Excuse Me Odisha

ଯାହା କହିବୁ ସତ କହିବୁ

ଏହି ନାମ ବିଶିଷ୍ଟ ଝିଅମାନେ ବହୁତ ଗୁଣବତୀ ହେବା ସହିତ ବାପଘର ତଥା ଶାଶୂଘର ପାଇଁ ହୋଇଥାନ୍ତି ଭାଗ୍ୟଶାଳୀ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। କହିବାକୁ ଗଲେ, ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନରେ ପରିବର୍ତ୍ତନ ହେବା ଯୋଗୁଁ ଏହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶି ଉପରେ ପଡ଼ିଥାଏ। ସେହିପରି ମଣିଷର ନାମର ପ୍ରଥମ ଅକ୍ଷର ତାର ଜୀବନକୁ ପ୍ରଭାବିତ କରିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କର ନାମକୁ ଆଧାର କରି ତାଙ୍କର ସ୍ୱଭାବ, ଗୁଣ, ଚାଲିଚଳନ, ବ୍ୟକ୍ତିତ୍ୱ, ଭବିଷ୍ୟତ ବିଷୟରେ ଜଣା ପଡ଼ିଥାଏ। ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ବହୁତ ଗୁଣବତୀ ହେବା ସହିତ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

” ଦ ” ଅକ୍ଷରରୁ ଆରମ୍ଭ ହୋଇଥିବା ନାମ:-

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର ‘ଦ’ ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ହୃଦୟରୁ ବହୁତ ନିର୍ମଳ ହେବା ସହିତ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ କଠିନ ପରିଶ୍ରମ କରି ଜୀବନରେ ସଫଳତା ହାସଲ କରିଥାନ୍ତି। ଏମାନଙ୍କୁ କାହା ଉପରେ ନିର୍ଭରଶୀଳ ହେବା ପସନ୍ଦ ହୋଇ ନଥାଏ।

” ବ ” ଅକ୍ଷରରୁ ଆରମ୍ଭ ହୋଇଥିବା ନାମ:-

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର ‘ ବ ‘ ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅମାନେ ଦେଖିବାକୁ ଖୁବ୍ ସୁନ୍ଦର ଓ ଉତ୍ତମ ସ୍ୱଭାବର ହୋଇଥାନ୍ତି। ଏମାନେ ଯେଉଁ ଘରକୁ ବହୂ ହେଇ ଯାଇଥାନ୍ତି, ସେମାନେ ଘରକୁ ସ୍ବର୍ଗ କରି ଦେଇଥାନ୍ତି। ଏମାନେ ସମସ୍ତ ଦାୟିତ୍ୱ ଓ କାର୍ଯ୍ୟକୁ ତୁଲାଇବାରେ ସକ୍ଷମ ହୋଇଥାନ୍ତି। ଏମାନେ ନିଜ ପରିବାରର ଉନ୍ନତି ପାଇଁ ସବୁକିଛି କରି ପାରନ୍ତି।

” ପ ” ଅକ୍ଷରରୁ ଆରମ୍ଭ ହୋଇଥିବା ନାମ:-

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର ‘ ପ ‘ ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅମାନେ ବହୁତ ଉତ୍ତମ ସ୍ୱଭାବର ହୋଇଥାଏ। ଏମାନେ ନିଜ ପରିବାର ଲୋକଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।ଏମାନେ ନିଜ ପରିବାରର ନାମ ଉଜ୍ୱଳ କରିବା ସହିତ ସମାଜରେ ମାନସମ୍ମାନ ହାସଲ କରିଥାନ୍ତି। ଏମାନେ ନିଜ ପରିବାର ପ୍ରତି ମଧ୍ୟ ବହୁତ ଯତ୍ନଶୀଳ ହୋଇଥାନ୍ତି।

” ନ ” ଅକ୍ଷରରୁ ଆରମ୍ଭ ହୋଇଥିବା ନାମ :-

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର ‘ ନ ‘ ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅମାନେ ହୃଦୟରୁ ବହୁତ ନିର୍ମଳ ହେବା ସହିତ ମଜାଳିଆ ସ୍ୱଭାବର ହୋଇଥାନ୍ତି।ଏହାସହିତ ଏମାନେ ସଂଗୀତ ଏବଂ କଳା କ୍ଷେତ୍ରରେ ବହୁତ ରୁଚି ରଖିଥାନ୍ତି। ଏମାନେ ନିଜର ପ୍ରତିଭା ଦ୍ୱାରା ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥାନ୍ତି।

” ଅ ” ଅକ୍ଷରରୁ ଆରମ୍ଭ ହୋଇଥିବା ନାମ :-

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର ‘ ଅ ‘ ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଉତ୍ତମ ସ୍ୱଭାବର ହୋଇଥାନ୍ତି। ଏମାନେ ଖୁବ୍ ଶୀଘ୍ର ସମସ୍ତଙ୍କ ସହିତ ମିଶି ଯାଇଥାନ୍ତି।ଏହି ଝିଅମାନଙ୍କ ଗୁଣ ଯୋଗୁଁ ସମସ୍ତେ ଏମାନଙ୍କୁ ପସନ୍ଦ କରି ଥାଆନ୍ତି। ଏହି ନାମର ଝିଅମାନେ ବହୁତ ସାହସୀ ଏବଂ ଆତ୍ମ ବିଶ୍ୱାସୀ ହୋଇଥାନ୍ତି। ସବୁ ଦାୟିତ୍ଵକୁ ତୁଲାଇବାରେ ଏମାନେ ସକ୍ଷମ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *