Excuse Me Odisha

ଯାହା କହିବୁ ସତ କହିବୁ

ଆଜି ହୋଲିରେ ମରିଗଲେ ବି ଖାଆନ୍ତୁ ନାହିଁ ଏହି ଜିନିଷ,ନହେଲେ ଜିବନସାରା ଦରିଦ୍ର ରହିବେ !

ସେୟାର୍ କରନ୍ତୁ

ବନ୍ଧୁଗଣ ଫାଲଗୁନ ମାସ ହୋଲି ପର୍ବ ଭଗବାନ ଶ୍ରୀକୃଷ୍ଣ ଓ ଦେବୀ ରାଧାଙ୍କୁ ସମର୍ପିତ ଅଟେ। ଆମେ ସମସ୍ତେ ଜାଣିଛୁ କି ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ହୋଲି ପର୍ବର ଏକ ଅତୁଟ ସଂପର୍କ ରହିଛି। ଏହି ପର୍ବ ଦିନ ସାରା ଦେଶ ହୋଲି ରଙ୍ଗରେ ରଙ୍ଗେଇ ଯାଇଥାଏ। ଭଗବାନ ଶ୍ରୀକୃଷ୍ଣଙ୍କର ଅନେକ ଅବତାର ରହିଛି। ସେଥିମଧ୍ୟରୁ ନୃସିଂହ ଅବତାର ଅନ୍ୟତମ ଅଟେ।ଭଗବାନ ନୃସିଂହଙ୍କୁ ଅଧର୍ମ ଉପରେ ସତ୍ୟର ଜୟ ହୋଇଥିବାର ପ୍ରତୀକ ରୂପରେ ମାନା ଯାଇଥାଏ।

ଶାସ୍ତ୍ରରେ ହୋଲି ପର୍ବକୁ ନେଇ ଅନେକ ଗୁଡ଼ିଏ କଥା ଲେଖା ଯାଇଛି। ହୋଲିକା ଦହନ ପର୍ବ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରିୟ ଭକ୍ତ ପ୍ରହଲ୍ଲାଦଙ୍କୁ ସ୍ମରଣ କରି ପାଳନ କରାଯାଏ। ଘରେ ରହିଥିବା ନକାରାତ୍ମକ ବା ଖରାପ ଜିନିଷକୁ ହୋଲିକା ନିଆଁରେ ପକାଇ ନଷ୍ଟ କରାଯାଇଥାଏ। ତେଣୁ ଆପଣ ମାନେ ମଧ୍ୟ ହୋଲିକା ଦହନ ନିଜ ଘର ସାମ୍ନାରେ କରନ୍ତୁ। କିନ୍ତୁ ଶାସ୍ତ୍ରରେ ଏହି ହୋଲି ପର୍ବରେ କଣ କରିବା ଉଚିତ ନୁହେଁ, ସେହି ବିଷୟରେ ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଛି। ଆସନ୍ତୁ ସେହି ନିୟମ ଗୁଡ଼ିକ ବିଷୟରେ ଜାଣିବା।

– ଶାସ୍ତ୍ର ଅନୁସାରେ ଜଣେ ପୁତ୍ରବତୀ ହୋଇଥିବା ମାଆଙ୍କୁ ହୋଲି ଦହନରେ କିଛି ଜିନିଷ ଜଳାଇବା ଉଚିତ ନୁହେଁ।ଏହା ଅଶୁଭ ହୋଇଥାଏ।ଏହାସହିତ ହୋଲି ଦିନ ଆପଣଙ୍କୁ ଉପବାସ ରହିବା ଉଚିତ। ସେହିପରି ଦୁଇଟି ପୁଅ ଥିବା ମାଆ ବା ସନ୍ତାନ ନଥିବା ମହିଳାଙ୍କୁ ହୋଲି ଦହନରେ କିଛି ଜଳାଇବା ଉଚିତ ନୁହେଁ।

– ହୋଲି ଦିନ ସର୍ବଦା ନିଜ ଚୁଟି ବାନ୍ଧି ରଖିବା ଉଚିତ। କାରଣ ଏହି ଦିନ ଆପଣଙ୍କ ଆଖପାଖରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ତେଣୁ ଆପଣ ଚୁଟି ଖୋଲା ରଖନ୍ତୁ ନାହିଁ। ନଚେତ ଆପଣଙ୍କ ପ୍ରତି ଖରାପ ପ୍ରଭାବ ପଡିପାରେ।

– ହୋଲି ପର୍ବରେ କାହାକୁ ଟଙ୍କା ଋଣ ଆକାରରେ ଦିଅନ୍ତୁ ନାହିଁ। ନଚେତ ଆପଣ ଆର୍ଥିକ ସମସ୍ୟାରେ ପଡ଼ି ପାରନ୍ତି। ଯଦି ଆପଣ ଦାନ କରିବାକୁ ଚାହୁଁଛନ୍ତି, ତାହେଲେ ଅସହାୟ ଲୋକଙ୍କୁ ଭୋଜନ ଦାନ କରନ୍ତୁ। ହୋଲି ଦହନ ଦିନ ଆପଣ ଗାଈକୁ ଘାସ ଖାଇବାକୁ ଦିଅନ୍ତୁ।ଏହା ଅତ୍ୟନ୍ତ ଶୁଭ ହୋଇଥାଏ।

– ହୋଲି ଦହନ ଦିନ ମାଆଙ୍କୁ ଅପମାନ କରନ୍ତୁ ନାହିଁ।ଏଭଳି କରିବା ଦ୍ୱାରା ଅଶୁଭ ହୋଇଥାଏ। ଶାସ୍ତ୍ର ଅନୁସାରେ ହୋଲି ଦହନ ଦିନ ନିଜ ମାଆଙ୍କୁ କିଛି ନା କିଛି ଉପହାର ଦେବା ଉଚିତ। ଏହାଦ୍ବାରା ଆପଣଙ୍କ ଜୀବନ ସୁଖମୟ ରହିବ।

ଏବେ ଆସନ୍ତୁ ଜାଣିବା, ହୋଲି ଦହନ ଦିନ ଆପଣଙ୍କୁ କେଉଁସବୁ ଜିନିଷର ସେବନ କରିବା ଉଚିତ ବା ଉଚିତ ନୁହେଁ?

– ହୋଲି ଦହନ ଦିନ ଭୋଗ ଲଗାଇଥିବା ରୁଟିକୁ ସେବନ କଲେ ଶୁଭ ହୋଇଥାଏ। ତେଣୁ ହୋଲି ଦହନ ଦିନ ଅଗ୍ନିକୁ ମିଠା ରୁଟି ଭୋଗ ଲଗାଇ ପରିବାର ଲୋକେ ସେବନ କରନ୍ତୁ।ସେହି ମିଠା ରୁଟିକୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବା ସହିତ ଧନପ୍ରାପ୍ତି ହୋଇଥାଏ।

– ଯଦି ଏହିଦିନ ଆପଣ କଳା ଚଣା ସେବନ କରିବେ, ତାହେଲେ ଆପଣଙ୍କ ଉପରେ ନକାରାତ୍ମକ ପ୍ରଭାବ କମି ଯିବ।ଏହିଦିନ ବୁଟ ଦାନ କଲେ ସମସ୍ତ ଦୁଃଖର ନିବାରଣ ହୋଇଥାଏ।

– ହୋଲି ପର୍ବ ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ କ୍ଷୀର, ଦହି, ଘିଅ, ତୁଳସୀରେ ପ୍ରସ୍ତୁତ ପଞ୍ଚାମୃତ ଭୋଗ ଲଗାଇ ପରିବାର ଲୋକେ ସେବନ କରିବା ଉଚିତ। ଏହାଦ୍ବାରା ଜୀବନରେ ଧନ, ବୈଭବ ବୃଦ୍ଧି ହୋଇଥାଏ।

– ହୋଲି ଦହନ ଦିନ ଧଳା ରଙ୍ଗର ଖାଦ୍ୟ ଓ ବସ୍ତ୍ର ସେବନ କରନ୍ତୁ ନାହିଁ। କାରଣ ଏହିଦିନ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଧଳା ଜିନିଷ ନକାରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *