Excuse Me Odisha

ଯାହା କହିବୁ ସତ କହିବୁ

ରାସ୍ତାରେ ଯାଉଥିବା ସମୟରେ ଶବ ଦେଖିଲେ ନିଶ୍ଚିତ ଭାବରେ କରନ୍ତୁ ଏହି ୪ଟି କାର୍ଯ୍ୟ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶବ ଯାତ୍ରା ଦେଖିଲେ ନିଶ୍ଚୟ କରନ୍ତୁ ଏହି ୪ ଟି କାମ।

ବନ୍ଧୁଗଣ କାହାର ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରିବା ପୂର୍ବରୁ ଶବ ଯାତ୍ରା କରାଯାଏ। ଶବ ଯାତ୍ରାକୁ ନେଇ ବହୁତ କିଛି ମାନ୍ୟତା ଅଛି। ଯଦି କାହାର ଶବ ଯାତ୍ରା ଦେଖନ୍ତି ତ ସାଧାରଣ ବ୍ୟକ୍ତିଙ୍କୁ ୪ଟି କାମ ନିଶ୍ଚୟ କରିବା ଉଚିତ।

ଯଦି ଆପଣ କୌଣସି ବି ବ୍ୟକ୍ତିର ଶବ ଯାତ୍ରାରେ ସାମିଲ ହେଉଛନ୍ତି ଦୁଇପାଦ ତାଙ୍କ ସହିତ ଚାଲିବେ ତ ବିଶ୍ୱାସ କରନ୍ତୁ ଏହା ପୁଣ୍ୟକୁ ବୃଦ୍ଧି କରିଥାଏ। ମାନ୍ୟତା ଅନୁସାରେ ଅଧିକାଂଶ ଲୋକ ଶବ ଯାତ୍ରାରେ ସାମିଲ ହୋଇ କାନ୍ଧ ଦେଇଥାନ୍ତି ଯଦି କାନ୍ଧ ବି ନଦିଅନ୍ତି ତ ଦୁଇ ପାଦ ଚାଲି ନିଅନ୍ତୁ।

ଯଦି ସମୟ ଅଭାବରୁ ଆପଣ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରୁନାହାନ୍ତି ତ ଶବ ଯାତ୍ରା ଯଦି ଆପଣଙ୍କୁ ଦେଖାଯାଏ ତ ଅଳ୍ପ ସମୟ ଆପଣଙ୍କୁ ସେଠାରେ ଅଟକି ଯିବା ଉଚିତ। ଆପଣ ବାଇକରେ ଥାନ୍ତୁ କିମ୍ବା କାରରେ ତ ଆପଣଙ୍କୁ ଅଟକି ଯିବା ଉଚିତ। ପ୍ରଥମେ ଶବ ଯାତ୍ରାକୁ ଯିବାକୁ ଦିଅନ୍ତୁ ତାପରେ ଆପଣ ଯାଆନ୍ତୁ। କାରଣ ଭଗବାନଙ୍କୁ ମୃତ ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ପ୍ରାର୍ଥନା କରିବା ଉଚିତ।

ଯେବେବି କାହାରି ଶବ ଯାତ୍ରା ଦେଖନ୍ତି ତ ରାମ ନାନ ନିଶ୍ଚୟ କରିବା ଉଚିତ। କାରଣ ଏମିତି କଲେ ପୁଣ୍ୟ ବଢିଥାଏ। ରାମ ଚରିତ ମାନସ ଅନୁସାରେ ରାମ ନାମର ଜପ କଲେ ଭଗବାନ ଶିବ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ଏବଂ ଶିବ ପୁରାଣରେ ଉଲ୍ଲେଖ ଅଛି ଯେ ଆତ୍ମା ପରମାତ୍ମା ଅର୍ଥାତ ଭଗବାନ ଶିବଙ୍କ ଠାରେ ଲିନ ହୋଇଯାଏ।

ଯେବେବି କେଉଁଠି ଶବ ଯାତ୍ରା ଦେଖନ୍ତି ଚୁପ ହୋଇଯିବା ଉଚିତ। କିଛିବି କଥା ହେବା ଉଚିତ ନୁହେଁ। ଏମିତିକି ଗାଡିର ହର୍ଣ୍ଣ ବି ବଜେଇବା ଉଚିତ ନୁହେଁ। ମୃତ ବ୍ୟକ୍ତିଙ୍କ ପ୍ରତି ଆଦର ସମ୍ମାନର ଭାବନା ନିଶ୍ଚୟ ଅର୍ପଣ କରନ୍ତୁ।

ଶବ ଯାତ୍ରାରେ ଯେଉଁ ଟଙ୍କା ଫୋପାଡ଼ି ଥାଆନ୍ତି ଯଦି ଆପଣଙ୍କୁ ମିଳେ ତ ନିଶ୍ଚୟ ନେଇ ଆସିବେ। କାରଣ ଏହି ଟଙ୍କା ବହୁତ ଶୁଭ ହୋଇଥାଏ। ଏହି ଟଙ୍କାକୁ ଘରେ ରଖିଲେ ଉନ୍ନତି ହୋଇଥାଏ ସୁଖ ପ୍ରାପ୍ତ ହୋଇଥାଏ।

ଶବ ଯାତ୍ରାକୁ ନିଶ୍ଚୟ ପ୍ରଣାମ କରିବା ଉଚିତ। ମୃତ ବ୍ୟକ୍ତି ଆପଣଙ୍କର ପରିଚିତ ନହୋଇଥିଲେ ମଧ୍ୟ ପ୍ରଣାମ କରିବା ଉଚିତ। ଯଦି ଆପଣ ଫୁଲ ମାଳା ଅର୍ପଣ କରିବେ ତ ବହୁତ ଉତ୍ତମ ରହିବ।

ସୁହାଗିନୀ ମହିଳାଙ୍କ ଶବ ଯାତ୍ରା ଦେଖିଲେ ସିନ୍ଦୁରର ଦାନ କରାଯାଏ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *