Excuse Me Odisha

ଯାହା କହିବୁ ସତ କହିବୁ

Holi 2022 | ହୋଲି ରାତିରେ କରନ୍ତୁ ଏହି ଛୋଟ ଚମତ୍କାରୀ ଉପାୟ,ଭାଗ୍ୟ ବଦଳିଯିବ |

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ହୋଲିଦିନ ଚୁପଚାପ ଏଠାରେ ପକେଇ ଦିଅନ୍ତୁ ଦୁଇଟି ଲବଙ୍ଗ। ତାପରେ ଦେଖନ୍ତୁ ଚମତ୍କାର।

ଏହି ହୋଲିର ଉତ୍ସ୍ୟବ ବହୁତ ମଜା ମସ୍ତିର ପର୍ବ ଅଟେ। ଏହି ପର୍ବର ଧାର୍ମିକ ମହତ୍ୱ ରହିଥାଏ। ଏହି ପର୍ବ ଆମ ଜୀବନରେ ଅନେକ ଖୁସି ନେଇ ଆସିଥାଏ। ଯେଉଁମାନେ ଜ୍ୟୋତିଷ ଏବଂ ତାନ୍ତ୍ରିକ ଉପରେ ବିଶ୍ୱାସ ରଖିଥାନ୍ତି। ସେମାନଙ୍କ ପାଇଁ ହୋଲି ଏକ ବିଶେଷ ଦିନ ଅଟେ। କାରଣ ପ୍ରାଚୀନ ମାନ୍ୟତା ଅନୁସାରେ ଏହି ଦିନ କରାଯାଇଥିବା ଉପାୟ ଶୀଘ୍ର ଏବଂ ଜଲଦି ଫଳ ପ୍ରାପ୍ତି ହୋଇଥାଏ।

ହୋଲି ଦିନ ନିଷ୍ଠା ମନରେ ଶ୍ରଦ୍ଧା ମନରେ ଉପାୟ କରିଲେ ଏହା ନିଶ୍ଚୟ ଫଳପ୍ରଦ ହୋଇଥାଏ। ପ୍ରାଚୀନ କାଳରୁ ଲୋକେ ଏହି ଉପାୟ କରିଥାନ୍ତି। ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ କିଛି ଖାସ ପ୍ରାଚୀନ ଉପାୟ ବିଷୟରେ ଜଣେଇବୁ। ଏହି ଉପାୟ ଆପଣଙ୍କ ଜୀବନରେ ଦୁଃଖ କଷ୍ଟ ଦୂର କରି ସୁଖ ସମୃଦ୍ଧିରେ ଭରି ଦେବ।

ହୋଲିର ଦହନ ଏକ ପବିତ୍ର ଧାର୍ମିକ ଉତ୍ସ୍ୟବ ଅଟେ। ସେଥିପାଇଁ ଏହି ଦିନ ପରିବାରର ସବୁ ସଦସ୍ୟଙ୍କୁ ମିଳିମିଶି ପାଳନ କରିବା ଉଚିତ

ଯଦି ଘରର କୌଣସି ସଦସ୍ୟ ବୀମାର ଅଛନ୍ତି ତେବେ ହୋଲିର ଅଗ୍ନିକୁ ଘରକୁ ଆଣି ଦର୍ଶନ କରାଇବା ଉଚିତ। ଅଗ୍ନିର ଦହନରେ ୩ ଥର ମିମ୍ବା ୭ଥର ପରିକ୍ରମା କରିବା ଉଚିତ। ତା ସହିତ ଅଳ୍ପ ଅଗ୍ନି ଆଣି ଘର ସାରା ବୁଲାଇବା ଉଚିତ ଏହା ସହିତ ଅଳ୍ପ କର୍ପୁର ବି ପକେଇ ପାରିବେ। ଏମିତି କରିବା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ଏବଂ ନକରାତ୍ମକ ଶକ୍ତି ଘରୁ ବାହାରି ଯାଇଥାଏ।

ଆପଣ ଏହି ଦିନ ଲବଙ୍ଗର ଉପାୟ କରିପାରିବେ। ଏହା ବହୁତ ଚମତ୍କାରୀ ଉପାୟ ଅଟେ। ସନ୍ଧ୍ୟା ସମୟରେ ହୋଲିର ଦହନ ହୋଇଥାଏ। ହୋଲି ଦିନ ସକାଳ ସମୟରେ ଆପଣଙ୍କୁ ଏହି କାମ କରିବାକୁ ପଡିବ। ଏହିଦିନ ଆପଣ ଦୁଇଟି ଲବଙ୍ଗ ନେବେ। ଏହି ଲବଙ୍ଗକୁ ଗାଈର ଶୁଦ୍ଧ ଘିଅରେ ବୁଡାଇ ରଖିଦିଅନ୍ତୁ। ସନ୍ଧ୍ୟାରେ ହୋଲି ଦହନ ସମୟରେ ଆପଣ ଏହି ଲବଙ୍ଗକୁ ହୋଲି ଦହନ ସ୍ଥାନକୁ ନେଇଯାଆନ୍ତୁ।

ଏହା ସହିତ ଗୋଟେ ପାନପତ୍ର ବି ନିଅନ୍ତୁ। ଲବଙ୍ଗ ଏବଂ ପାନପତ୍ରକୁ ହୋଲି ଦହନ ଅଗ୍ନିରେ ପକେଇ ଦିଅନ୍ତୁ। ଏହା ପରେ ହୋଲି ଦହନରେ ୩ ଥର ପରିକ୍ରମା କରି ଗୋଟେ ଶୁଖିଲା ନଡ଼ିଆକୁ ଅଗ୍ନିରେ ଆହୁତି ହିସାବରେ ପକେଇ ଦିଅନ୍ତୁ। ଏହା ପରେ ଭଗବାନ ଶ୍ରୀହରିଙ୍କୁ ମନରେ ପ୍ରାର୍ଥନା କରି ଯାହାବି ମନସ୍କାମନା ଥିବ ତାହା କହିଦିଅନ୍ତୁ। ମାନ୍ୟତା ଅନୁସାରେ ଏମିତି ଉପାୟ କଲେ ମନସ୍କାମନା ପୁରଣ ହୋଇଥାଏ।

ଏହି ଦିନ ଆପଣ ଗୋଟେ ପାନ ପତ୍ର ଗୋଟିଏ ଗୁଆ ଏବଂ ଗୋଟେ ହଳଦୀର ଆବଶ୍ୟକତା ପଡିବ। ପାନପତ୍ର ଉପରେ ଗୋଟା ଗୁଆ ଏବଂ ହଳଦୀ ଖଣ୍ଡକୁ ରଖି ପାଖରେ ଥିବା ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଭଗବାନ ଶିବ ଲିଙ୍ଗରେ ଏହାକୁ ଅର୍ପଣ କରିଦେବେ। ଏହି ଉପାୟ କରି ନିଜର ମନସ୍କାମନା କହିଲେ ଆପଣଙ୍କ ମନସ୍କାମନା ପୂରଣ ହୋଇଯିବ। ଖାସ କରି ଯେଉଁମାନଙ୍କର ବିବାହରେ ବିଳମ୍ବ ହେଉଥିଲା ବାଧା ଆସୁଛି ତ ସେମାନଙ୍କୁ ଏହି ଉପାୟ ନିଶ୍ଚୟ କରିବା ଉଚିତ।

ଯେବେ ଅଗ୍ନିର ଅଙ୍ଗାର ଥଣ୍ଡା ହୋଇଯିବ ତ ପାଉଁଶ ଆଣିବେ ଚୁପଚାପ। ଆଉ ଏହି ପାଉଁଶରେ ନିଜ ଘରେ ଛୋଟ ଛୋଟ ପ୍ରୟୋଗ କରିପାରିବେ। ଏହି ଦିନ ଧଳା ଜିନିଷ କ୍ଷୀର ଦହି ଚାଉଳ ଆଦିର ସେବନ ଭୁଲରେ ବି କରିବେ ନାହିଁ।

ଧନ ଲାଭ ପାଇଁ ଚନ୍ଦନର କାଠ ପକାନ୍ତୁ।

ରୋଜଗାର ପ୍ରାପ୍ତି ପାଇଁ ସୋରିଷ ପକାନ୍ତୁ।

ଭଲ ସ୍ୱାସ୍ଥ୍ୟ ପାଇଁ ଅଗ୍ନିରେ କଳା ତିଳ ପକାନ୍ତୁ।

ରୋଗରୁ ମୁକ୍ତି ପାଇବା ପାଇଁ ସବୁଜ ଗୁଜୁରାତି ଏବଂ କର୍ପୁର ପକାନ୍ତୁ।

କଳା ଚଣାର ସେବନ ନିଶ୍ଚୟ କରନ୍ତୁ।

ଅଭାବୀ ଲୋକଙ୍କୁ ଦାନ ନିଶ୍ଚୟ କରନ୍ତୁ।

ବିବାହ ଶୀଘ୍ର ହେବା ପାଇଁ ବୈବାହିକ ଜୀବନରେ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯଜ୍ଞ ସାମଗ୍ରୀ ପକାନ୍ତୁ ଏବଂ ନକରାତ୍ମକ ଉର୍ଜାରୁ ମୁକ୍ତି ପାଇବା ପାଇଁ କଳା ସୋରିଷ ପକାନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *