Excuse Me Odisha

ଯାହା କହିବୁ ସତ କହିବୁ

ରଙ୍ଗ ଓ ହୋଲିକୁ ନେଇ ଏଭଳି ସ୍ବପ୍ନ ଦେଖିଲେ, ହୋଇ ଯାଆନ୍ତୁ ଖୁସି। ଲାଗି ଯାଇଥାଏ ଲଟେରୀ !

ସେୟାର୍ କରନ୍ତୁ

ହୋଲି କେବଳ ଜୀବନରେ ସୁଖ ସମୃଦ୍ଧିର ରଙ୍ଗ ଓ ଆନନ୍ଦ ଉଲ୍ଲାସ ଭରି ଦେବା ସହିତ ସ୍ଵପ୍ନରେ ମଧ୍ୟ ଦେଖା ଗଲେ, ଅତ୍ୟନ୍ତ ଶୁଭ ମାନା ଯାଇଥାଏ। କହିବାକୁ ଗଲେ କିଛି ଏଭଳି ରଙ୍ଗ ରହିଛି, ଯେଉଁ ରଙ୍ଗ ଗୁଡ଼ିକୁ ସ୍ଵପ୍ନରେ ଦେଖିବା ଅଶୁଭ ସାବ୍ୟସ୍ତ ହୋଇଥାଏ।

– ଶୁଭ ହୋଇଥାଏ ଏଭଳି ସ୍ବପ୍ନ।

– ବହୁତ ବଡ଼ ସଫଳତା ମିଳିଥାଏ।

– ହୋଲି ଓ ରଙ୍ଗ ମଧ୍ୟ ଗମ୍ଭୀର ସମ୍ବନ୍ଧ ରହିଛି।

ହୋଲି ପର୍ବରେ ଚତୁର୍ଦ୍ଦିଗ ରଙ୍ଗମୟ ଜଣା ପଡ଼ିଥାଏ। ଏହି ପର୍ବକୁ ସାରା ଦୁନିଆ ଆନନ୍ଦ ଉଲ୍ଲାସ ସହିତ ପାଳନ କରୁଛି। ଲୋକେ ଏହି ପର୍ବକୁ ବହୁତ ଅପେକ୍ଷା କରିଥାନ୍ତି। କହିବାକୁ ଗଲେ ଆଉକିଛି ଲୋକେ ଏହି ରଙ୍ଗର ପର୍ବ ହୋଲିକୁ ଭୟ କରିଥାନ୍ତି ଏବଂ ହୋଲି ଖେଳରୁ ସେମାନେ ଦୂରେଇ ରହିଥାନ୍ତି। ହୋଲି ଖେଳିବା ବହୁତ ଶୁଭ ହୋଇଥାଏ। ଏହାସହିତ ସ୍ଵପ୍ନରେ ହୋଲି ଖେଳୁଥିବାର ଦେଖିବା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ। ସ୍ଵପ୍ନରେ ହୋଲିର ରଙ୍ଗ ଦେଖିବାର ଅର୍ଥ ସ୍ବପ୍ନ ଶାସ୍ତ୍ରରେ ଖୁବ୍ ସଠିକ ଢଙ୍ଗରେ ବର୍ଣ୍ଣନା କରାଯାଇଛି।

ସ୍ଵପ୍ନରେ ହୋଲି ଖେଳିବା ଓ ରଙ୍ଗ ଦେଖିବାର ଅର୍ଥ କଣ ଅଟେ?

– ଯଦି ଆପଣ ନିଜ ସ୍ଵପ୍ନରେ ଅନ୍ୟ କାହାକୁ ହୋଲି ଖେଳୁଥିବାର ଦେଖନ୍ତି, ତାହେଲେ ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ। ଆପଣଙ୍କୁ ସୁଖଦ ସମାଚାର ମିଳିବାର ସଂକେତ ଦେଇଥାଏ। କୌଣସି ଅବିବାହିତ ପୁରୁଷ ବା ମହିଳା ଏହି ସ୍ବପ୍ନ ଦେଖିଲେ, ଖୁବ୍ ଶୀଘ୍ର ସେମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବାର ସଂକେତ ଦେଇଥାଏ। କିନ୍ତୁ ସ୍ଵପ୍ନରେ ନିଜେ ହୋଲିରେ ଖେଳୁଥିବାର ଦେଖିବା ଅତ୍ୟନ୍ତ ଅଶୁଭ ମାନା ଯାଇଥାଏ।

– ସ୍ଵପ୍ନରେ ଲାଲ ରଙ୍ଗ ଦେଖିବା :- ଯଦି ଆପଣ ନିଜ ସ୍ଵପ୍ନରେ ନିଜକୁ ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଲାଲ ରଙ୍ଗରେ ହୋଲି ଖେଳୁଥିବାର ଦେଖନ୍ତି, ତାହେଲେ ବୁଝି ନିଅନ୍ତୁ କି ଏହି ସଂକେତର ଅର୍ଥ ହେଉଛି ଆପଣଙ୍କୁ ଆଗାମୀ ଦିନରେ ଆପଣଙ୍କୁ ସତର୍କ ହୋଇ ରହିବାର ସଂକେତ ମିଳୁଛି।

– ସ୍ଵପ୍ନରେ ଗୋଲାପି ରଙ୍ଗ ଦେଖିବା :- ଯଦି ଆପଣ ନିଜ ସ୍ଵପ୍ନରେ ନିଜକୁ ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଗୋଲାପି ରଙ୍ଗରେ ହୋଲି ଖେଳୁଥିବାର ଦେଖନ୍ତି, ତାହେଲେ ବୁଝି ଯାଆନ୍ତୁ କି ଆପଣଙ୍କୁ ବହୁତ ବଡ଼ ଉପଲବ୍ଧି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

– ସ୍ଵପ୍ନରେ କଳା ରଙ୍ଗ ଦେଖିବା :- ଯଦି ଆପଣ ନିଜ ସ୍ଵପ୍ନରେ ନିଜକୁ ବା ଅନ୍ୟ କାହାକୁ କଳା ରଙ୍ଗରେ ହୋଲି ଖେଳୁଥିବାର ଦେଖନ୍ତି, ତାହେଲେ ଏହି ସଂକେତ ଆପଣଙ୍କ ପାଇଁ ଅଶୁଭ ଅଟେ।

– ସ୍ଵପ୍ନରେ ହଳଦିଆ ରଙ୍ଗ ଦେଖିବା :- ଯଦି ଆପଣ ନିଜ ସ୍ଵପ୍ନରେ ନିଜକୁ ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ହଳଦିଆ ରଙ୍ଗରେ ହୋଲି ଖେଳୁଥିବାର ଦେଖନ୍ତି, ତାହେଲେ ଏହି ସଙ୍କେତର ଅର୍ଥ ହେଉଛି ଆପଣଙ୍କୁ ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି। ଏହାସହିତ ଆପଣ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *