Excuse Me Odisha

ଯାହା କହିବୁ ସତ କହିବୁ

ଭୁଲରେ ବି ରୋଷେଇ ଘରେ କରନ୍ତୁ ନାହିଁ ଏହି ଭୁଲ,ନହେଲେ ମା ଲକ୍ଷ୍ମୀ ସବୁଦିନ ପାଇଁ ଚାଲିଯିବେ,ଆଉ କାଙ୍ଗାଳ ହୋଇଯିବେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ରୋଷେଇ ଘରେ କରନ୍ତୁ ନାହିଁ ଏହି ଭୁଲ ଘରକୁ ଆସିଥାଏ ଗରିବୀ।

ବନ୍ଧୁଗଣ ରୋଷେଇ ଘରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ ନଚେତ ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଆସିଥାଏ ଭୟଙ୍କର ବର୍ବାଦି। ଏହା ସହିତ ଜାଣିବା ମହିଳାଙ୍କର ଏମିତି କିଛି ଭୁଲ ବିଷୟରେ ଯାହା ଯଦି ଆପଣଙ୍କ ଘରେ ବି ହେଉଥାଏ ତ ବର୍ବାଦି ନିଶ୍ଚିତ ଅଟେ। ତେବେ ବନ୍ଧୁଗଣ ଆଜି ଠାରୁ ହିଁ ଏହିସବୁ ଭୁଲକୁ ନିକ ଘରୁ ବନ୍ଦ କରିଦିଅନ୍ତୁ।

ବନ୍ଧୁଗଣ ଘରର ମହିଳାଙ୍କୁ ଏହି ୫ ଟି କାମ କେବେବି କରିବା ଉଚିତ ନୁହେଁ ନଚେତ ଘରକୁ ଦୁଃଖ ଏବଂ ଦାରିଦ୍ର୍ୟତା ଆସିଥାଏ ଏବଂ ମା ଲକ୍ଷ୍ମୀ ଘରୁ ବାହାରି ଚାଲି ଯାଇଥାନ୍ତି।

ଆମର ପ୍ରାଚୀନ ଗ୍ରନ୍ଥରେ ସ୍ୱାମୀ ସ୍ତ୍ରୀଙ୍କୁ ଭଗବାନ ଶିବ ଏବଂ ମା ଗୌରୀଙ୍କ ରୂପ ମାନାଯାଏ। ଭଗବାନ ଶିବ ଏବଂ ମା ଗୌରୀ ପରସ୍ପରର ପୁରକ ଅଟନ୍ତି। ଅର୍ଦ୍ଧନରେଶ୍ଵର ଅଟନ୍ତି। ଠିକ ସେହିପରି ସ୍ୱାମୀ ସ୍ତ୍ରୀ ପରସ୍ପରର ଅଧା ଅଙ୍ଗ ହୋଇଥାନ୍ତି। ଏଥିପାଇଁ ସ୍ତ୍ରୀକୁ ଅର୍ଦ୍ଧାଙ୍ଗିନୀ କୁହାଯାଏ। ଏହା ସହିତ ସ୍ୱାମୀଙ୍କ ଭାଗ୍ୟବି ସ୍ତ୍ରୀ ସହିତ ଯୋଡ଼ା ହୋଇଥାଏ। ସ୍ତ୍ରୀ ଯେଉଁ ବାର ବ୍ରତ ଧର୍ମ କାର୍ଯ୍ୟ କରିଥାଏ ତାର ପୁଣ୍ୟର ଫଳ ସ୍ୱାମୀଂକି ବି ମିଳିଥାଏ। ଏହା ସହିତ ସ୍ତ୍ରୀ ଦ୍ୱାରା ହେଉଥିବା ଖରାପ କାମର ଫଳ ସ୍ୱାମୀଙ୍କୁ ବି ଭୋଗିବାକୁ ପଡିଥାଏ।

ଆମର ହିନ୍ଦୁ ଧର୍ମରେ ମହିଳା ମାନଙ୍କୁ ମା ଲକ୍ଷ୍ମୀ ଏବଂ ମା ଅନ୍ନପୂର୍ଣ୍ଣା ମାନାଯାଏ କିନ୍ତୁ ସ୍ତ୍ରୀ ମାନଙ୍କର କିଛି ଖରାପ କଥା ଯୋଗୁ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାଇ ଘରୁ ଚାଲି ଯାଇଥାନ୍ତି ଆଉ ଏମିତି ଘରେ ତାଙ୍କର ବଡ଼ ଭଉଣୀ ଅଲକ୍ଷ୍ମୀ ବାସ କରିଥାନ୍ତି। ଯଦି ଆପଣଙ୍କୁ ନିଜ ଘରେ ଏମିତି ଅନୁଭବ ହେଉଛି ତ ଏମିତି ଭୁଲକୁ ଶୀଘ୍ର ହିଁ ଠିକ କରି ନିଅନ୍ତୁ ନଚେତ ଏହାର ଖରାପ ପ୍ରଭାବ ଆପଣଙ୍କୁ ବି ଭୋଗିବାକୁ ପଡିପାରେ କାରଣ ଘରକୁ ଅଲକ୍ଷ୍ମୀ ଆସିଲେ ଘରେ କ୍ଳେଶ ଏବଂ ବିମାରୀ ବଢିବାକୁ ଲାଗିଥାଏ ତ ଆସନ୍ତୁ ଜାଣିବା କେଉଁ କାମ ଅଛି ଯାହା ଘରର ମହିଳା ମାନଙ୍କୁ କରିବା ଉଚିତ ନୁହେଁ।

ଘରର ମହିଳାଙ୍କୁ ସନ୍ଧ୍ୟା ସମୟରେ କେବେବି କେଶ ଖୋଲା କରି ବୁଲିବା ଉଚିତ ନୁହେଁ କି କେଶ କୁଣ୍ଡାଇବା ବି ଉଚିତ ନୁହେଁ। ଶାସ୍ତ୍ର ଅନୁସାରେ ଏମିତି କରିବା ଠିକ ନୁହେଁ। ସନ୍ଧ୍ୟା ସମୟରେ କେଶ ଖୋଲି କୁଣ୍ଡାଇଲେ ଘରକୁ ନକରାତ୍ମକ ଉର୍ଜା ଆସିବାକୁ ଲାଗିଥାଏ ଏବଂ ମା ଲକ୍ଷ୍ମୀ ଏମିତି ଘରେ କେବେବି ବାସ କରନ୍ତି ନାହିଁ।

ଘରର ମହିଳା ମାନଙ୍କୁ ଘରର ଦ୍ୱାର ଉପରେ ବସି କଥା କହିବା କିମ୍ବା ଚର୍ଚ୍ଚା କରିବା ଉଚିତ ନୁହେଁ ଏବଂ ଦ୍ୱାର ଉପରେ ବସି ଭଜନ କରିବା ଉଚିତ ନୁହେଁ। ଏହା ଦ୍ବାରା ମା ଲକ୍ଷ୍ମୀଙ୍କର ଘରକୁ ଆସିବାର ଅବରୋଧ ହୋଇଥାଏ। ଏହାକୁ ଶୁଭ ମାନାଯାଏ ନାହିଁ। ମା ଘରର ମୁଖ୍ୟ ଦ୍ୱାର ଦେଇ ଘରକୁ ପ୍ରବେଶ କରିଥାନ୍ତି। ଯଦି ମୁଖ୍ୟ ଦ୍ୱାରରେ ମହିଳା ରାସ୍ତା ଅବରୋଧ କରି ବସିଯାଏ ତେବେ ମା ଲକ୍ଷ୍ମୀ ଦ୍ୱାରରୁ ହିଁ ଫେରି ଯାଇଥାନ୍ତି।।ଆଉ ଏହି କଥାର ଅବଶ୍ୟ ଧ୍ୟାନ ରଖନ୍ତୁ କି ଘରର ମୁଖ୍ୟ ଦ୍ଵାରକୁ ସର୍ବଦା ସ୍ୱଚ୍ଛ ଏବଂ ସୁନ୍ଦର ରଖନ୍ତୁ ଯାହା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଘରକୁ ପ୍ରବେଶ କରିବେ।

ବହୁତ ମହିଳା ଅଛନ୍ତି ଡେରି ପର୍ଯ୍ୟନ୍ତ ଶୋଇଥାନ୍ତି। ଆପଣଙ୍କୁ ଜଣେଇ ଦେଉଛୁ କି ଘରର ମହିଳା ଯଦି ସୂର୍ଯ୍ୟ ଉଦୟ ପରେ ବି ଶୋଇଥାନ୍ତି ତ ଘରକୁ ଆସୁଥିବା ଉନ୍ନତି ବି ଚାଲିଯାଇଥାଏ ଏବଂ ଘରେ ନକରାତ୍ମକ ଉର୍ଜା ଖେଳି ଯାଇଥାଏ। ଏଥିପାଇଁ ପ୍ରାତଃ ସମୟରେ ଉଠି ଭଗବାନ ଶ୍ରୀହରିଙ୍କର ଆଶୀର୍ବାଦ ନିଅନ୍ତୁ ଏବଂ ଘରେ ଧୂପ ଦୀପ କରନ୍ତୁ। ଯାହା ଦ୍ୱାରା ଘରେ ସକାରାତ୍ମକ ଉର୍ଜା ବନି ରହିବ।

ରାତିରେ ରୋଷେଇ ଘରେ ଅଇଁଠା ବାସନ ରହିବା ବିଲକୁଲବି ଭଲ ମାନାଯାଏ ନାହିଁ। ଅଇଁଠା ବାସନ ନକରାତ୍ମକ ଉର୍ଜା ଉତ୍ପନ କରିଥାଏ। ଏଥିପାଇଁ ମା ଲକ୍ଷ୍ମୀ ଏମିତି ଘରେ କେବେବି ବାସ କରନ୍ତି ନାହିଁ। ରୋଷେଇ ଘରକୁ ସଫା ସ୍ୱଚ୍ଛ ରଖନ୍ତୁ। ଅଇଁଠା ବସନକୁ ରାତିରେ ହିଁ ଧୋଇ ସଫା କରିଦିଅନ୍ତୁ। ଯଦି ସୁବିଧା ନଥିବ ତାହେଲେ ଅଇଁଠା ବାସନକୁ ରୋଷେଇ ଘରୁ ବାହାର କରିଦିଅନ୍ତୁ।

ଧ୍ୟାନ ରଖନ୍ତୁ ଘରର ମହିଳା ମାନେ ଅଇଁଠା ବାସନରେ ଖାଦ୍ୟ ଖାଇବେ ନାହିଁ କି ଅନ୍ୟଙ୍କୁ ବି ଅଇଁଠା ବାସନରେ ଖାଦ୍ୟ ଦିଅନ୍ତୁ ନାହିଁ।

ମହିଳା ମାନଙ୍କୁ ପ୍ରେମ ସ୍ନେହର ମୂର୍ତି ମାନାଯାଏ କିନ୍ତୁ ମହିଳା ମାନଙ୍କ ବାଣୀ ଅତ୍ୟନ୍ତ କଟୁ ଏବଂ କ୍ଳେଶ ଉତ୍ପନ କରିବା ଭଳି ହୋଇଥାଏ। ତାଙ୍କର ସ୍ୱାଭାବରେ ହିଁ ସିକାୟତ କରିବା ଏବଂ ମତଭେଦ ଭଳି ସ୍ୱାଭଵ ହୋଇଥାଏ। ଯେଉଁ ଘରେ ସର୍ବଦା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କ୍ଳେଶ ଥାଏ ସେହି ଘରେ କେବେବି ମା ଲକ୍ଷ୍ମୀ ନୁହଁନ୍ତି ତାଙ୍କର ବଡ଼ ଭଉଣୀ ଅଲକ୍ଷ୍ମୀ ବାସ କରିଥାନ୍ତି। ଯାହା ଦ୍ୱାରା ଘରେ ସୁଖ ସମୃଦ୍ଧି ସକରାତ୍ମକତା ଦୂର ହୋଇ ଦୁଃଖ କ୍ଳେଶ ନକରାତ୍ମକ ଉତ୍ପନ ହୋଇଥାଏ। ଏଥିପାଇଁ ଭଗବାନଙ୍କ ପ୍ରତି ପ୍ରେମ ଏବଂ ଶ୍ରଦ୍ଧା ଭାବନା ରଖନ୍ତୁ। ଏହା ଦ୍ବାରା ଘରେ ଉନ୍ନତିର ବୃଦ୍ଧି ହୋଇଥାଏ।

ଯେଉଁ ଘରର ଦ୍ଵାରକୁ ଆସିଥିବା ଭିକାରୀଙ୍କର ଅପମାନ ହୋଇଥାଏ ଏମିତି ଘରକୁ ମା ଲକ୍ଷ୍ମୀ କେବେବି ଆସନ୍ତି ନାହିଁ। ଯଦି ଆପଣଙ୍କ ଘରକୁ ଆସିଥିବା ଭିକାରୀଙ୍କର ଅପମାନ ହୋଇଥାଏ ତାଙ୍କୁ କିଛି ବି ନଦେଇ ଘଉଡ଼ାଇ ଦିଆଯାଇଥାଏ ଏହା ବ୍ୟତୀତ ଦ୍ଵାରକୁ ଆସିଥିବା ଗାଈକୁ ରୁଟି ଖାଇବାକୁ ନଦେଇ ଦ୍ୱାରରୁ ହିଁ ଘଉଡ଼ାଇ ଦିଆଯାଇଥାଏ ତ ଏମିତି ଘରୁ ସୁଖ ସମୃଦ୍ଧି ଏବଂ ଶାନ୍ତି ଚାଲି ଯାଇଥାଏ।

ଘରେ ମହିଳାଙ୍କୁ କେବେବି ବିନା ସିଙ୍ଗାରରେ ରହିବା ଉଚିତ ନୁହେଁ। ଘରର ଭଲ ଖରାପ ଏବଂ ସିକାୟତ ଅନ୍ୟ ବ୍ୟକ୍ତିଙ୍କ ଆଗରେ କରିବା ଉଚିତ ନୁହେଁ। ମହିଳାଙ୍କୁ ନିଜର ପାଉଁଜି କେବେବି ଅନ୍ୟଙ୍କୁ ଦେବା ଉଚିତ ନୁହେଁ।

ଘରେ ପ୍ରତିଦିନ ଧୂପ ଦୀପ କରିବାକୁ ଭୁଲନ୍ତୁ ନାହିଁ। ଏବଂ ନିଜର ସ୍ୱାମୀଙ୍କୁ କଥା କଥାରେ ଅପଶବ୍ଦ କହିବା ଉଚିତ ନୁହେଁ।

ସକାଳ ସମୟରେ ଏମିତି ଭୁଲ କେବେବି କରନ୍ତୁ ନାହିଁ।

ମାନ୍ୟତା ଅଛି ଯେ ଘରର ମହିଳାଙ୍କୁ ମା ଲକ୍ଷ୍ମୀଙ୍କର ସ୍ଥାନ ଦିଆଯାଇଛି। ସେ ଆପଣଙ୍କ ସ୍ତ୍ରୀ ହୁଅନ୍ତୁ ମା ଭଉଣୀ ପିଉସୀ ଯେକୌଣସି ରୂପରେ ହୁଅନ୍ତୁ ତାଙ୍କୁ ମା ଲକ୍ଷ୍ମୀଙ୍କର ପ୍ରତୀକ ମାନାଯାଏ ଏଥିପାଇଁ ସକାଳ ସମୟରେ ଘରର ମହିଳାଙ୍କର ଅପମାନ କରନ୍ତୁ ନାହିଁ। ଯଦି ଆପଣ ପ୍ରତିଦିନ ସକାଳେ ମହିଳାଙ୍କର ଅପମାନ କରୁଥାନ୍ତି ତ ଆପଣଙ୍କ ଘରୁ ଧୀରେ ଧୀରେ କାମିୟାବି ଚାଲି ଯାଇଥାଏ। ଆପଣଙ୍କ ଘରେ ଦାରିଦ୍ର୍ୟତା ଆସିଥାଏ। ଏଥିପାଇଁ ପ୍ରତିଦିନ ସକାଳେ ଉଠିବା ପରେ ଘରର ମହିଳାଙ୍କ ସହିତ ଭଲ ବ୍ୟବହାର କରନ୍ତୁ। ଦେଖିବା ଏହା ଦ୍ୱାରା ଆପଣଙ୍କର ସଫଳତା ନିଶ୍ଚିତ ଅଟେ।

ଧ୍ୟାନ ରଖିବେ କି ସକାଳ ସମୟରେ ଯଦି କୌଣସି ବ୍ୟକ୍ତି ମାଗିବା ପାଇଁ ଆସିଯାଏ ଯେମିତି କି ସକାଳୁ ସକାଳୁ ଆପଣ କୌଣସି ବି ପ୍ରକାରର ପୂଜାପାଠ କରିନାହାନ୍ତି ଆଉ ଅନ୍ୟ କେହି ମାଗିବା ପାଇଁ ଆସିଛି ତ ଭୁଲରେ ବି ଟଙ୍କା କାହାରିକୁ ଉଧାର ଦେବେ ନାହିଁ। ଏମିତି କଲେ ମା ଲକ୍ଷ୍ମୀ ଆପଣଙ୍କ ଘରୁ ଅନ୍ୟ ଘରକୁ ଚାଲି ଯାଇଥାନ୍ତି। ଆପଣଙ୍କୁ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡିଥାଏ।

ସକାଳ ସମୟରେ କାହାରି ସହିତ ଯୁକ୍ତିତର୍କ ଝଗଡା କରିବା ଉଚିତ ନୁହେଁ। ଯଦି ସକାଳୁ ଉଠି କାହା ସହିତ ଯୁକ୍ତିତର୍କ ଝଗଡା କରୁଛନ୍ତି ତ ବୁଝିନିଅନ୍ତୁ କି ଆପଣଙ୍କର ପୁରା ଦିନ ଖରାପରେ ହିଁ ବ୍ୟତିତ ହେବ। କୌଣସି କାମରେ ସଫଳତା ମିଳିବ ନାହିଁ।

ସକାଳ ସମୟରେ କେବେବି ମିଛ କହିବା ଉଚିତ ନୁହେଁ। ଏହାକୁ ଅଶୁଭ ମାନାଯାଏ। ଧ୍ୟାନ ରଖନ୍ତୁ କି କେବେବି ମାତା ପିତା ନିଜର ସନ୍ତାନଙ୍କ ସାମ୍ନାରେ ମିଛ କୁହନ୍ତୁ ନାହିଁ। ସନ୍ତାନଙ୍କୁ ବି ଶିକ୍ଷା ଦିଅନ୍ତୁ କି ସେ କେବେବି ମିଛ ନ କହୁ। ମିଛ ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ ବିଫଳତା ଦେଇଥାଏ।

ଯଦି ଆପଣଙ୍କ ଘରେ ସକାଳୁ ସକାଳୁ କ୍ଷୀର ଛିଡି ଯାଏ ବା କ୍ଷୀର ଗରମ କରୁ କରୁ ପଡିଯାଏ ତ ଏହି କଥାର ବିଶେଷ ଧ୍ୟାନ ଦେବା ଉଚିତ। ଯଦି ବାରମ୍ବାର ଆପଣଙ୍କ ଘରେ ଏମିତି ହେଉଥାଏ ତ ଏହା ଗରିବୀ ଆସିବାର ସଂକେତ ଅଟେ। ସେଥିପାଇଁ ଏମିତି ହେବାକୁ ଦିଅନ୍ତୁ ନାହିଁ

ସକାଳୁ ଉଠିବା ପରେ କିଛି ନିୟମ ଅଛି ଯାହାକୁ କରିବା ଉଚିତ।

ପ୍ରତିଦିନ ସକାଳୁ ଉଠି ଯଦି ପୂଜା ପାଠ ତ ଦୂରର କଥା ସୁର୍ଯ୍ୟ ଉଦୟ ହେବା ପରେ ବି ଶୋଇକି ରହିଥାନ୍ତି ତ ଆପଣଙ୍କ ଘରେ ଦାରିଦ୍ର୍ୟତା ବାସ କରିଥାଏ। ତ ଆପଣ ବି ଶୀଘ୍ର ଉଠିବାର ଅଭ୍ୟାସ କରନ୍ତୁ। ଏମିତି ଘରେ ମା ଲକ୍ଷ୍ମୀ ବାସ କରିଥାନ୍ତି

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *