Excuse Me Odisha

ଯାହା କହିବୁ ସତ କହିବୁ

ଏହି ୪ଟି ଗୁରୁତ୍ବପୂର୍ଣ୍ଣ କଥା ଯଦି ଜାଣିରଖିବେ,ତା ହେଲେ ପ୍ରତ୍ୟେକ ବ୍ୟକ୍ତି ଆଖି ବନ୍ଦ କରି ଆପଣଙ୍କୁ ବିଶ୍ୱାସ କରିବେ ! ଜାଣନ୍ତୁ କଣ କଣ ସେହି କଥା !

ସେୟାର୍ କରନ୍ତୁ

ଆଚାର୍ଯ୍ୟ ଚାଣକ୍ୟଙ୍କର ନୀତି ଗ୍ରନ୍ଥରେ କିଛି ଏଭଳି ଉପାୟ ଗୁଡ଼ିକ ବିଷୟରେ କୁହାଯାଇଛି, ଯାହାଦ୍ଵାରା ଆପଣ କାହା ମାଧ୍ୟମରେ ନିଜ କାର୍ଯ୍ୟ ହାସଲ ପାରିବେ। କିନ୍ତୁ ଏଥିପାଇଁ ମଣିଷକୁ ସଠିକ ଭାବରେ ପରଖି ନେବା ଉଚିତ।

– ଆଚାର୍ଯ୍ୟ ଚାଣକ୍ୟଙ୍କର ନୀତି ଗ୍ରନ୍ଥରୁ ଜାଣନ୍ତୁ ଏହି ଖାସ୍ ଉପାୟ।

– ପ୍ରତ୍ୟେକ ବ୍ୟକ୍ତି ମାନିବେ ଆପଣଙ୍କ କଥା।

– ଆଖି ବନ୍ଦ କରି ଲୋକେ ଆପଣଙ୍କ କଥାକୁ ଭରସା କରିବେ।

ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ନିଜ କାର୍ଯ୍ୟ ହାସଲ କରିବାର କ୍ଷମତା ନଥାଏ। କିନ୍ତୁ ଆଉକିଛି ଲୋକଙ୍କର ଏଭଳି ଗୁଣ ଜନ୍ମରୁ ରହିଥାଏ। ମହାନ ବିଦ୍ୱାନ, ଜ୍ଞାନୀ, ପଣ୍ଡିତ ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ଗ୍ରନ୍ଥରେ ଏହିସବୁ ବିଷୟକୁ ନେଇ ଅନେକ ମହତ୍ତ୍ଵପୂର୍ଣ୍ଣ କଥା ବର୍ଣ୍ଣନା କରିଛନ୍ତି।ଯାହାଦ୍ଵାରା ଆପଣ କାହା ମାଧ୍ୟମରେ ନିଜ କାର୍ଯ୍ୟ ହାସଲ କରି ପାରିବେ। କିନ୍ତୁ ଏଥିପାଇଁ ମଣିଷକୁ ସଠିକ ଭାବରେ ପରଖି ନେବା ଉଚିତ। ଆଚାର୍ଯ୍ୟ ଚାଣକ୍ୟ ଏହି ବିଷୟରେ ଉନେକ ଉପଦେଶ ଦେଇଛନ୍ତି। ଆସନ୍ତୁ ସେହି ବିଷୟରେ ଜାଣିବା।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ କୌଣସି ସାଧାରଣ ମଣିଷକୁ ତର୍କରେ ବା କୌଣସି କଥାର ମହତ୍ୱ ବୁଝାଇ ତାଠାରୁ କାର୍ଯ୍ୟ ହାସଲ କରି ହେବ।କିଛି ଏଭଳି ଲୋକ ମଧ୍ୟ ରହିଛନ୍ତି, ଯେଉଁମାନଙ୍କୁ କଥାରେ ପ୍ରଭାବିତ କରିବା ବା କୌଣସି କାର୍ଯ୍ୟ ମନାଇବା ବହୁତ କଠିନ ହୋଇଥାଏ। ଏହି ଲୋକମାନଙ୍କୁ ଖୁବ୍ ଶୀଘ୍ର ପ୍ରଭାବିତ କରିବା ପାଇଁ ଏକ ଖାସ୍ ଉପାୟ କରିବା ଆବଶ୍ୟକ।

– ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଲୋଭୀ ଲୋକକୁ କେବଳ ଟଙ୍କା ଦେଇ ତାପାଖରୁ କାର୍ଯ୍ୟ ହାସଲ କରି ହେବ।

– କୌଣସି ଅହଙ୍କାରୀ ବ୍ୟକ୍ତିକୁ କୌଣସି କାର୍ଯ୍ୟରେ ମନାଇବା ପାଇଁ ତାଙ୍କ ସାମ୍ନାରେ ହାତ ଯୋଡ଼ନ୍ତୁ। ଏହାଦ୍ବାରା ସେହି ବ୍ୟକ୍ତିର ଅହଙ୍କାର ତୃପ୍ତି ହେବ ଏବଂ ସେ ଆପଣଙ୍କ କଥା ଖୁବ୍ ଶୀଘ୍ର ମନି ଯିବେ।

– କୌଣସି ମୂର୍ଖ ବ୍ୟକ୍ତିକୁ କୌଣସି କାର୍ଯ୍ୟ ପାଇଁ ମନାଇବାକୁ ହେଲେ, ତାର ମୁଡ଼ ବା ସ୍ୱଭାବକୁ ଦେଖି ରାଜି କରାଇ ପାରିବେ। ଏଭଳି କରିବା ଦ୍ଵାରା ସେହି ମୂର୍ଖ ବ୍ୟକ୍ତି ଆପଣଙ୍କୁ ବହୁତ ଭରସା କରିବାକୁ ଲାଗିବ।

– କୌଣସି ବୁଦ୍ଧିମାନ ବ୍ୟକ୍ତିକୁ ତର୍କରେ ବା ସଠିକ କଥା କହି ରାଜି କରାଇ ପାରିବେ।କିନ୍ତୁ ଏଥିପାଇଁ ଆପଣଙ୍କୁ ବୁଦ୍ଧିମାନ ହେବା ବହୁତ ଜରୁରୀ ଅଟେ।ନଚେତ ସେ ଆପଣଙ୍କ କଥାକୁ କୌଣସି ମୁହୂର୍ତ୍ତରେ ମାନିବାକୁ ପ୍ରସ୍ତୁତ ହେବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *