Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀ ଗଛ ଆଖପାଖରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଏହି ୫ ଗୋଟି ଜିନିଷ। ନଚେତ ଆରମ୍ଭ ହୋଇଯିବ ଖରାପ ସମୟ।

ସେୟାର୍ କରନ୍ତୁ

ହିନ୍ଦୁଧର୍ମରେ ତୁଳସୀ ଗଛକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନା ଯାଇଛି। କୁହାଯାଏ କି ଯେଉଁ ଘରେ ତୁଳସୀ ଗଛ ରହିଥାଏ, ସେଠାରେ ସୁଖସମୃଦ୍ଧି ବାସ କରିଥାଏ। ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ସମୟ ତୁଳସୀ ପତ୍ର ଅର୍ପଣ କରାଯାଇଥାଏ।

– ବଢ଼ିବାକୁ ଲାଗିଥାଏ ସମସ୍ୟା।

– ତୁଳସୀ ଗଛ ପାଖରେ ରଖନ୍ତୁ ନାହିଁ ଏହି ଜିନିଷ।

– ଦୀପ ଜଳାଇବା ସମୟରେ ରଖନ୍ତୁ ଏହି ଧ୍ୟାନ।

ହିନ୍ଦୁଧର୍ମରେ ତୁଳସୀକୁ ବହୁତ ପବିତ୍ର ମାନାଯାଇଛି। ମାନ୍ୟତା ରହିଛି କି ତୁଳସୀ ଗଛରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରର ଅଗଣାରେ ତୁଳସୀ ଗଛ ରହିଥାଏ ଏବଂ ପୂଜାର୍ଚ୍ଚନା ହୁଏ। ଶାସ୍ତ୍ର ଅନୁସାରେ ଯେଉଁ ଲୋକଙ୍କ ଘରେ ତୁଳସୀ ଗଛ ସବୁଜ ଓ ଘନ ହୋଇଥାଏ, ସେଠାରେ ସର୍ବଦା ସୁଖଶାନ୍ତି ଓ ସମୃଦ୍ଧି ବିରାଜମାନ କରିଥାଏ। ପରିବାରର ସୁଖଶାନ୍ତି ପାଇଁ ତୁଳସୀ ଗଛର ଆଖପାଖରେ ଏହି ଜିନିଷ ଗୁଡ଼ିକ ରଖିବା ଉଚିତ ନୁହେଁ। ଆସନ୍ତୁ ଜାଣିବା।

– ତୁଳସୀ ଗଛର ଆଖପାଖ ସର୍ବଦା ସଫାସୁତୁରା ରହିବା ଉଚିତ। ଯଦି ତୁଳସୀ ଗଛ ଝାଉଁଳି ପଡେ, ତାହେଲେ ଘର ପାଇଁ ଅଶୁଭ ହୋଇଥାଏ।ତେଣୁ ଏଥିପ୍ରତି ଧ୍ୟାନ ରଖନ୍ତୁ କି ତୁଳସୀ ଗଛ ଆଖପାଖ ସଫାସୁତୁରା ରଖନ୍ତୁ।

– ତୁଳସୀ ଗଛର ଆଖପାଖରେ ଅଇଁଠା, ଆବର୍ଜନା ଆଦି କରିବା ଉଚିତ ନୁହେଁ। ଏହାସହିତ ଝାଡୁ, ଜୋତା ଆଦି ମଧ୍ୟ ରଖିବା ଉଚିତ ନୁହେଁ। ତୁଳସୀ ଗଛ ଲଗାଯାଇଥିବା ଗାମଲାରେ ଅନ୍ୟ କୌଣସି ଗଛ ଲଗାଇବା ଉଚିତ ନୁହେଁ। ତୁଳସୀ ଗଛରେ କ୍ଷୀର ଢାଳିଲେ, ଏହା ସବୁଜମୟ ରହିଥାଏ।

– କିଛି ଲୋକେ ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ଦୀପ ଜଳାଇ ଜଳ ଅର୍ପଣ କରିଥାନ୍ତି। କିନ୍ତୁ ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ଜଳ ଢାଳିବା ଶୁଭ ହୋଇ ନଥାଏ। ତୁଳସୀ ଗଛ ପାଖରେ ପୂର୍ଣ୍ଣ ହୋଇଥିବା ଜଳ କୁମ୍ଭ ରଖିବା ଉଚିତ ନୁହେଁ। ତୁଳସୀ ଗଛ ମୂଳରେ ଦୀପ ଜଳାଇ ସାରି ସେହି ଦୀପକୁ ସେଠାରୁ ହଟାଇ ଦିଅନ୍ତୁ। କାରଣ ଲିଭି ଯାଇଥିବା ଦୀପ ତୁଳସୀ ଗଛ ପାଖରେ ରଖିବା ଅନୁଚିତ୍।

– ଅଧିକାଂଶ ଘରର ତୁଳସୀ ଗଛକୁ ଦେବୀଙ୍କର ଲାଲ ବସ୍ତ୍ରରେ ସଜାଇ ଦିଆଯାଇଥାଏ। କିନ୍ତୁ ସେହି ଲାଲ ବସ୍ତ୍ର ପୁରୁଣା ହୋଇଗଲେ କୌଣସି ଏକାଦଶୀ ବା ଶୁଭ ମୁହୂର୍ତ୍ତ ଦେଖି ଏହାକୁ ବଦଳାଇ ଦିଅନ୍ତୁ।

– ଅଧିକାଂଶ ସମୟରେ ମହିଳା ମାନେ ସ୍ନାନ କରିସାରି କେଶ ଖୋଲି ତୁଳସୀ ଗଛରେ ଜଳ ଅର୍ପଣ କରିଥାନ୍ତି। ଦେବୀ ତୁଳସୀଙ୍କୁ ସର୍ବଦା ସୌଭାଗ୍ୟବତୀ ରହିବାର ବରଦାନ ମିଳିଛି। ଏଥିପାଇଁ ମହିଳା ମାନଙ୍କୁ ନିଜ କେଶକୁ ବାନ୍ଧି ସିନ୍ଦୂର ଲଗାଇ ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *