Excuse Me Odisha

ଯାହା କହିବୁ ସତ କହିବୁ

ହୋଲିରେ ପକେଇ ଦିଅନ୍ତୁ ନିଜର ଏହି ୪ଟି ଜିନିଷ ! ଗରିବୀ,ଶତ୍ରୁ ଓ କରଜରୁ ମୁକ୍ତି ପାଇବାର ମହାଉପାୟ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ହୋଲିରେ ପକେଇ ଦିଅନ୍ତୁ ନିଜର ଏହି ଜିନିଷ। ଦୁଃଖ ନାଶ ନଜର ନାଶ ଶତ୍ରୁ ନାଶ କରଜ ମୁକ୍ତିର ମହା ଉପାୟ।

ହୋଲିର ପର୍ବ ଜୀବନରେ ଶୁଭତ୍ୱ ନେଇ ଆସିଥାଏ। ଯେତେ ଦୁଃଖ କଷ୍ଟର ସାମ୍ନା କରିଥିବେ ତ ସେସବୁ ହୋଲିକାର ଅଗ୍ନିରେ ଆପଣଙ୍କୁ ପକେଇ ଦେବାକୁ ହେବ। ଆସନ୍ତୁ ଜାଣିବା କେମିତି ପକେଇବାକୁ ହେବ କେଉଁ ରାଶି ଅନୁସାରେ କେଉଁ ଜିନିଷ ପକେଇବା ଦ୍ୱାରା ଜୀବନରେ ସମସ୍ୟା କମ ହେବ। ଆଜି ଆମେ ଜ୍ୟୋତିଷଙ୍କ ଅନୁସାରେ କୁହାଯାଇଥିବା ଉପାୟ ବିଷୟରେ ଜଣେଇବୁ।

ଆପଣଙ୍କ ଜୀବନରେ ସଙ୍କଟକୁ ଦୂର କରିବା ପାଇଁ ଆପଣଙ୍କ ଜୀବନରେ ଯେଉଁ ସମସ୍ୟା ଅଛି ତାହାକୁ ସମାପ୍ତ କରିବା ପାଇଁ କଣ ପକେଇବେ।

ମେଷ ରାଶି। ଏହି ରାଶିର ଜାତକ ଜଟା ଥିବା ନଡ଼ିଆ ନିଜ ଘରର ଠାକୁର ଘରେ ରଖନ୍ତୁ। ନଡ଼ିଆ ଉପରେ ଲାଲ ରଙ୍ଗର କପଡା ଗୋଡ଼ାଇ ଦିଅନ୍ତୁ କୁମକୁମରେ ସ୍ବାସ୍ତିକ ବନାନ୍ତୁ। ଚାଉଳ ଏବଂ ଫେଣେଇ ବି ଅଳ୍ପ ନିଅନ୍ତୁ। ଏହାପରେ ନଡ଼ିଆ ଉପରେ ନିଜର ସମସ୍ୟାକୁ କହି କପଡ଼ାରେ ବାନ୍ଧିବାକୁ ହେବ ଏବଂ ନଡ଼ିଆକୁ ହୋଲିର ଦାହନର ଅଗ୍ନିର ପକେଇ ଦିଅନ୍ତୁ। ସ୍ୱାସ୍ଥ୍ୟ ସମସ୍ୟା ସମାପ୍ତ ହୋଇଯିବ।

ବୃଷ ରାଶି। ଏହି ରାଶିର ଜାତକ ଗୋଲାପୀ କିମ୍ବା ଲାଲ ରଙ୍ଗର ଏକ କପଡା ନେଇ ନିଅନ୍ତୁ ଏବଂ ୧୧ ଟି ସୁପାରି ୫ ଟି କଉଡ଼ି। ନଚେତ ୧ ଟି ସୁପାରି ଆଉ ୧ କଉଡ଼ି ନେଇ ନିଅନ୍ତୁ। ଲାଲ କପଡା କିମ୍ବା ଗୋଲାପୀ କପଡ଼ାରେ ଏହାକୁ ବାନ୍ଧି ଦିଅନ୍ତୁ ସେଥିରେ ଚନ୍ଦନ ଲଗେଇ ୭ ଥର ନିଜର ଉପରେ ବୁଲାଇ ହୋଲିକାର ଅଗ୍ନିରେ ତାହାକୁ ପକେଇ ଦିଅନ୍ତୁ ଯାହା ଆପଣଙ୍କ ରୋଜଗାରର ସମସ୍ୟା ଅଛି ବାଧା ଅଛି ତାହା ଶେଷ ହୋଇଯିବ। ଆପଣଙ୍କର ଭଲ ଉନ୍ନତି ହେବ।

ମିଥୁନ ରାଶି। ଆପଣ ଭଗବାନ ଶ୍ରୀ ଗଣେଶଙ୍କୁ ୨୭ ଟି ମିଠା ଭୋଗ ଲଗାନ୍ତୁ। ନଚେତ ଭଗବାନ ଗଣେଶଙ୍କ ସାମ୍ନାରେ ରଖିଦିଅନ୍ତୁ। ଆଉ ଏକ ମୁଖା ଘିଅର ଦୀପ ଜଳେଇବେ। ଏହା ପରେ ନିଜର ଇଛା କହି ମିଠା ଅଗ୍ନିରେ ପକେଇ ଦିଅନ୍ତୁ। ଚାକିରୀ ସହିତ ଜଡ଼ିତ ଯେତେ ବି ସମସ୍ୟା ଥିବ ସବୁ ଶେଷ ହୋଇଯିବ। ଆଉ ଆପଣ ଭଗବାନ ଗଣେଶଙ୍କ କୃପାରୁ ଠିକ ନିଷ୍ପତ୍ତି ନେଇ ପାରିବେ।

କର୍କଟ ରାଶି। ଏହି ରାଶିର ଜାତକ ହୋଲିକାର ଅଗ୍ନିରେ ଗହମର ଅଟା କିମ୍ବା ଚାଉଳର ଗୁଣ୍ଡରେ ଆପଣ ଗୋଟେ ଚାରିମୁଖା ଦୀପ ବନାନ୍ତୁ। ଏହି ଦୀପରେ ତିଳ ତେଲ କିମ୍ବା ସୋରିଷ ତେଲ ଦିଅନ୍ତୁ କଳା ତିଳ ଅଳ୍ପ ପକେଇ ଦିଅନ୍ତୁ। ଘରର ମୁଖ୍ୟ ଦ୍ୱାରରେ ଏହାକୁ ରଖିବେ। ହୋଲିକାର ଯେଉଁ ପୂଜା କରିବେ ତ ୨୭ ଟି ଜୋ ହୋଲିକାର ଅଗ୍ନିରେ ପକେଇ ଦିଅନ୍ତୁ। ଜୀବନରେ ସମସ୍ୟା ଦୂର ହେବ ପ୍ରେମ ବଢିବ।

ସିଂହ ରାଶି। ଆପଣ ପାନପତ୍ର ଗୋଟେ ନିଅନ୍ତୁ ପାନପତ୍ର ଉପରେ ଗୋଟେ ସୁପାରି ରଖନ୍ତୁ ଏବଂ ୨ ଟି ଲବଙ୍ଗ ନିଅନ୍ତୁ ଆଉ ଘିଅରେ ବୁଡାଇ ପାନପତ୍ର ସହିତ ସୁପାରି ରଖିଦିଅନ୍ତୁ। ମନେରଖନ୍ତୁ ଘିଅ ଲଗେଇ ରଖିବେ ଲବଙ୍ଗକୁ ଏବଂ ଗୋଟେ ଫେଣେଇବି ରଖିଦିଅନୁ। ଏହାପରେ ଘରର ସବୁ ସଦସ୍ୟଙ୍କ ଉପରେ ୭ ଥର ବୁଲାଇ ହୋଲିକାର ଅଗ୍ନିରେ ପକେଇ ଦିଅନ୍ତୁ। ଆପଣଙ୍କ ସମସ୍ତ ଖରାପ ହୋଇଯାଇଥିବା କାମ ହୋଇଯିବ।

କନ୍ୟା ରାଶି। ଆପଣଙ୍କୁ ହୋଲିକାର ଦିନ ୧୧ ଟି ଲବଙ୍ଗ ଏବଂ ୧୧ ଟି ଦୁବ ନେଇ ସେସବୁକୁ ଘରର ଛୋଟ ପିଲାଙ୍କ ଛୁଆଁଇ ଘରର ମନ୍ଦିରରେ ରଖିଦିଅନ୍ତୁ। ହୋଲିକାର ଅଗ୍ନିରେ ଲବଙ୍ଗ ଏବଂ ଦୁବ ଘାସ ସେଥିରେ ପକେଇ ଦିଅନ୍ତୁ ଆପଣଙ୍କ ପିଲା ମାନେ ନଜର ଦୋଷରୁ ଦୂରେଇ ରହିବେ।

ତୁଳା ରାଶି। ଏହି ରାଶିର ଜାତକ ଅସ୍ତ୍ର ଗଛର ଗୋଟେ ପତ୍ର ନେଇ ନିଅନ୍ତୁ ଏବଂ ଗୋଟେ ଯାଇ ଫଳ ନିଅନ୍ତୁ ଏହାର ଉପରେ ଗୋଟେ ଚୁଟକି ଅରୁଆ ଚାଉଳ ରଖନ୍ତୁ ଅଳ୍ପ ମିଶ୍ରି ବି ରଖନ୍ତୁ। ଏହାପରେ ପୁରା ଘର ସାରା ବୁଲି ଏହାକୁ ହୋଲିକାର ଅଗ୍ନିରେ ପକେଇ ଦିଅନ୍ତୁ। ଘରର ବାହାରେ ମୁଖ୍ୟ ଦ୍ୱାରରେ ଆପଣ ସିନ୍ଦୁରରେ ଓଁର ଗୋଟେ ଚିହ୍ନ ବନାନ୍ତୁ। ଘରର ଝଗଡା ଶେଷ ହେବ କ୍ଳେଶ ଦୂର ହୋଇଯିବ।

ବିଛା ରାଶି। ଆପଣ ଗୋଟେ ପାନପତ୍ର ଉପରେ ଗୋଟେ ସୁପାରି ରଖି ଏବଂ ୫ ଟି ପଦ୍ମ ଫୁଲର ବୀଜକୁ ଘିଅରେ ବୁଡାଇ ରଖନ୍ତୁ। ସବୁକୁ ରଖି ୨୭ ଥର ଓଁ ହନୁମତେ ନମଃ ଜପ କରିବା ସମୟରେ ଅଗ୍ନିରେ ପକେଇ ଦିଅନ୍ତୁ ଆପଣଙ୍କ ବ୍ୟପାରର ସମସ୍ୟା ଦୂର ହୋଇଯିବ। ଆପଣଙ୍କ ବ୍ୟବସାୟ ଭଲ ଚାଲିବ।

ଧନୁ ରାଶି। ଆପଣ ଗୋଟେ ଶୁଖିଲା ନଡ଼ିଆ ନେବେ ଆଉ ତାକୁ କାଟି ଦିଅନ୍ତୁ। ଆଉ ୭ ପ୍ରକାରର ଅନାଜ ରଖନ୍ତୁ। ଏକ ମୁଠି ମିଶାଇ ରଖନ୍ତୁ ଏବଂ ଏକ ମୁଠି ଉଠାଇ ଯେଉଁ ୭ ପ୍ରକାରର ଅନାଜକୁ ସେହି ନଡ଼ିଆରେ ଭରି ଦିଅନ୍ତୁ। ଘରର ମନ୍ଦିରରେ ରଖିଦିଅନ୍ତୁ ଆଉ ଯେବେ ହୋଲିକାର ପୂଜା ହେବ ସେତେବେଳେ ନଡ଼ିଆକୁ ମଥାରେ ଛୁଇଁ ଅଗ୍ନିରେ ପକେଇ ଦିଅନ୍ତୁ ଆପଣଙ୍କ ଜୀବନରେ ନବ ଗ୍ରହଙ୍କ ସମସ୍ୟା ସମାପ୍ତ ହୋଇଯିବ।

ମକର ରାଶି। ଏହି ରାଶିର ଜାତକ ଅସ୍ତଗଛର ଗୋଟେ ପତ୍ର ନିଅନ୍ତୁ ଏହା ଉପରେ ଅଳ୍ପ କଳା ତିଳ ରଖନ୍ତୁ। ଆଉ ନିଜର ମନର ଇଛା କୁହନ୍ତୁ ଆଉ ପତ୍ରକୁ ଆଣି ଘରର ପଶ୍ଚିମ କୋଣରେ ରଖନ୍ତୁ। ଏହାକୁ ନିଜ ଉପରେ ୭ ଥର ବୁଲାଇ ହୋଲିକାର ଅଗ୍ନିରେ ପକେଇ ଦିଅନ୍ତୁ। ନଜର ଦୋଷରୁ ମୁକ୍ତି ମିଳିବ।

କୁମ୍ଭ ରାଶି। ଏହି ରାଶିର ଜାତକ ଗୋଟେ ପାନପତ୍ର ନିଅନ୍ତୁ ଏବଂ ଏକ ମୁଠି ଯଜ୍ଞର ଜିନିଷ ରଖନ୍ତୁ ପାନର ପତ୍ର ଉପରେ ଏହାପରେ ମନର ଇଚ୍ଛା କହି ହୋଲିକାର ଅଗ୍ନିରେ ଏହାକୁ ପକେଇ ଦିଅନ୍ତୁ। ଯାହାବି ଆପଣଙ୍କ ଜୀବନରେ ସମ୍ପତ୍ତିକୁ ନେଇ ସମସ୍ୟା ଥିଲା ଝଗଡା ହେଉଥିଲା ଚିନ୍ତା ଥିଲା ସେସବୁ ସମାପ୍ତ ହୋଇଯିବ।

ମୀନ ରାଶି। ଏହି ରାଶିର ଜାତକ ଗୋଟେ ପାନପତ୍ର ନିଅନ୍ତୁ ଭଙ୍ଗା ହୋଇନଥିବ ଅରୁଆ ଚାଉଳ ନିଅନ୍ତୁ ଏଥିରେ ଏକ ମୁଠା ଯଜ୍ଞର ସାମଗ୍ରୀ ରଖନ୍ତୁ ଗୋଟେ ହଳଦୀ ଖଣ୍ଡ ରଖନ୍ତୁ ଗୋଟେ ସୁପାରି ରଖନ୍ତୁ ଅଳ୍ପ କର୍ପୁର ରଖନ୍ତୁ ଏହାପରେ ଏହିସବୁ ଜିନିଷକୁ ହାତରେ ରଖି ହୋଲିକାର ଅଗ୍ନିର ଚାରିପଟେ ୭ ଥର ପରିକ୍ରମା କରି ଅଗ୍ନିରେ ପକେଇ ଦିଅନ୍ତୁ। ଯାହାବି ଶାରୀରିକ ସମସ୍ୟା ଅଛି କଷ୍ଟ ଅଛି ସାଢ଼େସାତି ବି ଆରମ୍ଭ ହୋଇସାରିଛି ତାହାବି ସମାପ୍ତ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *