Excuse Me Odisha

ଯାହା କହିବୁ ସତ କହିବୁ

ମୃତ ବ୍ୟକ୍ତିର କର୍ମର ୧୩ ଦିନ ପରେ ଆତ୍ମା କେଉଁଠିକୁ ଯାଇଥାଏ? ଆତ୍ମା ସହିତ କଣ କଣ ହୋଇଥାଏ? ଜାଣନ୍ତୁ ….

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ।ଆମେ ସମସ୍ତେ ଜାଣିଛନ୍ତି କି ଏହି ସୃଷ୍ଟିରେ ଯିଏ ଜନ୍ମ ନେଇଛି, ତାକୁ ଦିନେ ନା ଦିନେ ନିଜ ଶରୀର ଛାଡି ଯିବାକୁ ପଡିଥାଏ। ହିନ୍ଦୁ ଧର୍ମ ଅନୁସାରେ ଯେବେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଥାଏ, ସେହି ମୃତ ବ୍ୟକ୍ତିର କର୍ମ ୧୩ ଦିନ ପର୍ଯ୍ୟନ୍ତ ପାଳନ କରାଯାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି ୧୩ ଦିନ ପରେ ମୃତକର ଆତ୍ମା କେଉଁଠିକୁ ଯାଇଥାଏ? ଆତ୍ମା ସହିତ କଣ କଣ ହୋଇଥାଏ? ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଗରୁଡ ପୁରାଣ ଅନୁସାରେ ଆମ ଶରୀରରେ ଥିବା ଉର୍ଜାକୁ ଆତ୍ମା କୁହାଯାଏ। ଆତ୍ମା କୁ କାଟି ହୋଇ ନଥାଏ, ଜଳାଇ ହୋଇ ନଥାଏ। ଏହା କେବଳ ରୂପାନ୍ତରିତ ହୋଇଥାଏ। ଅର୍ଥାତ ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀରକୁ ପ୍ରବେଶ କରିଥାଏ। କୌଣସି ବ୍ୟକ୍ତିର ମୃତ୍ୟୁ ପରେ ୧୩ ଦିନ ପର୍ଯ୍ୟନ୍ତ ଆତ୍ମା ନିଜ ପରିବାର ସହିତ ହିଁ ରହିଥାଏ।୧୩ ଦିନ ପରେ ସେ ମୃତ୍ୟୁଲୋକରୁ ଯମଲୋକର ଯାତ୍ରା ଆରମ୍ଭ କରିଥାଏ। ଏହି ୧୩ ଦିନ ପର୍ଯ୍ୟନ୍ତ ଆତ୍ମାର ପରିବାର ଲୋକେ ପିଣ୍ଡଦାନ କରନ୍ତି, ଏହାଦ୍ଵାରା ଆତ୍ମାକୁ ବଳ ମିଳିଥାଏ ଏବଂ ସେ ମୃତ୍ୟୁଲୋକରୁ ଯମଲୋକ ପର୍ଯ୍ୟନ୍ତ ଯାତ୍ରା କରିଥାଏ।

ଗରୁଡ ପୁରାଣ ଅନୁସାରେ ଯେତେବେଳେ କୌଣସି ମନୁଷ୍ୟର ମୃତ୍ୟୁ ହୋଇଥାଏ ଓ ଆତ୍ମା ଶରୀରକୁ ତ୍ୟାଗ କରିଥାଏ, ସେତେବେଳେ ତାକୁ ତିନୋଟି ମାର୍ଗ ମିଳିଥାଏ।ତାହା ହେଉଛି ଅର୍ଚି ମାର୍ଗ, ଧୁମ ମାର୍ଗ ଓ ଉତ୍ପତ୍ତି ବିନାଶ ମାର୍ଗ। ଅର୍ଚି ମାର୍ଗ ବ୍ରହ୍ମ ଲୋକ ଓ ଦେବଲୋକର ଯାତ୍ରା ପାଇଁ ହୋଇଥାଏ। ଧୁମ ମାର୍ଗ ପିତୃଲୋକର ଯାତ୍ରା ପାଇଁ ହୋଇଥାଏ। ଉତ୍ପତ୍ତି ମାର୍ଗ ବିନାଶ ମାର୍ଗ ଅଟେ, ଏହା ନର୍କ ଯାତ୍ରା ପାଇଁ ହୋଇଥାଏ।

କିନ୍ତୁ ଆତ୍ମା ଏହି ମାର୍ଗରେ ଯାଇ କିଛିଦିନ ଭିନ୍ନ ଭିନ୍ନ ଲୋକରେ ରହିବା ପରେ ତାକୁ ପୁଣି ମୃତ୍ୟୁଲୋକକୁ ଆସିବାକୁ ପଡିଥାଏ। ଶରୀର ତ୍ୟାଗ କରିବା ପରେ ଯେଉଁ ଲୋକମାନେ ତପସ୍ୟା ଓ ଧ୍ୟାନ କରିଥାଆନ୍ତି, ସେମାନେ ବ୍ରହ୍ମଲୋକକୁ ଗମନ କରିଥାନ୍ତି, ଅର୍ଥାତ ଆତ୍ମା ବ୍ରହ୍ମାଙ୍କ ସହିତ ଲୀନ ହୋଇଯାଏ।

ପୃଥିବୀ ପୃଷ୍ଠରେ ଭଲ କର୍ମ କରିଥିବା ଲୋକମାନଙ୍କ ଆତ୍ମା ସ୍ଵର୍ଗଲୋକଙ୍କୁ ଗମନ କରିଥାଏ, ଅର୍ଥାତ ସେମାନେ ଦେବତା ହୋଇ ଯାଆନ୍ତି। ଖରାପ କର୍ମ କରିଥିବା ଲୋକମାନଙ୍କ ଆତ୍ମା ପ୍ରେତ ଯୋନିରେ ଅନନ୍ତ କାଳ ପର୍ଯ୍ୟନ୍ତ ବୁଲୁଥାନ୍ତି।ଆଉକିଛି ଲୋକଙ୍କ ଆତ୍ମା ପୃଥିବୀ ପୃଷ୍ଠରେ ଜନ୍ମ ନେଇଥାନ୍ତି। ଜନ୍ମ ନେଉଥିବା ଆତ୍ମା ପାଇଁ ଜରୁରୀ ନୁହେଁ କି ସେମାନେ ମନୁଷ୍ୟ ରୂପରେ ହିଁ ଜନ୍ମ ନେବେ। ଏହାପୂର୍ବରୁ ସେମାନେ ପିତୃଲୋକରେ ହିଁ ରହିଥାନ୍ତି ଏବଂ ସେଠାରେ ତାଙ୍କର ନ୍ୟାୟ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *