Excuse Me Odisha

ଯାହା କହିବୁ ସତ କହିବୁ

କେବଳ ପିପ୍ପଳ ଗଛକୁ ଛୁଇଁ କହିଦିଅନ୍ତୁ ଏହି ୨ ଟି ଶବ୍ଦ,ଯାହା ମାଗିବେ ତାହା ପାଇବେ !

ସେୟାର୍ କରନ୍ତୁ

ଅସ୍ତ ଗଛରେ ସବୁ ଦିବା ଦେବୀଙ୍କର ବାସ ହୋଇଥାଏ। ଏଥିପାଇଁ ଏହି ଗଛକୁ କଟା ଯାଏନାହିଁ କି ପତ୍ର ତୋଳା ବି ଯାଏ ନାହିଁ। ଅସ୍ତ ଗଛକୁ କାଟିଲେ ପିତୃଦୋଷ ଲାଗିଥାଏ। ପିତୃଦେବଙ୍କୁ କଷ୍ଟ ହୋଇଥାଏ। ଏହି ଗଛ ହିନ୍ଦୁ ଧର୍ମରେ ବହୁତ ମହତ୍ୱ ରହିଥାଏ। ଏଥି ପାଇଁ ଏହାକୁ ଦେବ ବୃକ୍ଷ କୁହାଯାଏ। ମାନାଯାଏ ଯେ ଏହି ଗଛରେ ସବୁ ଦେବା ଦେବୀଙ୍କର ବାସ ହୋଇଥାଏ। ଏହି ଗଛର ଆୟୁ ବହୁତ ଲମ୍ବା ହୋଇଥାଏ। ଏଥିପାଇଁ ଏହି ଗଛକୁ ବ୍ୟକ୍ତି ଲଗାଇଲେ ଦୀର୍ଘାୟୁ ହୋଇଥାଏ।

ତାଙ୍କ ଵଂଶଦ ନାଶ ହୋଇନଥାଏ। ଏହି ଗଛରେ ତୁଟକା କଲେ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ କିନ୍ତୁ ଘର ଉପରେ ଏହି ଗଛର ଛାୟା ନପଡୁ ଏମିତି ବ୍ୟବସ୍ଥା କରିବେ ନଚେତ ଦୋଷ ଲାଗିଥାଏ। ପୌରାଣିକ ମାନ୍ୟତା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ମା ଲକ୍ଷ୍ମୀଙ୍କର ପୂର୍ବରୁ ତାଙ୍କ ବଡ଼ ଭଉଣୀ ଦରିଦ୍ରତା ଉତ୍ପନ ହୋଇଥିଲା ଏହା ପରେ ମା ଲକ୍ଷ୍ମୀ ଏବଂ ମା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ ବିବାହ କରିନେଇଥିଲେ। ଏହା ଦ୍ବାରା ଦାରିଦ୍ର୍ୟତା ନାଶ ହୋଇଗଲା।

ତ ଭଗବାନ ବିଷ୍ଣୁ ଦରିଦ୍ରତାକୁ ନିଜର ପ୍ରିୟ ବୃକ୍ଷ ଏବଂ ବାସ ଅର୍ଥାତ ଅସ୍ତ ଗଛରେ ରହିବାକୁ କହିଲେ ଆଉ କହିଲେ ତୁମେ ସେଠାରେ ବାସ କର ଆଉ ଆରୋଧନା କର ମୁଁ ସମୟ ସମୟରେ ତୁମକୁ ସାକ୍ଷତ କରିବାକୁ ଆସିବି। ମା ଲକ୍ଷ୍ମୀ କହିଲେ ପ୍ରତ୍ୟକ ଶନିବାର ମୁଁ ତୁମକୁ ସାକ୍ଷତ କରିବା ପାଇଁ ଅସ୍ତ ଗଛକୁ ଆସିବି। ଏଥିପାଇଁ କୁହାଯାଏ ଶନିବାର ଦିନ ଅସ୍ତ ଗଛକୁ ପୂଜା କରିବା ଉଚିତ। ସେଥିରେ ମା ଲକ୍ଷ୍ମୀ ବାସ କରିଥାନ୍ତି। ଅସ୍ତ ଗଛରେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ବାସ କରିଥାନ୍ତି ଏଥିପାଇଁ ତାଙ୍କର ପୂଜା କରିବା ସେଠାରେ ଦୀପ ଜାଳିବାକୁ ବିଶେଷ ଶୁଭ ମାନାଯାଏ।

ଆସନ୍ତୁ ଜାଣିବା ଏହି ଗଛର ପୂଜା କେମିତି କରିବେ।

ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସ୍ନାନ କରି ଆପଣ ଅସ୍ତ ଗଛରେ ଗୋଟେ ଘଟି ଜଳ ସେଥିରେ କଞ୍ଚା କ୍ଷୀର ତିଳ ଚନ୍ଦନ ଏବଂ ଅଳ୍ପ ମିଠା ବସ୍ତୁ ନେଇ ଆପଣ ଜଳ ଅର୍ପଣ କରିଦିଅନ୍ତୁ ଏବଂ କୁହନ୍ତୁ ଓଁ ନମଃ ଭଗବତେ ବାସୁଦେବାୟ ନମଃର ଅଧିକରୁ ଅଧିକ ଜପ କରନ୍ତୁ। ପରିକ୍ରମା କରନ୍ତୁ। ଏହା ଦ୍ବାରା ଘରେ ସୁଖ ଶାନ୍ତି ବନି ରହିଥାଏ।

ତୁଟକା କରାଯାଏ। ଏହି ତୁଟକା ଆପଣଙ୍କ ଜୀବନରେ ସମସ୍ୟାକୁ ଦୂର କରିଥାଏ। ଏହି ଗଛକୁ ଦୁଇଟି ହାତରେ ସ୍ପର୍ଶ କରି ଓଁ ନମଃ ଶିବାୟ ମନ୍ତ୍ରର ୧୦୮ ଥର ଜପ କରନ୍ତୁ। ଏମିତି କରି ଅସ୍ତ ଗଛକୁ ଛୁଇଁ ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ। ଏହା ସହିତ ଯଦି କୌଣସି ବ୍ୟକ୍ତି ଅସ୍ତ ଗଛ ତଳେ ଶିବଲିଙ୍ଗ ସ୍ଥାପନ କରି ପ୍ରତିଦିନ ପୂଜା କରନ୍ତି ତ ଜୀବନରେ କେବେବି ଭୌତିକ ସୁଖର କମି ହୋଇନଥାଏ।

ଶନିବାର ଦିନ ଅସ୍ତ ଗଛକୁ ଆରୋଧନା ନିଶ୍ଚୟ କରିବା ଉଚିତ। ଯଦି ପାରିବେ ଏହି ଗଛ ମୂଳରେ ବସି ଭଗବାନ ହନୁମାନ ଚାଳିସାର ପାଠ କରନ୍ତୁ। ତ ଭଗବାନ ହନୁମାନ ଆପଣଙ୍କର ସବୁ ସଂକଟକୁ ଦୂର କରିଥାନ୍ତି। ଏହା ସହିତ ୧୧ ଟି ପତ୍ର ତୋଳି ତା ଉପରେସିନ୍ଦୁର ଏବଂ ଘିଅ ମିଶାଇ କିମ୍ବା ଲାଲ ଚନ୍ଦନରେ ଭଗବାନ ଶ୍ରୀରାମ ଲେଖି ଏହ ପତ୍ରକୁ ବାନ୍ଧି ମାଳା ବନେଇ ଆପଣ ଭଗବାନ ହନୁମାନଙ୍କ ଗଳାରେ ଧାରଣ କରିଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ସବୁ ଦୁଃଖ କଷ୍ଟ ଶେଷ ହୋଇଯାଇଥାଏ।

ମା ଲଷ୍ମୀଙ୍କର ଆଶୀର୍ବାଦ ପାଇବା ପାଇଁ ଅସ୍ତ ଗଛର ପୂଜା ନିଶ୍ଚୟ କରନ୍ତୁ।

ସନ୍ତାନ ପ୍ରାପ୍ତି ପାଇଁ ଏହି ଛୋଟ ଉପାୟ କରନ୍ତୁ। ଅସ୍ତ ଗଛର ପତ୍ରକୁ ପ୍ରତିଦିନ ୧ ଘଣ୍ଟା ଜଳ ଭରା ପାତ୍ରରେ ରଖନ୍ତୁ ଏବେ ଏହି ଜଳରୁ ପତ୍ର ବାହାର କରି ଗଛରେ ରଖନ୍ତୁ। ଏବଂ ଜଳକୁ ଦମ୍ଫତ୍ତି ଯେଉଁ ମାନଙ୍କୁ ସନ୍ତାନ ଦରକାର ସେମାନେ ପିଇ ନିଅନ୍ତୁ। ୩ ରୁ ୪ ଥର ଲଗାତାର ଏହି କାର୍ଯ୍ୟ କରନ୍ତୁ। ଆପଣଙ୍କ ଘରକୁ ସନ୍ତାନ ନିଶ୍ଚୟ ଆସିବେ।

ଅନେକ ଦିନରୁ ବିମାରୀ ଶେଷ କରିବା ପାଇଁ ଆପଣ ଅସ୍ତ ଗଛର ୫ ଟି ପତ୍ର ନେଇ ଆସନ୍ତୁ। ଶୁକ୍ରବାର ରାତିରେ କିମ୍ବା ସନ୍ଧ୍ୟାରେ କିମ୍ବ ଶନିବାର ଦିନ ଏହି ଉପାୟ କରିପାରିବେ। ୫ ଟି ପତ୍ର ଆଣି ତମ୍ବାର ଘଟିରେ ପାଣି ଭର୍ତ୍ତି କରି ସେହି ପତ୍ରକୁ ସେଥିରେ ପକେଇ ଦିଅନ୍ତୁ ଆଉ ଢାଙ୍କି ଦିଅନ୍ତୁ। ଯେଉଁ ବ୍ୟକ୍ତି ବୀମାର ଅଛନ୍ତି ତାଙ୍କ ମୁଣ୍ଡ ପାଖରେ ରଖିଦିଅନ୍ତୁ। ପର ଦିନ ସକାଳେ ଏହି ଏହି ଘଟିରେ ଥିବା ଜଳକୁ ଏବଂ ପତ୍ରକୁ ନେଇ ଶିବଲିଙ୍ଗ ଉପରେ ଅର୍ପଣ କରିଦିଅନ୍ତୁ। ଏହା ଦ୍ବାରା ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯିବ।

ଯେବେବି ଅସ୍ତ ଗଛର ପାଖକୁ ଯିବେ ଅସ୍ତ ଗଛକୁ ଛୁଇଁ ଓଁ ନମଃ ଭଗବତେ ବାସୁଦେବାୟ ନମଃ କିମ୍ବା ଓଁ ନମଃ ନାରାୟଣ। ଏହି ମନ୍ତ୍ରର ଜପ ନିଶ୍ଚୟ କରନ୍ତୁ।

ଯଦି ଶନିଙ୍କ ସାଢ଼େସାତି କିମ୍ବା ଅଢ଼େଇ ଚାଲିଛି ତ ଅସ୍ତ ଗଛ ମୂଳରେ ୨ ମିନିଟ ବସିଯାଅନ୍ତୁ। ଆଉ କୁହନ୍ତୁ ଓଁ ଶନି ଶନିଶ୍ଚରାୟ ନମଃ ମନ୍ତ୍ରର ଜପ କରନ୍ତୁ। ଏହା ଦ୍ୱାରା ଶନିଦେବଙ୍କ କୃପା ବର୍ଷିବ ଏବଂ ଜୀବନରେ ସମସ୍ୟାରୁ ବାହାରକୁ ଆସିଯିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *