Excuse Me Odisha

ଯାହା କହିବୁ ସତ କହିବୁ

ଠାକୁର ପୂଜା କରିବା ସମୟରେ କେତୋଟି ଥାଳିରେ ଭୋଗ ଲଗାଇବା ଉଚିତ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ।ପ୍ରତ୍ୟେକ ଲୋକେ ନିଜ ମନର ଶାନ୍ତି ପାଇଁ ଠାକୁର ପୂଜା କରି ଥାଆନ୍ତି।ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରେ ଠାକୁର ପୂଜା କରାଯାଇ ଥାଏ। ହିନ୍ଦୁ ରୀତି ନୀତି ଅନୁସାରେ ଠାକୁର ପୂଜା କରିବା ସମୟରେ ଅନେକ ନିୟମ ଗୁଡ଼ିକ ପାଳନ କରାଯାଏ। ଆଜି ଆମେ ଆପଣ ମାନଙ୍କୁ ଠାକୁର ପୂଜା କରିବା ସମୟରେ କେତେ ଗୋଟି ଥାଳିଆରେ ଭୋଗ ଲଗାଇବା ଉଚିତ ସେହି ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ।

ଠାକୁର ପୂଜା କରିବା ସମୟରେ ଦୁଇଟି ଥାଳିଆରେ ଭୋଗ ଲଗାଇବା ଉଚିତ। ଗୋଟେ ଥାଳିରେ ତୁଳସୀ ପତ୍ର ପକାଇ ଭୋଗ ଲଗାନ୍ତୁ। ଅନ୍ୟ ଏକ ଥାଳିରେ ଭୋଗରେ ବେଲପତ୍ର ପକାଇ ଭୋଗ ଲଗାନ୍ତୁ।ବେଲପତ୍ର ପକାଇ ଭୋଗ କରିବା ଦ୍ଵାରା ସମସ୍ତ ଦେବାଦେବୀ ଏହାକୁ ଗ୍ରହଣ କରିଥାନ୍ତି। କହିବାକୁ ଗଲେ ବେଲପତ୍ର ଭଗବାନ ମହାଦେବଙ୍କର ଅତି ପ୍ରିୟ ଅଟେ। ତେଣୁ ଯଦି ଆପଣ ଠାକୁରଙ୍କୁ ଦୁଇଟି ଥାଳିଆରେ ଭୋଗ ଲଗାଇବେ, ତାହେଲେ କଦାପି ତାହା ଭୁଲ ହେବ ନାହିଁ।

ସକାଳୁ ଉଠି ପ୍ରଥମେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ପୂଜାର୍ଚ୍ଚନା କରିବା ଉଚିତ। ସୂର୍ଯ୍ୟ ଦେବତାଙ୍କୁ ଜଳରେ ତୁଳସୀ ପତ୍ର ପକାଇ ଅର୍ପଣ କରିବା ଉଚିତ। ଏହାସହିତ ସୂର୍ଯ୍ୟଙ୍କୁ ଅଲଗା ଭୋଗ ଲଗାଇଲେ ମଧ୍ୟ ଶୁଭ ରହିବ। ଏହାପରେ ଘରର ଅଗଣାରେ ଥିବା ବୃନ୍ଦାବତୀଙ୍କୁ ପୂଜା କରିବା ଉଚିତ।ଦେବୀ ବୃନ୍ଦାବତୀଙ୍କ ପାଖରେ ତୁଳସୀ ପତ୍ର ବା ବେଲପତ୍ର ଭୋଗ ଲାଗେ ନାହିଁ।ଦେବୀ ବୃନ୍ଦାବତୀ ବାହାରେ ଥିବାରୁ ତାଙ୍କୁ ଅଲଗା ଥାଳିରେ ଭୋଗ ଲଗାଇ ଫୁଲ ଓ ଜଳ ଅର୍ପଣ କରାଯାଏ। କାରଣ ବିବାହିତା ଝିଅ ମାନେ ହୁଅନ୍ତୁ ବା ଅନ୍ୟ ଲୋକମାନେ, ଇଶାଣ ଭୋଗ ଖାଇବା ଉଚିତ।

ଯେଉଁ ଲୋକଙ୍କ ଘରେ ଭଗବାନ ଶ୍ରୀକୃଷ୍ଣଙ୍କର ମୂର୍ତ୍ତି ରହିଥିବ, ସେମାନେ ଅଲଗା ଥାଳିରେ ଭୋଗ ଅର୍ପଣ କରିବା ଉଚିତ। ଯଦି ପ୍ରଭୁ ହନୁମାନଙ୍କ ମୂର୍ତ୍ତି ଘରେ ରହିଥାଏ, ତାହେଲେ ଅନ୍ୟ ଏକ ଥାଳିରେ ଗୋଟା ଫଳ ଭୋଗ ଅର୍ପଣ କରନ୍ତୁ। ତେଣୁ ସାଧାରଣତଃ ଠାକୁର ଘରେ ଭୋଗ ଅର୍ପଣ କରିବା ସମୟରେ ଦୁଇଟି ଥାଳି ବ୍ୟବହାର କରିବା ଉଚିତ। ଏହାସହିତ ସେଥିରେ ତୁଳସୀ ପତ୍ର ଓ ବେଲ ପତ୍ରର ବ୍ୟବହାର କରିବା ଉଚିତ। ଏଭଳି ନୀତି ନିୟମ ପାଳନ କରିବା ଦ୍ୱାରା ସବୁ ଦେବାଦେବୀ ଭୋଗ ଗ୍ରହଣ କରି ସନ୍ତୁଷ୍ଟ ହୋଇଥାନ୍ତି।

ତେବେ ବନ୍ଧୁଗଣ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *