Excuse Me Odisha

ଯାହା କହିବୁ ସତ କହିବୁ

ଏହି ଅକ୍ଷରରେ ନାମ ଥିବା ବ୍ୟକ୍ତିଙ୍କର ଚାଲିଚଳନ ହୋଇଥାଏ ରାଜକୀୟ, ପାଇଥାନ୍ତି ଲକ୍ଷ୍ମୀଜୀଙ୍କର କୃପା

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ମଣିଷର ନାମର ପ୍ରଥମ ଅକ୍ଷର ଓ ରାଶି ମଧ୍ୟରେ ଗଭୀର ସମ୍ବନ୍ଧ ରହିଥାଏ। ଅଧିକାଂଶ ଲୋକଙ୍କର ନାମ ତାଙ୍କ ଜନ୍ମ ରାଶି ଅନୁସାରେ ରଖାଯାଇଥାଏ। କହିବାକୁ ଗଲେ ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ତାର ବ୍ୟକ୍ତିତ୍ଵ, ଚାଲିଚଳନ, ସ୍ଵଭାବ ଆଦି ବିଷୟରେ ଜଣା ପଡ଼ିଥାଏ।ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ରାଶିର ଲୋକଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ରାଜକୀୟ ସ୍ୱଭାବର ହେବା ସହିତ ବହୁତ ଧନବାନ ହୋଇଥାନ୍ତି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଆଜି ଆମେ ଆପଣଙ୍କୁ ଯେଉଁ ନାମର ଲୋକଙ୍କ ବିଷୟରେ କହିବାକୁ ଯାଉଛୁ, ସେହି ନାମର ଅକ୍ଷର ଗୁଡିକ ହେଉଛି – ରା, ରୀ, ରୁ,ରେ,ରୋ, ତୋ, ତୀ, ତୁ, ତେ। ଯେଉଁ ଲୋକଙ୍କର ନାମର ପ୍ରଥମ ଅକ୍ଷର ଏହି ଅକ୍ଷର ଗୁଡ଼ିକରୁ ଆରମ୍ଭ ହୋଇଥାଏ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ରାଶି ତୁଳା ହୋଇଥାଏ।

ଏହି ନାମର ଲୋକମାନେ ସବୁ ପରିସ୍ଥିତିକୁ ନିଜ ସପକ୍ଷରେ କରିଥାନ୍ତି। ଏମାନେ ସାହସର ସହିତ ସବୁ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି। ଏହାସହିତ ଏମାନେ ବହୁତ ଚତୁର ଓ ବୁଦ୍ଧିମାନ ହୋଇଥାନ୍ତି। ଖୁବ୍ ଶୀଘ୍ର ଏହି ଲୋକମାନେ ସମସ୍ତଙ୍କ ସହିତ ମିଶି ଯାଇଥାନ୍ତି। ପ୍ରତ୍ୟେକ କାର୍ଯ୍ୟକୁ ଏମାନେ ଧ୍ୟାନ ସହକାରେ କରିଥାନ୍ତି। ଏହି ତୁଳା ରାଶିର ଲୋକମାନେ ଯେକୌଣସି ବିବାଦକୁ ସମାଧାନ କରିବାରେ ମାହିର ହୋଇଥାନ୍ତି।

ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ଲୋକେ ଅଧିକ କୂଟନୀତିଜ୍ଞ ଓ ଜ୍ଞାନୀ ହୋଇଥାନ୍ତି। ସାମାଜିକ କ୍ଷେତ୍ରରେ ଏମାନଙ୍କର ସମ୍ମାନ ବୃଦ୍ଧି ହୋଇଥାଏ। ଦେଖିବାକୁ ଏମାନେ ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି। ଏହି ଲୋକମାନେ ଅସହାୟ ଲୋକଙ୍କୁ ବହୁତ ସାହାଯ୍ୟ କରିଥାନ୍ତି। ଏହାସହିତ ଏମାନଙ୍କର ଆତ୍ମବିଶ୍ୱସ ସର୍ବଦା ସୁଦୃଢ ରହିଥାଏ। କୌଣସି କାର୍ଯ୍ୟ କରିବା ପୂର୍ବରୁ ଏମାନେ ବହୁତ ବିଚାର କରିଥାନ୍ତି। ନିଜର ସୁଖ ସୁବିଧା ପାଇଁ ଏମାନେ ପ୍ରଚୁର ଟଙ୍କା ଖର୍ଚ୍ଚ କରିଥାନ୍ତି। ଏମାନଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିଥାଏ।

ତେବେ ବନ୍ଧୁଗଣ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *