Excuse Me Odisha

ଯାହା କହିବୁ ସତ କହିବୁ

ଦୋଳପୂର୍ଣ୍ଣିମା ଦିନ କରନ୍ତୁ ଏହି ଚମତ୍କାରୀ ଉପାୟ ! ଘରେ ହେବ ଧନବର୍ଷା !

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ।ହିନ୍ଦୁଧର୍ମରେ ୧୨ ମାସରେ ୧୩ ପର୍ବ ତଥା ଆହୁରି ଅନେକ ପର୍ବ ପାଳନ କରାଯାଏ। ସେଥିମଧ୍ୟରୁ ହୋଲି ଏକ ପ୍ରଧାନ ପର୍ବ ଅଟେ। ଏହି ରଙ୍ଗର ପର୍ବ ହୋଲିକୁ ମନ୍ଦ ଉପରେ ଭଲର ଜୟ ଏବଂ ପ୍ରେମର ପର୍ବ ରୂପେ ମଧ୍ୟ ପାଳନ କରାଯାଏ।

ଏହିଦିନ ଗାଁରୁ ସହର ପର୍ଯ୍ୟନ୍ତ ସମସ୍ତେ ରାଗ, ଅଭିମାନ ଓ ମନୋମାଳିନ୍ୟ ଭୁଲି ପରସ୍ପରକୁ ରଙ୍ଗ ଲଗାଇ ହୋଲି ଖେଳିଥାନ୍ତି। କିଛି ବିଶେଷ ଉପାୟ ଗୁଡ଼ିକ ରହିଛି ଯାହାକୁ ପ୍ରୟୋଗ କରିବା ଦ୍ଵାରା ଜୀବନରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ। ତେବେ ଆସନ୍ତୁ, ହୋଲି ଦିନ କରା ଯାଉଥିବା ସେହି ଚମତ୍କାରୀ ଉପାୟ ବିଷୟରେ ବିସ୍ତାର ରୂପରେ ଜାଣିବା।

– ପ୍ରଥମ ଉପାୟ ହେଉଛି ହୋଲି ପର୍ବ ଦିନ ଦେବୀ ଲକ୍ଷ୍ମୀଙ୍କର ଏକ ମୂର୍ତ୍ତି ଘରକୁ ଆଣନ୍ତୁ। ସନ୍ଧ୍ୟା ସମୟରେ ଏହି ମୂର୍ତ୍ତି ସମୁଖରେ ଗୋଟେ ଦୀପରେ ୯ଟି ବଳିତା ଦେଇ ଦୀପ ଜଳାନ୍ତୁ। ଆପଣ ଚାହିଁଲେ, ୯ଟି ଅଲଗା ଅଲଗା ଦୀପ ମଧ୍ୟ ଜାଳିପାରିବେ।

– ଦ୍ୱିତୀୟ ଉପାୟ ହେଉଛି – ଏହିଦିନ ସନ୍ଧ୍ୟା ସମୟରେ ଗୋଟେ ପାଣିଥିବା ଏବଂ ଜଟା ଭାଙ୍ଗି ନଥିବା ନଡିଆକୁ ଆଣନ୍ତୁ। ଏହି ନଡିଆକୁ ନାଲି ସୂତାରେ ବାନ୍ଧି ଅରୁଆ ଚାଉଳରେ ପୂଜା କରନ୍ତୁ। ଏହାପରେ ଏହି ନଡ଼ିଆକୁ ନିକଟସ୍ଥ ହନୁମାନ ମନ୍ଦିରକୁ ଯାଇ ଭାଗବାନ ହନୁମାନଙ୍କ ଚରଣରେ ଅର୍ପଣ କରନ୍ତୁ।ଏଭଳି କରିବା ଦ୍ଵାରା ଆପଣଙ୍କୁ ଅମାପ ଧନଲାଭ ହେବାର ସମ୍ଭାବନା ରହିଥାଏ। ଏହାଛଡା ଆପଣଙ୍କୁ ଋଣରୁ ମଧ୍ୟ ମୁକ୍ତି ମିଳିବା ସହିତ ଜୀବନରେ କେବେ ମଧ୍ୟ ଆର୍ଥିକ ସଙ୍କଟ ଦେଖା ଦେଇ ନଥାଏ।

– ତୃତୀୟ ଉପାୟ ହେଉଛି, ହୋଲି ପର୍ବ ଦିନ ସକାଳ ସମୟରେ ଅଶ୍ୱତ୍ଥ ଗଛ ମୂଳରେ ଗୋଟେ ଦୀପରେ ସୋରିଷ ତେଲ ଦେଇ ଜାଳନ୍ତୁ ଓ ଘର ଭିତରକୁ ଏକମୁଖା ହୋଇ ଫେରି ଆସନ୍ତୁ, କିନ୍ତୁ ପଛକୁ ମୋଡ଼ି ଦେଖନ୍ତୁ ନାହିଁ। ଘର ଭିତରକୁ ପ୍ରବେଶ କରିବା ପୂର୍ବରୁ ଆପଣ ଗୋଡ ହାତ ଧୋଇ ପ୍ରବେଶ କରନ୍ତୁ। ଏଭଳି କରିବା ଦ୍ଵାରା ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ ଏବଂ ଧନଲାଭ ହେବାର ଯୋଗ ବନିଥାଏ।

– ଚତୁର୍ଥ ଉପାୟ ହେଉଛି, ଏହି ହୋଲି ପର୍ବ ଦିନ ଅଶ୍ୱତ୍ଥ ଗଛ ମୂଳରେ ଜଳ ଅର୍ପଣ କରି ସୋରିଷ ତେଲର ଦୀପ ଜାଳନ୍ତୁ। ଏହାସହିତ ହଳଦୀ କିମ୍ବା ସିନ୍ଦୂରରେ ଘରର ମୁଖ୍ୟ ଦୁଆରରେ ଏକ ସ୍ଵସ୍ତିକ ଚିହ୍ନ ଆଙ୍କି ଦିଅନ୍ତୁ। ଏହା ଉପରେ ହଳଦୀ ରଙ୍ଗର ଫୁଲ ଓ ଅଖଣ୍ଡିତ ଅରୁଆ ଚାଉଳ ମଧ୍ୟ ଅର୍ପଣ କରନ୍ତୁ। ଘରୁ ବାହାରକୁ ବାହାରିବା ସମୟରେ ମୁଖ୍ୟ ଦୁଆରରୁ ପ୍ରଥମେ ଡାହାଣ ପାଦ ବାହାରକୁ ରଖି ଘରୁ ବାହାରକୁ ଯାଆନ୍ତୁ। ଦେଖିବେ ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ଓ ଧନଲାଭ ମଧ୍ୟ ହେବ।

– ପଞ୍ଚମ ଉପାୟ ହେଉଛି, ଏହି ପର୍ବ ଦିନ ଦୁଇଟି ମାଟି ପାତ୍ର ଆଣନ୍ତୁ। ଗୋଟେ ପାତ୍ରରେ ଅଧା କିଲୋ ଲୁଣ ଓ ଆଉ ଏକ ପାତ୍ରରେ ଅଧା କିଲୋ ବିରି ରଖି ଏହାକୁ ଘରେ କୌଣସି ଏକ ସ୍ଥାନରେ ଲୁଚାଇ ଦିଅନ୍ତୁ। ଆପଣ ଏହି କାର୍ଯ୍ୟ କରିବା ସମୟରେ ଯେପରି କେହି ଆପଣଙ୍କୁ ନଦେଖନ୍ତି ଓ ଏହା ଉପରେ ଯେପରି କାହାର ନଜର ନପଡେ, ତେଣୁ ସେଥିପ୍ରତି ଧ୍ୟାନ ରଖନ୍ତୁ। ଘରେ ଏହି ଦୁଇଟି ପାତ୍ର ଯେପର୍ଯ୍ୟନ୍ତ ସୁରକ୍ଷିତ ହୋଇ ରହିବ, ସେପର୍ଯ୍ୟନ୍ତ ଦେବୀ ଲକ୍ଷ୍ମୀଙ୍କ ଅପାର କୃପା ଆପଣଙ୍କ ଉପରେ ରହିବ। ଏହି ଦୁଇଟି ପାତ୍ରକୁ ଆସନ୍ତା ବର୍ଷ କୌଣସି ନଦୀ ଜଳରେ ବିସର୍ଜନ କରି ନୂଆ ପାତ୍ର ଆଣି ପୁଣି ଥରେ ଏହି ଉପାୟ କରନ୍ତୁ।

– ଷଷ୍ଠ ଉପାୟ ହେଉଛି, ଏହି ହୋଲିର ପୂର୍ଣ୍ଣିମା ଦିନ ରାତି ସମୟରେ ଚନ୍ଦ୍ର ଦେବତାଙ୍କୁ ଧଳା ପୁଷ୍ପ, ଧଳା ଭୋଗ ଓ କ୍ଷୀର ଅର୍ପଣ କରନ୍ତୁ। ଏହାସହିତ ଧୂପଦୀପ ଦେଇ ତାଙ୍କର ପୂଜାର୍ଚ୍ଚନା କରି ନିଜର ମନସ୍କାମନା ବ୍ୟକ୍ତ କରନ୍ତୁ।ତାପରେ ସେହି ଭୋଗକୁ ଛୋଟପିଲାଙ୍କୁ ବାଣ୍ଟି ଦିଅନ୍ତୁ। ପ୍ରତ୍ୟେକ ମାସ ପୂର୍ଣ୍ଣିମା ସମୟରେ ଚନ୍ଦ୍ରଙ୍କୁ କ୍ଷୀର ଅର୍ପଣ କରନ୍ତୁ, ଦେଖିବେ ଆପଣ ଆର୍ଥିକ ରୂପରେ ସୁଦୃଢ ରହିବେ। ଏହାସହିତ ଶାରୀରିକ ଓ ମାନସିକ ଚିନ୍ତା ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *