Excuse Me Odisha

ଯାହା କହିବୁ ସତ କହିବୁ

ହନୁମାନଙ୍କ ଶକ୍ତିଶାଳୀ ମନ୍ତ୍ର | ଶୋଇବା ପୁର୍ବରୁ ଜପନ୍ତୁ ଯାହା ମାଗିବେ ତାହା ପାଇବେ |

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗୁପ୍ତ ହନୁମାନ ମନ୍ତ୍ର। ଶୋଇବା ପୂର୍ବରୁ ଚୁପଚାପ କହି ଦିଅନ୍ତୁ। ମନରେ ଭାବିବା ପୂର୍ବରୁ ପୂରଣ ହେବ ସବୁ ଇଛା।

ବନ୍ଧୁଗଣ ହନୁମାନ ଆମ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ ଦେବତା ଅଟନ୍ତି। ନିଜର ଶକ୍ତି ଏବଂ ଭକ୍ତି ପାଇଁ ଭଗବାନ ଶ୍ରୀ ହନୁମାନଙ୍କର ନାମ ଯୁଗ ଯୁଗରୁ ଅମର ରହିଛି। ଭଗବାନ ହନୁମାନଙ୍କୁ ପବନ ପୁତ୍ର ବଜରଙ୍ଗୀ ବାଲୀ କେଶରୀ ନନ୍ଦନ ସଙ୍କଟ ମୋଚନ ମହାବୀର ଇତ୍ୟାଦି ନାମରେ ଆମେ ଡାକି ଥାଉ। ଭଗବାନ ଶ୍ରୀ ହନୁମାନଙ୍କ ମାତାଙ୍କ ନାମ ଅଞ୍ଜନା ଯିଏକି ଗୌତମଙ୍କର ପୁତ୍ରୀ ଅଟନ୍ତି ତାଙ୍କ ପିତା ବାୟୁ ଅଟନ୍ତି। ଏଥିପାଇଁ ତାଙ୍କୁ ଅଞ୍ଜନ ପୁତ୍ର କିମ୍ବା ପବନ ପୁତ୍ର କୁହାଯାଏ।

ଭଗବାନ ଶ୍ରରାମଙ୍କୁ ହନୁମାନ ବହୁତ ପ୍ରିୟ ଅଟନ୍ତି। ଭଗବାନ ଶ୍ରୀରାମ ତାଙ୍କ ଉପରେ ବହୁତ ଅଧିକ ବିଶ୍ୱାସ କରୁଥିଲେ। ଭଗବାନ ହନୁମାନ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ପୃୟ ଭକ୍ତ ଅଟନ୍ତି ଏବଂ ତାଙ୍କର ପ୍ରତ୍ୟକ ଆଜ୍ଞାର ପାଳନ କରନ୍ତି। ହନୁମାନଙ୍କୁ କେତେ ଦେବତାଙ୍କ ଠାରୁ ଅନେକ ବରଦାନ ପ୍ରାପ୍ତ ହୋଇଥିଲା। ସୂର୍ଯ୍ୟ ଦେବତା ହନୁମାନଙ୍କୁ ନିଜର ତେଜର ଗୋଟିଏ ଅଂଶ ଦେଇ ତେଜବାନ ବୁଦ୍ଧିବାନ ହେବା ସହିତ କୁଶଳ ବତା ହେବା ପାଇଁ ମଧ୍ୟ ବରଦାନ ଦେଇଥିଲେ। ଭଗବାନ ଶ୍ରୀରାମଙ୍କୁ ଏହି ବରଦାନ ମାଗିଥିଲେ କି ଯେପର୍ଯ୍ୟନ୍ତ ଏହି ଧରିତ୍ରୀରେ ଶ୍ରୀରାମଙ୍କର କଥା ପ୍ରଚଳିତ ରହିବ ସେପର୍ଯ୍ୟନ୍ତ ମୋ ଶରୀରରେ ପ୍ରାଣ ରହିବ।

ଏହି କାରଣରୁ ଭଗବାନ ହନୁମାନ ଯୁଗ ଯୁଗ ଧରି ଅମର ରହିବେ। ଏଥିପାଇଁ ଭଗବାନ ହନୁମାନ ନିଜ ସହିତ ଚିରଞ୍ଜୀବଙ୍କୁ ନେଇ ଯାଇଥିଲେ। ରାମାୟଣ ଏବଂ ଅନ୍ୟ ଧର୍ମ ଗ୍ରନ୍ଥରେ ଭଗବାନ ଶ୍ରୀ ହନୁମାନଙ୍କର ପରାକ୍ରମର ଅନେକ କଥା ଲେଖାଯାଇଛି। ଗଦା ହନୁମାନଙ୍କର ଅସ୍ତ୍ର ଅଟେ ଏବଂ ମଙ୍ଗଳବାର ଶନିବାର ଭଗବାନ ଶ୍ରୀ ହନୁମାନଙ୍କର ପ୍ରିୟ ବାର ଅଟେ। ଏହି ଦୁଇଟି ବାର ଭଗବାନ ଶ୍ରୀ ହନୁମାନଙ୍କର ଉପାସନାର ବାର ଅଟେ। ଅଧିକାଂଶ ଭଗବାନ ଶ୍ରୀ ହନୁମାନଙ୍କର ଶରୀର କେଶର ଭଳି ରଙ୍ଗ କିମ୍ବା ସିନ୍ଦୁର ଭଳି ରଙ୍ଗ ହୋଇଥାଏ। ଭଗବାନ ଶ୍ରୀ ହନୁମାନ ଆମକୁ ଭୂତ ପିଶାଚ ତଥା ରକ୍ଷାସ ଭଳି ହାନିକାରକ ଠାରୁ ବଞ୍ଚେଇ ଥାନ୍ତି।

ଭୂତ ପିଶାଚ ନିକଟ ନେହିଁ ଆୟ ମହାବୀର ଜପ ନାମ ଶୁନାବ ଅର୍ଥାତ ଭଗବାନ ଶ୍ରୀ ହନୁମାନଙ୍କର ଏପରି ପ୍ରଭାବ ଅଛି କି ତାଙ୍କର ନାମ ଶୁଣିଲେ ହିଁ ଭୂତ ପିଶାଚ ଡରି ପଳେଇ ଯାଆନ୍ତି। ସମସ୍ତ ହିନ୍ଦୁ ଘରରେ ଭଗବାନ ଶ୍ରୀ ହନୁମାନଙ୍କର ପୂଜା ତଥା ହନୁମାନ ଚାଳିସାର ପାଠ କରାଯାଏ ତା ସହିତ ହନୁମାନ ସ୍ରୋତର ମଧ୍ୟ ପାଠ କରାଯାଏ। ମଙ୍ଗଳବାର ଦିନ ହନୁମାନଙ୍କ ଉପାସନାର ଦିନ ବୋଲି ମାନାଯାଏ। ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କର ପ୍ରିୟ ବାର ହୋଇଥାଏ।

ମଙ୍ଗଳବାରକୁ ସ୍ୱାମୀ ମଙ୍ଗଳ ଗ୍ରହ ତଥା ଏହାକୁ ହୋମ ବାର ମଧ୍ୟ କୁହାଯାଏ। ଯଦି କାହା ଉପରେ ଭଗବାନ ଶ୍ରୀ ହନୁମାନଙ୍କର କୃପା ହୋଇଯାଏ ତ ସଙ୍କଟ ମୋଚନ ତାର ସବୁ ଦୁଃଖ ଏବଂ ସଙ୍କଟର ଅନ୍ତ କରି ତାର ସବୁ ମନସ୍କାମନା ପୁରା କରନ୍ତି। ଏଥିପାଇଁ ଭଗବାନ ଶ୍ରୀ ହନୁମାନଙ୍କର କୃପା ପ୍ରାପ୍ତ କରିବା ପାଇଁ ମଙ୍ଗଳବାର ଦିନ ଭଗବାନ ଶ୍ରୀ ହନୁମାନଙ୍କର ଉପାସନା ନିଶ୍ଚୟ କରନ୍ତୁ। ଏହା ସହିତ କିଛି ଏପରି କାର୍ଯ୍ୟ କରନ୍ତୁ ଯେଉଁଥିରେ ଭଗବାନ ହନୁମାନଙ୍କୁ ପ୍ରସନ୍ନ କରିପାରିବେ। ଆଜି ଆମେ ଏମିତି କିଛି କଥା ବିଷୟରେ ଜାଣିବା ଯାହାକୁ ମଙ୍ଗଳବାର ଦିନ ପାଳନ କରିବା ଦ୍ୱାରା ଭଗବାନ ଶ୍ରୀ ହନୁମାନଙ୍କର କୃପା ପ୍ରାପ୍ତ କରିପାରିବା।

ମଙ୍ଗଳବାର ଏହା ଭଗବାନ ଶ୍ରୀ ହନୁମାନଙ୍କର ପ୍ରିୟ ବାର ହୋଇଥାଏ। ଏଥିପାଇଁ ଆପଣଙ୍କର ଜାତକରେ ମଙ୍ଗଳଦୋଷ ଥାଏ ତ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି କୁହାଯାଏ କି ମଙ୍ଗଳବାର ଦିନ ଭଗବାନ ଶ୍ରୀ ହନୁମାନଙ୍କର ବିଶେଷ ପୂଜା କରିବା ଉଚିତ। ହନୁମାନ ଚାଳିସା ପାଠ କରିବା ଉଚିତ। ପୁରା ଶ୍ରଦ୍ଧା ଭକ୍ତି ବିଶ୍ୱାସର ସହିତ ବ୍ରତ ଉପବାସ କରିବା ଉଚିତ। ମଙ୍ଗଳବାର ଦିନ ଉପବାସ କରିବା ଦ୍ୱାରା ଜାତକରେ ମଙ୍ଗଳଦୋଷ ମଜବୁତ ହୋଇଥାଏ।

ଭଗବାନ ହନୁମାନଙ୍କୁ ଚାମେଲି ତେଲ ବହୁତ ପ୍ରିୟ ଅଟେ। ଏଥିପାଇଁ ମଙ୍ଗଳବାର ଦିନ ଭଗବାନ ଶ୍ରୀ ହନୁମାନଙ୍କ ମନ୍ଦିରକୁ ଯାଇ ଭଗବାନ ଶ୍ରୀ ହନୁମାନଙ୍କୁ ଚାମେଲି ତେଲ ଅର୍ପଣ କରନ୍ତୁ। ଆପଣଙ୍କ ଜାତକରେ ମଙ୍ଗଳଦୋଷର କୁପ୍ରଭାବ କମ ହୋଇଥାଏ। ତା ସହିତ ଭଗବାନ ଶ୍ରୀ ହନୁମାନଙ୍କର କୃପା ପ୍ରାପ୍ତ ହୋଇଥାଏ।

ଭଗବାନ ଶ୍ରୀ ହନୁମାନଙ୍କୁ ଗୁଡ଼ ଚିନି ସହିତ ପାନ ଚଢାନ୍ତୁ।

ଲାଲ କିମ୍ବା କେଶରୀ ରଙ୍ଗ ଭଗବାନ ଶ୍ରୀ ହନୁମାନଙ୍କର ପସନ୍ଦ। ଏହା ସହିତ ଏହାର ସମ୍ବଦ୍ଧ ମଙ୍ଗଳ ଗ୍ରହ ସହିତ। ଏଥିପାଇଁ ମଙ୍ଗଳବାର ଦିନ ବିଶେଷ ରୂପେ ଲାଲ ରଙ୍ଗ ଧାରଣ କରିବା ଉଚିତ ଏବଂ ଲାଲ ରଙ୍ଗର ଵସ୍ତୁ ଦାନ କରିବା ଉଚିତ। ଲାଲ ରଙ୍ଗର ଵସ୍ତୁ ଏବଂ ମସୁର ଡାଲିର ଦାନ କରିବାକୁ ଶୁଭ ମାନାଯାଏ। ମାନସିକ ଚିନ୍ତାକୁ ଦୂର କରିଥାଏ। ମଙ୍ଗଳଦୋଷ କାରଣରୁ ବୈବାହିକ ଜୀବନରେ ଆସୁଥିବା ସମସ୍ୟାକୁ କମ କରିଥାଏ। ଭଗବାନ ଶ୍ରୀ ହନୁମାନଙ୍କ ମନ୍ଦିରକୁ ଯାଇ ଲାଲ ଫୁଲ ଅର୍ପଣ କରନ୍ତୁ। ଏହା ଦ୍ବାରା ଭଗବାନ ଶ୍ରୀ ହନୁମାନଙ୍କର କୃପା ପ୍ରାପ୍ତ ହୋଇଥାଏ।

ମଙ୍ଗଗ୍ରହର କୁଦୃଷ୍ଟି ଜମି ସମ୍ବଦ୍ଧିତ କାର୍ଯ୍ୟରେ ବିଶେଷ ପ୍ରଭାବ ପକାଇଥାଏ। ଏହି କୁଦୃଷ୍ଟିକୁ କମ କରିବା ପାଇଁ ଭଗବାନ ଶ୍ରୀ ହନୁମାନଙ୍କର ସରଣ ପୋଷନ୍ତୁ। ପ୍ରତ୍ୟକ ମଙ୍ଗଳବାର ଦିନ ଭଗବାନ ଶ୍ରୀ ହନୁମାନଙ୍କୁ ସିନ୍ଦୁର ଦେଇ କେଶରୀ ରଙ୍ଗର ଫୁଲ ଅର୍ପଣ କରନ୍ତୁ। ଏହା ସହିତ ରାହୁ ଏବଂ କେତୁଙ୍କ କୁଦୃଷ୍ଟିରୁ ବଞ୍ଚି ପାରିବେ।

ପ୍ରତ୍ୟକ ମଙ୍ଗଳବାର ଦିନ ଭଗବାନ ଶ୍ରୀ ହନୁମାନଙ୍କର ଉପାସନା କରିବା ପରେ ଭଗବାନ ଶ୍ରୀ ହନୁମାନ କିମ୍ବା ମଙ୍ଗଳଗ୍ରହଙ୍କର ଏହି ମନ୍ତ୍ରକୁ ଜପ କରନ୍ତୁ ଓମ ଶ୍ରୀ ହନୁମନ୍ତେୟ ନମଃ ତଥା ଓମ କ୍ରମା କ୍ରିମ କ୍ରୋମ ସ ଭୋମାୟ ନମଃ। ଏମିତି କଲେ ଭଗବାନ ଶ୍ରୀ ହନୁମାନଙ୍କର ନିଶ୍ଚୟ କୃପା ପ୍ରାପ୍ତ ହୁଏ। ଏବଂ ଜୀବନରେ ସଙ୍କଟ ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *