Excuse Me Odisha

ଯାହା କହିବୁ ସତ କହିବୁ

ମାର୍ଚ୍ଚ ୩୧ରେ ଶୁକ୍ର ଗ୍ରହ ବଦଳାଇବେ ନିଜ ରାଶି ! ଏହି ରାଶିର ଲୋକଙ୍କ ପାଇଁ ଆରମ୍ଭ ହେବ ଭଲ ଦିନ, କେବଳ କରନ୍ତୁ ଏହି ଚମତ୍କାର ଉପାୟ।

ସେୟାର୍ କରନ୍ତୁ

ଧନସମ୍ପତ୍ତି, ସୁଖଶାନ୍ତିର କାରକ ଗ୍ରହ ହେଉଛି ଶୁକ୍ର ଗ୍ରହ। ଶୁକ୍ର ଗ୍ରହ ମାର୍ଚ୍ଚ ୩୧ ତାରିଖ ଦିନ ସକାଳ ୮ ଘଟିକା ୫୪ ମିନିଟରେ ରାଶି ପରିବର୍ତ୍ତନ କରି କୁମ୍ଭ ରାଶିର ପ୍ରବେଶ କରିବାକୁ ଯାଉଛନ୍ତି। ସେ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ କୁମ୍ଭ ରାଶିର ଅବସ୍ଥାନ କରିବେ।ଏହାଦ୍ଵାରା କିଛି ରାଶିର ଲୋକଙ୍କୁ ଶୁଭ ଫଳ ପ୍ରାପ୍ତ ହେବ।

– ଶୁକ୍ର ଗ୍ରହ କରିବେ ଗୋଚର।

– ଆର୍ଥିକ ସ୍ଥିତିରେ ଆସିବ ସୁଧାର

– ବ୍ୟବସାୟରେ ହେବ ସଫଳତା।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନରେ ପରିବର୍ତ୍ତନ ଯୋଗୁଁ ଏହାର ପ୍ରଭାବ ପ୍ରତ୍ୟେକ ମନୁଷ୍ୟଙ୍କ ଉପରେ ପଡ଼ିଥାଏ। ଏହାଦ୍ବାରା ବ୍ୟକ୍ତିଙ୍କ ବ୍ୟକ୍ତିତ୍ଵ ଓ ବ୍ୟବହାରରେ ମଧ୍ୟ ଖାସ୍ ପରିବର୍ତ୍ତନ ଆସିଥାଏ। ଆସନ୍ତୁ ଜାଣିବା ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ କେଉଁ ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ ଏବଂ କେଉଁ ଉପାୟ କଲେ ଲାଭ ପ୍ରାପ୍ତ ହେବ।

ମେଷ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଉତ୍ତମ ସାବ୍ୟସ୍ତ ହେବ।ଏହି ଗୋଚର ସମୟରେ ଆପଣଙ୍କୁ ଆର୍ଥିକ ସ୍ଥିତିରେ ଲାଭ ପ୍ରାପ୍ତ ହେବ। ଚାକିରି କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। କ୍ୟାରିୟରରେ ଉତ୍ତମ ସଫଳତା ହାସଲ କରିବେ।ବିଦେଶରେ ରହୁଥିବା ସନ୍ତାନଙ୍କ ଠାରୁ ସୁଖଦ ସମାଚାର ମିଳିପାରେ। ବ୍ୟାପାର କ୍ଷେତ୍ରରେ ଲାଭବାନ ହେବେ।

ବୃଷ ରାଶି :-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ସରକାରୀ ଚାକିରୀ କରୁଥିବା ଲୋକଙ୍କୁ କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ମିଳିବା ସହିତ ସଫଳତା ମିଳିବ। ପ୍ରେମ କରୁଥିବା ଲୋକେ ପ୍ରେମ ବିବାହ କରିବେ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟଶୈଳୀ ଦେଖି ପ୍ରସନ୍ନ ହେବେ।

ତୁଳା ରାଶି :-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ବ୍ୟାପାର କରୁଥିବା ଲୋକଙ୍କୁ ଅଧିକ ଲାଭ ପ୍ରାପ୍ତ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।

ଧନୁ ରାଶି :-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଗୋଚର ସମୟରେ ଆର୍ଥିକ ଲାଭ ପ୍ରାପ୍ତ ହେବ। କୋର୍ଟ କଚେରୀ ମାମଲାରେ ସଫଳତା ହାସଲ କରିବେ। ଚାକିରି କ୍ଷେତ୍ରରେ ଆପଣଙ୍କର ଦାୟିତ୍ୱ ବୃଦ୍ଧି ହୋଇପାରେ। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। ଆପଣ ବ୍ୟବସାୟରେ ବିସ୍ତାର କରିବେ।

ଶୁକ୍ର ଗ୍ରହର ଗୋଚର ସମୟରେ କରନ୍ତୁ ଏହି ଉପାୟ :-

– ଶୁକ୍ର ଗ୍ରହର ଗୋଚର ସମୟରେ ଧଳା ବସ୍ତୁର ବ୍ୟବହାର କରିବା ଶୁଭ ମାନା ଯାଇଥାଏ।

– ଶୁକ୍ର ଗ୍ରହକୁ ସୁଦୃଢ କରିବା ପାଇଁ ଶୁକ୍ରବାର ଦିନ ବିଧିବଦ୍ଧ ଭାବରେ ବ୍ରତ ପାଳନ କରନ୍ତୁ। ଏହାସହିତ ଦେବୀ ଲକ୍ଷ୍ମୀଙ୍କୁ ମିଠା ଭୋଗ ଅର୍ପଣ କରନ୍ତୁ।

– ଶୁକ୍ରବାର ଦିନ ଅସହାୟ ଲୋକଙ୍କୁ ଚାଉଳ, କ୍ଷୀର, ଧଳା ମିଠା, ଚିନି ଆଦି ଦାନ କରନ୍ତୁ।

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ହାତରେ ରୁପାର କଙ୍କଣ ପିନ୍ଧନ୍ତୁ, ଏହାଦ୍ଵାରା ଆପଣଙ୍କ ରାଶିର ଶୁକ୍ର ଗ୍ରହ ସୁଦୃଢ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *