Excuse Me Odisha

ଯାହା କହିବୁ ସତ କହିବୁ

ବିବାହ ପୂର୍ବରୁ ପାର୍ଟନରଙ୍କର ଏହି ୪ଟି ମେଡିକାଲ ଟେଷ୍ଟ କରାଇ ନେବା ନିହାତି ଜରୁରୀ,ନଚେତ ବିବାହ ପରେ ହୋଇପାରେ ଅସୁବିଧା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ ଜାତକ ବା କୁଣ୍ଡଳୀ ମିଳାଇବା ଏକ ପରମ୍ପରା ଅଟେ। କାରଣ ଏଭଳି କରିବା ଦ୍ୱାରା ବିବାହ ଦମ୍ପତିଙ୍କ ସୁଖମୟ ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। କିନ୍ତୁ ଆଜିକାଲିର ଆଧୁନିକ ଯୁଗରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିବାହ ପୂର୍ବରୁ ଦମ୍ପତିଙ୍କର ମେଡିକାଲ ଟେଷ୍ଟ କରିବା ଉଚିତ।

କାରଣ ଭବିଷ୍ୟତରେ ସୁଖଶାନ୍ତିରେ ବଞ୍ଚିବା ପାଇଁ ଆପଣଙ୍କୁ ନିଜ ପାର୍ଟନରଙ୍କ ମେଡିକାଲ ଟେଷ୍ଟ ରିପୋର୍ଟ ଜାଣିବା ରଖିବା ନିହାତି ଜରୁରୀ ଅଟେ। ନଚେତ ଆଗାମୀ ଦିନରେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଯଦି ଆପଣ ନିଜ ସାଥୀଙ୍କ ସହିତ ସାରା ଜୀବନ ଅତିବାହିତ କରିବା ପାଇଁ ସ୍ବପ୍ନ ଦେଖୁଛନ୍ତି, ତାହେଲେ ଆପଣଙ୍କୁ ୪ ଗୋଟି ଟେଷ୍ଟ କରାଇ ନେବା ଉଚିତ। ଆସନ୍ତୁ ଜାଣିବା, ବିବାହ ପୂର୍ବରୁ କେଉଁ ୪ଟି ଟେଷ୍ଟ କରିନେବା ନିହାତି ଜରୁରୀ ଅଟେ।

ଇନଫର୍ଟିଲିଟି ଟେଷ୍ଟ :-

ପୁରୁଷଙ୍କ ସ୍ପର୍ମ କାଉଣ୍ଟ ଓ ମହିଳାଙ୍କ ଓଭାରୀର ଅବସ୍ଥା ଜାଣିବା ପାଇଁ ଇନଫର୍ଟିଲିଟି ଟେଷ୍ଟ କରାଯାଇଥାଏ। ତେଣୁ ବିବାହ ପୂର୍ବରୁ ପାର୍ଟନର ମାନଙ୍କୁ ଏହି ଟେଷ୍ଟ କରାଇବା ବହୁତ ଜରୁରୀ ହୋଇଥାଏ। କାରଣ ଶରୀରରେ ଇନଫର୍ଟିଲିଟିର କୌଣସି ଲକ୍ଷଣ ପ୍ରଥମରୁ ଜଣାପଡ଼ି ନଥାଏ। ଏହି ବିଷୟରେ ଜାଣିବା ପାଇଁ ଟେଷ୍ଟ ଜରୁରୀ ହୋଇଥାଏ ଏବଂ ଏହାଦ୍ବାରା ଭବିଷ୍ୟତରେ ଆପଣଙ୍କ ସନ୍ତାନ ପ୍ଲାନିଂ ପାଇଁ କୌଣସି ଅସୁବିଧା ହୋଇ ନଥାଏ।

ବ୍ଲଡ ଗ୍ରୁପ କମ୍ପାଟିବିଲିଟି ଟେଷ୍ଟ :-

ଯଦି ଆପଣ ଭବିଷ୍ୟତରେ ସନ୍ତାନ ପ୍ଲାନିଂ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏହି ଟେଷ୍ଟ କରିନେବା ନିହାତି ଜରୁରୀ ହୋଇଥାଏ। କାରଣ ଆପଣ ଓ ଆପଣଙ୍କ ପାର୍ଟନରଙ୍କ ଆର ଏଚ୍ ଫ୍ୟାକ୍ଟର ସମାନ ହେବା ଜରୁରୀ ଅଟେ। ଯଦି ଆପଣଙ୍କ ବ୍ଲଡ ଗ୍ରୁପ୍‌ ଅନୂକୁଳ ହୋଇ ନଥାଏ, ତାହେଲେ ଗର୍ଭ ଧାରଣ ସମୟରେ ଏହା ଅସୁବିଧା ଉତ୍ପନ୍ନ କରିଥାଏ।

ଜେନେଟିକ ରୋଗ ସମ୍ପର୍କିତ ଟେଷ୍ଟ :-

ବିବାହ ପୂର୍ବରୁ ଦମ୍ପତିଙ୍କର ଏହି ଟେଷ୍ଟ କରାଇବା ନିହାତି ଜରୁରୀ ହୋଇଥାଏ।ବଂଶାନୁକ୍ରମିକ ରୋଗ ଏକ ପିଢ଼ିରୁ ଅନ୍ୟ ପିଢ଼ିକୁ ସହଜରେ ଯାଇଥାଏ। ତେଣୁ ଏଥିପାଇଁ ଜେନେଟିକ ଟେଷ୍ଟ କରିନେବା ଜରୁରୀ ଅଟେ। ଜେନେଟିକ ରୋଗ ମଧ୍ୟରେ ସ୍ତନ କର୍କଟ, ପେଟ କର୍କଟ, କିଡନୀ ସମସ୍ୟା ଆଦି ରୋଗ ସାମିଲ ହୋଇଥାଏ। କିନ୍ତୁ କହିବାକୁ ଗଲେ ମଧୁମେହ ରୋଗ ଏକ ଜୀବନଶୈଳୀର ରୋଗ ଅଟେ। ତେଣୁ ଏହି ଟେଷ୍ଟ ଗୁଡ଼ିକ ଆପଣଙ୍କୁ ନିହାତି ଆବଶ୍ୟକ ଅଟେ।

ସେକ୍ସୁଆଲି ଟ୍ରାନ୍ସମିଟେଡ ଡିଜିଜ ଟେଷ୍ଟ :-

ଆଜିକାଲି ବିବାହ ପୂର୍ବରୁ ଯୌନ ସମ୍ପର୍କ ରଖିବା ସାଧାରଣ କଥା ହୋଇଯାଇଛି। ଏଥିପାଇଁ ଆପଣ ସେକ୍ସୁଆଲି ଟ୍ରାନ୍ସମିଟେଡ ଡିଜିଜର ଚେକ ଅପ ପ୍ରଥମରୁ କରାଇନେବା ଉଚିତ। ଏହି ରୋଗ ମଧ୍ୟରେ ଏଚଆଇଭି, ଏଡ୍ସ, ଗନେରିଆ, ହର୍ପିସ, ହେପାଟାଇଟିସ ଆଦି ରୋଗ ରହିଛି। ଏହିସବୁ ରୋଗ ଅସୁରକ୍ଷିତ ଯୌନ ସମ୍ପର୍କରୁ ହୋଇଥାଏ। ସେଥିପାଇଁ ଏସଟିଡି ଟେଷ୍ଟ ନିହାତି କରିବା ଉଚିତ। ଯାହାଫଳରେ ଆପଣ ପୂର୍ବରୁ ବଡ଼ ଅସୁବିଧାରୁ ବଞ୍ଚିତ ହୋଇ ଯାଇପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *