Excuse Me Odisha

ଯାହା କହିବୁ ସତ କହିବୁ

କାହିଁକି କର୍ଣ୍ଣ ଛେଦନ କରାଯାଇଥାଏ? ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ !

ସେୟାର୍ କରନ୍ତୁ

ହିନ୍ଦୁଧର୍ମରେ ୧୬ ଗୋଟି ସଙ୍କଟ ମଧ୍ୟରୁ କର୍ଣ୍ଣ ଛେଦନ ସଂସ୍କାର ଅନ୍ୟତମ। ଏହି ସଂସ୍କାର ପିଲା ବେଳୁ କରା ଯାଇଥାଏ। କର୍ଣ୍ଣ ଭେଦନ ବା କର୍ଣ୍ଣ ଛେଦନର ଅର୍ଥ ହେଉଛି କାନ ଫୋଡା ହେବା। ଏହି ସଂସ୍କାରରେ ପୁଅ ମାନଙ୍କର ଡାହାଣ ଓ ଝିଅ ମାନଙ୍କର ବାମ କାନ ଫୋଡ଼ା ଯାଇଥାଏ।

– ୧୬ଟି ସଂସ୍କାର ମଧ୍ୟରୁ ଗୋଟେ।

– କର୍ଣ୍ଣ ଛେଦନର ଧାର୍ମିକ ମହତ୍ୱ।

– ମସ୍ତିଷ୍କର ହୋଇଥାଏ ବିକାଶ।

ହିନ୍ଦୁଧର୍ମରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମୁଦାୟ ୧୬ଟି ସଂସ୍କାର କରାଯାଇଥାଏ।ଶାସ୍ତ୍ରରେ ଏହି ସଂସ୍କାର ଗୁଡ଼ିକର ମହତ୍ୱ କୁହାଯାଇଛି। ୧୬ ଗୋଟି ସଂସ୍କାର ଗୁଡ଼ିକର ଅଲଗା ଅଲଗା ମହତ୍ୱ ଓ ବିଶେଷତ୍ବ ରହିଛି। ଏହି ୧୬ ଗୋଟି ସଂସ୍କାର ମଧ୍ୟରୁ କର୍ଣ୍ଣ ଛେଦନ ବା କାନ ଫୋଡ଼ା ଏକ ସଂସ୍କାର ଅଟେ। ବାଲ୍ୟକାଳରେ ପିଲାମାନଙ୍କର ଏହି ସଂସ୍କାରକୁ ସମ୍ପନ୍ନ କରାଯାଇଥାଏ। ଆପଣ ମାନେ ଜାଣିଛନ୍ତି କି କାହିଁକି କର୍ଣ୍ଣ ଛେଦନ କରାଯାଇଥାଏ?

୧୬ ଗୋଟି ସଂସ୍କାର ମଧ୍ୟରୁ କର୍ଣ୍ଣ ଛେଦନ ଏକ ସଂସ୍କାର ଅଟେ :-

ହିନ୍ଦୁଧର୍ମରେ ଯେଉଁ ୧୬ ଗୋଟି ସଂସ୍କାର ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି, ସେଥିମଧ୍ୟରୁ କର୍ଣ୍ଣ ଛେଦନ ବା କାନ ଫୋଡ଼ା ଏକ ସଂସ୍କାର ଅଟେ। ବାଲ୍ୟକାଳରେ ପିଲାମାନଙ୍କର ଏହି ସଂସ୍କାରକୁ ସମ୍ପନ୍ନ କରାଯାଇଥାଏ। ଏହି ସଂସ୍କାରରେ ପୁଅ ମାନଙ୍କର ଡାହାଣ ଓ ଝିଅ ମାନଙ୍କର ବାମ କାନ ଫୋଡ଼ା ଯାଇଥାଏ। କର୍ଣ୍ଣ ଛେଦନ ସମୟରେ ଏହାର ମନ୍ତ୍ର ଉଚ୍ଚାରଣ କରାଯାଇ ସୁନାର ଏକ ତାରକୁ କାନରେ ପିନ୍ଧା ଯାଇଥାଏ

କର୍ଣ୍ଣ ଛେଦନ ସଂସ୍କାରର ମହତ୍ୱ :-

ଧାର୍ମିକ ଗ୍ରନ୍ଥରେ କର୍ଣ୍ଣ ଛେଦନର ବିଶେଷ ମହତ୍ତ୍ଵ ଓ ବିଶେଷତ୍ଵ ରହିଛି।ଏହାକୁ ସୌନ୍ଦର୍ଯ୍ୟ, ବୁଦ୍ଧି, ସ୍ବାସ୍ଥ୍ୟ ପାଇଁ ଖାସ୍ ମାନା ଯାଇଥାଏ। ମାନ୍ୟତା ରହିଛି କି କର୍ଣ୍ଣ ଛେଦନ ସଂସ୍କାର ଦ୍ଵାରା ପିଲାମାନଙ୍କର ଶୁଣିବାର କ୍ଷମତା ବୃଦ୍ଧି ପାଇଥାଏ। ବୈଜ୍ଞାନିକ ମାନଙ୍କ ମତରେ କର୍ଣ୍ଣ ଛେଦନ ସଂସ୍କାର ଦ୍ଵାରା ଗମ୍ଭୀର ରୋଗରୁ ମୁକ୍ତି ମିଳିଥାଏ।କହିବାକୁ ଗଲେ କାନ ଆମ ମସ୍ତିଷ୍କ ସହିତ ଯୋଡି ହୋଇ ରହିଛି। ତେଣୁ ଏହାଦ୍ୱାରା ମସ୍ତିଷ୍କର ବିକାଶ ହୋଇଥାଏ।

କେବେ କରିବା ଉଚିତ କର୍ଣ୍ଣ ଛେଦନର ସଂସ୍କାର :-

ହିନ୍ଦୁ ଧର୍ମ ଶାସ୍ତ୍ରରେ କର୍ଣ୍ଣ ଛେଦନ ସଂସ୍କାର ପାଇଁ ଅନେକ ଶୁଭ ମୂହୁର୍ତ୍ତ ଉଲ୍ଲେଖ କରାଯାଇଛି। ଯାହାଦ୍ଵାରା ଶିଶୁଟିଏ ଜନ୍ମ ହେବାର ୧୨ ବା ୧୬ତମ ବୟସରେ କର୍ଣ୍ଣ ଛେଦନ କରିବା ସର୍ବୋତ୍ତମ ମାନା ଯାଇଛି। ଯଦି ଏହି ସଂସ୍କାର ଶିଶୁଟିର ଜନ୍ମ ଗୋଟେ ବର୍ଷ ମଧ୍ୟରେ ନହୁଏ, ତାହେଲେ ଶିଶୁଟିର ପାଞ୍ଚ ବା ସାତ ବର୍ଷ ବୟସରେ ମଧ୍ୟ କର୍ଣ୍ଣ ଛେଦନ ସଂସ୍କାର କରି ପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *