Excuse Me Odisha

ଯାହା କହିବୁ ସତ କହିବୁ

ଜାଣନ୍ତୁ ମୃତ୍ୟୁ ପରେ ଆମକୁ କେଉଁ ଶରୀର ମିଳେ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ।ଏହି ଦୁନିଆର ସବୁଠାରୁ ବଡ ସତ୍ୟ ହେଉଛି ଜନ୍ମ ପରେ ମୃତ୍ୟୁ ଓ ମୃତ୍ୟୁ ପରେ ପୁଣି ପୁନର୍ଜନ୍ମ ହୋଇଥାଏ। ଭଗବାନଙ୍କ ସୃଷ୍ଟିରେ ଏହି ପ୍ରକ୍ରିୟାକୁ କେହି ମଧ୍ୟ ଟାଳି ପାରିବେ ନାହିଁ। ଏହି ଜଗତରେ ଥିବା ପ୍ରତ୍ୟେକ ପ୍ରାଣୀ, ଜୀବଜନ୍ତୁ, ଉଦ୍ଭିଦ ଆଦି ସୃଷ୍ଟି ହୋଇ ପୁଣି ମାଟିରେ ମିଶି ଯାଉଛନ୍ତି।

ଏହି ଦୁନିଆ ହେଉଛି ରଙ୍ଗମଞ୍ଚ ଏବଂ ପ୍ରତ୍ୟେକ ମଣିଷ ନିଜ ନିଜ ଭୂମିକା ପ୍ରଦର୍ଶନ କରିବା ପରେ ମୃତ୍ୟୁବରଣ କରିଥାନ୍ତି। ତେବେ ଆଜି ଆମେ ଜାଣିବା ମଣିଷର ମୃତ୍ୟୁ ହେବା ପରେ ତାର ଆତ୍ମା କେଉଁ ସ୍ଥାନକୁ ଯାଏ ତଥା ସେ କେଉଁ ଶରୀରରେ ପ୍ରବେଶ କରେ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଦିନେ ଜଣେ କାଠୁରିଆ ସହିତ ଜଣେ ସନ୍ଥବାବାଙ୍କର ସାକ୍ଷାତ ହେଲା। ସନ୍ଥ ଜଣକ କହିଲେ ଆଗକୁ ଯାଅ ଆଗରେ ଚନ୍ଦନ କାଠ ଅଛି। ସେହି ଚନ୍ଦନ କାଠକୁ ନେଇ କାଠୁରିଆ ଜଣକ ନିଜ ପରିବାରର ପୋଷଣ କଲା। ଏହାପରେ ବହୁତ ଦିନ ବିତି ଗଲା। ଦିନେ କାଠୁରିଆ ସହିତ ସେହି ସନ୍ଥଙ୍କର ସାକ୍ଷାତ ହେଲା। ସେହି ସନ୍ଥ କହିଲେ, ତମେ ସେହି ଚନ୍ଦନ କାଠ ବିକ୍ରି କରି ପରିବାର ପୋଷଣ କରୁଛ, କିନ୍ତୁ କାହିଁକି ଆଗକୁ ଯାଇନ

ଆଗକୁ ଯାଅ! ଆଗରେ ସୁନା ଖଣି ଅଛି। ଏହା ଶୁଣି କାଠୁରିଆ ଆଗକୁ ଗଲା ଓ ସୁନା ବିକି ଧନବାନ ହୋଇଗଲା। ପୁଣି ଦିନେ କାଠୁରିଆ ସହିତ ସେହି ସନ୍ଥଙ୍କ ସହିତ ଦେଖା ହେଲା। ସନ୍ଥ କହିଲେ, ତମେ କଣ ଏବେବି ସେହି ସୁନା ବିକ୍ରି କରି ପରିବାର ପୋଷଣ କରୁଛ? ଆଗକୁ ଯାଅ, ଆଗରେ ହୀରା ଖଣି ଅଛି।

ଏହା ଶୁଣିବା ପରେ କାଠୁରିଆ କହିଲା ଯଦି ଆପଣ ସବୁ କଥା ଜାଣିଛନ୍ତି, ତାହେଲେ ଆପଣ କାହିଁକି ଏସବୁ ବିକି ଧନୀ ହୋଇ ନାହାନ୍ତି। ସନ୍ଥ ଜଣକ କହିଲେ, ମଣିଷ ମହୁମାଛି ଭଳିଆ ଟଙ୍କା ସଂଗ୍ରହ କରେ ଏବଂ ଶେଷରେ ଯେପରି ମହୁମାଛିର ମହୁଫେଣାକୁ ମଣିଷ ନେଇଯାଏ ଠିକ ସେହିଭଳି ମଣିଷ ରୋଗାକ୍ରାନ୍ତ ହେବା ପରେ ଡାକ୍ତରକୁ ଟଙ୍କା ଦେଇଦିଏ ତେଣୁ ଏତେ ଲୋଭ କରି ଲାଭ କଣ?

ନର୍କରେ ପଡିବା ପାଇଁ ମାତ୍ର ତିନୋଟି ମୁଖ୍ୟ ଦ୍ଵାର ଅଛି। ତାହା ହେଉଛି ଲୋଭ, କାମ ଓ କ୍ରୋଧ। ଏହାପରେ କାଠୁରିଆ ସନ୍ଥଙ୍କୁ ପଚାରିଲା ଯେ, ଯେଉଁମାନେ ମଦ୍ୟପାନ କରୁଛନ୍ତି, ପର ନାରୀ ସହିତ ଖରାପ କାର୍ଯ୍ୟ କରୁଛନ୍ତି, ସବୁବେଳେ ପରନିନ୍ଦା କରୁଛନ୍ତି ଓ ସମାଜକୁ ନଷ୍ଟ କରୁଛନ୍ତି ସେମାନେ କେଉଁଠାକୁ ଯିବେ? ସନ୍ଥ ଜଣକ କହିଲେ, ଭାଗବତ ଗୀତାରେ ଏଭଳି ଲୋକ ମାନଙ୍କ ବିଷୟରେ ବର୍ଣ୍ଣିତ ରହିଛି। ଏଭଳି ଲୋକମାନେ ମୃତ୍ୟୁ ପରେ ବାରମ୍ବାର ସାପ, ବିଲୁଆ, କୁକୁର ଓ ବେଙ୍ଗ ଆଦି ନୀଚ ଯୋନିରେ ଜନ୍ମ ହୋଇଥାନ୍ତି। ସେମାନେ ଜନ୍ମ ଜନ୍ମ ପର୍ଯ୍ୟନ୍ତ ବୁଝି ପାରିବେ ନାହିଁ ଏହି ଦୁର୍ଲଭ ମଣିଷ କାହିଁକି ସୃଷ୍ଟି ହୋଇଛି।

ଆତ୍ମା ୮୪ ଲକ୍ଷ ଯୋନିରେ ଘୂରି ବୁଲି ସାରିବା ପରେ ମଣିଷ ରୂପକ ଦୁର୍ଲଭ ଜନ୍ମ ପ୍ରାପ୍ତ କରିଥାଏ। କିନ୍ତୁ ମଣିଷ, ମଣିଷ ଜନ୍ମ ପାଇ ମଧ୍ୟ ପଶୁ ଭଳି ଆଚରଣ କରୁଛି। ମଣିଷର ମୃତ୍ୟୁ ହେବା ପରେ ତାର ଆତ୍ମା ଅନ୍ୟ ଏକ ଶରୀରକୁ ପ୍ରବେଶ କରିଥାଏ। ମଣିଷର କର୍ମ ଅନୁସାରେ ତାର ଆତ୍ମା କୌଣସି ଶରୀରରେ ପ୍ରବେଶ କରିଥାଏ। ଯଦି କର୍ମ ଖରାପ ହୋଇଥିବ, ତାହେଲେ ସେ ପରଜନ୍ମରେ ନୀଚ ଯୋନିରେ ଜନ୍ମ ହେବ ଏବଂ ଯଦି କର୍ମ ଭଲ ହୋଇଥିବ, ତାହେଲେ ସେ ପୁଣିଥରେ ମଣିଷ ରୂପରେ ଜନ୍ମ ନେବ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମର ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *