Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ ନିଜେ କହିଛନ୍ତି : ବାସ୍ତୁଶାସ୍ତ୍ରର ଏହି ୭ଟି ନିୟମ ଦାରିଦ୍ରତାକୁ ଦୂର କରିଥାଏ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ବାସ୍ତୁଶାସ୍ତ୍ରର ୭ ଟି ନିୟମ ଗରିବିକୁ ଦୂରରେ ରଖିଥାଏ

ଭଗବାନ ଶ୍ରୀକୃଷ୍ଣ ବହୁତ ସୁନ୍ଦର ବାସ୍ତୁ ନିୟମ କହିଛନ୍ତି। ମନୁଷ୍ୟର ଜୀବନରେ ସୁଖ ଶାନ୍ତି ଆଣିବା ଯୋଗୁ ମହତ୍ବପୂର୍ଣ ନିୟମର ପାଳନ ଅବଶ୍ୟ ହିଁ କରିବା ଉଚିତ। ଆମ ହିନ୍ଦୁ ଧର୍ମରେ ନୂତନ ଘର ନିର୍ମାଣ କରିବା ପାଇଁ ବାସ୍ତୁଶାସ୍ତ୍ର ଅନୁସାରେ ସେହି ଘରର ନକ୍ସା ନିଆଯାଇଥାଏ କିନ୍ତୁ ଅନେକ ଥର ବାସ୍ତୁଶାସ୍ତ୍ର ହିସାବରେ ଘର ନିର୍ମାଣ ହୋଇନଥାଏ ଯେଉଁ କାରଣରୁ ବାସ୍ତୁଦୋଷ ଉତ୍ପନ ହୋଇଥାଏ। ବାସ୍ତୁଦୋଷ କାରଣରୁ ଘରେ ପ୍ରତିଦିନ ଝଗଡା ମତଭେଦ କ୍ଳେଶ ଏବଂ ଆର୍ଥିକ ସମସ୍ୟା ଆସିଥାଏ।

ବାସ୍ତୁଦୋଷ କାରଣରୁ ହିଁ ଘରେ ଦୁଃଖ କଷ୍ଟ ଏବଂ ପାରିବାରିକ ବାଧା ଆସିବା ଆରମ୍ଭ ହୋଇଯାଏ। ସେଥିପାଇଁ ସମସ୍ତେ ନୂତନ ଘର ନିର୍ମାଣ କରିବା ପାଇଁ ବାସ୍ତୁଶାସ୍ତ୍ରର ନିୟମକୁ ପାଳନ କରିବାର ପରାମର୍ଶ ଦେଇଥାନ୍ତି। ଯଦି ଆପଣଙ୍କ ଘର ବାସ୍ତୁ ହିସାବରେ ନିର୍ମାଣ ହୋଇଥିବ ତ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କ ବାସ ସର୍ବଦା ରହିଥାଏ। ଘର ପରିବାରକୁ ଦୁଃଖ ଏବଂ କଷ୍ଟ କେବେବି ଛୁଇଁ ବି ପାରିବ ନାହିଁ। ଆଜି ଆମେ ଆପଣଙ୍କୁ ବାସ୍ତୁଶାସ୍ତ୍ରର ୭ ଟି ନିୟମ କହିବୁ ଯାହାର ପାଳନ କରିବା ଉଚିତ ନଚେତ ଘରେ ଦୁଃଖ କ୍ଳେଶ ଉତ୍ପନ ହେବାକୁ ଲାଗିବ।

ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ୱାର ସର୍ବଦା ପୂର୍ବ ଦିଗକୁ ରହିବା ଉଚିତ। ଏହା ଦ୍ବାରା ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ବନି ରହିଥାଏ। ଘରର ମୁଖ୍ୟ ଦ୍ୱାର କେବେବି ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ହେବା ଉଚିତ ନୁହେଁ। ଏହା ଦ୍ବାରା ଘରେ ନକରାତ୍ମକ ଉର୍ଜାର ସଂଚାର ହେବାକୁ ଲାଗିଥାଏ।

ଘରର ମୁଖ୍ୟ ଦ୍ୱାର କେବେବି କୌଣସି ଚୌରାଇରେ ହେବା ଉଚିତ ନୁହେଁ।

ରୋଷେଇ ଘର ଘରର ସବୁଠାରୁ ସକରାତ୍ମକ ଏବଂ ପବିତ୍ର ସ୍ଥାନ ହୋଇଥାଏ। ରୋଷେଇ ଘରକୁ ସବୁବେଳେ ଘରର ଅଗ୍ନି କୋଣ ଅର୍ଥାତ ଦକ୍ଷିଣ-ପୂର୍ବର ମଧ୍ୟମ ଦିଗରେ ରହିବା ଉଚିତ। ଏହି ଦିଗରେ ରୋଷେଇ ଘର ନିର୍ମାଣ କରିବା ସବୁଠାରୁ ଅଧିକ ଲାଭଦାୟକ ହୋଇଥାଏ। ଏହା ଦ୍ବାରା ରୋଷେଇ ଘରର ସବୁ ସକରାତ୍ମକ ଉର୍ଜା ଘର ସାରା ଖେଳି ଯାଇଥାଏ। ଯେଉଁଥିରେ କେବେବି ଘରେ ସୁଖ ଶାନ୍ତିର କମି ଆସିନଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ପୂଜା ଘର ଘରର ସବୁଠାରୁ ପବିତ୍ର ସ୍ଥାନ ହୋଇଥାଏ। ଏହି ସ୍ଥାନରେ ସବୁ ଦେବୀ ଦେବତା ନିବାସ କରିଥାନ୍ତି ଯଦି ଏହି ସ୍ଥାନ ବାସ୍ତୁ ଅନୁସାରେ ନିର୍ମାଣ ହୋଇନଥିବ ତ ଆପଣଙ୍କ ଦ୍ୱାରା କରାଯାଇଥିବା କୌଣସି ପୂଜାର ଫଳ ମିଳିନଥାଏ। ଯେଉଁ କାରଣରୁ ଘରେ ଦାରିଦ୍ରତା ଏବଂ ବିମାରୀର ବାସ ହୋଇଥାଏ। ପୂଜା ଘର ପାଇଁ ବାସ୍ତୁଶାସ୍ତ୍ରରେ ସବୁଠାରୁ ଉଚିତ ସ୍ଥାନ ଐଶ୍ଵନ୍ୟ କୋଣକୁ କୁହାଯାଇଛି। ଏଥିପାଇଁ ସର୍ବଦା ଘର ନିର୍ମାଣ କରିବା ସମୟରେ ପୂଜା ଘରକୁ ଉତ୍ତର ଏବଂ ପୂର୍ବର ମଧ୍ୟମ ଦିଗରେ କରିବା ଉଚିତ।

ଘରର ଶୌଚାଳୟ ସବୁଠାରୁ ଅପବିତ୍ର ଜାଗା ହୋଇଥାଏ। ଏହିଠାରେ ଘରର ସବୁ ନକରାତ୍ମକ ଉର୍ଜାର ବାସ ହୋଇଥାଏ ଏଥିପାଇଁ ଏହାକୁ ଘରର ନୈରତ କୋଣ ଅର୍ଥାତ ଦକ୍ଷିଣ ଏବଂ ପଶ୍ଚିମ ଦିଗର ମଧ୍ୟମ କୋଣରେ କରିବା ଉଚିତ। ଧ୍ୟାନ ରଖିବେ ଏହାର ଆଖପାଖରେ କୌଣସି ଦେବୀ ଦେବତାଙ୍କ ଫୋଟ ଲଗେଇବେ ନାହିଁ କି ଝାଡୁ ରଖିବେ ନାହିଁ।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ତୁଳସୀ ଗଛ ଅବଶ୍ୟ ରହିବା ଉଚିତ। ଏହା ଦ୍ୱାରା ଘରର ବାତାବରଣ ସକରାତ୍ମକ ହୋଇଯାଇଥାଏ। ତୁଳସୀର ଗଛ ଘରକୁ ରୋଗରୁ ଖରାପ ନଜରରୁ ନକରାତ୍ମକ ଶକ୍ତିରୁ ରକ୍ଷା କରିଥାଏ। ଯେଉଁ ଘରେ ତୁଳସୀ ଗଛ ନଥାଏ ସେହି ଘରର ଲୋକଙ୍କୁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ।

ଘରର ଛାତ ଉପରେ କିମ୍ବା ବାଲକୁନିରେ ପକ୍ଷୀ ମାନଙ୍କ ପାଇଁ ଭଜନ ଏବଂ ଜଳର ବ୍ୟବସ୍ଥା ଅବଶ୍ୟ କରିବା ଉଚିତ। ପ୍ରତିଦିନ ପକ୍ଷୀ ମାନଙ୍କ ଶବ୍ଦରେ ମନକୁ ଶାନ୍ତି ମିଳିଥାଏ। ଆଉ ଘରକୁ ଖୁସି ଆସିଥାଏ। ଯେଉଁ ଘରେ ପକ୍ଷୀ ସନ୍ତୁଷ୍ଟ ହୋଇ ଯାଇଥାନ୍ତି ସେହି ଘରେ କେବେବି ଦୁଃଖ କଷ୍ଟ ଆସିନଥାଏ।

ବାସ୍ତୁ ଅନୁସାରେ ଘରର ଧନ ରଖିବାର ସ୍ଥାନ ଉତ୍ତର ଦିଗକୁ କୁହାଯାଇଛି। ଉତ୍ତର ଦିଗ ଧନର ଦେବତା କୁବେରଙ୍କ ଦିଗ ଅଟେ। ଏଥିପାଇଁ ଧନ ଗହଣା ଅର୍ଥାତ ମୂଲ୍ୟବାନ ଜିନିଷ ଯେପରି ଆଲମାରୀ ପର୍ସ ସବୁବେଳେ ଘରର ଉତ୍ତର ଦିଗରେ ରଖିବା ଉଚିତ। ଅନ୍ୟ ଜାଗାରେ ରଖିଲେ ଧନର ଅନାବଶ୍ୟକ ଖର୍ଚ୍ଚ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *