Excuse Me Odisha

ଯାହା କହିବୁ ସତ କହିବୁ

ଏହି ପକ୍ଷୀ କେଉଁ ସଂକେତ ଦେଲେ ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ଅଚାନକ ଧନବର୍ଷା ହୋଇଥାଏ।

ସେୟାର୍ କରନ୍ତୁ

ଦୈନନ୍ଦିନ ଜୀବନ ସହିତ ଜଡିତ କିଛି ସଂକେତ ଜୀବନରେ ଶୁଭ ଓ ଅଶୁଭ ପରିଣାମ ପ୍ରଦାନ କରିଥାଏ। ଏହି ସଂକେତ ଦ୍ଵାରା ଧନଲାଭ, ଶୁଭ ଓ ଅଶୁଭ ଆଦି ସମାଚାର ପ୍ରାପ୍ତ ହୋଇଥାଏ।

– ନିଶ୍ଚିତ ଭାବେ ଜାଣି ରଖନ୍ତୁ ଏହି ଶୁଭ ଓ ଅଶୁଭ ସଂକେତ।

– କାଉ ଦେଇଥାଏ ଗୁରୁତ୍ବପୂର୍ଣ୍ଣ ସଂକେତ।

– ଶୁଭ ସଙ୍କେତ ମିଳିଲେ ଧନଲାଭ ହୋଇଥାଏ।

ଆମ ଜୀବନରେ ଶୁଭ ଓ ଅଶୁଭ ସଂକେତ ଏକ ଅଂଶ ଅଟେ। ଆମ ଆଖପାଖରେ ଅନେକ ଜିନିଷ ରହିଛି, ଯାହା ଆପଣଙ୍କୁ ଭଲ ଓ ଖରାପ ଘଟଣାର ସଂକେତ ଦେଇଥାଏ। ପୂର୍ବକାଳରୁ ଏହି ଶୁଭ ଓ ଅଶୁଭ ପ୍ରଥା ଚାଲି ଆସୁଛି। ଆଜି ଆମେ ଆପଣ ମାନଙ୍କୁ ଏକ ପକ୍ଷୀକୁ ନେଇ ଶୁଭ ଓ ଅଶୁଭ ସଂକେତ ବିଷୟରେ କହିବାକୁ ଯାଉଛୁ। ଶାସ୍ତ୍ରରେ କାଉ ପକ୍ଷୀ ବିଷୟରେ ଅନେକ କିଛି କଥା ବର୍ଣ୍ଣିତ ରହିଛି।

କାଉ ଯୋଗୁଁ ମିଳିଥାଏ ଧନଲାଭ ହେବାର ସଂକେତ :-

– ଯଦି ଆପଣ କାଉକୁ ନିଜ ଥଣ୍ଟ ସାହାଯ୍ୟରେ ମାଟିକୁ ଖୋଳୁ ଥିବାର ଦେଖନ୍ତି, ତାହେଲେ ବୁଝି ଯାଆନ୍ତୁ କି ଆପଣଙ୍କୁ ଅଚାନକ ଧନଲାଭ ହେବାର ସଂକେତ ମିଳୁଛି। ଏହି ସଙ୍କେତକୁ ବହୁତ ଶୁଭ ମାନା ଯାଇଥାଏ।

– ସକାଳୁ ଉଠି ଘର ସାମ୍ନା ବା ଛାତ ଉପରେ କାଉ ରାବ ଶୁଣିବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ଏଭଳି ହେବାର ସଂକେତ ହେଉଛି ଘରକୁ କେହି ଅତିଥିଙ୍କ ଆଗମନ ହୋଇପାରେ।

– ଯଦି କାଉ ଆପଣଙ୍କ ପଛରୁ ରାବିଲା, ତାହେଲେ ଏହା ଶୁଭ ମାନା ଯାଇଥାଏ। ଏହା କୌଣସି ବଡ଼ ସମସ୍ୟାରୁ ମୁକ୍ତି ପାଇବାର ସଂକେତ ଦେଇଥାଏ।

– ଯଦି ଆପଣ କାଉକୁ ପାଣି ପିଉଥିବାର ଦେଖନ୍ତି ତାହେଲେ ଆପଣଙ୍କୁ ଧନଲାଭ ହେବାର ସଂକେତ ମିଳୁଛି ବୋଲି ବୁଝି ଯାଆନ୍ତୁ।

ଏହି ସଂକେତ ମିଳିଲେ, ହୋଇ ଯାଆନ୍ତୁ ସାବଧାନ :-

– ଯଦି କୌଣସି ମହିଳାଙ୍କ ମୁଣ୍ଡରେ କାଉ ବସେ, ତାହେଲେ ତାଙ୍କ ପତିଙ୍କ ଜୀବନ ଉପରେ ସଙ୍କଟ ଉତ୍ପନ୍ନ ହେବାର ସଂକେତ ମିଳିଥାଏ।

– ଯଦି ଆପଣ କୌଣସି ସ୍ଥାନକୁ ଯାଉଥିବା ସମୟରେ କୌଣସି ଶୁଖିଲା ଗଛରେ ଗିଧ ବସିଥିବାର ଦେଖନ୍ତି, ତାହେଲେ ଅଶୁଭ ମାନା ଯାଇଥାଏ। ତେଣୁ ସେହି ସମୟରେ ଯାତ୍ରା ସ୍ଥଗିତ ରଖନ୍ତୁ।

– ଘର ଛାତ ଉପରେ ଚିଲ ଆସି ବସିବା ଘର ପାଇଁ ସଙ୍କଟ ଆସିବାର ସଂକେତ ଦେଇଥାଏ।

– ଯଦି କାଉ ମାନେ ଦଳ ହୋଇ ରାବିଲେ, ତାହେଲେ ଏହା ଘରର ମୁରବିଙ୍କ ପାଇଁ ସମସ୍ୟା ସୃଷ୍ଟି ହେବାର ସଂକେତ ଦେଇଥାଏ।

– କାଉ ଜୋର ଜୋରରେ ରାବିବା ମଧ୍ୟ ଅଶୁଭ ମାନା ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *