Excuse Me Odisha

ଯାହା କହିବୁ ସତ କହିବୁ

ମଥାରେ ସିନ୍ଦୂର ଲଗାଇବା ସମୟରେ ଜପ କରନ୍ତୁ ଏହି ମନ୍ତ୍ର, ଆପଣ ହୋଇଯିବେ ସୌଭାଗ୍ୟବତୀ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ତେବେ ଆଜିର ଏହି ଆର୍ଟିକିଲରେ ଆମେ କିଛି ବିଶେଷ ତଥ୍ୟ ବିଷୟରେ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ପଢ଼ନ୍ତୁ। ପ୍ରତ୍ୟେକ ବିବାହିତ ମହିଳା ମାନେ ସିନ୍ଦୂର ପିନ୍ଧିବା ସମୟରେ ଯଦି ଏହି ଗୋଟେ ମନ୍ତ୍ର ଜପ କରିବେ, ତାହେଲେ ସାରା ଜୀବନ ସୌଭାଗ୍ୟବତୀ ହୋଇ ରହିବେ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ସିନ୍ଦୂର ଏକ ପବିତ୍ର ଜିନିଷ ଅଟେ।ହିନ୍ଦୁ ଧର୍ମରେ ଜଣେ ନାରୀ ପାଇଁ ସିନ୍ଦୂରର ବହୁତ ମହତ୍ୱ ରହିଥାଏ।ବିବାହ କାର୍ଯ୍ୟରେ ସିନ୍ଦୂରକୁ ଶ୍ରେଷ୍ଠ ମାନ୍ୟତା ପ୍ରଦାନ କରାଯାଇଛି। ହିନ୍ଦୁ ଧର୍ମରେ ମହିଳା ମାନଙ୍କର ମଥାର ସିନ୍ଦୂରରୁ ମହିଳା ଜଣକ ସଧବା ନାରୀ କିମ୍ବା ବିଧବା ନାରୀ ବୋଲି ଜଣା ପଡ଼ିଥାଏ।ମହିଳାମାନେ ନିଜ ସ୍ୱାମୀର ଦୀର୍ଘାୟୁ କାମନା କରି ମଥାରେ ସିନ୍ଦୂର ପିନ୍ଧିଥାନ୍ତି। କହିବାକୁ ଗଲେ ନାରୀ ମାନଙ୍କର ଏହି ସିନ୍ଦୂର ପିନ୍ଧିବା ବହୁତ ପୁରୁଣା ପରମ୍ପରା ଅଟେ। ଆହୁରି ମଧ୍ୟ କୁହାଯାଏ କି ଯେଉଁ ନାରୀ ନିଜ ମଥାରେ ଯେତେ ଲମ୍ବା ସିନ୍ଦୂର ଲଗାଇଥାନ୍ତି, ତାଙ୍କ ସ୍ୱାମୀଙ୍କ ଆୟୁଷ ସେତେ ଲମ୍ବା ହୋଇ ଯାଇଥାଏ।

ପୌରାଣିକ ଯୁଗରେ ଥରେ ପବନ ପୁତ୍ର ପ୍ରଭୁ ହନୁମାନ ତାଙ୍କ ମାଆଙ୍କୁ ପଚାରିଥିଲେ କି, ” ମାଆ ତମେ କାହିଁକି ମଥାରେ ସିନ୍ଦୂର ଲଗାଉଛ”। ଏହାର ଉତ୍ତରରେ ମାତା ହନୁମାନଙ୍କୁ କହିଥିଲେ କି ପ୍ରତ୍ୟେକ ସ୍ତ୍ରୀ ନିଜ ସ୍ୱାମୀଙ୍କ ଲମ୍ବା ଆୟୁଷ ପାଇଁ ସିନ୍ଦୂର ପିନ୍ଧିଥାନ୍ତି ଏବଂ ଯିଏ ଯେତେ ଅଧିକ ସିନ୍ଦୂର ପିନ୍ଧିଥାଏ, ତାଙ୍କ ସ୍ବାମୀଙ୍କର ଆୟୁଷ ସେତେ ବୃଦ୍ଧି ହୋଇଥାଏ। ଏହାପରେ ପ୍ରଭୁ ହନୁମାନ ତାଙ୍କ ମାତାଙ୍କ କଥାରେ ପ୍ରଭାବିତ ହୋଇ ନିଜ ଶରୀରରେ ସିନ୍ଦୂର ବୋଳି ହୋଇଥିଲେ। ପ୍ରଭୁ ହନୁମାନ ଭଗବାନ ଶ୍ରୀରାମଚନ୍ଦ୍ରଙ୍କୁ ନିଜର ସ୍ୱାମୀ ବୋଲି ଭାବିଥାନ୍ତି। ତେଣୁ ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ସହିତ ସର୍ବଦା ସିନ୍ଦୂର ଅର୍ପଣ କରାଯାଇଥାଏ।

ଆଜି ଆମେ ବିବାହିତ ମହିଳା ମାନେ ମଥାରେ ପିନ୍ଧୁଥିବା ସିନ୍ଦୂରକୁ ନେଇ କିଛି ନିୟମ ବିଷୟରେ ଜାଣିବା।ପ୍ରତ୍ୟେକ ବିବାହିତ ମହିଳା ମାନେ ନିଜ ମଥାର ମଧ୍ୟଭାଗରେ ସିନ୍ଦୂର ଲଗାଇବା ଉଚିତ।ଏହାଦ୍ବାରା ସ୍ୱାମୀ ଦୀର୍ଘାୟୁ ହୋଇଥାନ୍ତି ଏବଂ ସ୍ୱାମୀ- ସ୍ତ୍ରୀଙ୍କ ସମ୍ପର୍କ ସର୍ବଦା ସୁଦୃଢ ରହିଥାଏ। କିଛି ମହିଳା ମାନେ ସିନ୍ଦୂରକୁ ନିଜ କେଶ ମଧ୍ୟରେ ଲୁଚାଇ ରଖନ୍ତି। କହିବାକୁ ଗଲେ ଏଭଳି କରିବା କଦାପି ଉଚିତ ନୁହେଁ।ଏଭଳି କାର୍ଯ୍ୟ କରୁଥିବା ମହିଳା ମାନଙ୍କ ସ୍ୱାମୀଙ୍କର ସମାଜରେ ସମ୍ମାନ ହାନୀ ହୋଇଥାଏ। ଏହାସହିତ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥାଏ ଏବଂ ଦୂରତା ବଢ଼ିଥାଏ।

ସିନ୍ଦୂର ବହୁତ ପବିତ୍ର ହୋଇଥାଏ, ସେଥିପାଇଁ ଅପବିତ୍ର ଦିନରେ ସିନ୍ଦୂର ପିନ୍ଧିବା ଉଚିତ ନୁହେଁ।ଯେପରି ମହିଳା ମାନେ ନିଜର ମାସିକ ଋତୁସ୍ରାବ ସମୟରେ ସିନ୍ଦୁର ପିନ୍ଧିବା ଉଚିତ ନୁହେଁ। ଏହାସହିତ ପିଲା ଜନ୍ମ କରିବାର ୧୨ ଦିନ ପର୍ଯ୍ୟନ୍ତ ମଧ୍ୟ ସିନ୍ଦୂର ପିନ୍ଧିବା ଉଚିତ ନୁହେଁ।ଘରେ ଠାକୁର ପୂଜା କରୁଥିବା ମହିଳା ପୂଜା କରିବା ପୂର୍ବରୁ ଏବଂ ପରେ ମଥାରେ ସିନ୍ଦୂର ଲଗାଇ ପାରିବେ।କିନ୍ତୁ ଓଷା ବ୍ରତ ଆଦି ସମୟରେ ସଜବାଜ ହୋଇ ସିନ୍ଦୂର ଲଗାଇ ପୂଜାର୍ଚ୍ଚନା କରିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *