Excuse Me Odisha

ଯାହା କହିବୁ ସତ କହିବୁ

ଜୀବନରେ ଅନେକଥର ପ୍ରେମ ଓ ବିଶ୍ବାସଘାତକତା କରିଥାନ୍ତି ଏହି ରାଶିର ଲୋକମାନେ। ଗୋଟେ ସଂପର୍କ ଏମାନଙ୍କର ତିଷ୍ଠି ପାରେ ନାହିଁ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିର ରାଶିକୁ ଅନୁସରଣ କରି ତାର ସ୍ଵଭାବ, ଚାଲିଚଳନ, ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। ଆଜି ଆମେ ଆପଣ ମାନଙ୍କୁ କିଛି ବିଶେଷ ରାଶିର ଲୋକଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ନିଜ ଜୀବନରେ ଅନେକ ଥର ପ୍ରେମ ଓ ବିଶ୍ବାସଘାତକତା କରିଥାନ୍ତି। ବାରମ୍ବାର ପାର୍ଟନର ବଦଳିବା ଏମାନଙ୍କ ଅଭ୍ୟାସ ରହିଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ବୃଷ ରାଶି :-

ଏହି ରାଶିର ଲୋକେ ଜୀବନରେ ଅନେକ ଲୋକଙ୍କ ସହିତ ସମ୍ପର୍କ ରଖିଥାନ୍ତି। କହିବାକୁ ଗଲେ ଏମାନେ ନିଜ ଇଚ୍ଛାରେ ଏଭଳି କରି ନଥାନ୍ତି। ଏମାନେ ଭୁଲ ବ୍ୟକ୍ତିଙ୍କୁ ପ୍ରେମ କରିଥାନ୍ତି, ତେଣୁ ଏଭଳି ପରିସ୍ଥିତିରେ ପଡି ଯାଇଥାନ୍ତି। ଏମାନଙ୍କୁ ଆକର୍ଷଣ କରିବା ଖୁବ୍ ସହଜ ଅଟେ। ପ୍ରେମରେ ଯେତେବେଳେ ଏମାନଙ୍କୁ ଧୋକା ମିଳିଥାଏ, ସେମାନେ ଅନ୍ୟ ପାର୍ଟନରଙ୍କୁ ଖୋଜୁଥାନ୍ତି। ଏମାନେ ନିଜ ପ୍ରେମ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି।

ମିଥୁନ ରାଶି :-

ଏହି ରାଶିର ଲୋକେ ବହୁତ ଆକର୍ଷଣୀୟ ଓ ମଜାଳିଆ ସ୍ୱଭାବର ହୋଇଥାନ୍ତି। ଏମାନେ ଖୁବ୍ ଶୀଘ୍ର ଅନ୍ୟମାନଙ୍କ ସହିତ ମିଶି ଯାଇ ଥାଆନ୍ତି।ଏମାନେ ନିଜ ପ୍ରେମକୁ ସଚ୍ଚୋଟ ହୋଇ ନିର୍ବାହ କରିଥାନ୍ତି। ଏମାନଙ୍କ ପାର୍ଟନର ଏମାନଙ୍କୁ ବହୁତ ପ୍ରେମ କରିଥାନ୍ତି। ବିବାହ ପରେ ଏମାନେ ବହୁତ ସୁଖରେ ଜୀବନ ଅତିବାହିତ କରିଥାନ୍ତି। ଏହି ଲୋକମାନେ ହୃଦୟରୁ ବହୁତ ନିର୍ମଳ ହୋଇଥାନ୍ତି।

ତୁଳା ରାଶି :-

ଏହି ରାଶିର ଲୋକେ ସ୍ୱଭାବରୁ ବହୁତ ଚଞ୍ଚଳ ଓ ସ୍ଵାଭିମାନୀ ହୋଇଥାନ୍ତି।ଏମାନେ କୌଣସି ସମ୍ପର୍କରେ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ରହି ପାରନ୍ତି ନାହିଁ। ସମ୍ପର୍କ ରଖିବାର କିଛି ଦିନ ପରେ ଏମାନେ ସେହି ସମ୍ପର୍କକୁ ଗୁରୁତ୍ବ ଦିଅନ୍ତି ନାହିଁ। ଏମାନେ ଯେଉଁ ସମ୍ପର୍କରେ ରହିଥାନ୍ତି ରହ ବହୁତ ଦୁର୍ବଳ ହୋଇଥାଏ। ଏହି ଲୋକମାନଙ୍କୁ ନିଜ ଜୀବନରେ କିଛି ନୂଆ ଓ ଅଲଗା ଦରକାର ହୋଇଥାଏ। ଏଥିପାଇଁ ଏମାନେ ପୁରୁଣା ପାର୍ଟନରଙ୍କୁ ଛାଡ଼ି ଦେଇଥାନ୍ତି।

କୁମ୍ଭ ରାଶି :-

ଏହି ରାଶିର ଲୋକଙ୍କୁ ସଂପର୍କରେ ବାନ୍ଧି ହୋଇ ରହିବା ପସନ୍ଦ ହୋଇ ନଥାଏ। ଏମାନେ ଖୋଲା ଆକାଶର ପକ୍ଷୀ ହେବାକୁ ପସନ୍ଦ କରନ୍ତି। ଏମାନଙ୍କୁ ନୂଆ ନୂଆ ଲୋକଙ୍କ ସହିତ ମିଶିବାକୁ ଭଲ ଲାଗେ।ଏମାନଙ୍କର ଜଣେ ପାର୍ଟନରଙ୍କ ସହିତ ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ରହେ ନାହିଁ। ଅଧିକାଂଶ ସମୟରେ ଭାଗ୍ୟ ଏମାନଙ୍କ ସପକ୍ଷରେ ରହେ ନାହିଁ। ତେଣୁ ଏମାନଙ୍କୁ ସମ୍ପର୍କରୁ ବିଚ୍ଛିନ୍ନ ହେବାକୁ ପଡେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *