Excuse Me Odisha

ଯାହା କହିବୁ ସତ କହିବୁ

ଅଳ୍ପ ବୟସରେ ମୃତ୍ୟୁ ହେବାର କାରଣ କଣ ? କଣ ପାଇଁ ଆସେ ଅକାଳ ମୃତ୍ୟୁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଅକାଳ ମୃତ୍ୟୁ କାହିଁକି ହୁଏ।

ବନ୍ଧୁଗଣ ଏହା ତ ପ୍ରକୃତିର ସବୁଠୁ ବଡ଼ ନିୟମ କି ଯିଏ ବି ଏହି ପୃଥିବୀ ଲୋକକୁ ଆସିଛି ସିଏ ଗୋଟେ ନାଁ ଗୋଟେ ଦିନ ନିଶ୍ଚୟ ରୂପରେ ମୃତ୍ୟୁକୁ ପ୍ରାପ୍ତ ହେବ। ଆପଣ ଦେଖିଥିବେ କେତେକ ପିଲା ଜନ୍ମ ହେବା ପୂର୍ବରୁ ଅର୍ଥାତ ମା ଗର୍ଭରେ ୯ ମାସ ହେଲେ ପିଲା ଆସିବାର ଜଣା ପଡ଼ିଯାଏ କିନ୍ତୁ ଏହା ସତ୍ୟ ଯାହା ଦୁନିଆରେ କୌଣସି ବି ଶକ୍ତି ଟାଳି ପାରିବ ନାହିଁ ପଛେ ସେ ଦୁନିଆର ସବୁଠାରୁ ବଡ଼ ଶକ୍ତିଶାଳୀ ମନୁଷ୍ୟ ହୋଇଥାଉ କିମ୍ବା ସବୁଠୁ ବଡ଼ ଧନୀ ବ୍ୟକ୍ତି ହୋଇଥାଉ କିମ୍ବା ଦୁନିଆର ସବୁଠାରୁ ଗରିବ ବ୍ୟକ୍ତି ହୋଇଥାଉ ଦିନେ ନା ଦିନେ ସେ ସମସ୍ତଙ୍କୁ ଗଭୀର ନିଦରେ ଶୋଇବାକୁ ପଡିବ।

ଯାହାକୁ ଲୋଯେ ମୃତ୍ୟୁ ନାମରେ ଜାଣିଥାଉ। କିନ୍ତୁ ଆପଣ ମାନେ ଏହା ବି ଦେଖିଥିବେ ଯେ କିଛି ଲୋକଙ୍କ ମୃତ୍ୟୁ ଅଚାନକ ହୋଇଯାଇଥାଏ। କିଛି ଲୋକ ତ ଜନ୍ମ ନେବାର ସଙ୍ଗେ ସଙ୍ଗେ ମରିଯାନ୍ତି ତ ଆଉ କିଛି ଲୋକ ଦୁର୍ଘଟଣାରେ ମରିଯାନ୍ତି ତାହେଲେ ଏଥିରେ ଏମାନଙ୍କର ଭୁଲ ଥାଏ ନାଁ ଏମାନେ ଭଗବାନଙ୍କ ଇଛା ଅନୁସାରେ ମରିଥାନ୍ତି। ତ ଆସନ୍ତୁ ଜାଣିବା ଏହି ପ୍ରଶ୍ନର ଉତ୍ତର।

ଗରୁଡ଼ ପୁରାଣରେ ଏହା ଲେଖା ଅଛି କି ଯଦି କୌଣସି ଲୋକ ଜାଣିଶୁଣି ଆତ୍ମହତ୍ୟା କରେ ଯେପରିକି ପାଣିରେ ବୁଡିକି ମରିବା ବା ଅଗ୍ନିରେ ଜଳି କି ମରିବା ଏହା ବ୍ୟତୀତ ବିଦ୍ୟୁତ ଆଘାତରେ ମରିବା କିମ୍ବା ବିଷ ଖାଇକି ମରିବା ଉଚ୍ଚ ଜାଗାରୁ ଡେ଼ଇଁକି ମରିବା କିମ୍ବା ନିଜର ଘରେ ହିଁ ଫାଶୀ ଲଗେଇ ମରିବା ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ଏହିପ୍ରକାରର ହୋଇଥାଏ ତ ତାକୁ ଅକାଳ ମୃତ୍ୟୁର ପ୍ରାପ୍ତ ହୋଇଥାଏ। କିନ୍ତୁ ଗରୁଡ଼ ପୁରାଣରେ ଅକାଳ ମୃତ୍ୟୁକୁ ସବୁଠାରୁ ନିନ୍ଦନିୟ ଅପରାଧ ବୋଲି ମାନାଯାଏ।

ଏତିକି ହିଁ ନୁହେଁ ଭଗବାନ ବିଷ୍ଣୁ ଆତ୍ମହତ୍ୟାକୁ ପରମାତ୍ମାଙ୍କୁ ଅପମାନ କରିବା ସହିତ ସମାନ ହୋଇଥାଏ। ଏହା ସହିତ ଭଗବାନ ବିଷ୍ଣୁ ଗରୁଡ଼ ପୁରାଣରେ ଏହା ମଧ୍ୟ କାଜିଛନ୍ତି କି ଯେଉଁ ମନୁଷ୍ୟ କିମ୍ବା ପ୍ରାଣୀର ମୃତ୍ୟୁ ପ୍ରାକୃତିକ ରୂପେ ହୋଇଥାଏ ସେହି ମନୁଷ୍ୟ ୩ ୧୦ ୧୩ କିମ୍ବା ୪୦ ଦିନ ମଧ୍ୟରେ ଅନ୍ୟ ଶରୀର ଧାରଣ କରିଦିଏ କିନ୍ତୁ ଯେଉଁ ମନୁଷ୍ୟ ଆତ୍ମହତ୍ୟା ନିନ୍ଦ ନିୟ ଅପରାଧ କରିଥାଏ ସେହି ଜୀବର ଯିବାଆତ୍ମା ପୃଥିବୀ ଲୋକରେ ସେପର୍ଯ୍ୟନ୍ତ ଘୁରି ବୁଲେ ଯେପର୍ଯ୍ୟନ୍ତ ପ୍ରାକୃତିକ ଦ୍ୱାରା ନିର୍ଧାରିତ କରାଯାଇ ଥାଏ। ଏପରି ଯିବାଆତ୍ମାକୁ ନାଁ ସ୍ୱର୍ଗଲୋକ ହୋଇଥାଏ ନା ହିଁ ନର୍କଲୋକ ପ୍ରାପ୍ତି ହୋଇଥାଏ।

ଏଥିପାଇଁ ଗରୁଡ଼ ପୁରାଣରେ କୁହାଯାଇଛି କି ଆତ୍ମହତ୍ୟା କରୁଥିବା ଆତ୍ମା ଅକାଳ ମୃତ୍ୟୁକୁ ପ୍ରାପ୍ତ ହେଉଥିବା ସବୁ ଯିବାଆତ୍ମା ସବୁଠୁ କଷ୍ଟଦାୟକ ଅବସ୍ଥାରେ ପହଂଚି ଥାଏ ଏବଂ ଅକାଳ ମୃତ୍ୟୁକୁ ପ୍ରାପ୍ତ କରୁଥିବା ଯିବାଆତ୍ମା ନିଜର ଇଛା ଯେପରି ଭୋକ ଶୋଷ ସମ୍ଭୋଗ ସୁଖ ଶାନ୍ତି କ୍ରୋଧ ଦୋଷ ଲୋଭ ବାସନା ଆଦିର ପ୍ରାପ୍ତି ପାଇଁ ଅନ୍ଧକାରରେ ସେହି ପର୍ଯ୍ୟନ୍ତ ଘୁରି ବୁଲେ ଯେପର୍ଯ୍ୟନ୍ତ ତାର ପରମାତ୍ମା ଦ୍ୱାରା ନିର୍ଧାରିତ ଆୟୁ ପୁରା ହୋଇନଥାଏ।

ବ୍ୟକ୍ତି ଆତ୍ମହତ୍ୟା ବିଷୟରେ ତ ଭାବି ନିଏ କିନ୍ତୁ ଆତ୍ମହତ୍ୟା କରିବା ପରେ ତାର ବର୍ତ୍ତମାନର ସବୁ ଦୁଃଖ ଦରଦ ଦୂର ହୋଇଯିବ କିନ୍ତୁ ସେ ଏହା ଜାଣିନଥାଏ କି ଆତ୍ମହତ୍ୟା ପରେ ତାକୁ ଆହୁରି ଦୁଃଖ କଷ୍ଟ ଭୋଗିବାକୁ ପଡ଼ିବ। ଏଥିପାଇଁ କେବେବି ଆତ୍ମହତ୍ୟା ଯେପରି ଘୃଣା କାମ କରିବା ଉଚିତ ନୁହେଁ।

ଏବେ ଆସନ୍ତୁ ଜାଣିବା ଅଳ୍ପ ଆୟୁରେ ମୃତ୍ୟୁ କଣ ପାଇଁ ହୋଇଥାଏ।

ବେଳେ ବେଳେ ଆପଣ ଦେଖିଥିବେ ଯେ କିଛି ପିଲା ଜନ୍ମ ହେବା ସଙ୍ଗେ ସଙ୍ଗେ ମରିଯାଇଥାନ୍ତି କିମ୍ବା ୨ ବର୍ଷ ୫ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବା ପରେ ମରିଯାନ୍ତି ତ ଏମାନେ କେଉଁ ଲୋକ ଅଟନ୍ତି। ତଆପଣଙ୍କୁ ଜଣେଇ ଦେଉଛୁ କି ଏମାନେ ପୁଣ୍ୟ ଆତ୍ମା ଅଟନ୍ତି। ଯିଏକି ଏହି ପୃଥିବୀ ପୃଷ୍ଠରେ ଜନ୍ମ ନିଅନ୍ତି ଏବଂ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି ପୁଣି ଏହି ସଂସାରରୁ ଚାଲିଯାନ୍ତି। କାହାର ମୃତ୍ୟୁ ପାଇଁ ଭଗବାନ କେବେ ମଧ୍ୟ ଦାୟୀ ନୁହଁନ୍ତି

ସମସ୍ତେ ନିଜର କର୍ମ ଅନୁସାରେ ମର୍ତ୍ୟରେ ଜନ୍ମ ହୁଅନ୍ତି ଏବଂ ନିଜର କର୍ମ ସରିବା ପରେ ଏହି ମର୍ତ୍ୟ ଲୋକରୁ ଚାଲିଯାନ୍ତି। ମୁଁ କିମ୍ବା ଆପଣ ମାନେ କେତେ ବର୍ଷ ବଞ୍ଚିବା ଏକଥା ତ କେହି ଜାଣିନାହାନ୍ତି କିନ୍ତୁ ମରିବା ପୂର୍ବରୁ ଆମେ ଯେତିକି ବି ପୁଣ୍ୟ କାମ କରିଥିବା ଆଉ ପାପ କାମ କରିଥିବା ତାର ହିସାବ କରିବାକୁ ପଡିବ। ଆଉ ଯେଉଁ ଦିନ ଆମ ପାପ ପୁଣ୍ୟର ହିସାବ ଶୁନ(୦) ହୋଇଯିବ ସେହିଦିନ ଆମ ମୃତ୍ୟୁ ହୋଇଯିବ।

ଭଗବାନ ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନଙ୍କୁ କହିଛନ୍ତି ଯେ ତୁମେ ଯାହାବି କର୍ମ କର ସେସବୁକୁ ମତେ ସମର୍ପଣ କରିଦିଅ ଆଉ ଅର୍ଜୁନଙ୍କୁ ଏହି କଥା ମଧ୍ୟ କହିଥିଲେ ଯେ ହେ ଅର୍ଜୁନ ଏହା କହିଦିଅ ଯେ ମୁଁ କିଛି ବି ନୁହେଁ ଏବଂ ଆପଣଙ୍କ ବିନା ମୋର ଅସ୍ତିତ୍ୱ ହିଁ କିଛି ନାହିଁ ଯାହା ତୁମେ କରୁଛ ତାହା ହିଁ ଘଟୁଛି। ଯଦି ମୋର ଆଖିରେ ପଲକ ପଡୁଛି ତ ତୁମ ଇଚ୍ଛାରେ ଯଦି ମୋ ମନରେ ବାଣୀ ଚାଲୁଛି ତ କେବଳ ତୁମରି ଇଚ୍ଛାରେ। ଏଠାରେ ଯାହାବି କିଛି ହେଉଛି ସବୁ ଆପଣଙ୍କ ଇଚ୍ଛାରେ ହେଉଛି।

ଏଥିପାଇଁ ଆମ ସମସ୍ତଙ୍କୁ ଭଗବାନଙ୍କ ନିକଟରେ ସମସ୍ତ ସୁଖ ଦୁଃଖକୁ ସମର୍ପିତ କରି ଦେବା ଉଚିତ ଏବଂ ଭଗବାନଙ୍କୁ କେବେବି ଦୋଷ ଦେବା ଉଚିତ ନୁହେଁ। କିନ୍ତୁ କିଛି ଲୋକ କୁହନ୍ତି ଯେ ତାର ଏକ୍ସିଡେଣ୍ଟରେ ମୃତ୍ୟୁ ହେଲା ତ ଏହା ଭଗବାନଙ୍କ ଇଚ୍ଛାରେ ହୋଇଛି କିନ୍ତୁ ତାହା ନୁହେଁ। ସମସ୍ତେ ନିଜ ନିଜର ନିର୍ଦିଷ୍ଟ ବୟସ ନେଇ ଜନ୍ମ ନେଇଛନ୍ତି। ଆଉ ଭଗବାନ କାହାର ବି ମୃତ୍ୟୁ ପାଇଁ ଦାୟୀ ନୁହଁନ୍ତି। ନା ହିଁ କୌଣସି ମଣିଷର ଭୁଲ ଯୋଗୁ ସେ ମୃତ୍ୟୁ ବରଣ କରିଥାଏ। ଯାହାର ଯେତିକି ବୟସ ସେ ସେତିକି ବୟସ ଯାଏଁ ବଞ୍ଚିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *