଚିତ ହୋଇ ନଥାଏ। ଏହାକୁ କେବଳ ମଧ୍ୟମା ବା ଅନାମିକା ଅଙ୍ଗୁଳିରେ ପିନ୍ଧିପାରିବେ। ଏହାଛଡା ମେଷ ରାଶି ସିଂହ ରାଶି ଧନୁ ରାଶି ଓ କୁମ୍ଭ ରାଶିର ଲୋକାମାନେ ପିନ୍ଧିବା ଦ୍ଵାରା ଅନେକ ଲାଭ ଫଳ ମିଳିଥାଏ।

କନ୍ୟା ରାଶି ବିଚ୍ଛା ରାଶି ମୀନ ରାଶି ଏହି ରାଶିର ଲୋକାମାନଙ୍କ ପାଇଁ ଅଶୁଭଦାୟକ ଅଟେ। ଲାଭ ବଦଳରେ ଅନେକ କ୍ଷତି ମଧ୍ୟ ଘଟିଥାଏ। ଅଲଗା ରାଶି ମାନଙ୍କ ପାଇଁ ସମଫଳଦାୟକ ହୋଇଥାଏ। କଇଁଛର ମୁଦିଟିକୁ ଶୁକ୍ରବାର ଦିନ କିଣିବା ଓ ଶୁକ୍ରବାର ଦିନ ପିନ୍ଧିବାର ବିଧି ରହିଛି ଏବଂ ଦିନ ବେଳା ସୂର୍ଯ୍ୟାସ୍ତ ପୂର୍ବରୁ ଏହାକୁ ପିନ୍ଧିବାର ନିୟମ ମଧ୍ୟ ରହିଛି।

ଏହା ଛଡା ଆହୁରି ନିୟମ ମଧ୍ୟ ଅଛି। ଆସନ୍ତୁ ଜାଣିବା କଇଁଛର ମୁଦିଟିକୁ ପିନ୍ଧିବା ପୂର୍ବରୁ କଣ କରିବାକୁ ପଡିଥାଏ। ପ୍ରଥମେ ଗଙ୍ଗା ଜଳରେ କଇଁଛର ମୁଦିଟିକୁ ଧୋଇ ଦିଅନ୍ତୁ। ତାପରେ ପଞ୍ଚାମୂତ୍ର ସିଂଚନ କରିଦିଅନ୍ତୁ। କଇଁଛର ମୁଦିଟିକୁ ପିନ୍ଧିବା ପୂର୍ବରୁ ଲକ୍ଷ୍ମୀ ନାରାୟଣଙ୍କ ପାଖରେ ପୂଜା କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *