Excuse Me Odisha

ଯାହା କହିବୁ ସତ କହିବୁ

କିଛି କେଶର ଓ ପାଣିରେ ଦୂର ହୋଇଯିବ ପାରିବାରିକ କଳହ। ଜାଣନ୍ତୁ କିପରି?

ସେୟାର୍ କରନ୍ତୁ

ଶାସ୍ତ୍ରରେ ଯେଉଁ ଘରେ ସର୍ବଦା ଝଗଡ଼ା ଓ କଳହ ଲାଗି ରହେ, ସେଠାରେ କେବେବି ଦେବୀ ଲକ୍ଷ୍ମୀ ବାସ କରି ନଥାନ୍ତି। ଏହା ଗ୍ରହ ଦୋଷ ବା ବାସ୍ତୁ ଜନିତ ଦୋଷ ବୋଲି ମାନା ଯାଇଥାଏ। ଏଭଳି ପରିସ୍ଥିତିରେ କିଛି ବିଶେଷ ଉପାୟ କଲେ, ନିଶ୍ଚିତ ଭାବେ ଲାଭ ପ୍ରାପ୍ତ ହେବ।

– ଘରର କଳହରୁ ମିଳିଥାଏ ମୁକ୍ତି।

– ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ।

– ଦେବୀ ଲକ୍ଷ୍ମୀ ଘରେ ବାସ କରିଥାନ୍ତି।

ପ୍ରତ୍ୟେକ ମନୁଷ୍ୟ ନିଜ ଘରେ ସୁଖଶାନ୍ତି ବଜାୟ ରହିବା ପାଇଁ ଚାହିଁ ଥାଆନ୍ତି। ଏହାସହିତ ପରିବାର ଲୋକେ ପରସ୍ପର ସହିତ ହସଖୁସିରେ ସମୟ ଅତିବାହିତ କରନ୍ତୁ। କୁହାଯାଏ କି ପରିବାରରେ ସୁଖଶାନ୍ତି ବଜାୟ ରହିଲେ, ଧନର ଦେବୀ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇ ସେଠାରେ ବାସ କରିଥାନ୍ତି। ଯେଉଁ ଘରେ ପରିବାର ଲୋକଙ୍କ ମଧ୍ୟରେ ବିବାଦ ଓ କଳହ ସୃଷ୍ଟି ହୋଇଥାଏ ଏବଂ ପରିବାର ଲୋକେ ମାନସିକ ରୂପରେ ଅସନ୍ତୁଷ୍ଟ ରହିଥାନ୍ତି, ସେଭଳି ପରିସ୍ଥିତିରୁ ମୁକ୍ତି ପାଇବା ପାଇଁ ଶାସ୍ତ୍ରରେ ଅନେକ ଉପାୟ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି।

ପାରିବାରିକ କଳହକୁ ଦୂର କରିବା ପାଇଁ କିଛି ଖାସ୍ ଉପାୟ :-

– ଯଦି ଘରେ ସର୍ବଦା ବିବାଦ ଓ କଳହ ସୃଷ୍ଟି ହେଉଥାଏ, ତାହେଲେ କେଶରକୁ ନେଇ ଆପଣ ଏକ ଉପାୟ କରି ପାରିବେ। ଅଳ୍ପ କିଛି କେଶର ନେଇ ଏହାକୁ ନିଜ ଗାଧୁଆ ପାଣିରେ ମିଶାଇ ଦିଅନ୍ତୁ। ତାପରେ ସେହି ପାଣିରେ ସ୍ନାନ କରନ୍ତୁ।ଏହାଛଡା କେଶରକୁ କ୍ଷୀରରେ ମିଶାଇ ସେବନ କଲେ, ମାନସିକ ରୂପରେ ଶାନ୍ତି ମିଳିଥାଏ।

– ଲଗାତାର ୭ଟି ମଙ୍ଗଳବାର ପ୍ରଭୁ ହନୁମାନଙ୍କ ମନ୍ଦିର ଯାଇ ଭୋଗ ଅର୍ପଣ କରନ୍ତୁ ଏବଂ ଘରେ ପ୍ରଭୁ ହନୁମାନଙ୍କର ମୂର୍ତ୍ତି ଆଗରେ ପଞ୍ଚମୁଖୀ ଦୀପ ପ୍ରଜ୍ବଳନ କରନ୍ତୁ। ଏହାସହିତ ଆପଣ ଅଷ୍ଟଗନ୍ଧା ମଧ୍ୟ ଜଳାଇ ପାରିବେ। ଏଭଳି କରିବା ଦ୍ଵାରା ଘର ସୁଖଶାନ୍ତି ବଜାୟ ରହିବ ଏବଂ ସକାରାତ୍ମକ ଉର୍ଜା ସଞ୍ଚାର ହେବ।

– ଘରେ ସୁଖଶାନ୍ତି ବଜାୟ ରହିବା ପାଇଁ ଆପଣ ରାତିରେ ଶୋଇବା ପୂର୍ବରୁ କୌଣସି ପିତ୍ତଳ ବାସନରେ କର୍ପରକୁ ଜଳାନ୍ତୁ।ଏଭଳି କରିବା ଦ୍ୱାରା ଘରର ବାତାବରଣ ସୁଖଶାନ୍ତିରେ ଭରି ରହିବ ଏବଂ ସକାରାତ୍ମକ ପ୍ରଭାବ ପଡ଼ିବ।

– ଘରେ ପୋଛା ଲଗାଇବା ସମୟରେ ପାଣିରେ ଅଳ୍ପ ଲୁଣ ମିଶାଇ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଘରେ ନକାରାତ୍ମକ ଶକ୍ତି ଦୂର ହୋଇଯାଇଥାଏ।ପରିବାର ଲୋକଙ୍କ ମନରେ ସର୍ବଦା ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ।ଘରର କଳହକୁ ଦୂର କରିବା ପାଇଁ ଆପଣଙ୍କୁ ପ୍ରତ୍ୟେକ ମାସ ଘରେ ସତ୍ୟନାରାୟଣ ପାଲା ରଖିବା ଉଚିତ। ଏହାଦ୍ବାରା ଘରେ ଆଧ୍ୟାତ୍ମିକ ଶକ୍ତିର ସଂଚାର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *