Excuse Me Odisha

ଯାହା କହିବୁ ସତ କହିବୁ

ମୁଖ୍ୟ ଦ୍ୱାର ସାମ୍ନାରେ ଏହି ଗଛ ରହିବା ଦ୍ୱାରା ଅକାଳ ମୃତ୍ୟୁ ହେବାରେ ଲାଗିଥାଏ | ଘର ପରିବାର ନଷ୍ଟ ହୋଇଯାଏ |

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରକୁ ଅକାଳ ମୃତ୍ୟୁ ନେଇକି ଆସିଥାଏ ଘର ପାଖରେ ଥିବା ଏହିସବୁ ଗଛ। ଆଜି ହିଁ ଓପାଡି ଫୋପାଡ଼ି ଦିଅନ୍ତୁ।

ବାସ୍ତୁଶାସ୍ତ୍ରରେ ୮ ଟି ପୁରାଣ ଏବଂ ୧୮ ଟି ବାସ୍ତୁ ବ୍ୟତୀତ ମଧ୍ୟ ଅଲଗା ଅନେକ ପ୍ରକାରର ବାସ୍ତୁଦୋଷର ବର୍ଣ୍ଣନା କରାଯାଇଛି। ଯାହା ପ୍ରକୃତି ଏବଂ ମନୁଷ୍ୟ ଦ୍ୱାରା ନିର୍ମିତ ହୋଇପାରେ। ଯାହାକୁ ବେଦ କୁହାଯାଏ। ଆମକୁ କିଛି ବେଦ ସହଜରେ ନଜର ଆସେ। ଯେପରି ଅଟକି ରହିଥିବା ପାଣି ନାଳ ଖମ୍ବ ଚଉଡା ଆଦି। ଅନେକ ଗୁଡିଏ ବୃକ୍ଷ ନିଜର ଘରର ଆଖପାଖରେ ରହିବା ବାସ୍ତୁଦୋଷର କାରଣ ବନିଥାଏ

ଏମିତିରେ ହରା ଭରା ପରିବେଶରେ ପୋଷଣ କରୁଥିବା ବୃକ୍ଷର ମହତ୍ୱ ଅବର୍ଣ୍ଣିୟ ଅଟେ କିନ୍ତୁ ଏହାକୁ ଭୁଲ ସ୍ଥାନରେ ଲଗାଇବାକୁ ବୃକ୍ଷ ବେଦ କୁହାଯାଏ। ଘରର ମୁଖ୍ୟ ଦ୍ୱାର ସାମ୍ନାରେ କୌଣସି ବି ପ୍ରକାରର ବୃକ୍ଷ ରହିଲେ ବୃକ୍ଷ ବେଦ ଉତ୍ପନ ହୁଏ। ଅଥବା ବାସ୍ତୁଶାସ୍ତ୍ର ଅନୁସାରେ ଏହି ବୃକ୍ଷ ଘରର ସାମ୍ନାରେ ରହିଲେ ଘରର ମାଳିକକୁ ବର୍ବାଦ କରିଦିଏ ଏବଂ ତାଙ୍କୁ କୌଣସି ବି କାର୍ଯ୍ୟରେ ସଫଳତା ନମିଳି କ୍ଷତି ହୁଏ। ତେବେ ଆସନ୍ତୁ ଜାଣିନେବା ଆମର ଦ୍ୱାର ସାମ୍ନାରେ କେଉଁ ସବୁ ଜିନିଷ ବୃକ୍ଷ ରହିବା ଉଚିତ ନୁହେଁ।

ଘରର ପ୍ରବେଶ ଦ୍ୱାର ସାମ୍ନାରେ ବୃକ୍ଷ ଥାଏ ତ ତାହାବି ଏହି ପ୍ରକାରର ବେଦ ଉତ୍ପନ କରିଦିଏ। ଅଥବା ଘରର ପ୍ରବେଶ ଦ୍ୱାରରେ କୌଣସି ବୃକ୍ଷ ରହିବା ଉଚିତ ନୁହେଁ। ଏହି ପ୍ରକାରରେ ବେଦ କାରଣରୁ ଘରେ ବାସ କରୁଥିବା ଲୋକଙ୍କୁ ସବୁବେଳେ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ଏବଂ ଅପମାନ ସହିବାକୁ ପଡିଥାଏ।

ଦ୍ୱାର ସାମ୍ନାରେ କୋଣ ଖମ୍ବ ଗୋଲେଇ ରହିବା ଉଚିତ ନୁହେଁ। ଏହାକୁ ଦ୍ୱାର ପାଇଁ ଶୁଭ ମାନାଯାଏ ନାହିଁ।

ଘରର ମୁଖ୍ୟ ଦ୍ୱାର ସାମ୍ନାରେ କୂପ ପାଣି ଟାଙ୍କି ରହିଥାଏ ତ ମାନସିକ ସନ୍ତୁଳନ ସବୁବେଳେ ବନିରହିଥାଏ ଏବଂ ଘରେ ସବୁବେଳେ ଧନର କମି ବନି ରହିଥାଏ। ଏହି କାରଣରୁ ଘରର ସଦସ୍ୟ ମାନେ ସବୁବେଳେ ଚିନ୍ତିତ ରହିଥାନ୍ତି।

ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଭାଙ୍ଗିଯାଇଥିବା ଖମ୍ବ କିମ୍ବା ଅନ୍ୟ କୌଣସି ଭଙ୍ଗା ଜିନିଷ ରହିବା ବେଦର କାରଣ ହୋଇଥାଏ।

ଘରର ଦ୍ୱାର ସାମ୍ନାରେ ସିଡ଼ି ବନେଇବା ମଧ୍ୟ ଅଶୁଭ ହୋଇଥାଏ। ଏହା ପରିବାରର ଉନ୍ନତିକୁ ରୋକି ଥାଏ।

ବିଦ୍ୟୁତ ଏବଂ ଟେଲିଫନ ଖମ୍ବ ମଧ୍ୟ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ରହିବା ଅଶୁଭ ହୋଇଥାଏ। ଏହା ଦ୍ୱାରା ଘରର ସଦସ୍ୟଙ୍କୁ ଅନେକ ଗୁଡିଏ ରୋଗରୁ ସାମ୍ନା କରିବାକୁ ପଡିପାରେ। ଘରେ ମା ଲକ୍ଷ୍ମୀଙ୍କର ବାସ ମଧ୍ୟ ରହିନଥାଏ।

ଘରର ସାମ୍ନାରେ ଯଦି ପଳାସ ଗଛ ଥାଏ ତାହେଲେ ଘରର ସ୍ୱାମୀ ସବୁବେଳେ ପରାଜିତ ରହିଥାନ୍ତି।

ଜଫି ଘରର ମୁଖ୍ୟ ଦ୍ୱାର ସାମ୍ନାରେ ତେନ୍ତୁଳି ଗଛ ଥାଏ ତ ଘରର ସଦସ୍ୟଙ୍କର ଅକାଳ ମୃତ୍ୟୁ ହୋଇଥାଏ।

ଘରର ମୁଖ୍ୟ ଦ୍ୱାରରେ ଅସ୍ତ ଗଛ ଭୂତ ପ୍ରେତର ଭୟ ଉତ୍ପନ କରିଥାଏ। ଘରର ସଦସ୍ୟଙ୍କ ମନରେ ସବୁବେଳେ ଡ଼ର ଭରି ରହିଥାଏ।

ଘର ଉପରେ ଯଦି କୌଣସି ଗଛର ଛାଇ ପଡୁଥାଏ ତାହେଲେ ସେହି ଘର ଉପରେ ନିଦ୍ରା ଦେବୀଙ୍କର ଛାୟା ପଡିଥାଏ ଏପରି ଘରେ ରହୁଥିବା ଲୋକଙ୍କର ଦେହ ସବୁବେଳେ ଅସୁସ୍ଥ ହୋଇଥାଏ।

ଅଗଣାରେ କ୍ଷୀର ବହରୁଥିବା ଗଛ ରହିଲେ ବିନାଶ କରିଥାଏ। ଘରେ ବର ଗଛ ମନ୍ଦାର ଗଛ ଆମ୍ବ ଗଛ ଇତ୍ୟାଦି ଲଗେଇବା ଉଚିତ ନୁହେଁ

କଦଳୀ ବାଦାମ ଖୋଜୁରୀ ଅଙ୍ଗୁର ଆଦି ଗଛକୁ ମଧ୍ୟ କେବେବି ଅଗଣାରେ ଲଗାନ୍ତୁ ନାହିଁ। ଦେବଦାରୁ ଗଛକୁ ମଧ୍ୟ ଲଗାନ୍ତୁ ନାହିଁ।

ବର ଗଛ ଚନ୍ଦନ ଗଛ ଅଗଣାରେ ଲଗାଇ ପାରିବେ କିନ୍ତୁ ପ୍ରବେଶ ଦ୍ୱାର ସାମ୍ନାରେ ଲଗାନ୍ତୁ ନାହିଁ।

ତୁଳସୀ ଗଛ ଅବଶ୍ୟ ଲଗାନ୍ତୁ। ଘରର ପଶ୍ଚିମ ଦିଗରେ ଅସ୍ତ ଗଛ ପୂର୍ବ ଦିଗରେ ବର ଗଛ ଲଗାଇବା ଉଚିତ। ବର ଗଛ ଯେପରି ବଡ଼ ଗଛ ତାହାର ଚେର ଘରକୁ ଯାଇ ଘରକୁ କ୍ଷତି ପହଂଚାଇ ଥାଏ। ଏଥିପାଇଁ ଏହା ଘର ପାଖରେ ରହିବା ଅଶୁଭ କାରକ ହୋଇଥାଏ। ତୁଳସି ଚନ୍ଦନ ଗଛକୁ ଲଗେଇବା ବାସ୍ତୁଶାସ୍ତ୍ର ଦେଇଥାଏ।

ଅଗଣାରେ ଧନିଆ ଗଛ ଲଗେଇବା ଦ୍ୱାରା ଘରର ସ୍ୱାମୀଙ୍କୁ ସ୍ଥାନ ପରିବର୍ତ୍ତନ କରିବାକୁ ପଡିଥାଏ।

ତ ଏହିସବୁ ଗଛକୁ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଲଗାନ୍ତୁ ନାହିଁ।

ଏବେ ଆସନ୍ତୁ ଜାଣିବା ଘର ପାଖରେ କେଉଁ ସବୁ ଗଛ ରହିବା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ।

ତୁଳସୀ ଗଛ। ଏହି ଗଛକୁ ଧାର୍ମିକ ଆଧ୍ୟାତ୍ମିକ ସାଂସ୍କୃତିକ ଏବଂ ଔଷଧ ଦୃଷ୍ଟିକୋଣରୁ ଅତ୍ୟନ୍ତ ଶୁଭ ଓ ପବିତ୍ର ଗଛ ମାନାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ହିନ୍ଦୁ ଘରେ ତୁଳସୀ ଗଛ ଲାଗିବା ଉଚିତ। ଏହି ଗଛ ମା ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ। ଏବଂ ତୁଳସୀର ପତ୍ର ଭଗବାନ ବିଷ୍ଣୁଙ୍କୁ ଅତ୍ୟନ୍ତ ପ୍ରିୟ ଏଥିପାଇଁ ଏହି ଗଛ ଘରେ ରହିଲେ ଆମର ଘର ଧନ ଧାନ୍ୟ ଏବଂ ଆରୋଗ୍ୟରେ କମି ହୁଏ ନାହିଁ। ତୁଳସୀ ଗଛରୁ ନିରନ୍ତର ବାହାରୁଥିବା ଶୁଦ୍ଧ ଏବଂ ସକାରାତ୍ମକ ଉର୍ଜାରେ ଆମର ଜୀବନ ମଧ୍ୟ ସକାରାତ୍ମକ ହଇଯାଏ। ଘରର ଅଗଣାରେ ରଖାଯାଇଥିବା ତୁଳସୀ ଗଛ ଅଶୁଭ ଶକ୍ତିକୁ ଘର ଭିତରକୁ ପ୍ରବେଶ କରିବାକୁ ଦିଏ ନାହିଁ।

ବେଲ ଗଛ। ଯେଉଁ ଘରେ ବେଲ ଗଛ ଥାଏ ସେହି ଘରର ଲୋକେ ସବୁବେଳେ ସୁଖୀ ରହିଥାନ୍ତି। ଏହି ଗଛକୁ କୌଣସି ଗାମ୍ବଲାରେ ଲଗାଇ ପୁଣି ତାକୁ ଅଗଣାରେ ଲଗାଇପାରିବେ। ଏହି ଗଛ ବଢି ବଢି ବଡ଼ ହୋଇଯାଏ ଏବଂ ଆମକୁ ଛାୟା ପ୍ରଦାନ କରିଥାଏ। ଏହ ବୃକ୍ଷ ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ। ଏଥିପାଇଁ ଯଦି ଆମେ ବେଲ ଗଛକୁ ଆମର ଘରେ ଲଗାନ୍ତି ତେବେ ଭଗବାନ ଶିବଙ୍କ କୃପାରୁ କୌଣସି ପ୍ରକାରର ବାଧା ଭୁତ ପ୍ରେତ ଏବଂ ଅଶୁଭ ଶକ୍ତି ଦୁରେଇ ରହନ୍ତି। ତାହା ସହ ରାହୁ କେତୁର ଅଶୁଭ ପ୍ରଭାବରୁ ମଧ୍ୟ ଆମର ଘର ସୁରକ୍ଷିତ ରହିଥାଏ। ଏଥିପାଇଁ ଘରେ ବେଲ ଗଛ ରହିବା ବହୁତ ଶୁଭ ହୋଇଥାଏ।

ଲେମ୍ବୁ ଗଛ। ଆପଣଙ୍କୁ ତ ଜଣା ଥିବ କି ତନ୍ତ୍ର ମନ୍ତ୍ର ଏବଂ ସାଧନା ଖରାପ ନଜରରୁ ବଞ୍ଚିବା ପାଇଁ ଲେମ୍ବୁର ପ୍ରୟୋଗ କରାଯାଏ। ଲୋକେ ଏଥିପାଇଁ କରନ୍ତି କାରଣ ଲେମ୍ବୁରେ ନକରାତ୍ମକକୁ ହଟେଇବା ପାଇଁ ଅଦ୍ଭୁତ ଶକ୍ତି ରହିଥାଏ। ତାହାର ଆଖପାଖର ଖରାପ ଶକ୍ତି ମଧ୍ୟ ନିଜ ଭିତରକୁ ଟାଣିଆଣେ। ଏଥିପାଇଁ ଯଦି ଘରେ ଲେମ୍ବୁ ଗଛ ଥାଏ ତ ଏହାର ପ୍ରଭାବରୁ ଆମର ଘରକୁ କାହାର ଖରାପ ନଜର ଲାଗେନାହିଁ। ଏବଂ ଆମ ଘରର ବାତାବରଣ ଶୁଦ୍ଧ ଏବଂ ସକାରାତ୍ମକ ଉର୍ଜାରେ ଭରପୁର ରହିଥାଏ।

ଅରଖ ଗଛ। ଏହି ଗଛକୁ ମଧ୍ୟ ଶୁଭ ମାନାଯାଏ। ଏହି ଗଛର ଫୁଲକୁ ଭଗବାନ ଶିବଙ୍କୁ ଅର୍ପିତ କରାଯାଏ। ଏହି ଗଛ ଆମର ଜୀବନର ଥିବା ବାଧାକୁ ଦୂର କରିଥାଏ। ଏହି ଗଛ ଘରର ମୁଖ୍ୟ ଦ୍ଵାରର ହଠାତ ଉଠିଯାଏ ତେବେ ସେହି ଘରେ କେବେବି କିଛି କମି ରହିବନି। ଯଦି କୌଣସି ବ୍ୟକ୍ତିର ଜନ୍ମ କୁଣ୍ଡଳୀରେ କୌଣସି ଦୋଷ ରହିଥାଏ କିମ୍ବା କୌଣସି ବ୍ୟକ୍ତିକୁ ବାରମ୍ବାର ନଜର ଲାଗୁଥାଏ ତ ଏହି ଗଛ ପତ୍ରର ହାର ବନେଇ ଗଳାରେ ପିନ୍ଧିଲେ ଲାଭ ମିଳିଥାଏ।

କଦଳୀ ଗଛ। ଏହି ଗଛ ମଧ୍ୟ ଶୁଭ ହୋଇଥାଏ। ଏହା ଘରକୁ ସୁଖ ସମୃଦ୍ଧି ଏବଂ ଖୁସି ଆଣିଥାଏ। କଦଳୀ ଗଛରେ ଭଗବାନ ବିଷ୍ଣୁ ବାସ କରନ୍ତି। ଏଥିପାଇଁ ଘରର ସାମ୍ନାର କଦଳୀ ଗଛ ରହିଲେ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ।

ନଡ଼ିଆ ଗଛ। ନଡ଼ିଆ କୌଣସି ବି ଧାର୍ମିକ ଅନୁଷ୍ଠାନର ଏକ ଅଙ୍ଗ ଅଟେ। ଏଥିପାଇଁ ନଡ଼ିଆ ଗଛକୁ ଶୁଭ ମାନାଯାଏ। ଏଥିପାଇଁ ଘରର ଅଗଣାରେ ନଡ଼ିଆ ଗଛ ଥିଲେ ଘରେ ସବୁବେଳେ ସୁଖ ଶାନ୍ତି ବନିରହେ। ଏବଂ ସେହି ଘରର ସମାଜରେ ବହୁତ ମାନ ସମ୍ମାନ ହୋଇଥାଏ

ଅଁଳା ଗଛ। ଏହି ଗଛ ଭୌତିକ ତତ୍ୱର ଭରପୁର ରହିଥାଏ। ଏହି ଗଛର ଆଖପାଖରେ ସକାରାତ୍ମକ ଉର୍ଜା ଖେଳି ରହିଥାଏ। ଏଥିପାଇଁ ଘରର ଅଗଣାରେ ଅଁଳା ଗଛ ଲଗାଇଲେ ଘରର ସଦସ୍ୟଙ୍କର ସ୍ୱାସ୍ଥ୍ୟ ସବୁବେଳେ ଭଲ ରହିଥାଏ। ଏବଂ ଘରେ ସକାରାତ୍ମକ ଉର୍ଜାର ବାତାବରଣ ବନି ରହିଥାଏ ଏବଂ ଏହି ଗଛକୁ ପାପ ହରଣକାରୀ ଗଛ ମଧ୍ୟ କୁହାଯାଏ।

ହଲଦୀକୁ ମଧ୍ୟ ପବିତ୍ର ମାନାଯାଏ। ପୂଜା ପାଠ ଏବଂ ଧାର୍ମିକ ଅବସରରେ ମଧ୍ୟ ହଳଦୀର ପ୍ରୟୋଗ କରାଯାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *