Excuse Me Odisha

ଯାହା କହିବୁ ସତ କହିବୁ

ବହୁତ କ୍ଷତିକାରକ ହୋଇଥାଏ ଘରେ ରହିଥିବା ଏହି ୫ ଗୋଟି ଜିନିଷ,ବାହାର କରିଦିଅନ୍ତୁ ନଚେତ ଘରକୁ ବିପତ୍ତି ଆସିବ !

ସେୟାର୍ କରନ୍ତୁ

ଘରେ ରଖା ଯାଇଥିବା ଜିନିଷ ସକାରାତ୍ମକ ଓ ନକରାତ୍ମକ ପ୍ରଭାବର କାରଣ ହୋଇଥାଏ। ଘରେ କିଛି ଏଭଳି ଜିନିଷ ରହିଥାଏ, ଯାହାଦ୍ଵାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।ଏଥିପାଇଁ ସେହି ଜିନିଷ ଗୁଡ଼ିକୁ ଖୁବ୍ ଶୀଘ୍ର ଘରୁ ବାହାର କରି ଦେବା ଉଚିତ।

– ଘରେ ରଖନ୍ତୁ ନାହିଁ ଏହି ଜିନିଷ।

– ବନିଥାଏ ଭାଗ୍ୟ ଦୋଷର କାରଣ।

– ଦାରିଦ୍ର୍ୟତା ଗ୍ରାସ କରିଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ପ୍ରତ୍ୟେକ କୋଠରୀ ସଠିକ ଢଙ୍ଗରେ ହେବା ଉଚିତ। ଏହାସହିତ ଘରେ ରଖା ଯାଉଥିବା ଜିନିଷ ଘର ପାଇଁ ସକାରାତ୍ମକ ବା ନକାରାତ୍ମକ ଉର୍ଜାର କାରଣ ହୋଇଥାଏ ବୋଲି ମଧ୍ୟ କୁହାଯାଏ। ତେଣୁ ଘରେ ରଖା ଯାଉଥିବା ଜିନିଷ ପ୍ରତି ସତର୍କ ରହିବା ଉଚିତ। ନଚେତ ଘରର ସୁଖଶାନ୍ତି ଦୂର ହୋଇ ବିପତ୍ତି ମାଡି ଆସିବ। ଆସନ୍ତୁ ଘରେ କେଉଁ ଜିନିଷ ରଖିବା ଉଚିତ ନୁହେଁ, ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଘରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଏହି ଜିନିଷ :-

– ଘରେ କେବେବି କଣ୍ଟା ଜାତୀୟ ଗଛ ଲଗାନ୍ତୁ ନାହିଁ। କାରଣ କଣ୍ଟା ଜାତୀୟ ଗଛ ଘରେ ରଖିବା ଦ୍ଵାରା ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଏହାଦ୍ବାରା ପରିବାର ଲୋକଙ୍କ ମଧ୍ୟରେ ସର୍ବଦା ବିବାଦ ଲାଗି ରହିଥାଏ। ଏହି କଣ୍ଟା ଜାତୀୟ ଗଛ ଘରେ ରହିବା ଦ୍ଵାରା ଘରର ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ

– ଘରର କାନ୍ଥରେ ଜଙ୍ଗଲୀ ପଶୁ ମାନଙ୍କର ବା ବୁଡି ଯାଇଥିବା ଡଙ୍ଗାର ଫଟୋ ଚିତ୍ର ରଖିବା ଉଚିତ ନୁହେଁ। କାରଣ ଏହିସବୁ ଘରେ ରଖିବା ଦ୍ଵାରା ବହୁତ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଘରର ପରିବେଶ ସର୍ବଦା ସବୁଜମୟ ରଖନ୍ତୁ ଏବଂ ଭଗବାନଙ୍କ ଫଟୋ ବା ଖୁସି ମିଳୁଥିବା ଫଟୋ ଆଦି ରଖନ୍ତୁ।

– ଘରେ ବୁଢିଆଣୀ ବସା ବାନ୍ଧି ରହିବା ବହୁତ ଅଶୁଭ ମାନା ଯାଇଥାଏ। ଏହାଦ୍ବାରା ପରିବାର ଲୋକଙ୍କ ମଧ୍ୟରେ ଆଳସ୍ୟ ଓ ଅସନ୍ତୋଷ ଦେଖା ଦେଇଥାଏ। ଘରର ସଠିକ ନିଷ୍ପତ୍ତି ନେବାରେ ଅସୁବିଧା ହୋଇଥାଏ। ଏହାସହିତ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଘରକୁ ସର୍ବଦା ସଫାସୁତୁରା ରଖନ୍ତୁ।

– ଘରେ ନଟରାଜ ମୂର୍ତ୍ତି ରଖିବା ଅଶୁଭ ମାନା ଯାଇଥାଏ। କାରଣ ଏହି ମୂର୍ତ୍ତି ଭଗବାନ ଶିବଙ୍କର ତାଣ୍ଡବ ରୂପ ଅଟେ। ଏହା ଯେଉଁ ଘରେ ରହିବ, ସେଠାରେ ସର୍ବଦା ଅଶାନ୍ତି, ବିବାଦ ଲାଗି ରହିବ। ତେଣୁ ଏହି ମୂର୍ତ୍ତିକୁ କେବେବି ଘରେ ରଖିବା ଉଚିତ ନୁହେଁ।

– ଘରେ କେବେବି ଭାଙ୍ଗି ଯାଇଥିବା ଜିନିଷ, ଯେପରି ଭାଙ୍ଗି ଯାଇଥିବା କାଚ, ବାସନ, ଇଲେକ୍ଟ୍ରୋନିକ ଜିନିଷ, ମୂର୍ତ୍ତି ଆଦି ଘରେ ରଖନ୍ତୁ ନାହିଁ।ଏଗୁଡ଼ିକ ଘରେ ରହିବା ଦ୍ଵାରା ଧନହାନୀ ହେବା ସହିତ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *